Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନୂଆବର୍ଷରେ ନୂଆ ମଙ୍ଗୁଆଳ ଖୋଜୁଛି ରାଜ୍ୟର ତିନି ପ୍ରମୁଖ ଦଳ, କାହା ମୁଣ୍ଡରେ କଳସ
ଜାତୀୟ ଖବର

ନୂଆବର୍ଷରେ ନୂଆ ମଙ୍ଗୁଆଳ ଖୋଜୁଛି ରାଜ୍ୟର ତିନି ପ୍ରମୁଖ ଦଳ, କାହା ମୁଣ୍ଡରେ କଳସ

January 1, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନୂଆବର୍ଷରେ ନୂଆ ମଙ୍ଗୁଆଳ ଖୋଜୁଛି ରାଜ୍ୟର ତିନି ପ୍ରମୁଖ ଦଳ, କାହା ମୁଣ୍ଡରେ କଳସ

ଭୁବନେଶ୍ବର: ନୂଆ ବର୍ଷରେ ନୂଆ ମଙ୍ଗୁଆଳ ଖୋଜିବାରେ ଲାଗିଛି ଓଡିଶାର ତିନି ପ୍ରମୁଖ ଦଳ। ବିଜେଡି ବିଜେପି ଏବଂ କଂଗ୍ରେସ ଦଳର ନୂଆ ସଭାପତି ଏହି ନୂଆ ବର୍ଷରେ ଘୋଷଣା ହେବ। ସେଥିପାଇଁ 2025 ମସିହାରୁ ଦଳ କାହା ନେତୃତ୍ବରେ ଆଗକୁ ଯିବ ସେ ନେଇ ଅଙ୍କକଷା ଚାଲିଛି।

ଦଳିୟ ନିୟମ ଅନୁସାରେ ଜାତୀୟ ବିଜେପି ଦଳ ତାହାର ତ୍ରୁଣମୂଳ ନିର୍ବାଚନ କରିଥିବା ବେଳେ ଜିଲ୍ଲା ସ୍ତରୀୟ ନିର୍ବାଚନ ବାକି ରହିଛି। ତାହା ଶେଷ ହେବା ପରେ ପରେ ରାଜ୍ୟ ସଭାପତି କିଏ ହେବ ସେ ନେଇ ନିର୍ବାଚନ କିମ୍ବା ମନୋନୟନ କରାଯିବ। ଏଥିରେ ବର୍ତ୍ତମାନର ସଭାପତି ମନମୋହନ ସାମଲ ରିପିଟ ହେବେ ନା ନୂଆ ନେତା ଆସିବେ ସେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

ସେହିପରି କଂଗ୍ରେସ ନିର୍ବାଚନରେ ବଡ ଧକ୍କା ଖାଇବା ପରେ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଶରତ ପଟ୍ଟନାୟକ। ଏହାପରେ କଂଗ୍ରେସର ସଭାପତି କିଏ ହେବ ସେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଦୀର୍ଘ ମାସ ବିତିଯାଇଥିଲେ ମଧ୍ୟ କଂଗ୍ରେସର କିଏ ସଭାପତି ହେବ ତାହା ଏ ପର୍ଯ୍ୟନ୍ତ ନିଷ୍ପତି ହୋଇପାରୁ ନାହିଁ।

ସଭାପତି ବାଛିବା ପାଇଁ ଏକ କମିଟ ମଧ୍ୟ ଗଠନ ହୋଇଛି। ସେ କମିଟ ଅନୁଧ୍ୟାନ କରିସାରି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କିଏ ସଭାପତି ହେବ ତାହା ଘୋଷଣା କରାଯାଇ ପାରୁ ନାହିଁ। ତେବେ ଦଳର ବରିଷ୍ଠ ନେତାଙ୍କ ଅନୁସାରେ ନୂଆ ବର୍ଷରେ ନୂଆ ସଭାପତିଙ୍କ ନାମ ଘୋଷଣା ହେବ ବୋଲି କହିଛନ୍ତି।

ସେହିପରି ଓଡିଶାର ଆଞ୍ଚଳିକ ଦଳ ବିଜେଡି ମଧ୍ୟ ନିଜର ମଙ୍ଗୁଆଳଙ୍କୁ ନେଇ ସନ୍ଦେହରେ ପଡିଯାଇଛି। କାରଣ ଭି କେ ପାଣ୍ଡିଆନ ଦଳର ସବୁକିଛି ବୁଝୁଥିଲେ। ହେଲେ ତାଙ୍କ ପାଇଁ ଦଳ ବିପର୍ଯ୍ୟୟ ହେବା ପରେ ସେ ନିଜେ ରାଜନୀତିରୁ ସନ୍ୟାସ ନେଲେ ବୋଲି ଘୋଷଣା କରିଛନ୍ତି। ଫଳରେ ନବୀନଙ୍କ ପରେ କିଏ ଦଳ ସମ୍ଭାଳିବ ତାହାକୁ ନେଇ ସବୁ ମହଲରେ ଚର୍ଚ୍ଚା ଚାଲିଛି। ଯାହା ଜଣାପଡୁଛି ନବୀନ ନିଜେ ଏହି ଜାନୁୟାରୀରେ ଏକ ସ୍ପଷ୍ଟ ସୂଚନା ପ୍ରଦାନ କରିବେ।

ନୂଆବର୍ଷ
Share. Facebook Twitter LinkedIn Email WhatsApp Copy Link

Related Posts

ଶଶି ଥରୁରଙ୍କୁ ପୁଣି ମିଳିଲା ବୈଦେଶିକ ବ୍ୟାପାର ଦାୟିତ୍ୱ

October 4, 2026

ନାୟରା ବଢ଼ାଇଲା ତେଲ ଦର: ପେଟ୍ରୋଲ ୫, ଡିଜେଲ ୩ ଟଙ୍କା ମହଙ୍ଗା

October 4, 2026

ବରଗଡ଼ ଧନୁଯାତ୍ରା ଉପରେ ଆଧାରିତ ପୂର୍ଣ୍ଣାଙ୍ଗ ପ୍ରାମାଣିକ ଚଳଚ୍ଚିତ୍ର ‘ମାମୁ ଘରକୁ ଯାତ୍ରା’ର ସ୍କ୍ରିନିଂ ଓ ସମ୍ବର୍ଦ୍ଧନା ଉତ୍ସବ

October 4, 2026

ପାକ୍ ଆତଙ୍କବାଦୀଙ୍କ ସହ ବେଆଇନ ଅସ୍ତ୍ର କାରବାର ଅଭିଯୋଗରେ କର୍ଣ୍ଣାଟକ ଯୁବକ ଗିରଫ

October 4, 2026
Latest News

ଶଶି ଥରୁରଙ୍କୁ ପୁଣି ମିଳିଲା ବୈଦେଶିକ ବ୍ୟାପାର ଦାୟିତ୍ୱ

October 4, 2026

ଥାଳି ଉପରେ ବଡ଼ ସଙ୍କଟ? ଚାଉଳ-ଗହମ-ଡାଲିଠାରୁ ତେଲ ପର୍ଯ୍ୟନ୍ତ ମହଙ୍ଗା ହେବାର ଆଶଙ୍କା

October 4, 2026

ଫୋପାଡ଼ନ୍ତୁ ନାହିଁ ଅଣ୍ଡା ସିଝା ପାଣି : ଗଛ ପାଇଁ ଏହା ବେଷ୍ଟ ‘ଅର୍ଗାନିକ୍ ସାର’

October 4, 2026

ଭଙ୍ଗା ସ୍କ୍ରିନ୍‌ଗାର୍ଡ଼ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ କେତେ ଭୟଙ୍କର ହୋଇପାରେ ଏହି ଅଭ୍ୟାସ

October 4, 2026

ନାୟରା ବଢ଼ାଇଲା ତେଲ ଦର: ପେଟ୍ରୋଲ ୫, ଡିଜେଲ ୩ ଟଙ୍କା ମହଙ୍ଗା

October 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.