Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମେଲବର୍ଣ୍ଣରେ ଇତିହାସ ରଚିଲେ ନୀତୀଶ କୁମାର ରେଡ୍ଡୀ: ପ୍ରଥମ ଭାରତୀୟ ଭାବେ କଲେ ମହାନ ରେକର୍ଡ
ଜାତୀୟ ଖବର

ମେଲବର୍ଣ୍ଣରେ ଇତିହାସ ରଚିଲେ ନୀତୀଶ କୁମାର ରେଡ୍ଡୀ: ପ୍ରଥମ ଭାରତୀୟ ଭାବେ କଲେ ମହାନ ରେକର୍ଡ

December 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦକ୍ଷିଣ ଆଫ୍ରିକା ବିରୋଧରେ ପ୍ରଥମ ଟେଷ୍ଟରୁ ବାଦ ପଡିଲେ ନିତୀଶ ରେଡ୍ଡୀ: ଏହି ଖେଳାଳିଙ୍କୁ ମିଳିବ ସୁଯୋଗ
ଦକ୍ଷିଣ ଆଫ୍ରିକା ବିରୋଧରେ ପ୍ରଥମ ଟେଷ୍ଟରୁ ବାଦ ପଡିଲେ ନିତୀଶ ରେଡ୍ଡୀ: ଏହି ଖେଳାଳିଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ: ମେଲବର୍ଣ୍ଣ ଟେଷ୍ଟରେ ଶତକ ହାସଲ କରି ନୀତୀଶ କୁମାର ରେଡ୍ଡୀ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି। ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ୨୦୨୪-୨୫ ମେଲବୋର୍ଣ୍ଣରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ପ୍ରଥମ ଇନିଂସ ସମୟରେ ନୀତୀଶ ରେଡ୍ଡୀ ୮ ନମ୍ବରରେ ବ୍ୟାଟିଂ କରି ୧୦ ଚୌକା ଓ ଗୋଟିଏ ଛକା ସହାୟତାରେ ୧୭୧ ବଲରେ ଶତକ ପୂରଣ କରିଛନ୍ତି। ଏହି ଶତକ ସହିତ ରେଡ୍ଡୀ ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି।

ନୀତୀଶ ରେଡ୍ଡୀଙ୍କ ମହାନ ରେକର୍ଡ:

ନୀତୀଶ କୁମାର ରେଡ୍ଡୀ ପ୍ରଥମ ଭାରତୀୟ ଭାବେ ଅଷ୍ଟ୍ରେଲିଆରେ ଅଷ୍ଟମ ନମ୍ବରରେ ବ୍ୟାଟିଂ କରୁଥିବା ବେଳେ ଶତକ ହାସଲ କରିଛନ୍ତି। ପୂର୍ବ ରେକର୍ଡ ଟିମ ଇଣ୍ଡିଆର ପୂର୍ବତନ ଭେଟେରାନ ସ୍ପିନର ଅନିଲ କୁମ୍ବଲେଙ୍କ ନାମରେ ହୋଇଥିଲା, ଯିଏ ୮୭ ରନର ଇନିଂସ ଖେଳିଥିଲେ।

ବର୍ଡର-ଗାଭାସ୍କର ଟ୍ରଫିରେ ନୀତୀଶ କୁମାର ରେଡ୍ଡୀ ତୃତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହାପୂର୍ବରୁ ଯଶସ୍ୱୀ ଜୟସ୍ଵାଲ ଏବଂ ବିରାଟ କୋହଲି ଶତକୀୟ ପାଳି ଖେଳିଥିଲେ। କୋହଲି ଏବଂ ଜୟସ୍ଵାଲ ମଧ୍ୟ ଗୋଟିଏ ଲେଖାଏଁ ଶତକ ହାସଲ କରିଛନ୍ତି।

ଦ୍ଵିତୀୟ ଦିନରେ ଟିମ୍ ଇଣ୍ଡିଆ ୨୨୧ ରନ୍ ସ୍କୋରରେ ସପ୍ତମ ୱିକେଟ୍ ହରାଇଥିଲା। ଏହା ପରେ ନୀତୀଶ ରେଡ୍ଡୀ ଏବଂ ୱାଶିଂଟନ୍ ସୁନ୍ଦର ଚମତ୍କାର ଇନିଂସ ଖେଳି ଅଷ୍ଟମ ୱିକେଟର ପତନ ପର୍ଯ୍ୟନ୍ତ ଦଳକୁ ୩୪୮ ରନ୍ ରେ ପହଞ୍ଚାଇଥିଲେ। ଅଷ୍ଟମ ୱିକେଟ୍ ପାଇଁ ରେଡ୍ଡୀ ଏବଂ ସୁନ୍ଦର ୧୨୭ (୨୮୫ ବଲ) ର ସହଭାଗିତା କରିଥିଲେ। ଏହି ସହଭାଗୀତା ଟିମ୍ ଇଣ୍ଡିଆକୁ ବହୁତ ଶକ୍ତି ଯୋଗାଇଲା।

ମେଲବୋର୍ଣ୍ଣ ଟେଷ୍ଟର ତିନି ଦିନ ସମାପ୍ତ ହୋଇଛି। ତୃତୀୟ ଦିନ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ବୋର୍ଡରେ ୩୫୮/୯ ରନ୍ ସଂଗ୍ରହ କରିଛି। ୧୦୫ ରନ୍ ସ୍କୋର କରି ନୀତୀଶ କୁମାର ରେଡ୍ଡୀ ଅପରାଜିତ ରହି ପ୍ୟାଭିଲିୟନକୁ ଫେରିଛନ୍ତି ଏବଂ ତାଙ୍କ ସହ ମହମ୍ମଦ ସିରାଜ ଦୁଇ ରନ୍ ସ୍କୋର କରି ଅପରାଜିତ ରହିଛନ୍ତି। ବର୍ତ୍ତମାନ ଟିମ୍ ଇଣ୍ଡିଆ ୧୧୬ରନ୍ ପଛରେ ରହିଛି। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ବୋର୍ଡରେ ୪୭୪ ରନ୍ ରଖିଥିଲା।

India Vs Australia Melbourne Test Nitish Kumar Reddy
Share. Facebook Twitter LinkedIn Email WhatsApp Copy Link

Related Posts

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026

ରଥଯାତ୍ରାରେ ପ୍ରବଳ ଭିଡ, ଠେଲାପେଲାରେ ଜଣେ ମୃତ, ଶତାଧିକ ଅସୁସ୍ଥ

July 16, 2026
Latest News

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.