Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବ୍ୟାପକ ହେବ ମହାନଦୀ ବଞ୍ଚାଅ ଆନ୍ଦୋଳନ, ଦିଲ୍ଲୀରେ ଜାତୀୟ ଆଲୋଚନା ଚକ୍ର
ଜାତୀୟ ଖବର

ବ୍ୟାପକ ହେବ ମହାନଦୀ ବଞ୍ଚାଅ ଆନ୍ଦୋଳନ, ଦିଲ୍ଲୀରେ ଜାତୀୟ ଆଲୋଚନା ଚକ୍ର

December 19, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
Mahanadi
ବ୍ୟାପକ ହେବ ମହାନଦୀ ବଞ୍ଚାଅ ଆନ୍ଦୋଳନ, ଦିଲ୍ଲୀରେ ଜାତୀୟ ଆଲୋଚନା ଚକ୍ର

ଭୁବନେଶ୍ୱର: ସମ୍ପ୍ରତି ମହାନଦୀ  ଗମ୍ଭୀର ସଙ୍କଟକୁ ଠେଲି ହୋଇ ଯାଉଛି। ଅକ୍ଟୋବର ମାସରୁ ମହାନଦୀ ଶିଖିବାକୁ ଆରମ୍ଭ କଲାଣି। ହୀରାକୁଦରେ ବର୍ତ୍ତମାନ ସମୟରେ ଯେତିକି ପାଣି ରହିବା କଥା ତାଠାରୁ ଯଥେଷ୍ଟ କମ ଅଛି। ମହାନଦୀ ଟ୍ରିବୁନାଲ ଠାରୁ କିଛି ସାନ୍ତ୍ଵନା ମିଳିବାର ଆଶା ମଧ୍ୟ କ୍ଷୀଣ। ଏହି ପରିପ୍ରେକ୍ଷୀରେ ମହାନଦୀ ବଞ୍ଚାଅ ଆନ୍ଦୋଳନ  ମହାନଦୀ ସୁରକ୍ଷା କାର୍ଯ୍ୟକ୍ରମକୁ ବ୍ୟାପକ ଓ ଶକ୍ତିଶାଳୀ କରିବା ପାଇଁ ଘୋଷଣା କରିଛି।

ଆଜି ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଆସନ୍ତା ଜାନୁଆରୀ ମାସରେ ମହାନଦୀ ସମସ୍ୟା କୁ ନେଇ ରାଜ୍ୟସ୍ତରୀୟ ଓ ଫେବୃୟାରୀ ମାସରେ ଜାତୀୟ ସ୍ତରୀୟ ଆଲୋଚନା ସଭା ଆୟୋଜିତ ହେବ ବୋଲି ଜଳ ପୁରୁଷ ଡ ରାଜେନ୍ଦ୍ର ସିଂହ ଓ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସ ଓ ଉପସ୍ଥିତ ନେତୃବର୍ଗ ଘୋଷଣା କରିଛନ୍ତି।

ମହାନଦୀ ବଞ୍ଚାଅ ଆନ୍ଦୋଳନର ରାଷ୍ଟ୍ରୀୟ ଉପଦେଷ୍ଟା ଜଳ ମାନବ ଡ. ରାଜେନ୍ଦ୍ର ସିଂହ ସାମ୍ୱାଦିକ ସମ୍ମିଳନୀ ରେ ଯୋଗ ଦେଇ କହିଲେ ଯେ ସମ୍ପ୍ରତି କେନ୍ଦ୍ର ଓ ଦୁଇ ରାଜ୍ୟ ଯଥା ଓଡ଼ିଶା ଓ ଛତିଶଗଡ଼ ରେ ସମାନ ବିଚାରଧାରା ଓ ଦଳର ସରକାର ଚାଲିଛି। ତେଣୁ ମହାନଦୀ ଜଳ ବିବାଦ ର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ର ରାସ୍ତା ଖୋଲିଛି। ଟ୍ରିପଲ ଇଞ୍ଜିନ ସରକାର ଏହାର ସୁଯୋଗ ନେଇ ଓଡ଼ିଶା ବାସୀ ଓ ମହାନଦୀ କୁ ନ୍ୟାୟ ଦିଅନ୍ତୁ ବୋଲି ଆହ୍ବାନ ଦେଇଛନ୍ତି।

ଦେଶର ଇତିହାସ କୁ ଦେଖିଲେ କୌଣସି ଜଳ ବିବାଦ ଟ୍ରିବୁନlଲ ନଦୀ ସମସ୍ୟା ର ସମାଧାନ ବାସ୍ତବରେ କରି ପାରିନାହିଁ l କାବେରୀ ନଦୀ ଜଳ ବିବାଦ ଟ୍ରିବୁନlଲ ଏହାର ଜ୍ୱଳନ୍ତ ଉଦାହରଣ। କାବେରୀ ରାସ୍ତାରେ ମହାନଦୀ ଜଳ ବିବାଦ କୁ ନନେବା ପାଇଁ ସେ ଓଡ଼ିଶା ସରକାର , ରାଜନୈତିକ ଦଳ ଓ ସାମାଜିକ ଅନୁଷ୍ଠାନ ମାନଙ୍କୁ  ରାଜେନ୍ଦ୍ର ସିଂ ନିବେଦନ କରିଛନ୍ତି। ଓଡିଶା ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ।

ପ୍ରଥମେ ନିଜ ରାଜ୍ୟରେ ଏକ ନଦୀ ନୀତି ଆଣନ୍ତୁ। ରାଜ୍ୟ ଭିତରେ ମଧ୍ୟ ନଦୀର ସୁରକ୍ଷା ଓ ପ୍ରାକୃତିକ, ନିର୍ମଳ ଓ ନିରନ୍ତର ପ୍ରବାହ ପାଇଁ ଦୃଢ ନିଷ୍ପତି ନିଅନ୍ତୁ l ନଦୀର ସୁରକ୍ଷା ପାଇଁ ତିନୋଟି ଜିନିଷ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ l ଅତିକ୍ରମଣ, ପ୍ରଦୂଷଣ ଓ ପ୍ରବାହମାନ ଉପରେ କୌଣସି ସାଲିସ କରାଯିବl ଅନୁଚିତ। ନଦୀର ଅବବାହିକା ବା ନଦୀର ଜମିର ଅତିକ୍ରମଣ ରୋକିବା ,ଜଳର ପ୍ରଦୂଷଣ ବନ୍ଦ ଏବଂ ବିଶେଷ କରି ନଦୀର ନିର୍ମଳ ନିରନ୍ତର  ପ୍ରବାହକୁ ସୁରକ୍ଷା ପ୍ରଦାନ ସରକାରଙ୍କ ପ୍ରାଥମିକତା ହେବା ଉଚିତ ବୋଲି ସିଂ କହିଛନ୍ତି।

ରାଷ୍ଟ୍ରୀୟ ସ୍ତରରେ ଏହା ଉପରେ ବିଚାର ବିମର୍ଷ କରିବା ପାଇଁ ସେ ଦିଲ୍ଲୀରେ ମହାନଦୀ ସୁରକ୍ଷା ଉପରେ ଏକ ଦୁଇ ଦିନିଆ ସମ୍ମିଳନୀ ଆୟୋଜନ କରିବାର ଦାୟିତ୍ଵ ନେବେ ବୋଲି ସାମ୍ୱାଦିକ ସମ୍ମିଳନୀ ରେ ଘୋଷଣା କରିଥିଲେ। ବର୍ତମାନ ଯେହେତୁ ପ୍ରୟାଗରାଜ ରେ ମହା କୁମ୍ଭ ମେଳା ଚାଲିଛି। ତେଣୁ ଗଙ୍ଗା ନଦୀ କୂଳରେ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏକ ମହାନଦୀ ଆଲୋଚନା ହେବା ଦରକାର। ଏଥପାଇଁ ସେ ସହଯୋଗ କରିବେ ବୋଲି ମଧ୍ୟ କହିଛନ୍ତି।

ମହାନଦୀ ବଞ୍ଚାଅ ଆନ୍ଦୋଳନ ର ଆବାହକ ଶ୍ରୀ ସୁଦର୍ଶନ ଦାସ ମହାନଦୀ ବଞ୍ଚାଅ ଆନ୍ଦୋଳନ ଆନ୍ଦୋଳନକୁ ପୁଣିଥରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ନେବାର ପ୍ରୟାସ କରାଯିବ। ମହାନଦୀ ସହିତ ଓଡ଼ିଶାର ଅନ୍ୟ ନଦୀ ଗୁଡ଼ିକରେ ସମସ୍ୟାକୁ ନେଇ ରାଜ୍ୟରେ ଏକ ବ୍ୟାପକ ଜନ ଆନ୍ଦୋଳନ ଗଢି ତୋଳିବା ପାଇଁ ପ୍ରୟାସ କରାଯିବ ବୋଲି ସେ ଘୋଷଣା କରିଥିଲେ।

ଆଜିର ସାମ୍ୱାଦିକ ସମ୍ମିଳନୀ ରେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ବିଶ୍ଵ ବିଦ୍ୟାଳୟର ପୂର୍ବତନ କୁଳପତି ଡ ବିନାୟକ ରଥ, ପୂର୍ବତନ ବିଧାୟକ ଶ୍ରୀ ଉମାବଲ୍ଲଭ ରଥ,ରେଭେନ୍ସାର ପୂର୍ବତନ ସଭାପତି ଅଜୟ ମିଶ୍ର, ମହାନଦୀ ବଞ୍ଚାଓ ଆନ୍ଦୋଳନ ମୁଖପାତ୍ର ପ୍ରସନ୍ନ  ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ l–
ସୁଦର୍ଶନ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

୬୫ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥଲେଟିକ୍ସ ପ୍ରତିଯୋଗିତା ଉଦଯାପିତ

June 29, 2026

ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ କଳାକୃତି ନିର୍ମାଣ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

June 29, 2026

‘ପିଏମ୍ ଫ୍ୟାମିଲି କେୟାର୍ ଟ୍ରାକର୍’ ପାଇଲଟ୍ ପ୍ରକଳ୍ପକୁ ଉଦଘାଟନ କଲେ ଅମିତ ଶାହ

June 29, 2026

WhatsApp ୟୁଜରଙ୍କ ପାଇଁ ବଡ଼ ସତର୍କବାଣୀ! ୱେବ୍‌ ଓ ଡେସ୍କଟପ୍‌ରେ ମାଲୱେର ଆକ୍ରମଣ, ଜାରି ହେଲା ଆଲର୍ଟ

June 29, 2026
Latest News

୬୫ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥଲେଟିକ୍ସ ପ୍ରତିଯୋଗିତା ଉଦଯାପିତ

June 29, 2026

ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ କଳାକୃତି ନିର୍ମାଣ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

June 29, 2026

‘ପିଏମ୍ ଫ୍ୟାମିଲି କେୟାର୍ ଟ୍ରାକର୍’ ପାଇଲଟ୍ ପ୍ରକଳ୍ପକୁ ଉଦଘାଟନ କଲେ ଅମିତ ଶାହ

June 29, 2026

WhatsApp ୟୁଜରଙ୍କ ପାଇଁ ବଡ଼ ସତର୍କବାଣୀ! ୱେବ୍‌ ଓ ଡେସ୍କଟପ୍‌ରେ ମାଲୱେର ଆକ୍ରମଣ, ଜାରି ହେଲା ଆଲର୍ଟ

June 29, 2026

ଝାରପଡା ଜେଲରେ କଏଦୀ ମୃତ

June 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.