Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜଭବନ ସମ୍ମୁଖରେ ରାଜ୍ୟ ବିଜେପିର ଗଣବିକ୍ଷୋଭ
ଜାତୀୟ ଖବର

ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜଭବନ ସମ୍ମୁଖରେ ରାଜ୍ୟ ବିଜେପିର ଗଣବିକ୍ଷୋଭ

December 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜଭବନ ସମ୍ମୁଖରେ ରାଜ୍ୟ ବିଜେପିର ଗଣବିକ୍ଷୋଭ

ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ବାଲେଶ୍ୱର ଲୋକସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଫରୁଖାବାଦ ସାଂସଦ ମୁକେଶ ରାଜପୁତଙ୍କୁ କଂଗ୍ରେସର ରାହୁଲ ଗାନ୍ଧୀ ସଂସଦ ସମ୍ମୁଖରେ ଆକ୍ରମଣ ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ବିଜେପି କାର୍ଯ୍ୟକର୍ତାମାନେ ଭୁବନେଶ୍ୱର ପାୱାର ହାଉସ ଛକ ନିକଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଗଣବିକ୍ଷୋଭ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥିସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଏଥିରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଯୋଗଦେଇ କହିଛନ୍ତି ଯେ, ଗତକାଲି ପବିତ୍ର ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯେପରି ଆଚରଣ ପ୍ରଦର୍ଶିତ କରି ଗୁଣ୍ଡାଗର୍ଦ୍ଦି କଲେ ତାହାକୁ ଯେତେ ନିନ୍ଦା କଲେ କମ୍ ହେବ। ତାଙ୍କ ଯୋଗୁ ଓଡ଼ିଶାର ସାଂସଦ ଶ୍ରୀ ଷଡ଼ଙ୍ଗୀ ଆହତ ହୋଇ ଆଇସିୟୁରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି।

ଗଣତନ୍ତ୍ରର ସର୍ବେର୍ାଚ୍ଚ ମନ୍ଦିର ସଂସଦରେ ବିଜେପିର ୨ ଜଣ ସାଂସଦଙ୍କୁ ରକ୍ତାକ୍ତ କରି ରାହୁଲ ଗାନ୍ଧୀ ଯେଉଁ ରକ୍ତର ଛିଟା ପକାଇଲେ ଏହା ଇତିହାସରେ ଲିପିବଦ୍ଧ ହୋଇ ରହିବ। ତାଙ୍କର ଏହି ଆକ୍ରମଣ କେବଳ ଜନପ୍ରତିନିଧିଙ୍କ ଉପରେ ନୁହେଁ ବରଂ ଗଣତନ୍ତ୍ର ମନ୍ଦିର ଉପରେ ଆକ୍ରମଣ। ଏହି ଘଟଣା ନିର୍ବାଚିତ ପ୍ରତିନିଧିଙ୍କ ସୁରକ୍ଷା ପ୍ରତି ଏକ ବିପଦପୂର୍ଣ୍ଣ ସଂକେତକୁ ଆହ୍ୱାନ କରୁଛି। ଓଡ଼ିଆ ସାଂସଦ ଶ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ଏହି ଆକ୍ରମଣ ଓଡ଼ିଆ ଲୋକଙ୍କ ଭାବନାକୁ ଗଭୀର ଭାବରେ ଆଘାତ ଦେଇଛି।

ଏପରି ଅସମ୍ମାନକୁ ଓଡିଶା କେବେବି ସହ୍ୟ କରିବ ନାହିଁ। କଂଗ୍ରେସ ଦଳର କାର୍ଯ୍ୟ ଏବଂ ଭାଷଣବାଜି ବିଭାଜନକାରୀ ଏବଂ ହିଂସାତ୍ମକ ରାଜନୀତିର ଇତିହାସକୁ ଏହା ପ୍ରତିଫଳିତ କରେ। ଏହାର ପ୍ରତିବାଦ କରି ଗତକାଲି ଯୁବମୋର୍ଚ୍ଚା ତରଫରୁ ରାହୁଲ ଗାନ୍ଧୀଙ୍କର କୁଶପୁତଳିକା ଦାହ କରାଯାଇଥିବା ବେଳେ ଆଜି ବିଜେପି କାର୍ଯ୍ୟକର୍ତାମାନେ ଗଣାଧାରଣା ଦେଇଛନ୍ତି। ଏଥିସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି ଯେ, ଏଭଳି କାର୍ଯ୍ୟ କରି କଂଗ୍ରେସ ଦଳ ଭାରତବର୍ଷର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିଛି। ଗଣତନ୍ତ୍ରକୁ ଶକ୍ତିଶାଳୀ କରିବା ବଦଳରେ ଉପହାସ କରାଯାଇଛି।

ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଛବି ମଲ୍ଲିକ, ବାବୁ ସିଂ, ପ୍ରକାଶ ଚନ୍ଦ୍ର ସେଠୀ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ, ବରିଷ୍ଠ ନେତା ଅରବିନ୍ଦ ଢ଼ାଲି, ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର, ସ୍ୱଚ୍ଛ ଭାରତ ଅଭିଯାନ ସଂଯୋଜକ ମହେଶ୍ୱର ମହାନ୍ତି, ମୁରଲୀ ଶର୍ମାଙ୍କ ସମେତ ବହୁ ନେତୃବୃନ୍ଦ ଓ କର୍ମକର୍ତା ଉପସ୍ଥିତ ଥିଲେ।

ବିଜେପି ବିକ୍ଷୋଭ ରାଜ୍ୟ ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Latest News

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026

ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା, ବକେୟା କିସ୍ତି ନେଇ ଆସିଲା ବଡ଼ ଅପଡେଟ୍‌

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.