Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମାର୍ଚ୍ଚ ୨୦୨୫ ସୁଦ୍ଧା ୧୦ ଲକ୍ଷ ସୌର ଶକ୍ତି ସଂସ୍ଥାପନ; ୨୦୨୭ ସୁଦ୍ଧା ଏକ କୋଟି ଲକ୍ଷ୍ୟ
ଜାତୀୟ ଖବର

ମାର୍ଚ୍ଚ ୨୦୨୫ ସୁଦ୍ଧା ୧୦ ଲକ୍ଷ ସୌର ଶକ୍ତି ସଂସ୍ଥାପନ; ୨୦୨୭ ସୁଦ୍ଧା ଏକ କୋଟି ଲକ୍ଷ୍ୟ

December 14, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ବିଶ୍ୱର ସର୍ବ ବୃହତ ଘରୋଇ ସୌର ଶକ୍ତି ଯୋଜନା ହେଉଛି ପିଏମ ସୂର୍ଯ୍ୟ ଘର – ମାଗଣା ବିଜୁଳି ଯୋଜନା ବା ପିଏମଏସଜିଏମବିୱ।ଇ। ଭାରତବର୍ଷରେ ସୌର ଶକ୍ତିର ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ଏହା ବିଶେଷ ସହାୟକ ହୋଇପାରିଛି। ମାର୍ଚ୍ଚ ୨୦୨୫ ସୁଦ୍ଧା ୧୦ ଲକ୍ଷ, ଅକ୍ଟୋବର ୨୦୨୫ ସୁଦ୍ଧା ୨୦ ଲକ୍ଷ, ମାର୍ଚ୍ଚ ୨୦୨୬ ସୁଦ୍ଧା ୪୦ ଲକ୍ଷ, ମାର୍ଚ୍ଚ ୨୦୨୭ ସୁଦ୍ଧା ଏକ କୋଟି ଆବଶ୍ୟକୀୟ ଯନ୍ତ୍ରପାତି ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତି ମାସ ପିଛା ୭୦ ହଜାର ଲେଖାଏଁ ନଅ ମାସ ଭିତରେ ୬.୩ ଲକ୍ଷ ଆବଶ୍ୟକୀୟ ଯନ୍ତ୍ରପାତି ଲଗାଯାଇଥିବା କୁହାଯାଇଛି। ଫେବୃଆରୀ ୨୦୨୪ରେ ଏହି ଯୋଜନା ଆରମ୍ଭ ହେବା ପରେ ପ୍ରତି ମାସରେ ଲଗାଯାଉଥିବା ଯନ୍ତ୍ରପାତିକୁ ଏବେ ଦଶଗୁଣା ବୃ୍‌ଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏକ୍ଷେତ୍ରରେ ଗୁଜରାଟ, ମହାରାଷ୍ଟ୍ର, କେରଳ ଓ ଉତରପ୍ରଦେଶ ବିଶେଷ ଅଗ୍ରଗତି କରିଛି।

ସୌର ଶକ୍ତି ଯନ୍ତ୍ରପାତି ଲଗାଇବା ନେଇ ପ୍ରାଥମିକ ପର୍ଯ୍ୟାୟରେ ରହିଥିବା ସମସ୍ତ ସମସ୍ୟାକୁ ଏହା ଭିତରେ ସମାଧାନ କରାଯାଇଛି। ଆବଶ୍ୟକୀୟ ଶକ୍ତି ସଂସ୍ଥାପନ ଲାଗି ବିତରକ ସମ୍ପାନୀଗୁଡିକ କାମ କରିଛନ୍ତି। ଏପରିକି ୧୦ କିଲୋ ବାଟ ପର୍ଯ୍ୟନ୍ତ ସିଷ୍ଟମ ଲାଗି ଟେକ୍ନିକାଲ ଫିଜିବିଲିଟି ରିପୋର୍ଟ ବା ଟିଏଫଆରକୁ ଛାଡ କରାଯାଇଛି। ବିତରକ କମ୍ପାନୀଗୁଡିକର ପରିଦର୍ଶନ ଦ୍ୱାରା ସବସିଡ ମଞ୍ଜୁର ହେବା ସହ ନେଟ ମିଟର ସଂସ୍ଥାପନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ୩ କିଲୋ ବାଟ ପର୍ଯ୍ୟନ୍ତ ସିଷ୍ଟମ ଲାଗି ଜନ ସମର୍ଥ ପୋର୍ଟାଲର ବି ବ୍ୟବସ୍ଥା କରାଯାଇଛି।

ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ପଦକ୍ଷେପ

୯୦ରୁ ଅଧିକା ବିତରକ କମ୍ପାନୀ, ବ୍ୟାଙ୍କ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ସଙ୍ଗଠିତ କରିବା ଲାଗି ଆଇଟି କ୍ଷେତ୍ରରେ ବଳିଷ୍ଠ ପଦକ୍ଷେପ ନିଆଯାଇଛି। ବିକ୍ରେତାମାନଙ୍କୁ ମୁତୟନ କରିବାକୁ ଅଗ୍ରାଧିକାର ଦିଆଯାଇଛି। ପ୍ରାୟ ନଅ ହଜାର ବିକ୍ରେତାମାନଙ୍କୁ କାର୍ଯ୍ୟକ୍ଷମ କରାଯାଇଛି ଓ ପ୍ରତିଦିନି ନୂଆ ନୂଆ ବିକ୍ରେତା ଯୋଡି ହେଉଛନ୍ତି। ଉଚ୍ଚମାନର ସଂସ୍ଥାପନ ଓ ସେବା ଯୋଗାଇବା ଲାଗି ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ହାତକୁ ନିଆଯାଇ ପାଖାପାଖି ୪୦ ହଜାର ଲୋକଙ୍କୁ ତାଲିମ ଦିଆଯାଇଛି। ଆସନ୍ତା ୮ ମାସ ଭିତରେ ଆଉ ୨ ଲକ୍ଷ ଟେକ୍ନିସିଆନମାନଙ୍କୁ ତାଲିମ ଦିଆଯିବାକୁ ଯୋଜନା ବି ରଖାଯାଇଛି। ଅନୁଧ୍ୟାନ, ସୌର ପ୍ଲାଂଟ କମିଶନ ଓ ନେଟ ମିଟର ଯୋଗାଇବା ଲାଗି ୫୦ ହଜାରୁ ଅଧିକା ବିତରକ କମ୍ପାନୀର ଇଞ୍ଜିନିୟରମାନଙ୍କୁ ସ୍ୱତନ୍ତ୍ର ତାଲିମ ଯୋଗାଯାଉଛି।

ବ୍ୟାପକ ଭିତିଭୂମି ଉପରେ ଗୁରୁତ୍ୱ

ବିଭିନ୍ନ ଖାଉଟିଙ୍କ ଲାଗି ଏହି ଯୋଜନାକୁ ବି ସରଳୀକରଣ କରାଯାଇଛି । ପୂର୍ବରୁ ଆବେଦନକାରୀମାନେ ବିବିଧ କାଗଜପତ୍ର ଦେଉଥିଲେ ଓ ବିଭିନ୍ନ ବିତରକ କମ୍ପାନୀ ଅଫିସକୁ ଲଗାତର ଦୌଡୁଥିଲେ। ୧୦ କିଲୋବାଟ ସିଷ୍ଟମ ଲାଗି ଦରକାରୀ ପ୍ରଯୁକ୍ତିଗତ ସୁବିଧା ସୁଯୋଗକୁ ବିଭିନ୍ନ ବିତରକ କମ୍ପାନୀ ଏବେ ସୁଲଭ କରିଛନ୍ତି। ଆବେଦନ ପ୍ରକ୍ରିୟାକୁ ସରଳୀକରଣ କରି ଏବେ କମ୍ପାନୀଗୁଡିକ ଡିଜିଟାଲ ମାଧ୍ୟମ ଆପଣେଇଛନ୍ତି । ପିଏମ ସୂର୍ଯ୍ୟଘର ବେବସାଇଟରେ ମାତ୍ର ପାଂଚ ମିନିଟ ସମୟ ଭିତରେ ଆବେଦନକାରୀମାନେ ଆବେଦନ କରିପାରୁଛନ୍ତି । ପୋର୍ଟାଲର ଜିଆଇଏସ ଫିଚର ମାଧ୍ୟମରେ ଆବେଦନକାରୀମାନେ ଛାତ ଉପରେ ସୌର ପ୍ୟାନେଲ ସଂସ୍ଥାପନ ପାଇଁ ପ୍ଲାନ କରିପାରୁଛନ୍ତି । ପୋର୍ଟାଲ ମାଧ୍ୟମରେ ୭ ପ୍ରତିଶତ ସୁଧ ହାରରେ ଋଣ ବି ଯୋଗାଯାଉଛି । ଅନୁସନ୍ଧାନ କରିବାକୁ ପୋର୍ଟାଲ ମାଧ୍ୟମରେ ବିତରକ କମ୍ପାନୀଗୁଡିକୁ ସୂଚନା ଦିଆଯାଉଛି । ପରେ ସେହି ପୋର୍ଟାଲ ମାଧ୍ୟମରେ ଆବେଦନକାରୀ ରିହାତି ବା ସବସିଡ ପାଇପାରୁଛି ।

ଖାଉଟି ପ୍ରକ୍ରିୟାକରଣରେ ସରଳତା

ସବସିଡ ପ୍ରଦାନରେ କ୍ଷେତ୍ରରେ ବି ଅନେକ ସଫଳତା ମିଳିଛି । ଜୁନ ୨୦୨୪ ଆଦର୍ଶ ଆଚରଣ ବିଧି ସରିବା ପରେ ସବସିଡ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ନଭେମ୍ବର ୨୦୨୪ ସୁଦ୍ଧା ଚାରି ଲକ୍ଷରୁ ଅଧିକା ଖାଉଟିଙ୍କୁ ପ୍ରାୟ ୩୧ ଶହ କୋଟି ଟଙ୍କାର ସବସିଡ ଦିଆଯାଇଛି । ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ମାସିକ ପ୍ରାୟ ୬୭ ହଜାର ଘର ଏହି ସବସିଡ ପାଉଛନ୍ତି । ଏବେ ପ୍ରାୟ ପନ୍ଦର ଦିନ ଭିତରେ ଖାଉଟିମାନଙ୍କୁ ସବସିଡ ମିଳିପାରୁଛି ।

ସବସିଡ ପ୍ରଦାନରେ ସଫଳତା

ସବସିଡ ମିଳିବାରେ ସୁଲଭତା ଓ ବିଜୁଳି ବିଲରେ ଅହେତୁକ ହ୍ରାସ ଯୋଗୁଁ ଅଧିକରୁ ଅଧିକ ଲୋକେ ଏଭଳି ସୌର ପ୍ୟାନେଲ ବ୍ୟବହାର କରିବାକୁ ଚାହୁଁଛନ୍ତି । ୨୮ ପ୍ରତିଶତ ଘରେ ବିଜୁଳି ବିଲ ପ୍ରାୟ ଶୂନ୍ୟ ରହୁଥିବା ଦେଖିବାକୁ ମିଳିଛି ।

ସନ୍ତୁଷ୍ଟ ହିତାଧିକାରୀ

ଏହି ଯୋଜନାର ଉପାଦେୟତା ସମ୍ପର୍କରେ ବ୍ୟାପକ ସଚେତନତା ଅଭିଯାନ କରାଯାଉଛି । ଏପ୍ରକାର ଯୋଜନା ମାଧ୍ୟମରେ ଅଧିକରୁ ଅଧିକା ଲୋକେ ଏହାର ସୁଫଳ ନେବାକୁ ଆଗ୍ରହ ପରିପ୍ରକାଶ କରୁଥିବା କୁହାଯାଇଛି ।

ବ୍ୟାପକ ସଚେତନତା କାର୍ଯ୍ୟକ୍ରମ

ଛାତ ଉପରେ ସୌର ପ୍ୟାନେଲ ସଂସ୍ଥାପନ କ୍ଷେତ୍ରରେ ପିଏମଏସଜିଏମବିବାଇ ଏକ ଯୁଗାନ୍ତକାରୀ ସରକାରୀ ଅଭିଯାନ । ସୁଦୃଢ ଭତିଭୂମି ସହ ଏହାର କାର୍ଯ୍ୟକାରିତା ସାମାଜିକ, ଆର୍ଥନୀତିକ ଅଗ୍ରଗତିରେ ବେଶ ସହାୟକ ହୋଇପାରିଛି । ଦେଶର ଲକ୍ଷ ଲକ୍ଷ ଘର ଏହାର ସୁଫଳ ପାଇବା ସହ ପରିବର୍ତନଶୀଳ ଶକ୍ତି କ୍ଷେତ୍ରରେ ଏହା ଏକ ବୈବ୍ଲବିକ ପରିବର୍ତନ ଆଣିପାରିଛି ।

ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ସୌର ଶକ୍ତି ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତୃତୀୟ ଦିନରେ ମଧ୍ୟ ଚାଲିପାରିଲା ନାହିଁ ରାଜ୍ୟସଭା ଓ ଲୋକସଭା, ଜାଣନ୍ତୁ କଣ ଘଟିଲା

July 23, 2025

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉଦ୍ଧବ ଠାକରେ, ପୁଣି କଲେ ପ୍ରଶଂସା: ଏହା ଉପରେ କଂଗ୍ରେସ ନେତା ଦେଲେ ବଡ଼ ପ୍ରତିକ୍ରିୟା

July 23, 2025

୫ ବର୍ଷ ପରେ ଭାରତର ବଡ଼ ନିଷ୍ପତ୍ତି: ଆସନ୍ତାକାଲିଠାରୁ ଚୀନ୍ ନାଗରିକଙ୍କୁ ଭିସା ଦେବେ ସରକାର

July 23, 2025

ମା’ ତାରିଣୀ ପୀଠ, ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

July 23, 2025
Latest News

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତୃତୀୟ ଦିନରେ ମଧ୍ୟ ଚାଲିପାରିଲା ନାହିଁ ରାଜ୍ୟସଭା ଓ ଲୋକସଭା, ଜାଣନ୍ତୁ କଣ ଘଟିଲା

July 23, 2025

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉଦ୍ଧବ ଠାକରେ, ପୁଣି କଲେ ପ୍ରଶଂସା: ଏହା ଉପରେ କଂଗ୍ରେସ ନେତା ଦେଲେ ବଡ଼ ପ୍ରତିକ୍ରିୟା

July 23, 2025

୫ ବର୍ଷ ପରେ ଭାରତର ବଡ଼ ନିଷ୍ପତ୍ତି: ଆସନ୍ତାକାଲିଠାରୁ ଚୀନ୍ ନାଗରିକଙ୍କୁ ଭିସା ଦେବେ ସରକାର

July 23, 2025

ମା’ ତାରିଣୀ ପୀଠ, ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

July 23, 2025

ବେଟିଂ ଆପ୍ସ ମାମଲା: ଇଡିରେ ହାଜର ହେବା ପାଇଁ ସମୟ ମାଗିଲେ ରାଣା ଦଗ୍ଗୁବତୀ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.