Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୫ତମ ପ୍ରତିଷ୍ଠା ଦିବସ ପାଳିତ, ଜାଣନ୍ତୁ କଣ ହେଲା କାର୍ଯ୍ୟକ୍ରମ
ଜାତୀୟ ଖବର

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୫ତମ ପ୍ରତିଷ୍ଠା ଦିବସ ପାଳିତ, ଜାଣନ୍ତୁ କଣ ହେଲା କାର୍ଯ୍ୟକ୍ରମ

January 7, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୫ତମ ପ୍ରତିଷ୍ଠା ଦିବସ ପାଳିତ, ଜାଣନ୍ତୁ କଣ ହେଲା କାର୍ଯ୍ୟକ୍ରମ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୫ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଲେ ଯେ, ୬୫ ବର୍ଷ ତଳେ ୧୯୬୦ ମସିହା ଡିସେମ୍ବର ମାସ ୨୯ ତାରିଖରେ “ନନ୍ଦନକାନନ ପ୍ରାଣୀ ଉଦ୍ୟାନ” ପ୍ରତିଷ୍ଠିତ ହୋଇଥିଲା ।

ଧିରେ ଧିରେ ଏହା ବିକଶିତ ହୋଇ ଭାରତର ଏକ ସୂନାମଧନ୍ୟ ପ୍ରାଣୀ ଉଦ୍ୟାନ ଭାବରେ ପରିଗଣିତ ହେବା ସହିତ ଭାରତର ପ୍ରଥମ ପ୍ରାଣୀ ଉଦ୍ୟାନ ଭାବେ “ବିଶ୍ୱ ପ୍ରାଣୀ ଉଦ୍ୟାନ ଓ ମତ୍ସ୍ୟାଗାର ସଂଘ”ର ସଦସ୍ୟ ହୋଇପାରିଛି । “କେନ୍ଦ୍ରୀୟ ଚିଡିଆଖାନା ପ୍ରାଧିକରଣ”ର ସମସ୍ତ ନିୟମ ପାଳନ କରି ନନ୍ଦନକାନନ ଆଜି ବନ୍ୟଜନ୍ତୁ ସଂରକ୍ଷଣ, ଶିକ୍ଷା ସଚେତନତା ଓ ବନ୍ୟପ୍ରାଣୀ ଗବେଷଣାରେ ଦେଶର ପ୍ରାଣୀ ଉଦ୍ୟାନ ମାନଙ୍କ ମଧ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ୨୦୧୯ ମସିହାରେ ଚନ୍ଦକା ଅଭୟାରଣ୍ୟ ଚୁଡଙ୍ଗ-କୃଷ୍ଣନଗରର ୬୦୬.୨୨ ହେକ୍ଟର ପରିମାଣର ଯାଗା ପ୍ରଶାସନିକ ଓ ପରିଚାଳନା ପାଇଁ ନନ୍ଦନକାନନ ଅଧିନକୁ ହସ୍ତାନ୍ତର କରାଯାଇଛି।

ଏଥିସହିତ ନନ୍ଦନକାନନ ପରିସର ୧୦୪୩.୩୨ ହେକ୍ଟରକୁ ବୃଦ୍ଧି ପାଇଛି। ୨୦୨୩ ମସିହାରେ ଅନୁମୋଦିତ ହୋଇଥିବା ମହାଯୋଜନାକୁ ଅନୁକରଣ କରାଯାଇ ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବାର କାର‌୍ୟ୍ୟଧାରା ଜାରିରହିଛି। ନନ୍ଦନକାନନର ବିବିଧତାକୁ ବଢାଇବା ପାଇଁ ୫ଟି ପ୍ରାଣୀ ଉଦ୍ୟାନ ସହିତ ଜନ୍ତୁ ବିନିମୟ କାର‌୍ୟ୍ୟକ୍ରମକୁ ସଫଳତାର ସହ କାଯ୍ୟକାରୀ କରାଯାଇ ଜିରାଫ୍‍, ହିମାଳୟ ଗ୍ରିଫନ୍‍ ଶାଗୁଣା, ହାଡଗିଳା, ମହାବଳ ବାଘ, କଳାଲୋମଯୁକ୍ତ ବାଘ, ସାରସ ପକ୍ଷୀ, ମାଳୟ ଅଜଗର ଭଳି ଏକାଧିକ ଜନ୍ତୁ ଅଧିଗ୍ରହଣ କରାଯାଇଛି।

ଏହା ବ୍ୟତିତ ନନ୍ଦନକାନନର ପୃଷ୍ଠପୋଷକଙ୍କ ଜରିଆରେ କଟନ ଟପ୍‍ ତାମାରିନ୍‍, ସିଆମାଙ୍ଗ, ସାଧାରଣ ମାର୍ମୋସେଟ୍‍, ଜୋଓଫ୍ରେ ମାର୍ମୋସେଟ୍‍ ପାଇପାରିଛୁ ଯାହା ଆମ ବନ୍ୟଜନ୍ତୁ ସଂଗ୍ରହକୁ ଆହୁରି ସମୃଦ୍ଧ କରିଛି। ବର୍ତ୍ତମାନ ଭାରତୀୟ ପ୍ରାଣୀ ଉଦ୍ୟାନ ମଧ୍ୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସର୍ବବୃହତ ପ୍ରାଣୀ ସଂଗ୍ରହ (୧୭୩ ପ୍ରଜାତିର ୩୯୬୩ ଜୀବଜନ୍ତୁ) କରିପାରିଛି।

ଜନ୍ତୁମାନଙ୍କର ଚିକିତ୍ସା, ରୋଗନିରୁପଣ କରାଯିବା ପାଇଁ ନନ୍ଦନକାନନ ପଶୁ ଚିକିତ୍ସାଳୟ ଓ ପ୍ରାଣୀ ଉଦ୍ୟାନର ପ୍ରୟୋଗଶାଳାର ଉନ୍ନତି କରଣ କରିବା ପାଇଁ ବିଭିନ୍ନ ଅତ୍ୟାଧୁନିକ ଯାନ୍ତ୍ରିକ ସୁବିଧା କରାଯାଇ ରୋଗ ନିରୁପଣ, ଉନ୍ନତମାନର ଚିକିତ୍ସା ଓ ଗବେଷଣା କରାଯାଉଛି। ପଶୁମାନଙ୍କ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ଦୁଇ ଜଣ ପ୍ରାଣି ଚିକିତ୍ସକଙ୍କୁ ନିୟୋଜିତ କରାଯାଇଛି ଓ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଦଳ ନିୟୋଜିତ କରାଯାଇ ପ୍ରାଣୀ ଚିକିତ୍ସ। ଶିବିର ଆୟୋଜନ କରାଯାଉଛି।

ଏହା ସହିତ ମାଂସହାରୀ ପ୍ରାଣୀ, ପକ୍ଷୀ ଓ ବଜ୍ରକାପ୍ତା ମାନଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ସଙ୍ଗରୋଧ କେନ୍ଦ୍ର ନିର୍ମାଣ କରାଯାଇଅଛ । ଏତଦ୍‍ ବ୍ୟତିତ ବିଦେଶି ମାଙ୍କଡ, ୱାଲାବି, ହିମାଳୟ କଳା ଭାଲୁ, କାସୱାରି ଏବଂ ଓଟପକ୍ଷୀ ନିମନ୍ତେ ଉନ୍ନତ ଖୁଆଡମାନ ନିର୍ମିତ ହୋଇଅଛି ଯାହାକି ଏହି ଜନ୍ତୁମାନଙ୍କ ପାଇଁ ସମୃଦ୍ଧ ପରିବେଶ ସୃଷ୍ଟି କରିଛି ।

ନନ୍ଦନକାନନରେ ଜନ୍ମିତ କୃଷ୍ଣସାର ମୃଗ, ଚିତ୍ରା ହରିଣ, ଡାଳିଓଧ ଏବଂ କୁଟୁରା ପ୍ରଜାତିର ୩୮୫ଟି ବନ୍ୟପ୍ରାଣୀଙ୍କୁ ସଫଳତାର ସହିତ ଓଡିଶାର ବିଭିନ୍ନ ସଂରକ୍ଷିତ ଅଞ୍ଚଳରେ ଛଡାଯାଇ ବନ୍ୟପ୍ରାଣୀ ସଂରକ୍ଷଣରେ ନନ୍ଦନକାନନର ଭୂମିକାକୁ ସୁଦୃଢ କରିଛି। ପ୍ରଜନନ ଓ ଗବେଷଣାକୁ ଆଗକୁ ବଢାଇବା ପାଇଁ ଟ୍ୟାଗ୍‍ ସଂଯୋଗ କରାଯାଇ ଗୋଟିଏ ଭାରତୀୟ ବଜ୍ରକାପ୍ତାକୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଛଡାଯାଇଥିଲା। ଏଥିସହ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଓ ଉଦ୍ଧାର କାର‌୍ୟ୍ୟ ପାଇଁ ୧୦ ଜଣିଆ ଦ୍ରୁତ ବିପର‌୍ୟ୍ୟୟ ମୁକାବିଲା ଦଳ ଗଠନ କରାଯାଇଛି।

ବର୍ଷକ ମଧ୍ୟରେ ପ୍ରାଣୀ ଉଦ୍ୟାନକୁ ୩୬ ଲକ୍ଷରୁ ଉର୍ଦ୍ଧ ପର‌୍ୟ୍ୟଟକଙ୍କୁ ଆକୃଷ୍ଟ କରିବା ସହିତ ନନ୍ଦନକାନନ ୨୧ କୋଟିର ରାଜସ୍ୱ ଆଦାୟ କରିଥିଲା ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।
ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ପୂର୍ବରୁ ଚିଡିଆଖାନା ପାଠାଗାର ଓ ଡିଜିଟାଲ କେନ୍ଦ୍ର, ନବୀକୃତ ଭାଲୁ ଖୁଆଡ, ସଂରକ୍ଷଣ ଅନୁସନ୍ଧାନ ଓ ପ୍ରଶିକ୍ଷଣ କେନ୍ଦ୍ରକୁ ଉଦଘାଟନ କରିଥିଲେ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱାଳ ଓ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଶ୍ରୀ ପ୍ରେମ କୁମାର ଝା ନନ୍ଦନକାନନ ସମ୍ବନ୍ଧୀୟ ବହୁ ତଥ୍ୟ ଉପସ୍ଥାପନ କରିଥିଲେ। ନନ୍ଦନକାନନ ନିର୍ଦ୍ଦେଶକ ଶ୍ରୀ ମନୋଜ ଭି ନାୟାର ସ୍ବାଗତ ଭାଷଣ ଦେଇଥିଲେ ଓ ଉପ ନିର୍ଦ୍ଦେଶକ ଶ୍ରୀ ସନତ କୁମାର ଧନ୍ୟବାଦ ଦେଇଥିଲେ । ଉଚ୍ଚକୋଟୀର ଦାୟିତ୍ବ ସମ୍ପାଦନ ପାଇଁ ନନ୍ଦନକାନନର କର୍ମଚାରୀ, ସ୍ବେଚ୍ଛାସେବୀ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଗଣେଶ ରାମ ସିଂ ଖୁଣ୍ଟିଆ ନନ୍ଦନକାନନ
Share. Facebook Twitter LinkedIn Email WhatsApp Copy Link

Related Posts

ରାମ ମନ୍ଦିର ଦାନ ଦୁର୍ନୀତି ମାମଲା: ଅଯୋଧ୍ୟାରେ ପହଞ୍ଚିବ SIT ଦଳ, ୧୫ ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ

June 15, 2026

ହରମୁଜ୍ ମୁକ୍ତ ହେବ!: ଆମେରିକା-ଇରାନ ଶାନ୍ତି ଚୁକ୍ତିର ପଢନ୍ତୁ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ

June 15, 2026

ପୁଣି ବୈଭବ ସୂର୍ଯ୍ୟବଂଶୀ ଫ୍ଲପ୍: ଶ୍ରୀଲଙ୍କା ଏ ବିପକ୍ଷରେ ଶାନ୍ତ ରହିଲା ବ୍ୟାଟ

June 15, 2026

ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକଙ୍କ ମୃତ୍ୟୁ

June 15, 2026
Latest News

ଖସିଲା ତୈଳ ଦର, ବଢିଲା ସୁନା ଦର

June 15, 2026

ରାମ ମନ୍ଦିର ଦାନ ଦୁର୍ନୀତି ମାମଲା: ଅଯୋଧ୍ୟାରେ ପହଞ୍ଚିବ SIT ଦଳ, ୧୫ ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ

June 15, 2026

ହରମୁଜ୍ ମୁକ୍ତ ହେବ!: ଆମେରିକା-ଇରାନ ଶାନ୍ତି ଚୁକ୍ତିର ପଢନ୍ତୁ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ

June 15, 2026

ପୁଣି ବୈଭବ ସୂର୍ଯ୍ୟବଂଶୀ ଫ୍ଲପ୍: ଶ୍ରୀଲଙ୍କା ଏ ବିପକ୍ଷରେ ଶାନ୍ତ ରହିଲା ବ୍ୟାଟ

June 15, 2026

ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକଙ୍କ ମୃତ୍ୟୁ

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.