Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଡକ୍ଟର ମନମୋହନ ସିଂଙ୍କ ଓଡିଶା ସହ ରହିଛି ପାରିବାରିକ ସଂପର୍କ, ଓଡିଆ ପୁଅକୁ କରିଛନ୍ତି ଜ୍ବାଇଁ
ଜାତୀୟ ଖବର

ଡକ୍ଟର ମନମୋହନ ସିଂଙ୍କ ଓଡିଶା ସହ ରହିଛି ପାରିବାରିକ ସଂପର୍କ, ଓଡିଆ ପୁଅକୁ କରିଛନ୍ତି ଜ୍ବାଇଁ

December 27, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଡକ୍ଟର ମନମୋହନ ସିଂଙ୍କ ଓଡିଶା ସହ ରହିଛି ପାରିବାରିକ ସଂପର୍କ, ଓଡିଆ ପୁଅକୁ କରିଛନ୍ତି ଜ୍ବାଇଁ

ଭୁବନେଶ୍ବର: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶ୍ବ ବିଖ୍ୟାତ ଅର୍ଥନୀତିଜ୍ଞ ବିୟୋଗ ସାରା ଦେଶକୁ ସ୍ତବ୍ଧ କରିଦେଇଛି। କାରଣ ତାଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ଭାରତର ଅର୍ଥନୀତି ଯେଉଁ ସୋପାନରେ ପହଞ୍ଚିଥିଲା ତାହା ଉଦାହରଣ ହୋଇ ରହିଛି। ଫଳରେ ତାଙ୍କର ବିୟୋଗରେ କେବଳ ଭାରତ କାହିଁକି ସାରା ବିଶ୍ବରେ ଶୋକର ଛାୟା ଖେଳିଯାଇଛି।

ତେବେ ମନମୋହନଙ୍କ ଓଡିଶା ସହିତ ରହିଛି ରାଜନୈତିକ ତଥା ପାରିବାରିକ ସଂପର୍କ। କାରଣ ସେ ଜଣେ ଓଡିଆ ପୁଅକୁ ଜ୍ବାଇଁ କରିଛନ୍ତି। ସେ ହେଉଛନ୍ତି ଅଶୋକ ପଟ୍ଟନାୟକ। ମନମୋହନଙ୍କ ଚାରି ଝିଅ ମଧ୍ୟରୁ ଦ୍ବିତୀୟ ଝିଅ ଦାମନ ସିଂଙ୍କୁ ବାହା ହୋଇଛନ୍ତି ଅଶୋକ ପଟ୍ଟନାୟକ। ଅଶୋକ ହେଉଛନ୍ତି ୧୯୮୩ ମସିହାର ଗୁଜୁରାଟ କ୍ୟାଡର ଆଇପିଏସ। ତାଙ୍କ ଘର କଟକ, ହେଲେ ବର୍ତ୍ତମାନ ତାଙ୍କ ପରିବାର ଭୁବନେଶ୍ବରର ଖାରବେଳ ନଗରରେ ରହୁଛନ୍ତି।

ମନମୋହନ ସିଂ ପ୍ରଧାନମନ୍ତ୍ରୀ ପଦରୁ ଯିବା ପରେ ୨୦୧୬ ରୁ ୨୦୧୮ ମସିହାରେ ଅଶୋକ ନ୍ୟାସନାଲ ଇଣ୍ଟିଲେଜେନସି ଗ୍ରୀଡର ସିଇଓ ଥିଲେ। ସେତେବେଳେ ଅଶୋକ ଦେଶର ସୁରକ୍ଷା ଦିଗରେ ବହୁତ କିଛି ପରିବର୍ତ୍ତନ କରିଥିଲେ। ୨୦୦୭ ମସିହାରେ ଅଶୋକ ସେତେବେଳେ ନିଜ ଶଶୂର ତଥା ତତକାଳିନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ହାତରୁ ରାଷ୍ଟ୍ରପତି ପୋଲିସ ପଦକ ହାସଲ କରିଥିଲେ।

ଅଶୋକଙ୍କ ପତ୍ନୀ ଦାମନ ସିଂ ହେଉଛନ୍ତି ଜଣେ ଲେଖିକା। ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ସେଣ୍ଟ ଷ୍ଟିଫେନସନ କଲେଜରୁ ସ୍ନତକ ଶିକ୍ଷା ଗ୍ରହଣ କରିଛନ୍ତି। ଏହାପରେ ସେ ଗୁଜୁରାଟରର ଆଇଆରଏମଏ  ରୁ ରୁରାଲ ମ୍ୟାନଜମେଣ୍ଟରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଛନ୍ତି। ସେ ୧୯୯୧ ମସିହାରେ ଓଡିଆ ପୁଅ ଅଶୋକ ପଟ୍ଟନାୟକଙ୍କ ବିବାହ କରିଛନ୍ତି। ସେ ତାଙ୍କ ଶଶୂର ଘରେ ବା ଅଶୋକଙ୍କ ଘରେ ନୋନୁ ଭାବେ ପରିଚିତ। ତାଙ୍କ ଶାଶୂ ତାଙ୍କୁ ଏହି ନାମରେ ଡାକୁଥିଲେ।

ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ବେଳେ ସେ ଯେତେବେଲେ ଓଡିଶା ଗସ୍ତରେ ଆସୁଥିଲେ ସେତେବେଳେ ତାଙ୍କ ସମୁଦିଆଣି ବା ଅଶୋକଙ୍କ ମାତା ରତ୍ନମାଳା ପଟ୍ଟନାୟକ ରାଜଭବନରେ ତାଙ୍କୁ ସାକ୍ଷାତ କରୁଥିଲେ। ତାଙ୍କ ସହିତ ଭୋଜନ ମଧ୍ୟ କରୁଥିଲେ। ଏପରିକି ମନମୋହନଙ୍କ ଧର୍ମପତ୍ନୀ ଗୁରୁସରନ କୌର ମଧ୍ୟ ଭୁବନେଶ୍ବରସ୍ଥିତ ତାଙ୍କ ଜ୍ବାଇଁଙ୍କ ଘରକୁ ବୁଲିବାକୁ ଆସୁଥିଲେ।

ଅଶୋକ ସେତେବେଳେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଜାମାତା ହୋଇଥିଲେ ମଧ୍ୟ ସେ ସବୁବେଳେ ନିଜକୁ ପ୍ରଚାର ପ୍ରସାରରୁ ଦୂରରେ ରଖୁଥିଲେ। ସେ ଜଣେ ଓଡିଆ ଆଇପିଏସ ଅଫିସର ଏବଂ ମନମୋହନ ସିଂଙ୍କ ଜ୍ବାଇଁ ବୋଲି ଓଡିଶାର ବହୁ ଲୋକ ଜାଣନ୍ତି ନାହିଁ। ଏପରିକି ଓଡିଶା କଂଗ୍ରେସ ନେତାମାନେ ମଧ୍ୟ ତାଙ୍କ ସଂପର୍କରେ କେହି କିଛି ଜାଣନ୍ତି ନାହିଁ। ଆଜି ମନମୋହନଙ୍କ ପରଲୋକ ପରେ ତାଙ୍କ ଜ୍ବାଇଁ ଆଇପିଏସ ଅଶୋକ ପଟ୍ଟନାୟକ ଚର୍ଚ୍ଚାରେ ଅଛନ୍ତି।

AshokIPS ଅଶୋକ ପଟ୍ଟନାୟକ ଅଶୋକ ପଟ୍ଟନାୟକ ଆଇପିଏସ ଡକ୍ଟର ମନମୋହନ ସିଂ ମନମୋହନଙ୍କ ଜ୍ବାଇଁ
Share. Facebook Twitter LinkedIn Email WhatsApp Copy Link

Related Posts

୬୨ ବର୍ଷ ପରେ ଅବସର ନେବ ମିଗ୍-୨୧ ଲଢ଼ୁଆ ବିମାନ: ଅପରେସନ୍ ସିନ୍ଦୂରରେ ପାକିସ୍ତାନର କରିଥିଲା ବିପର୍ଯ୍ୟୟ

July 22, 2025

ରକ୍ଷାବନ୍ଧନ ପୂର୍ବରୁ ମହିଳାମାନଙ୍କୁ ଯୋଗୀ ସରକାରଙ୍କ ବଡ଼ ଉପହାର: କଲେ ଏହି ଘୋଷଣା

July 22, 2025

ଅବତରଣ କରିବା ପରେ ବିମାନର ଇଞ୍ଜିନରେ ଲାଗିଲା ନିଆଁ, ହଂକଂରୁ ଦିଲ୍ଲୀ ଆସିଥିଲା ଏୟାର ଇଣ୍ଡିଆ ବିମାନ

July 22, 2025

ଜଗଦୀପ ଧନଖରଙ୍କ ଇସ୍ତଫାର ୨୪ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତିଙ୍କୁ ଭେଟିଲେ ହରିବଂଶ ନାରାୟଣ, ତାଙ୍କୁ ମିଳିବ କି ବଡ଼ ଦାୟିତ୍ୱ?

July 22, 2025
Latest News

୬୨ ବର୍ଷ ପରେ ଅବସର ନେବ ମିଗ୍-୨୧ ଲଢ଼ୁଆ ବିମାନ: ଅପରେସନ୍ ସିନ୍ଦୂରରେ ପାକିସ୍ତାନର କରିଥିଲା ବିପର୍ଯ୍ୟୟ

July 22, 2025

ରକ୍ଷାବନ୍ଧନ ପୂର୍ବରୁ ମହିଳାମାନଙ୍କୁ ଯୋଗୀ ସରକାରଙ୍କ ବଡ଼ ଉପହାର: କଲେ ଏହି ଘୋଷଣା

July 22, 2025

ଅବତରଣ କରିବା ପରେ ବିମାନର ଇଞ୍ଜିନରେ ଲାଗିଲା ନିଆଁ, ହଂକଂରୁ ଦିଲ୍ଲୀ ଆସିଥିଲା ଏୟାର ଇଣ୍ଡିଆ ବିମାନ

July 22, 2025

ଜଗଦୀପ ଧନଖରଙ୍କ ଇସ୍ତଫାର ୨୪ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତିଙ୍କୁ ଭେଟିଲେ ହରିବଂଶ ନାରାୟଣ, ତାଙ୍କୁ ମିଳିବ କି ବଡ଼ ଦାୟିତ୍ୱ?

July 22, 2025

ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ନେଇ ବଢିଲା ଚର୍ଚ୍ଚା, ଆଜି ଦିଲ୍ଲୀପ ରାୟ, ଗତକାଲି ରାଜ୍ୟପାଳ କାହିଁକି କଲେ ସାକ୍ଷାତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.