Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରୁବେନଙ୍କୁ ଚ୍ୟାଲେଞ୍ଜ କଲେ ଅରୁଣ ସାହୁ, କହିଲେ ଅଣ୍ଡିରା ପୁଅ ତ ବିଜେପି ବିରୋଧରେ ଲେଖିକି ଦେଖାଅ
ଜାତୀୟ ଖବର

ରୁବେନଙ୍କୁ ଚ୍ୟାଲେଞ୍ଜ କଲେ ଅରୁଣ ସାହୁ, କହିଲେ ଅଣ୍ଡିରା ପୁଅ ତ ବିଜେପି ବିରୋଧରେ ଲେଖିକି ଦେଖାଅ

December 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
arunasahu
ରୁବେନଙ୍କୁ ଚ୍ୟାଲେଞ୍ଜ କଲେ ଅରୁଣ ସାହୁ, କହିଲେ ଅଣ୍ଡିରା ପୁଅ ତ ବିଜେପି ବିରୋଧରେ ଲେଖିକି ଦେଖାଅ

ଭୁବନେଶ୍ବର: ବର୍ତ୍ତମାନ ଜାତୀୟ ସ୍ତରର ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ଲିଖିତ ପୁସ୍ତକକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ରୁବେନ ତାଙ୍କ ଲିଖିତ ‘ନବୀନ ପଟ୍ଟନାୟକ’ ପୁସ୍ତକର ନିର୍ବାଚନ ପରର ବିଷୟକୁ ଯୋଡି ଏକ ନୂଆ ସଂସ୍କରଣ ପ୍ରକାଶ କରିଛନ୍ତି। ଯେଉଁଥିରେ ସେ ବିଜେଡି ବିଜେପି ମେଣ୍ଟ ପାଣ୍ଡିଆନ ଚାହୁଁଥିଲେ ବୋଲି ଉଲ୍ଲେଖ କରିଛନ୍ତି।

ସେତିକି ନୁହେଁ ପାଣ୍ଡିଆନଙ୍କ ଚକ୍ରାନ୍ତ, ବିଜେପି ଦିଲ୍ଲୀ ନେତୃତ୍ବଙ୍କ ସହିତ ବାରମ୍ବାର କଥାବାର୍ତ୍ତା କରିବା। ଚ୍ୟାଟର ଫ୍ଲାଇଟରେ ଯିବା ଆସିବା କରିବା ସଂପର୍କରେ ରୁବେନ ସେହି ପୁସ୍ତକରେ ଉଲ୍ଲେଖ କରିଛନ୍ତି। ପାଣ୍ଡିଆନ ନିଜର ସୁରକ୍ଷା ପାଇଁ ଏପରି ମେଣ୍ଟ କରିବାକୁ ଚାହୁଁଥିଲେ ବୋଲି ରୁବେନ କହିଛନ୍ତି। ହେଲେ ପରବର୍ତ୍ତି ସମୟରେ ଓଡିଶା ବିଜେପି ତରଫରୁ ମେଣ୍ଟ ବିରୋଧରେ ପ୍ରବଳ ସ୍ବର ଉଠିଲା। ଶେଷରେ ଦିଲ୍ଲୀରେ ବିଜେପି ନେତୃତ୍ବ ଏହି ମେଣ୍ଟରୁ ଓହରିଗଲେ।

ଏହାକୁ ନେଇ ବିଜେଡି ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି। ବିଜେଡି ବିଧାୟକ ଅରୁଣ ସାହୁ ସାମ୍ବାଦିକ ରୁବେନ ବାନାର୍ଜୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି ଯେ, ରୁବେନ ହେଉଛନ୍ତି ବିରୋଧୀ ବିଜେପି ଦଳର ସମର୍ଥକ। ସେ ଦୀର୍ଘ ବର୍ଷ ଧରି ବିଜେପି ନେତାଙ୍କ ଇସାରାରେ ବିଜେଡି ବିରୋଧରେ କହିଆସୁଛନ୍ତି। କାହିଁ ସେ ଯଦି ଅଣ୍ଡିରା ପୁଅ ବିଜେପି ବିରୋଧରେ ଗୋଟିଏ ଧାଡି ଲେଖିକି ଦେଖାନ୍ତୁ ବୋଲି ଅରୁଣ ଚ୍ୟାଲେଞ୍ଜ କରିଛନ୍ତି।

ଅରୁଣ କହିଛନ୍ତି ଯେ, ମୁଁ ଜାଣିବାରେ ରୁବେନ ଆମର ନେତା ନବୀନ ପଟ୍ଟନାୟକଙ୍କ ଦୀର୍ଘ ବର୍ଷ ଧରି ଦେଖା କରି ନାହାଁନ୍ତି। ଏପରିକି ସେ ଦୀର୍ଘ ବର୍ଷ ଧରି କେବେ କଥା ମଧ୍ୟ ହୋଇ ନାହାଁନ୍ତି। ଜଣଙ୍କ ସଂପର୍କରେ କିଛି ଲେଖିବା ପୂର୍ବରୁ ତାଙ୍କ ସହିତ ଆଲୋଚନା କରିବାର ଆବଶ୍ୟକ ରହିଛି। ତାଙ୍କ ବିରୋଧରେ କିଛି ତଥ୍ୟ ଦେବା ପୂର୍ବରୁ ତାଙ୍କର ମନ୍ତବ୍ୟ ଉପସ୍ଥାପିତ କରିବା ଦରକାର। ହେଲେ ସେ ଏକପାଖିଆ କରି ସେ ବିଜେପିର ମତକୁ ଉପସ୍ଥାପିତ କରିଛନ୍ତି।

ରୁବେନ ସେହି ପୁସ୍ତକରେ ଯାହା ଉଲ୍ଲେଖ କରିଛନ୍ତା ତାହା ହେଉ ପାନ ଦୋକାନ, ଚା ଦୋକାନରେ ଗୁଲିଖଟି କରାଯାଉଥିବା ତଥ୍ୟ। ତାହାକୁ ସେ ସୁନ୍ଦର ଭାବେ ଉପସ୍ଥାପିତ କରି ନିଜକୁ ବହୁତ ବଡ ବୋଲି ଭାବୁଛନ୍ତି। ସେ ପ୍ରକାରର ପୁସ୍ତକକୁ ଆମେ ପ୍ରତ୍ୟାଖାନ କରୁଛି। ତାହାକୁ ଆମେ ବ୍ୟାନ କରୁଛୁ ଏବଂ ରାଜ୍ୟବାସୀ ମଧ୍ୟ ଏହି ପୁସ୍ତକକୁ ପ୍ରତ୍ୟାଖାନ କରିବେ ବୋଲି କହିଛନ୍ତି ଅରୁଣ ସାହୁ। ତେବେ ରୁବେନ ବାନାର୍ଜୀଙ୍କ ଏହି ପୁସ୍ତକକୁ ନେଇ ସାରା ରାଜ୍ୟରେ ବେଶ ଚର୍ଚ୍ଚା ଚାଲିଛି।

ଅରୁଣ ସାହୁ ନବୀନ ପଟ୍ଟନାୟକ ରୁବେନ ବାନାର୍ଜୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠାରୁ ସ୍ମାର୍ଟ ବଜାରର ‘ଫୁଲ ପଇସା ଅସୁଲ ସେଲ୍‌’ ଆରମ୍ଭ

January 21, 2026

ଡବ୍ଲୁପିଏଲରେ ପଦାର୍ପଣ କଲେ ସବୁଠାରୁ କମ୍ ବୟସର ଖେଳାଳି: ଜାଣନ୍ତୁ ସେ କିଏ?

January 21, 2026

‘ଭାରତ ନୁହେଁ, ଏହି ଦେଶ ଉପରେ ଲାଗିବ ୫୦୦% ଶୁଳ୍କ’: ଆମେରିକାର ଅର୍ଥ ସଚିବଙ୍କ ବଡ଼ ଖୁଲାସା

January 21, 2026

ଏହି ଦିନ ଚାଷୀଙ୍କୁ ମିଳିବ ପିଏମ କିଷାନ ଯୋଜନାର ୨୨ ତମ କିସ୍ତି: ଜାଣନ୍ତୁ ତାଜା ଅପଡେଟ୍

January 21, 2026
Latest News

ଆଜିଠାରୁ ସ୍ମାର୍ଟ ବଜାରର ‘ଫୁଲ ପଇସା ଅସୁଲ ସେଲ୍‌’ ଆରମ୍ଭ

January 21, 2026

ନାସାରୁ ଅବସର ନେଲେ ସୁନିତା ୱିଲିୟମ୍ସ: ଜାଣନ୍ତୁ ସେ ଏବେ କେତେ ପାଇବେ ପେନସନ?

January 21, 2026

ଡବ୍ଲୁପିଏଲରେ ପଦାର୍ପଣ କଲେ ସବୁଠାରୁ କମ୍ ବୟସର ଖେଳାଳି: ଜାଣନ୍ତୁ ସେ କିଏ?

January 21, 2026

ଉଡ଼ାଣର କିଛି ସମୟ ପରେ ଟ୍ରମ୍ପଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି: ଯାତ୍ରା ବାତିଲ ହେବ କି ସ୍ୱିଜରଲ୍ୟାଣ୍ଡ ଯାତ୍ରା?

January 21, 2026

‘ଭାରତ ନୁହେଁ, ଏହି ଦେଶ ଉପରେ ଲାଗିବ ୫୦୦% ଶୁଳ୍କ’: ଆମେରିକାର ଅର୍ଥ ସଚିବଙ୍କ ବଡ଼ ଖୁଲାସା

January 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.