Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ପକ୍ଷରୁ ଡକ୍ଟର ମନମୋହନ ସିଂଙ୍କ ଶ୍ରଦ୍ଧାଞ୍ଜଳି ସଭା
ଜାତୀୟ ଖବର

ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ପକ୍ଷରୁ ଡକ୍ଟର ମନମୋହନ ସିଂଙ୍କ ଶ୍ରଦ୍ଧାଞ୍ଜଳି ସଭା

December 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ପକ୍ଷରୁ ମନମୋହନ ସିଂଙ୍କ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ଵର: ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ପକ୍ଷରୁ ଶ୍ରୀ ପ୍ରତାପ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶନିବାର ସ୍ଥାନୀୟ ଗୀତଗୋବିନ୍ଦ ସଦନ‌ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା କହିଥରେ ଯେ, ନିଜର ଅତୁଳୀନୟ କୃତି ପାଇଁ ମନମୋହନ ସିଂ କେବଳ ଭାରତ ନୁହେଁ, ସାରା ବିଶ୍ଵରେ ସ୍ମରଣୀୟ ହୋଇ ରହିବେ । ଭାରତର ଦ୍ରୁତ ବିକାଶର ଶ୍ରେୟ କେବଳ ମନମୋହନ ସିଂଙ୍କର। ସରକାରକୁ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ କରିବା ପାଇଁ ସେ ସୂଚନା ଅଧିକାର ଆଇନ ପ୍ରଣୟନ କରିଥିଲେ । ଯାହାଫଳରେ ଜଣେ ସାଧାରଣ ମଣିଷ ସରକାରୀ ବ୍ୟବସ୍ଥାକୁ ପ୍ରଶ୍ନ ପୟରି ଉତ୍ତର ପାଇବାର ଅଧୁକାରପ୍ରାପ୍ତ ହୋଇପାରିଥିଲା।

ଭାରତକୁ କ୍ଷୁଧାମୁକ୍ତ କରିବା ପାଇଁ ଯୁଗାନ୍ତକାରୀ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରିବା ସହ ଉତ୍କଟ ବେକାରୀରୁ ନିସ୍ତାର ପାଇଁ ସେ ଗରିବ ଜନସାଧାରଣଙ୍କ ନିମନ୍ତେ କର୍ମସଂସ୍ଥାନ ଯୋଗାଇବାକୁ ଯୁଗାନ୍ତକାରୀ ମହମ୍ବା ଗାନ୍ଧୀ ନରେଗା ଯୋଜନା ପ୍ରଣୟନ କରିଥିଲେ। ବିଶେଷକରି ଋଷୀଙ୍କୁ ସଶକ୍ତ କରିବା ପାଇଁ ୭୦ ହଜାର କୋଟି ଟଙ୍କାର ରଣଛାଡ଼ର ବ୍ୟବସ୍ଥା ମଧ୍ୟ କରିଥିଲେ। ଭାରତବର୍ଷରେ ଅବହେଳିତ, ଅତ୍ୟାସ୍ତରିତ ଓ ନିଷ୍ପେସିତ ଜନତାଙ୍କ ପାଇଁ ବହୁ ଯୁଗାନ୍ତକାରୀ ଯୋଜନାମାନ ପ୍ରଣୟନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ଶ୍ରୀ ରବି ଦାସ କହିଲେ ଯେ, ମନମୋହନ ସିଂଙ୍କ ଲଦାରୀକରଣ ନୀତି ପାଇଁ ଭାରତରେ ଅର୍ଥନୈତିକ କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଘଟିଥିଲା। ତାଙ୍କର ପ୍ରଚେଷ୍ଟା ଫଳରେ ବିଶ୍ଵର ମାନ୍ଦା ଅବସ୍ଥାର ପ୍ରଭାବ ଭାରତରେ ପଡ଼ିପାରିଲା ନାହିଁ । ନିଜର ବିଚକ୍ଷଣତା ପାଇଁ ସମଗ୍ର ଦେଶକୁ ସେ ଆର୍ଥନ ସଙ୍କଟରୁ ଉଦ୍ଧାର କରିପାରିଥିଲେ। ସେ ପୁଞ୍ଜିପତି ବା ଶିଳ୍ପପତିଙ୍କ ଦ୍ବାରା ପ୍ରଭାବିତ ହୋଇନଥିଲେ, ବରଂ ସାଧାରଣ ଜନ‌ତାର ଅର୍ଥନୈତିକ ବିକାଶ ପାଇଁ ନୀତିନିର୍ଦ୍ଧାରଣ କରୁଥିଲେ।

ବନବାସୀଙ୍କର ଜଙ୍ଗଲ ଅଧୁକାରୀ ଆଇନ, ଜମି ଅଧିଗ୍ରହଣରେ ଉପଯୁକ୍ତ କ୍ଷତିପୂରଣ ଆଇନ- ୨୦୧୩ ତାଙ୍କର ଯୁଗାନ୍ତକାରୀ ନୀତି ଥିଲା। ଏପରିକି ଶିକ୍ଷା ଅଧୁକାର ଆଇନ, ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ପ୍ରମୁଖ ତାଙ୍କର କାର‌୍ୟ୍ୟ ଦକ୍ଷତାକୁ ପ୍ରତିପାଦନ କରିପାରିଛି। ବିଶେଷକରି ସେ ଜଣେ ପୁସ୍ତରଧର୍ମୀ ପ୍ରଧାନମନ୍ତ୍ରୀ ନଥୁଲେ। ନାରବ ରହି ଦେଶ ପାଇଁ ଅଧ୍ବକ କାର‌୍ୟ୍ୟ କରିବା ତାଙ୍କ ପ୍ରଧାନମନ୍ତ୍ରୀତ୍ବର ବୈଶିଷ୍ଟ୍ୟ ଥିଲା।

ଏହି କାର୍ଯ୍ୟକ୍ରମରେ ରଣଜିତ ପାତ୍ର, ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ରବିତ ପ୍ରଧାନ, ରଜନୀ ମହାନ୍ତି, ସୁଦାସ ପ୍ରଧାନ, ଅକ୍ଷୟ ମଲ୍ଲିକ, ବିନୋଦ ରାଉତ, ସତ୍ୟବ୍ରତ ଦାସ, ଗୁରୁ ଚରଣ ମହାପାତ୍ର, ରାଜକିଶୋର ବାରିକ, ଆଲୋକ ମହାନ୍ତି, ଶ୍ରୀୟାସ୍ମିତା ପଣ୍ଡା, ମୀର ଅହମ୍ମଦ ଅଲୀ, ଶୁଭମ ରାଳ, ସ୍କନ୍ଦନ ସ୍ଵାଇଁ ଓ କମରୁଦ୍ଦିନ ଅଲ୍ଲୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ପ୍ରଦ୍ୟୁମ୍ନ ବାସ ସଭା ପରିସ୍ଖଳନା କାର‌୍ୟ୍ୟ ସମ୍ପାଦନ କରିଥିଲେ

ମନମୋହନ ସିଂ
Share. Facebook Twitter LinkedIn Email WhatsApp Copy Link

Related Posts

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Latest News

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.