Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିରାଟ କୋହଲିଙ୍କୁ ମହଙ୍ଗା ପଡିଲା ସାମ୍ କନଷ୍ଟାସ୍ ଙ୍କ ସହ ଝଗଡା: ଆଇସିସି ଲଗାଇଲା ଜରିମାନା
ଜାତୀୟ ଖବର

ବିରାଟ କୋହଲିଙ୍କୁ ମହଙ୍ଗା ପଡିଲା ସାମ୍ କନଷ୍ଟାସ୍ ଙ୍କ ସହ ଝଗଡା: ଆଇସିସି ଲଗାଇଲା ଜରିମାନା

December 26, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚତୁର୍ଥ ଟେଷ୍ଟରେ ବିରାଟ କୋହଲି ପ୍ରଥମ ଅଧିବେଶନରେ ସାମ କନଷ୍ଟାସ୍ ଙ୍କ ସହ ମୁହାଁମୁହିଁ ହୋଇଥିଲେ। ପଡ଼ିଆରେ ଝଗଡା ହୋଇଥିଲା, ଯେଉଁଥିପାଇଁ ଅମ୍ପାୟାରଙ୍କୁ ହସ୍ତକ୍ଷେପ କରିବାକୁ ପଡିଲା। ବର୍ତ୍ତମାନ ଆଇସିସି କନଷ୍ଟାସ୍ ଙ୍କୁ ତାଙ୍କ ମ୍ୟାଚ୍ ଫି’ର ୨୦ ପ୍ରତିଶତ ଜୋରିମାନା କରିଛି। ଏହା ସହିତ ତାଙ୍କୁ ଗୋଟିଏ ଡେମେରିଟ୍ ପଏଣ୍ଟ ମଧ୍ୟ ଦିଆଯାଇଛି।

ବିରାଟ କୋହଲି ଆଇସିସି ନିୟମର ଧାରା ୨.୧୨ ଉଲ୍ଲଂଘନ କରିଛନ୍ତି, ଯେଉଁଥିରେ କୌଣସି ଖେଳାଳି ପଡ଼ିଆର ଅନ୍ୟ ଖେଳାଳିଙ୍କ ସହ ଅନୁପଯୁକ୍ତ ଭାବେ ଶାରୀରିକ ସମ୍ପର୍କରେ ଆସିପାରିବେ ନାହିଁ। ଯଦି ଜଣେ ଖେଳାଳୀ ଜାଣିଶୁଣି ବିରୋଧୀ ଖେଳାଳିଙ୍କ ଆଡକୁ ଯାଆନ୍ତି କିମ୍ବା କୌଣସି ଖେଳାଳି କିମ୍ବା ଅମ୍ପାୟାରଙ୍କୁ କାନ୍ଧରେ ଧକ୍କା ଦିଅନ୍ତି, ତେବେ ତାହା ଦଣ୍ଡନୀୟ ଅପରାଧ ହେବ।

ଅଷ୍ଟ୍ରେଲୀୟ ଇନିଂସର ଦଶମ ଓଭରରେ ଜସପ୍ରୀତ ବୁମରା ବୋଲିଂ କରିଥିଲେ। କନଷ୍ଟାସ୍ ବଲକୁ ଖେଳିଥିଲେ, ଏହା ପରେ କୋହଲି ବଲ ଉଠାଇ ଯୁବ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଙ୍କ ଆଡକୁ ଆସୁଥିବାର ନଜର ଆସିଥିଲେ। ଏହି ସମୟରେ ସେ କନଷ୍ଟାସ୍ ଙ୍କୁ କାନ୍ଧରେ ଧକ୍କା ଦେଇଥିଲେ, କିନ୍ତୁ ୧୯ ବର୍ଷୀୟ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ମଧ୍ୟ ପଛକୁ ନ ହଟି ପାଲଟା ଆକ୍ରମଣ କରିଥିଲେ। ବାତାବରଣ ଅଶାନ୍ତ ହୋଇଥିଲା, ଏହା ପରେ ଅମ୍ପାୟାର ଏଥିରେ ହସ୍ତକ୍ଷେପ କରିଥିଲେ ଏବଂ ଉସମାନ ଖ୍ୱାଜା ମଧ୍ୟ ତାଙ୍କ ଦେଶ କନଷ୍ଟାସ୍ ଙ୍କୁ ବୁଝାଇଥିବାର ନଜର ଆସିଥିଲେ। ଏହି ଘଟଣା ଦେଖି ଏମସିଜି ଗ୍ରାଉଣ୍ଡରେ ଉପସ୍ଥିତ ୯୦ ହଜାରରୁ ଅଧିକ ଲୋକ ଚିତ୍କାର କରିବାକୁ ଲାଗିଥିଲେ।

ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ରିକି ପଣ୍ଟିଙ୍ଗ କୋହଲିଙ୍କ ଏହି କାର୍ଯ୍ୟକୁ ବିରୋଧ କରି କହିଛନ୍ତି ଯେ, ମ୍ୟାଚ୍ ରେଫରି ଏହା ଉପରେ ନଜର ରଖିବା ଉଚିତ୍। ପରିଶେଷରେ ମ୍ୟାଚ୍ ରେଫରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ, ଯେଉଁଥିପାଇଁ ଜରିମାନା ବ୍ୟତୀତ ‘କିଙ୍ଗ କୋହଲି’ଙ୍କୁ ମଧ୍ୟ ଗୋଟିଏ ଡିମେରିଟ୍ ପଏଣ୍ଟ ଦିଆଯାଇଥିଲା। ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ ମଧ୍ୟ କହିଛନ୍ତି ଯେ, କୋହଲିଙ୍କ ଏହା କରିବା ଆବଶ୍ୟକ ନଥିଲା।

IND Vs AUS Ind Vs Aus 4th Test India Vs Australia Sam Konstas Virat Kohli Virat Kohli News
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026

ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026
Latest News

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026

ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.