Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସିଡନୀ ଟେଷ୍ଟରୁ ବାଦ ପଡିବେ ଋଷଭ ପନ୍ତ?: ଜାଣନ୍ତୁ କ’ଣ ହୋଇପାରେ ଟିମ୍ ଇଣ୍ଡିଆର ଖେଳାଳି ଏକାଦଶ
ଜାତୀୟ ଖବର

ସିଡନୀ ଟେଷ୍ଟରୁ ବାଦ ପଡିବେ ଋଷଭ ପନ୍ତ?: ଜାଣନ୍ତୁ କ’ଣ ହୋଇପାରେ ଟିମ୍ ଇଣ୍ଡିଆର ଖେଳାଳି ଏକାଦଶ

January 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରିଷଭ ପନ୍ତ
ମହଙ୍ଗା ସାବ୍ୟସ୍ତ ହେଲା ଅଧିନାୟକ ରିଷଭ ପନ୍ତଙ୍କ ଭୁଲ ନିଷ୍ପତ୍ତି: ଦକ୍ଷିଣ ଆଫ୍ରିକା ଠାରୁ ହାରିଲା ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବର୍ତ୍ତମାନ ବର୍ଡର-ଗାଭାସ୍କର ଟ୍ରଫି 2024-25 ର ପଞ୍ଚମ ଟେଷ୍ଟ ମ୍ୟାଚ୍ ଜାନୁୟାରୀ 3 ରୁ ଖେଳାଯିବ। ଜାନୁଆରୀ 3 ରୁ ଜାନୁୟାରୀ 7 ପର୍ଯ୍ୟନ୍ତ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ପଞ୍ଚମ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହି ଟେଷ୍ଟ ମ୍ୟାଚ୍ ଜିତି ଭାରତୀୟ ଦଳ ବର୍ଡର-ଗାଭାସ୍କର ଟ୍ରଫି ଡ୍ର କରିବାକୁ ଚାହୁଁଛି। କିନ୍ତୁ ଋଷଭ ପନ୍ତଙ୍କ ଦାୟିତ୍ଵ ହୀନ ସଟ୍ ଟିମ୍ ଇଣ୍ଡିଆ ପାଇଁ ସମସ୍ୟା ବଢାଉଛି। ଏଭଳି ପରିସ୍ଥିତିରେ ଏବେ ସିଡନୀ ଟେଷ୍ଟରୁ ପନ୍ତଙ୍କୁ ବାଦ ଦିଆଯାଇପାରେ ବୋଲି ଖବର ଆସୁଛି। ଋଷଭ ପନ୍ତଙ୍କ ସ୍ଥାନରେ ଧ୍ରୁଭ ଜୁରେଲ ଏକ ସୁଯୋଗ ପାଇପାରନ୍ତି।

ମେଲବର୍ଣ୍ଣ ଟେଷ୍ଟରେ ଋଷଭ ପନ୍ତ ଅନେକ ଭୁଲ କରିଥିଲେ। ଯେତେବେଳେ ଦଳ ସତର୍କତାର ସହ ଖେଳିବା ଆବଶ୍ୟକ କରୁଥିଲା, ସେତେବେଳେ ସେ ନାଥନ୍ ଲାଅନ୍ ଙ୍କ ବଲରେ ଏକ ବିପଦପୂର୍ଣ୍ଣ ସଟ୍ ଖେଳିଥିଲେ ଏବଂ ମିଚେଲ ମାର୍ଶ ତାଙ୍କୁ ଧରିଥିଲେ। ଏହା ପରେ ଭାରତୀୟ ଦଳ 121/3 ରୁ 155 ରନ୍ ରେ ଅଟକିଯାଇଥିଲା। ଏହିପରି ଇଣ୍ଡିଆ 184 ରନ୍ ରେ ମ୍ୟାଚ୍ ହାରିଯାଇଥିଲା। ପନ୍ତଙ୍କ ପ୍ରଦର୍ଶନ ଦଳ ନେତୃତ୍ଵକୁ 5 ମ ଟେଷ୍ଟ ପୂର୍ବରୁ ଖେଳାଳି 11 ବିଷୟରେ ପୁନର୍ବିଚାର କରିବାକୁ ବାଧ୍ୟ କରିଛି।

ଧ୍ରୁଭ ଜୁରେଲ ସୁଯୋଗ ପାଇବେ କି?:

ଋଷଭ ପନ୍ତଙ୍କ ନିରାଶାଜନକ ପ୍ରଦର୍ଶନ ପରେ ଯୁବ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଧ୍ରୁଭ ଜୁରେଲଙ୍କ ନାମ ଚର୍ଚ୍ଚାରେ ରହିଛି। ଭାରତ ଏ ଏବଂ ଅଷ୍ଟ୍ରେଲିଆ ଏ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଜୁରେଲ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ମେଲବୋର୍ଣ୍ଣରେ 80 ଏବଂ 68 ରନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଏହା ବ୍ୟତୀତ ସେ ଇରାନୀ ଟ୍ରଫିରେ 93 ରନ୍ ସ୍କୋର କରି ନିଜର ଗୁରୁତ୍ୱ ପ୍ରମାଣ କରିଥିଲେ।

ଧ୍ରୁଭ ଜୁରେଲଙ୍କ ପ୍ରଥମ ଶ୍ରେଣୀ ରେକର୍ଡ ମଧ୍ୟ ପନ୍ତଙ୍କ ଅପେକ୍ଷା ଭଲ ଦେଖାଯାଏ । ସେ ହାରାହାରି 45.74 ରେ 22 ଟି ମ୍ୟାଚ୍ ରେ 1235 ରନ୍ ସଂଗ୍ରହ କରିଛନ୍ତି। ଜୁରେଲ ହାରାହାରି 40.40 ରେ 6 ଟି ଇନିଂସରେ ଭାରତୀୟ ଦଳ ପାଇଁ 202 ରନ୍ ସଂଗ୍ରହ କରିଛନ୍ତି। ଏଥିରେ ଏକ ଅର୍ଦ୍ଧ ଶତକ ମଧ୍ୟ ଅନ୍ତର୍ଭୁକ୍ତ। ତେବେ ଋଷଭ ପନ୍ତଙ୍କ ଆକ୍ରୋଶ ତୁଳନାରେ ଜୁରେଲ ଦଳକୁ ସ୍ଥିରତା ପ୍ରଦାନ କରିବାରେ ଅଧିକ ସକ୍ଷମ ବୋଲି ବିବେଚନା କରାଯାଏ।

Border-Gavaskar Trophy Dhruv Jurel IND Vs AUS India Vs Australia Rishabh Pant Sydney Test
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁରରେ ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଅତ୍ୟାଧୁନିକ ବସ ଟର୍ମିନାଲ ଉଦ୍‌ଘାଟିତ

January 10, 2026

ପ୍ରଥମ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା!: ଅଭ୍ୟାସ ସମୟରେ ଆହତ ହେଲେ ଏହି ବିସ୍ଫୋରକ ଖେଳାଳି

January 10, 2026

ଆର୍ଥିକ ସ୍ୱାବଲମ୍ବନ ଏବଂ ସ୍ୱାୟତ୍ତତା ହାସଲ କରିବା ଲାଗି ଆତ୍ମନିର୍ଭର ହେଉଛି ଭାରତ: ଶକ୍ତିକାନ୍ତ ଦାସ

January 10, 2026

ପିଏମ କିଷାନ ଯୋଜନା: ଶୀଘ୍ର କରନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ ଆପଣଙ୍କର 22ତମ କିସ୍ତି

January 10, 2026
Latest News

ସମ୍ବଲପୁରରେ ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଅତ୍ୟାଧୁନିକ ବସ ଟର୍ମିନାଲ ଉଦ୍‌ଘାଟିତ

January 10, 2026

ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ: ୮୯୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ୧୧ଟି ପ୍ରକଳ୍ପ ପାଇଁ କଲେ ଭିତ୍ତିପ୍ରସ୍ତର ସ୍ଥାପନ

January 10, 2026

ପ୍ରଥମ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା!: ଅଭ୍ୟାସ ସମୟରେ ଆହତ ହେଲେ ଏହି ବିସ୍ଫୋରକ ଖେଳାଳି

January 10, 2026

ଆର୍ଥିକ ସ୍ୱାବଲମ୍ବନ ଏବଂ ସ୍ୱାୟତ୍ତତା ହାସଲ କରିବା ଲାଗି ଆତ୍ମନିର୍ଭର ହେଉଛି ଭାରତ: ଶକ୍ତିକାନ୍ତ ଦାସ

January 10, 2026

ରାଉଲକେଲାରେ ଚାର୍ଟର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସମେତ ୬ ଜଣ ଗୁରୁତର

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.