Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କିଏ ହେବ ରାଜ୍ୟ ବିଜେପି ସଭାପତି, ଆଗରେ ରହିଛି ଦୁଇଜଣଙ୍କର ନାମ
ଜାତୀୟ ଖବର

କିଏ ହେବ ରାଜ୍ୟ ବିଜେପି ସଭାପତି, ଆଗରେ ରହିଛି ଦୁଇଜଣଙ୍କର ନାମ

January 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କିଏ ହେବ ରାଜ୍ୟ ବିଜେପି ସଭାପତି, ଆଗରେ ରହିଛି ଦୁଇଜଣଙ୍କର ନାମ

ଭୁବନେଶ୍ବର: କିଏ ହେବ ରାଜ୍ୟ ବିଜେପି ସଭାପତି। ସେ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା। କାରଣ ହେଲା ଏଥର ବିଜେପି ଉଭୟ ରାଜ୍ୟ ଓ କେନ୍ଦ୍ର ଶାସନରେ ରହିଛି। ଫଳରେ ଏଥର ଯିଏ ସଭାପତି ହେବ ତାଙ୍କର ନିଶ୍ଚିତ ଦବଦବା ରହିବ। ମୁଖ୍ୟତଃ ରାଜ୍ୟ ସରକାରରେ ତାଙ୍କର ବଡ ଦଖଲ ରହିବ। ସେଥିପାଇଁ ଚଳିତ ସଭାପତିଙ୍କ ଗୁରୁତ୍ବ ରହିଛି।

ଏ ସବୁ ଭିତରେ ରାଜ୍ୟ ବିଜେପିରେ ଅଙ୍କକଷା ଆରମ୍ଭ ହୋଇଯାଇଛି। ଦଳୀୟ ନିର୍ବାଚନ କରିବା ପାଇଁ କେନ୍ଦ୍ର ଜଣଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ମଧ୍ୟ ଦେଇସାରିଛନ୍ତି। ସେ ଖୁବ ଶିଘ୍ର ଆସି ଏ ନେଇ ପ୍ରସ୍ତୁତି ଆରମ୍ଭ କରିବେ। ବର୍ତ୍ତମାନ ରାଜ୍ୟ ବିଜେପିର ବିଭିନ୍ନ ମଣ୍ଡଳୀ ସ୍ତରୀୟ ସଭାପତି ନିର୍ବାଚନ ଚାଲିଛି। ଏହା ସରିବା ପରେ ଜିଲ୍ଲା ସଭାପତିଙ୍କ ନିର୍ବାଚନ ଅନୁଷ୍ଠିତ ହେବ। ଏହାପରେ ରାଜ୍ୟ ସଭାପତିଙ୍କ ନିର୍ବାଚନ।

ବର୍ତ୍ତମାନ ରାଜ୍ୟ ବିଜେପିର ସଭାପତି ହେବା ପାଇଁ ଦୁଇଜଣଙ୍କର ନାମ ବେଶ ଚର୍ଚ୍ଚାରେ ରହିଛି। ଜଣେ ହେଉଛନ୍ତି ବର୍ତ୍ତମାନର ସଭାପତି ମନମୋହନ ସାମଲ। ତାଙ୍କୁ ପୁଣି ଥରେ ସଭାପତି କରାଯାଇପାରେ ବୋଲି କୁହାଯାଉଛି। କାରଣ ସେ ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନକୁ ବେଶ ଭଲ ଭାବେ ପରିଚାଳନା କରିଛନ୍ତି। ତାଙ୍କ ସଭାପତିତ୍ବ ବଳରେ ରାଜ୍ୟରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିପାରିିଛି। ତେଣୁ କେନ୍ଦ୍ର ପୁଣି ଥରେ ତାଙ୍କୁ ଦାୟିତ୍ବ ଦେଇପାରେ।

ତେବେ ଆଉ ଜଣଙ୍କର ଯାହା ନାମ ଚର୍ଚ୍ଚା ହେଉଛି, ସେ ହେଉଛନ୍ତି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର। ସେ ରାଜ୍ୟ ବିଜେପିର ଜଣେ ମଙ୍ଗୁଆଳ ନେତା। ଦୀର୍ଘ ବର୍ଷ ଧରି ଦଳ ଭିତରେ ଶୃଙ୍ଖଳିତ ଢଙ୍ଗରେ କାର୍ଯ୍ୟ କରିଆସୁଛନ୍ତି। ସମସ୍ତ ସହିତ ଖାପ ଖୁଆଇ ସେ ଦଳକୁ ଆଗକୁ ନେବାର ଦକ୍ଷତା ରହିଛି। ଅନ୍ୟପକ୍ଷରେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅତି ପ୍ରିୟ ବ୍ୟକ୍ତି। ତେଣୁ ସେ ସଭାପତି ହୋଇପାରନ୍ତି ବୋଲି ବେଶ ଚର୍ଚ୍ଚା ଚାଲିଛି।

ହେଲେ ଅନ୍ୟ ଏକ ଗୋଷ୍ଠୀର କହିବା ଅନୁସାରେ କେନ୍ଦ୍ର ବିଜେପି କେତେବେଳେ କଣ ନିଷ୍ପତି ନେବ ତାହା କହି ହେବ ନାହିଁ। ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବେ ବୋଲି କେହି କେବେ ଭାବି ନ ଥିଲେ। ହେଲେ କେନ୍ଦ୍ର ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସେଇ ଦେଲେ। ସେହିପରି ରାଜ୍ୟ ସଭାପତି ପାଇଁ କେନ୍ଦ୍ର ହୁଏତ ଶେଷ ମୁହୁର୍ତ୍ତରେ କିଛି ସପ୍ରାଇଜ ଦେଇପାରେ ବୋଲି କୁହାଯାଉଛି।

bjp odisha ଗୋଲଖ ମହାପାତ୍ର ବିଜେପି ସଭାପତି ମନମୋହନ ସାମଲ
Share. Facebook Twitter LinkedIn Email WhatsApp Copy Link

Related Posts

MLC ଫଳାଫଳ: ୧୩ ଟି ଆସନ ଜିତିବା ସତ୍ତ୍ୱେ ଖୁସି ନାହିଁ ବିଜେପି

October 29, 2026

ଅକଲ୍ୟାଣ୍ଡ ଟି-୨୦: ବୈଭବ ବନାମ ଇଶାନ, ପ୍ଲେଇଂ-୧୧ ରୁ କାହାର କଟିବ ପତ୍ତା?

October 29, 2026

ଭିଜିଲାନ୍ସ ଜାଲରେ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର

October 29, 2026

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଜଳବନ୍ଦୀଙ୍କୁ ଏୟାରଲିଫ୍ଟ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋରଦାର

October 29, 2026
Latest News

MLC ଫଳାଫଳ: ୧୩ ଟି ଆସନ ଜିତିବା ସତ୍ତ୍ୱେ ଖୁସି ନାହିଁ ବିଜେପି

October 29, 2026

ଅକଲ୍ୟାଣ୍ଡ ଟି-୨୦: ବୈଭବ ବନାମ ଇଶାନ, ପ୍ଲେଇଂ-୧୧ ରୁ କାହାର କଟିବ ପତ୍ତା?

October 29, 2026

ଭିଜିଲାନ୍ସ ଜାଲରେ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର

October 29, 2026

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଜଳବନ୍ଦୀଙ୍କୁ ଏୟାରଲିଫ୍ଟ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋରଦାର

October 29, 2026

୧୫ ବର୍ଷ ବୟସରେ WPL କଣ୍ଟ୍ରାକ୍ଟ ପାଇଲେ ଉମା କାଶ୍ୱୀ: ବୈଭବ ସୂର୍ଯ୍ୟବଂଶୀ ଭଳି ରଚିଲେ ଇତିହାସ

October 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.