Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନିର୍ବାଚନ ପରେ ପ୍ରଥମ ଥର ପାଇଁ ନିଜର ଶକ୍ତି ପ୍ରଦର୍ଶନ କଲା ବିଜେଡି, ହେଲେ ଭବିଷ୍ୟତ କଣ ହେବ ?
ଜାତୀୟ ଖବର

ନିର୍ବାଚନ ପରେ ପ୍ରଥମ ଥର ପାଇଁ ନିଜର ଶକ୍ତି ପ୍ରଦର୍ଶନ କଲା ବିଜେଡି, ହେଲେ ଭବିଷ୍ୟତ କଣ ହେବ ?

January 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନିର୍ବାଚନ ପରେ ପ୍ରଥମ ଥର ପାଇଁ ନିଜର ଶକ୍ତି ପ୍ରଦର୍ଶନ କଲା ବିଜେଡି, ଭୁବନେଶ୍ବରରେ ମହାମେଳି

ଭୁବନେଶ୍ବର: ବିଧାନସଭା ନିର୍ବାଚନ ପରେ ଦେବାଳିଆ ହୋଇପଡିଥିବା ବିଜୁ ଜନତା ଦଳ ଆଜି ତାହାର ଶକ୍ତି ପ୍ରଦର୍ଶନ କରିଛି। ଭୁବନେଶ୍ବରରେ ଦଳ ତରଫରୁ ଡାକରା ଦିଆଯାଇଥିବା ଆନ୍ଦୋଳନରେ ଆଜି ହଜାର ହଜାର କର୍ମିଙ୍କ ସମାଗମ କରିଛି ବିଜେଡି। ଦଳ ଶକ୍ତି ହରାଇ ନାହିଁ ବୋଲି ବିଜେଡି ନିଜକୁ ପ୍ରମାଣିତ କରିବାକୁ ଚେଷ୍ଠା କରିଛି।

ଆଜି ବିଜେଡି ରାଜ୍ୟରେ ଦରଦାମ ବୃଦ୍ଧି ବିରୋଧରେ କରିଥିଲା ପ୍ରତିବାଦ ସଭା। ଏହି ସଭାରେ ଖୋଦ ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇ ଭାଷଣ ଦେଇଥିଲେ। ଏଥିସହିତ ମଞ୍ଚ ଉପରେ ରାଜ୍ୟର ସମସ୍ତ ଛାମୁଆ ନେତା ଉପସ୍ଥିତ ରହିଥିଲେ। ସେହିପରି ଆଖପାଖ ଅଞ୍ଚଳରୁ ନେତାମାନ କର୍ମିଙ୍କୁ ଆଣି ଭିଡ କରିଥିଲେ। ଫଳରେ ବିଜେଡିରେ ଫାଟ ନୁହେଁ ଦଳ ଏକ ଅଛି ବୋଲି ଲୋକଙ୍କୁ ସୂଚନା ଦେଇଛି।

ନିର୍ବାଚନ ପରେ ଦଳ ଭିତରେ ନେତାଙ୍କ ନେତାଙ୍କ ଭିତରେ ଗୋଇ ଖୋଳାଖୋଳି ଚାଲିଛି। ବିଜେଡି କାହିଁକି ହାରିଲା ସେ ନେଇ ପରସ୍ପର ଉପରେ ନେତାମାନେ ଦୋଷାରୋପ କରିବାରେ ଲାଗିଛନ୍ତି। ଫଳରେ ଗଣ ମାଧ୍ୟମରେ ବିଜେଡି ଭିତରେ ଫାଟ ସୃଷ୍ଟି ହେଲା ବୋଲି ପ୍ରଚାରିତ ହେଉଛି। ଏପରିକି ଶଙ୍ଖ ଭବନରେ ନେତ୍ରୀଙ୍କ ମଧ୍ୟରେ ହାତାହାତି ହେବା ପର୍ଯ୍ୟନ୍ତ କଥା ଉଠିଛି। ହେଲେ ପରବର୍ତ୍ତି ସମୟରେ ଦଳିୟ ନେତାମାନେ ତାହାକୁ ତାଳିପକା କାମ କରି ସମାଧାନ କରିଛନ୍ତି।

ଏହିସବୁ ଘଟଣା ପରେ ବିଜେଡି ଏକ ନେତୃତ୍ବହୀନ ଭାବେ ଗତି କରୁଛି ବୋଲି ସମସ୍ତେ ଅନୁଭବ କରିବାରେ ଲାଗିଲେ। ଭି କେ ପାଣ୍ଡିଆନଙ୍କ ପରେ ଦଳ କାହା କଥାରେ ପରିଚାଳିତ ହେବ ସେ ନେଇ ମଧ୍ୟ କଳ୍ପନାଜଳ୍ପନା ସୃଷ୍ଟି ହେବାରେ ଲାଗିଛି। ନେତାମାନେ କାହା ନିର୍ଦ୍ଦେଶରେ ପରିଚାଳିତ ହେବେ ସେ ନେଇ ସନ୍ଦେହ ହେବାରେ ଲାଗିଛି। ଏହିପରି ସମୟରେ ବିଜେଡିର ଆଜିର ସଭା ସେମାନଙ୍କୁ କିଛି ମାତ୍ରାରେ ଅସ୍ବସ୍ଥି ଦେଇଛି। ହେଲେ ପରବର୍ତ୍ତି ସମୟରେ ଦଳର ଗତି କିପରି ରହିବ ସେ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

ଦରଦାମ ବୃଦ୍ଧି ପ୍ରତିବାଦ
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026
Latest News

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.