Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ, କିଏ ଓ କାହିଁକି ଉଡାଇଲା ସେ ନେଇ ଆରମ୍ଭ ହେଲା ତଦନ୍ତ
ଜାତୀୟ ଖବର

ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ, କିଏ ଓ କାହିଁକି ଉଡାଇଲା ସେ ନେଇ ଆରମ୍ଭ ହେଲା ତଦନ୍ତ

January 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅକ୍ଷୟ ତୃତୀୟା
ଅକ୍ଷୟ ତୃତୀୟାରେ ନିଜ ବନ୍ଧୁଙ୍କୁ ଜଣାନ୍ତୁ ଶୁଭେଚ୍ଛା, ବାସ୍ ମୋବାଇଲରେ କପି କରି ପଠାନ୍ତୁ ଏହି ବାର୍ତ୍ତା

ପୁରୀ: ଆଜି ପୁଣି ଥରେ ପୁରୀ ଶ୍ରୀମନ୍ଦିର ଉପରେ ଏକ ଡ୍ରୋନ ଉଡିଛି। ଯାହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। କିଏ ଓ କାହିଁକି ଏହି ଡ୍ରୋନ ଉଡାଇଲା ସେ ନେଇ ତଦନ୍ତ ଆରମ୍ଭ ହୋଇଛି। ତେବେ ଶ୍ରୀମନ୍ଦିର ଉପରେ ଏପରି ବାରମ୍ବାର ଡ୍ରୋନ ଉଡାଇବା ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ଫଳରେ ଜଗନ୍ନାଥ ପ୍ରେମୀ ଏହାକୁ ନେଇ ତୀବ୍ର ବିରୋଧ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ଆଜି ଭୋର ଚାରିଟା ବେଳେ ଶ୍ରୀମନ୍ଦିର ଉପରେ ଏକ ଆଲୋକିତ ଡ୍ରୋନ ବୁଲିଥିଲା। ପ୍ରଥମେ ଏହି ଡ୍ରୋନଟି ମେଘନାଦ ପାଚେରୀ ଚାରିପଟେ ଘୁରି ବୁଲିଲା। ଏହାପରେ ସେ ସିଧା ଉପକୁ ଉଠି ନୀଳ ଚକ୍ର ଉପରେ ମଧ୍ୟ ଉଡିବାକୁ ଲାଗିଲା। ପ୍ରାୟ 30 ମିନିଟ ଧରି ଏହି ଡ୍ରୋନଟି ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ଚକ୍କର କାଟିଥିଲା।

ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ଏପରି କାର୍ଯ୍ୟ ଯେ କରିଛି ତାହା ବେଆଇନି। ଏ ନେଇ ପୁରୀ ପ୍ରଶାସନ ତରଫରୁ ପଦକ୍ଷେପ ଆରମ୍ଭ କରାଯାଇଛି। ଯେ ଏପରି କାର୍ଯ୍ୟ କରିଛି ତା ବିରୋଧରେ ନିଶ୍ଚିତ ଭାବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ନୋ ଫ୍ଲାଇଂ ଜୋନରେ କିପରି ଉଡିଲା ଡ୍ରୋନ?

ଶ୍ରୀମନ୍ଦିର ଅଞ୍ଚଳକୁ ନୋ ଫ୍ଲାଇ ଜୋନ ଭାବେ ଘୋଷଣା କରାଯାଇଛି। ଅର୍ଥାତ ଏହା ଉପରେ କୌଣସି ଡିଭାଇସ ବା ଫ୍ଲାଇଟ ଉଡିପାରିବ ନାହିଁ। ଏହି ଅଞ୍ଚଳ ପାଖାପାଖି କୌଣସି ଉଡିବା ଯନ୍ତ୍ର ପ୍ରବେଶ କଲେ ତାହା ନି ଫ୍ଲାଇଂ ଜୋନ ବୋଲି ସୂଚନା ପ୍ରଦାନ କରିବ। ଫଳରେ ଯେ ଏହି ଉଡନ୍ତା ଯନ୍ତ୍ର ବ୍ୟବହାର କରୁଥିବା ସେ ରାସ୍ତା ପରିବର୍ତ୍ତନ କରିବ। ସେଥିପାଇଁ ସେହି ଅଞ୍ଚଳରେ ସ୍ବତନ୍ତ୍ର ବ୍ୟବସ୍ଥା ଏୟାର ପୋର୍ଟ ତରଫରୁ ଗ୍ରହଣ କରାଯାଇଛି।

ସେହିପରି ଡ୍ରୋନଗୁଡିକ ନୋ ଫ୍ଲାଇଂ ଜୋନରେ ବିଲକୁଲ ଉପରକୁ ଉଠିବ ନାହିଁ। କାରଣ ସେହି ଡ୍ରୋନକୁ ଉଡାଇବାକୁ ହେଲେ ସରକାରୀ ଅନୁମତି ଆବଶ୍ୟକ ରହିଛି। ସରକରା ଅନୁମତି ଦେବା ସହିତ ସେଥିରେ ଥିବା ଏକ ଚିପ୍ କୁ ସେଟଅପ କରାଯାଇଥାଏ। ଯେପରିକି ତାହା କୈଣସି ନୋ ଫ୍ଲାଇଂ ଜୋନରେ ତାହା କାର୍ଯ୍ୟକାରୀ ହେବ ନାହିଁ। ହେଲେ କେତକ ସଂସ୍ଥା ବେଆଇନି ଡ୍ରୋନ ବ୍ୟବହାର କରି ଏପରି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଯାହାକୁ ନେଇ ଏହା ଉପରେ ସ୍ବତନ୍ତ୍ର ବୈଷୟିକ ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି।

ଡ୍ରୋନ ଶ୍ରୀମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.