ନୂଆଦିଲ୍ଲୀ: ପରୀକ୍ଷା ଚିନ୍ତାକୁ ଆର୍ଟ ବା କଳା ମାଧ୍ୟମରେ ହ୍ରାସ ସକାଶେ ଅନୁଷ୍ଠିତ ହୋଇଥିବା ଏକଜାମ୍ ୱାରିୟର୍ସ ଆର୍ଟ ଫେଷ୍ଟିଭାଲକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।
୨୦୨୫ ଜାନୁଆରୀ ୪ ତାରିଖରେ ନୂଆଦିଲ୍ଲୀର ଶାନ୍ତିପଥରେ ଏକଜାମ ୱାରିୟର୍ସ ୱାର ଫେଷ୍ଟିଭାଲ ଅନୁଷ୍ଠିତ ହୋଇଥିଲା। ୩୦ଟି ସ୍କୁଲର ନବମ ରୁ ଦ୍ୱାଦଶ ଗ୍ରେଡ୍ ପର୍ଯ୍ୟନ୍ତ ପ୍ରାୟ ୪ ହଜାର ଛାତ୍ରଛାତ୍ରୀ ସେମାନଙ୍କ ସୃଜନଶୀଳତା ପ୍ରଦର୍ଶନ କରିବାକୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଆର୍ଟ ଫେଷ୍ଟିଭାଲ ସଂକ୍ରାନ୍ତରେ ଏକଜାମ୍ ୱାରିୟର୍ସ ପକ୍ଷରୁ ଏକ୍ସ ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସୃଜନଶୀଳତା ସଫଳତା ମାଧ୍ୟମରେ ପରୀକ୍ଷାର ଚିନ୍ତା ହ୍ରାସ କରିବା!
ଏହା ଦେଖି ଖୁସି ଲାଗୁଛି କି ଅନେକ ଯୁବା ଏକତ୍ର ହୋଇ ଆର୍ଟ ବା କଳାର ଶକ୍ତି ଉପଯୋଗ କରି କିପରି ପରୀକ୍ଷା ଚିନ୍ତା ହ୍ରାସ କରାଯାଇପାରିବ ତାହାର ସନ୍ଦେଶ ଦେଇପାରିଛନ୍ତି।”