Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରିୟଙ୍କା ଗାନ୍ଧିଙ୍କୁ ନିଆରା ବ୍ୟାଗ ଉପହାର ଦେଇ ଜାତୀୟ ରାଜନୀତିର ଚର୍ଚ୍ଚାରେ ଅପରାଜିତା ଷଡଙ୍ଗୀ
ଜାତୀୟ ଖବର

ପ୍ରିୟଙ୍କା ଗାନ୍ଧିଙ୍କୁ ନିଆରା ବ୍ୟାଗ ଉପହାର ଦେଇ ଜାତୀୟ ରାଜନୀତିର ଚର୍ଚ୍ଚାରେ ଅପରାଜିତା ଷଡଙ୍ଗୀ

December 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରିୟଙ୍କା ଗାନ୍ଧିଙ୍କୁ ନିଆରା ବ୍ୟାଗ ଉପହାର ଦେଇ ଜାତୀୟ ରାଜନୀତିର ଚର୍ଚ୍ଚାରେ ଅପରାଜିତା ଷଡଙ୍ଗୀ

ନୂଆଦିଲ୍ଲୀ: ସଂସଦ ଭବନରେ ବ୍ୟାଗ୍ ନେଇ ଚର୍ଚ୍ଚାରେ ଥିବା କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଏକ ନିଆରା ବ୍ୟାଗ ଉପହାର ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଯେଉଁ ବ୍ୟାଗରେ ଲେଖାଯାଇଛି ‘୧୯୮୪’।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ତାଙ୍କ ଦେହରକ୍ଷୀଙ୍କ ଗୁଳିରେ ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ନିହତ ହେବା ପରେ ଶିଖ୍ ବିରୋଧୀ ଦଙ୍ଗା ଦେଖାଦେଇଥିଲା। ଏଥିରେ ସାରା ଦେଶରେ ପ୍ରାୟ ଏହ ହଜାର ଶିଖ୍ ପ୍ରାଣ ହରାଇଥିଲେ। ଏହି ବ୍ୟାଗ୍ ସେହି ଘଟଣାକୁ ମନେପକାଇ ଦେଇଛି। ପ୍ରଶାସିକା ରୁ ରାଜନେତା ପାଲଟିଥିବା ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ତାଙ୍କ ପ୍ରତିପକ୍ଷଙ୍କୁ ଏଭଳି ଜବାବ କୁ ନେଇ ଏବେ ରାଜଧାନୀ ଦିଲ୍ଲୀରେ ଭାରି ଚର୍ଚ୍ଚା।ଯାହାକୁ ନେଇ ବ୍ୟାଗର ଜବାବ, ବ୍ୟାଗରେ ଦେଲେ ବୋଲି ଆଲୋଚନା ହେଉଛି।

ବିଗତ ଦିନରେ ସଂସଦକୁ ପାଲେଷ୍ଟାଇନ ଲେଖାଥିବା ଓ ବାଂଲାଦେଶ ଲେଖାଥିବା ବ୍ୟାଗ୍ ଆଣି ଚର୍ଚ୍ଚାରେ ଥିଲେ ପ୍ରିୟଙ୍କା। ଅନ୍ୟପଟେ ସମ୍ୱିଧାନ ପ୍ରଣେତା ବାବାସାହେବ ଆମ୍ୱେଦକରଙ୍କୁ ନେଇ ସଂସଦରେ ଆରୋପ ପ୍ରତ୍ୟାରୋପ ଲାଗି ରହିଥିବା ସହ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଓ ମୁକେଶ ରାଜପୁତଙ୍କୁ ଧକ୍କା ମାରି ଆହତ କରିବା ଅଭିଯୋଗ ପରେ ଏମିତି ଢଙ୍ଗରେ ଜବାବ ଦେଇଛନ୍ତି ଅପରାଜିତା।

ଉଭୟ ବିଜେପି ଓ କଂଗ୍ରେସ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ଜୋର୍ ଧରିଥିବା ବେଳେ ଅପରାଜିତା ବ୍ୟାଗ ଉପହାର ଦେଇ ସମଗ୍ର ଭାରତୀୟ ରାଜନୀତିରେ ଚର୍ଚ୍ଚାକୁ ଆସିଛନ୍ତି। ଏଠାରେ ସୂଚନା ଯୋଗ୍ୟ,ଗତ ସପ୍ତାହରେ ପାଲେଷ୍ଟାଇନ୍ ଲେଖାଥିବା ବ୍ୟାଗ ଧରି ପ୍ରିୟଙ୍କା ସଂସଦକୁ ଆସିଥିଲେ। ଏହାକୁ ନେଇ ବିତର୍କ ସୃଷ୍ଟି ହୋଇଥିଲା। ଏହି ବିତର୍କ ଥମିନଥିବା ବେଳେ ପ୍ରିୟଙ୍କା ପୁଣି ଏକ ବାଂଲାଦେଶ ଲେଖାଥିବା ବ୍ୟାଗ ଧରି ସଂସଦକୁ ଆସିଥିଲେ।

ଏହି ବ୍ୟାଗରେ ଲେଖାଥିଲା ବାଂଲାଦେଶର ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କ ସହ ଛିଡା ହୁଅ। ବାଂଲାଦେଶରେ ସଂଖ୍ୟାଲଘୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଦୃଷ୍ଟିରେ ରଖି ସେ ଏହି ବ୍ୟାଗ ଧରି ସଂସଦକୁ ଆସିଥିଲେ। ବାଂଲାଦେଶର ସଂଖ୍ୟାଲଘୁମାନଙ୍କ ସୁରକ୍ଷା ଲାଗି ସରକାର କୂଟନୈତିକ ସ୍ତରରେ ଆଲୋଚନା କରିବାକୁ ସେ ଦାବି କରିଥିଲେ। ୧୯୭୧ରେ ବାଂଲାଦେଶର ମୁକ୍ତି ଯୁଦ୍ଧରେ ଭାରତର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିବାର କହିଥିଲେ ପ୍ରିୟଙ୍କା।

ତେବେ ତାଙ୍କୁ କଡା ଜବାବ ଦେଇଥିଲେ ପୁରୀର ବିଜେପି ସାଂସଦ ସମ୍ୱିତ ପାତ୍ର । କହିଥିଲେ, ଗାନ୍ଧି ପରିବାର ସବୁବେଳେ ତୁଷ୍ଟିକରଣ ବ୍ୟାଗ ଧରି ବୁଲେ। ଏହି ତୁଷ୍ଟିକରଣ ବ୍ୟାଗ ପାଇଁ କଂଗ୍ରେସ ପରାଜୟର ସାମନା କରୁଛି। ପ୍ରିୟଙ୍କାଙ୍କ ବ୍ୟାଗ ରାଜନୀତିକୁ ବ୍ୟାଗରେ କାଉଣ୍ଟର କରିଛନ୍ତି ଅପରାଜିତା। ମନେ ପକାଇ ଦେଇଛନ୍ତି ଶିଖ୍ ବିରୋଧୀ ଦଙ୍ଗାର କଥା, ରକ୍ତପାତର କଥା।

ଅପରାଜିତା ଷଡଙ୍ଗୀ ପ୍ରିୟଙ୍କା ଗାନ୍ଧି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ
Share. Facebook Twitter LinkedIn Email WhatsApp Copy Link

Related Posts

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026
Latest News

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.