Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ବାରା ଉଦଘାଟିତ ହେଲା କୃଷି ଓଡ଼ିଶା-୨୦୨୫
ଜାତୀୟ ଖବର

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ବାରା ଉଦଘାଟିତ ହେଲା କୃଷି ଓଡ଼ିଶା-୨୦୨୫

January 3, 2025No Comments5 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ଉଦଘାଟିତ ହେଲା କୃଷି ଓଡ଼ିଶା-୨୦୨୫, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

ଭୁବନେଶ୍ବର: ଆଜି ସ୍ଥାନୀୟ ବରମୁଣ୍ଡା ପଡିଆରେ ତିନିଦିନିଆ କୃଷି ଓଡ଼ିଶା-୨୦୨୫ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରିଛନ୍ତି। ଏଥିସହିତ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନସିଂଦେଓ ଏବଂ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଯେ, ଆମ ରାଜ୍ୟର ପ୍ରାୟ ୭୦ ପ୍ରତିଶତ ଲୋକ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ କାମ କରି ଜୀବିକା ନିର୍ବାହ କରିଥାନ୍ତି। ତେଣୁ ଯେଉଁଠି ଏତେ ସଂଖ୍ୟକ ଲୋକେ ଗୋଟିଏ ବୃତ୍ତିରେ କାମ କରନ୍ତି, ସେମାନଙ୍କ ବିକାଶ କରିବା ସହ ସୁଖ ଦୁଃଖରେ ଠିଆ ହେବା ଯେ କୌଣସି ସରକାରଙ୍କ ନୈତିକ ଦାୟିତ୍ଵ । କୋଭିଡ ମହାମାରୀ ବେଳେ କେବଳ କୃଷକ ମାନେ ହିଁ ଦେଶର ଅର୍ଥନୀତିକୁ ବଞ୍ଚାଇ ସମସ୍ତଙ୍କ ମୁହଁରେ ଆହାର ଦେଇଥିଲେ। ଏହି ମହତ କାର୍ଯ୍ୟ ପାଇଁ ଆପଣ ସମସ୍ତେ ଧନ୍ୟବାଦ ଏବଂ ପ୍ରଶଂସାର ପାତ୍ର ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ଦୁଇ ଦଶନ୍ଧିରେ କେବଳ ଚାଉଳକୁ ଛାଡିଦେଲେ ଅନ୍ୟ କୌଣସି କୃଷି ଉତ୍ପାଦରେ ଆମେ ସ୍ୱାବଲମ୍ବୀ ହୋଇପାରି ନାହୁଁ । ଆଳୁ, ପିଆଜ, ଟମାଟୋ ଭଳି ବିଭିନ୍ନ ପନିପରିବା ଏବଂ ମାଛ, ଅଣ୍ଡା ପାଇଁ ଆମକୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି।

ମୁଁ ଦୃଢ ଭାବେ କହିପାରିବି ଯେ ଉତ୍ତମ ଯୋଜନା ଏବଂ ଇଚ୍ଛା ଶକ୍ତିର ଟିକେ ଅଧିକ ପ୍ରୟୋଗ କରିଥିଲେ, କୃଷି ସମ୍ବନ୍ଧୀୟ ଅନେକ ସମସ୍ୟାର ସମାଧାନ ହୋଇପାରିଥାନ୍ତା । ଓଡିଶାରେ କୃଷି ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ। ତେଣୁ, ଆମ ସରକାର ପ୍ରାଥମିକତା ଭିତ୍ତିରେ କୃଷି ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। ଜଳ ସେଚନ, ଶୀତଳ ଭଣ୍ଡାର, ମଡେଲ ମଣ୍ଡି ଏବଂ ଗୋଦାମ ଗୃହ ନିର୍ମାଣ, କୃଷି ଯନ୍ତ୍ରପାତି ଉପଲବ୍ଧତା ଉପରେ ଆମ ସରକାର ଗୁରୁତ୍ଵ ପ୍ରଦାନ କରୁଛନ୍ତି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘କୃଷି ଓଡିଶା ୨୦୨୫’ ର ମୁଖ୍ୟ ବିଷୟ ବସ୍ତୁ ହେଉଛି “ଚିରନ୍ତନ ଖାଦ୍ୟ ପ୍ରଣାଳୀ ପାଇଁ ଏକ ପ୍ରୟାସ”। ସେ କହିଲେ ଯେ, ଯଦି ଆମର ଖାଦ୍ୟ ପ୍ରଣାଳୀ ଚିରନ୍ତନ ବା sustainable ହେବ, ତେବେ ଆମର ଜନସାଧାରଣ ଖାଦ୍ୟାଭାବର ସମ୍ମୁଖୀନ ହେବେ ନାହିଁ କିମ୍ବା ପରିବେଶ ଉପରେ କୌଣସି କୁପ୍ରଭାବ ପଡିବ ନାହିଁ । ଆମକୁ ଆର୍ଥିକ ଦକ୍ଷତା ଅପେକ୍ଷା ଜୀବନ ଦକ୍ଷତା ବା Life Skill ଉପରେ ବେଶୀ ଯତ୍ନବାନ ହେବାକୁ ପଡିବ। କୃଷି, କେବଳ ଫସଲ ଉତ୍ପାଦନ ନୁହେଁ, ବରଂ ମାଟି, ପାଣି, ପବନ ଓ ଏହା ଉପରେ ଜୀବନ ଧାରଣ ପାଇଁ ନିର୍ଭରଶୀଳ ସମସ୍ତ ପଦାର୍ଥ ପ୍ରତି ଯତ୍ନବାନ ହେବା ଉଚିତ୍। ଏହା ଦ୍ୱାରା ଆମର ଚାଷୀଭାଇଙ୍କ ଆର୍ଥିକ ସ୍ଥିତି ସବୁ ଦିନ ପାଇଁ ସୁଦୃଢ ରହିବ ବୋଲି ସେ ମତ ଦେଇଥିଲେ।

ସରକାରଙ୍କ ସହିତ ବିଭିନ୍ନ ବେସରକାରୀ ସଂସ୍ଥା ଓ କୃଷକ ସମବାୟ ସମିତିର ସହଯୋଗରେ ଓଡ଼ିଶାରେ ସ୍ଥାୟୀ ଖାଦ୍ୟ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ, ଏହା ଦ୍ୱାରା ଆମର ପରିବେଶ ଓ ଅର୍ଥନୀତି ମଧ୍ୟରେ ସନ୍ତୁଳନ ରକ୍ଷା କରାଯାଇପାରିବ।

ପରିବେଶ ସୁରକ୍ଷା ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରି ସେ କହିଲେ ଯେ, ଓଡିଶାରେ ବଳଭଦ୍ର ଜୈବିକ ଚାଷ ମିଶନରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ଏବଂ ମାଲକାନଗିରି ଜିଲ୍ଲାର ସ୍ଵାଭିମାନ ଅଞ୍ଚଳରେ ରସାୟନମୁକ୍ତ ପ୍ରାକୃତିକ ଚାଷ ପ୍ରଚଳନ କରାଯିବ। ମୃତ୍ତିକାର ଜୈବିକ ଅଙ୍ଗାର ବୃଦ୍ଧି ନିମନ୍ତେ ରାଜ୍ୟରେ ମୃତ୍ତିକା ସ୍ଵାସ୍ଥ୍ୟ ମିଶନ୍ ମଧ୍ୟ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଥିଲେ।

କୃଷି ବିକାଶ ଓ କୃଷକ କଲ୍ୟାଣ ପାଇଁ ରାଜ୍ୟ ସରକାର ନେଉଥିବା ଅନେକ ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଥିଲେ ଯେ, ସମୃଦ୍ଧ କୃଷକ ଯୋଜନାରେ ଧାନ କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଅତିରିକ୍ତ ଇନପୁଟ୍ ସହାୟତା ଯୋଗାଇ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୯୩ ହଜାର ଚାଷୀଙ୍କୁ ୩ ହଜାର କୋଟିରୁ ଅଧିକ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ ଓ ୧ହଜାର କୋଟି ଟଙ୍କାର ଇନପୁଟ୍ ସହାୟତା ପ୍ରଦାନ କରାଯାଇ ସାରିଛି।

ସେହିପରି ସି.ଏମ – କିଷାନ ଯୋଜନାରେ ୪୫ ଲକ୍ଷ ୫୭ ହଜାର ୭୩୩ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୩୯ ହଜାର ୩୦୩ ଜଣ ଭୂମିହୀନ କୃଷି ପରିବାରକୁ ରବି ଫସଲ ପାଇଁ ୯୨୫ କୋଟିରୁ ଅଧିକ ଟଙ୍କାର ସହାୟତା ପ୍ରଦାନ କରାଯାଇଛି ବୋଲି ସେ କହିଥିଲେ।

ପି.ଏମ.କିଷାନ ଯୋଜନାରେ ପ୍ରତ୍ୟେକ ଭୂମିଧାରୀ ଚାଷୀଙ୍କ ପାଇଁ ତିନୋଟି କିସ୍ତିରେ ବାର୍ଷିକ ୬୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛିI ଗତ ଅକ୍ଟୋବର ମାସ ୫ ତାରିଖରେ ପ୍ରଦାନ କରାଯାଇଥିବା ପି.ଏମ୍ କିଷାନ ଯୋଜନାର ୧୮ତମ କିସ୍ତିରେ ରାଜ୍ୟର ୩୧ ଲକ୍ଷ ୫୧ ହଜାର ଜଣ ଚାଷୀ ଉପକୃତ ହୋଇଛନ୍ତି l ଏଥିରେ ଅଧିକ ଚାଷୀଙ୍କୁ ଯୋଡିବା ପାଇଁ ଏକ ସ୍ୱତନ୍ତ୍ର ସାଚୁରେସନ ଡ୍ରାଇଭ୍ ଆରମ୍ଭ କରାଯାଇ ୩.୬୨ ଲକ୍ଷ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।

ଆଳୁ ଚାଷ ଉପରେ ଆଲୋକପାତ କରି ସେ କହିଲେ ଯେ, ରାଜ୍ୟରେ ଆଳୁ ଚାଷକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବଦ୍ଧପରିକର। ଚଳିତ ରବି ଋତୁରେ ୧.୮୦ ଲକ୍ଷ ଚାଷୀଙ୍କୁ ରିହାତି ଦରରେ ୧.୬୦ ଲକ୍ଷ କ୍ଵିଣ୍ଟାଲ ପ୍ରାମାଣିକ ଆଳୁ ବିହନ ଯୋଗାଇ ଦିଆଯାଇଛି। ଏହା ବିଗତ ବର୍ଷଠାରୁ ୩ ଗୁଣ ଅଧିକ। ଚଳିତ ବର୍ଷ ୨.୪ ଲକ୍ଷ ମେଟ୍ରିକ ଟନ ଆଳୁ ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

କଳାହାଣ୍ଡିର ସବ୍‌ଜି କ୍ରାନ୍ତି ଉପରେ ଆଲୋକପାତ କରି ସେ କହିଲେ ଯେ, ନିକଟରେ ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କର ଲୋକପ୍ରିୟ “ମନ୍ କୀ ବାତ୍” କାର୍ଯ୍ୟକ୍ରମରେ କଳାହାଣ୍ଡିର ସବ୍‌ଜି କ୍ରାନ୍ତି ଉପରେ ଆଲୋଚନା କରି ଖୁବ୍ ପ୍ରଶଂସା କରିଥିଲେ। କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକରେ ଥିବା ଏକ କୃଷକ ଉତ୍ପାଦକ ଗୋଷ୍ଠୀ ଟମାଟୋ, କଲରା ଇତ୍ୟାଦି ଚାଷରୁ ବାର୍ଷିକ ଦେଢ କୋଟି ଟଙ୍କାର କାରବାର କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି କୃଷକ ଉତ୍ପାଦକ ଗୋଷ୍ଠୀ ଓ ଏଥିରେ ଜଡ଼ିତ ଥିବା ୨୦୦ ରୁ ଅଧିକା ଚାଷୀ ଏବଂ ୪୫ ଜଣ ମହିଳା ଚାଷୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ।

ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ଆମେ ସମୃଦ୍ଧ ଓଡିଶା ଓ ବିକଶିତ ଓଡିଶାର ଭିଜନ ପ୍ରସ୍ତୁତ କରୁଛୁ। କୃଷି କ୍ଷେତ୍ରରେ ଆମର ସର୍ବାଧିକ ଲୋକ ନିୟୋଜିତ ଅଛନ୍ତି। ତେଣୁ ଓଡିଶାକୁ ସମୃଦ୍ଧ କରିବା ପାଇଁ କୃଷି କ୍ଷେତ୍ରର ବିକାଶ ଅତ୍ୟନ୍ତ ଆବଶ୍ୟକ। ଯାହା ଓଡିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ଏବଂ ଓଡିଶାକୁ ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ କରିବା। ଏଥିପାଇଁ ଆମ ସମସ୍ତଙ୍କର ମିଳିତ ଉଦ୍ୟମ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ଅତିଥି ମାନେ କୃଷି କ୍ଷେତ୍ରରେ ସଫଳତା ହାସଲ କରିଥିବା ରାଜ୍ୟର ୧୦ଜଣ ସଫଳ ଚାଷୀ ଓ ୯ଜଣ ଉଦ୍ୟାନ କୃଷି ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିଭାଗ ପକ୍ଷରୁ ପ୍ରକାଶିତ ‘ଅମଳ ଉତ୍କଳ’ ପୁସ୍ତକ, ଇମେଜର ଅଫିସିଆଲ ୱେବସାଇଟ୍ ଉନ୍ମୋଚନ କରାଯାଇଥିଲା।

ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତି କରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ଆମେ ରାଜ୍ୟର କୃଷକ ମାନଙ୍କୁ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ଅତିରିକ୍ତ ଇନପୁଟ ସହାୟତା ୮୦୦ ଟଙ୍କା ପ୍ରଦାନ କରୁଛୁ । ପଶ୍ଚିମବଙ୍ଗର ଆଳୁ ଉପରେ ମନମାନିକୁ ଦେଖି ଆମେ ରାଜ୍ୟରେ ଚାଷୀମାନଙ୍କୁ ଉନ୍ନତ ମାନର ଆଳୁ ବିହନ ଯୋଗାଇ ଦେଇଛୁ । ରାଜ୍ୟରେ ୫୮ଟି ଶୀତଳଭଣ୍ଡାର ପ୍ରତିଷ୍ଠା କରାଯିବ। ରାଜ୍ୟର କୃଷକ ମାନଙ୍କୁ କେବଳ ଧାନ ଉପରେ ନିର୍ଭର ନକରି ନୂଆ ଟେକନିକ୍ ପ୍ରୟୋଗରେ ଅନ୍ୟାନ୍ୟ ଫସଲ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଲେ ଯେ, ଓଡିଶାରେ କୁଇଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ପ୍ରଦାନ କରାଯାଉଛି। ଭାରତ ବର୍ଷରେ କୃଷକ ମାନଙ୍କୁ ଅନ୍ୟ କୌଣସି ରାଜ୍ୟରେ ଏତେ ପରିମାଣର ଅର୍ଥ ଦିଆଯାଉନାହିଁ । ପ୍ରାକୃତିକ ବିପର୍ଯ୍ୟୟ ପରେ ରାଜ୍ୟ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟକ୍ଷତି ଆକଳନ କରାଯାଇ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଉଛି। ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଯାହା ଆବଶ୍ୟକ ହେବ ରାଜ୍ୟ ସରକାର ତାହା ଯୋଗାଇଦେବେ। ଆମର ଲକ୍ଷ୍ୟ ରହିଛି ୨୦୩୬ ବେଳକୁ ଓଡିଶା କୃଷି କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇଥିବ। ସେହି ଲକ୍ଷ୍ୟ ନେଇ ଆମେ କାମ କରୁଛୁ ବୋଲି ସେ କହିଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ, ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ରାଜ୍ୟର କୃଷି ଓ କୃଷକ ସଶକ୍ତ ହେଲେ ଆମ ଅର୍ଥନୀତି ସୁଦୃଢ ହେବ।

କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢୀ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ପ୍ରାୟ ୧୦ହଜାର କୃଷକ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, କୃଷି ବିଜ୍ଞାନୀ, କୃଷି ଉତ୍ପାଦନ ସଂସ୍ଥାର ପ୍ରତିନିଧି, ଗବେଷକ ଓ ଛାତ୍ରଛାତ୍ରୀ ଏହି ତିନି ଦିନିଆ କୃଷି ଓଡିଶା କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି।

କାର୍ଯ୍ୟକ୍ରମରେ କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମ୍ ଚନ୍ଦ୍ର ଚୌଧାରୀ ଧନ୍ୟବାଦ ଅର୍ପଣ କରିଥିଲେ।

କୃଷି ଓଡିଶା କୃଷି ଓଡ଼ିଶା-୨୦୨୫ ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭାରେ ହଟ୍ଟଗୋଳ: ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ

August 4, 2025

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ: ୮୧ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ଵାସ

August 4, 2025

BSNL ଉପଭୋକ୍ତାଙ୍କ ପାଇଁ ବଡ଼ ଝଟକା!: ଏହି ପ୍ଲାନର ହ୍ରାସ ପାଇଲା ବୈଧତା, ଜାଣନ୍ତୁ କ’ଣ ହେଲା ପରିବର୍ତ୍ତନ

August 4, 2025

ଆଜି ଶ୍ରାବଣ ଶେଷ ସୋମବାର, ବିଭିନ୍ନ ଶୈବ୍ୟ ପିଠରେ କାଉଡିଆଙ୍କ ପ୍ରବଳ ଭିଡ

August 4, 2025
Latest News

ଲୋକସଭାରେ ହଟ୍ଟଗୋଳ: ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ

August 4, 2025

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ: ୮୧ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ଵାସ

August 4, 2025

BSNL ଉପଭୋକ୍ତାଙ୍କ ପାଇଁ ବଡ଼ ଝଟକା!: ଏହି ପ୍ଲାନର ହ୍ରାସ ପାଇଲା ବୈଧତା, ଜାଣନ୍ତୁ କ’ଣ ହେଲା ପରିବର୍ତ୍ତନ

August 4, 2025

ଆଜି ଶ୍ରାବଣ ଶେଷ ସୋମବାର, ବିଭିନ୍ନ ଶୈବ୍ୟ ପିଠରେ କାଉଡିଆଙ୍କ ପ୍ରବଳ ଭିଡ

August 4, 2025

ଏବେ ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦେଲେ ଟ୍ରମ୍ପଙ୍କ ବିଶସ୍ତ!: ଆଣିଲେ ସାଂଘାତିକ ଅଭିଯୋଗ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.