Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଏବଂ ରହିବ: ଅମିତ ଶାହ
ଜାତୀୟ ଖବର

ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଏବଂ ରହିବ: ଅମିତ ଶାହ

January 3, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ ଡ. ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟରରେ ଗୁରୁବାର କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ କରକମଳରେ “ଜମ୍ମୁ-କାଶ୍ମୀର ଆଣ୍ଡ୍ ଲଦାଖ୍ : ଥ୍ରୋ ଦ ଏଜେସ୍” (“ଜମ୍ମୁ ଓ କଶ୍ମୀର ଏବଂ ଲଦାଖ: ନିରନ୍ତରତା ଏବଂ ସଂଯୋଗର ଏକ ଐତିହାସିକ ବିବରଣୀ)” ପୁସ୍ତକ ଉନ୍ମୋଚିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନ୍ୟାସନାଲ ବୁକ ଟ୍ରଷ୍ଟ(ଏନବିଟି) ଏବଂ ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ(ଆଇସିଏଚଆର)ର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଥିବା ଏହି ପୁସ୍ତକକୁ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ଲୋକାର୍ପିତ କରାଯାଇଛି।

ଏହି ପୁସ୍ତକ ଉନ୍ମୋଚନ ସମାରୋହରେ ଶ୍ରୀ ଶାହ କହିଛନ୍ତି ଯେ ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଏବଂ ରହିବ । ଏହାକୁ ଆଇନର କୌଣସି ଧାରା ବଦଳାଇପାରିବ ନାହିଁ । ଜମ୍ମୁ-କଶ୍ମୀରର ଇତିହାସ ଓ ସାଂସ୍କୃତିକ ଐତିହ୍ୟକୁ ପୁନରୁଦ୍ଧାର କରିବା ଦିଗରେ ମୋଦୀ ସରକାର କାର୍ଯ୍ୟ କରୁଛନ୍ତି ।

ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ପୁସ୍ତକ ଜମ୍ମୁ-କଶ୍ମୀର ଏବଂ ଲଦାଖର ଗୌରବମୟ ୩୦୦୦ ବର୍ଷର ଐତିହାସିକ ଯାତ୍ରାକୁ ସମର୍ପିତ । ଏହି ପୁସ୍ତକରେ ପ୍ରାଚୀନ କାଳରୁ ଆଧୁନିକ କାଳ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀର ଏବଂ ଲଦାଖର ଯାତ୍ରା ଉପରେ ବର୍ଣ୍ଣନା କରାଯାଇଛି । ଏହି ଅଞ୍ଚଳର ଅନନ୍ୟ ସାଂସ୍କୃତିକ ଐତିହ୍ୟ ଏବଂ ବିକାଶର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଛି । ଜମ୍ମୁ-କଶ୍ମୀର ଏବଂ ଲଦାଖ ବିଷୟକୁ ନେଇ ତିଆରି କରାଯାଇଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ଏହି ପୁସ୍ତକ ଏକ ଅଭୂତପୂର୍ବ ଦସ୍ତାବିଜ ଏବଂ ଭଲ ପ୍ରୟାସ । ଆମେ ସଠିକ୍ ଇତିହାସ ଓ ତଥ୍ୟ ଉପସ୍ଥାପନ କରିବା ପ୍ରେରଣା ନେଇ କାମ କରୁଛୁ । ଜମ୍ମୁ, କାଶ୍ମୀର ଓ ଲଦାଖର ଅଲୌକିକ ସଂସ୍କୃତିକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଅଗଷ୍ଟ ୫, ୨୦୧୯, ଜମ୍ମୁ-କଶ୍ମୀର ଓ ଲଦାଖ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା । ଏହି ପୁସ୍ତକରେ ଧାରା ୩୭୦ର ଐତିହାସିକ ଦିଗକୁ ମଧ୍ୟ ସ୍ଥାନ ଦିଆଯାଇଛି । ଭାରତର ବିଭିନ୍ନ କୋଣ ଅନୁକୋଣରେ ସମୃଦ୍ଧ ସଂସ୍କୃତି, ଭାଷା, ଲିପି, ଆଧ୍ୟାତ୍ମିକ ବିଚାର, ବ୍ୟାପାର ଏବଂ ବାଣିଜ୍ୟର କେନ୍ଦ୍ର ଭାବରେ କାଶ୍ମୀରର ଭୂମିକା ଏବଂ ଦେଶରେ ଏହାର ବିସ୍ତାର ବିଷୟରେ ପ୍ରାମାଣିକ ଭାବେ ପୁସ୍ତକରେ ବର୍ଣ୍ଣନା କରାଯାଇଛି । ଏହି ତଥ୍ୟତ୍ତିତ୍ତିକ ପୁସ୍ତକର ଉନ୍ମୋଚନ ପାଇଁ ଶ୍ରୀ ପ୍ରଧାନ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଲେଖକ, ଶିକ୍ଷାବିତ୍, ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀ ଏବଂ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତିବିଶେଷମାନେ ଉପସ୍ଥିତ ଥିଲେ।

କେନ୍ଦ୍ର ଗୃହ ମନ୍ତ୍ରୀ ଜମ୍ମୁ କଶ୍ମୀର ଧର୍ମେନ୍ଦ୍ର ପ୍ରଧାନ ପୁସ୍ତକ ଉନ୍ମୋଚିତ ଲଦାଖ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.