Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆରମ୍ଭ ହେଲା ପ୍ରବାସୀ ଭାରତୀୟ ଦିବସ 2025, ଆଜି ଉଦଘାଟିତ ହେଲା ଯୁବ ପ୍ରବାସୀ ଦିବସ 
ଜାତୀୟ ଖବର

ଆରମ୍ଭ ହେଲା ପ୍ରବାସୀ ଭାରତୀୟ ଦିବସ 2025, ଆଜି ଉଦଘାଟିତ ହେଲା ଯୁବ ପ୍ରବାସୀ ଦିବସ 

January 8, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆରମ୍ଭ ହେଲା ପ୍ରବାସୀ ଭାରତୀୟ ଦିବସ 2025, ଆଜି ଉଦଘାଟିତ ହେଲା ଯୁବ ପ୍ରବାସୀ ଦିବସ 

ଭୁବନେଶ୍ୱର: ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସ ଆଜି ଆରମ୍ଭ ହୋଇଛି। ଏହି ତ୍ରି-ଦିବସୀୟ ସମ୍ମିଳନୀର ପ୍ରଥମ ଦିନ “ଯୁବ ପ୍ରବାସୀ ଭାରତୀୟ ଦିବସ” ମହା ସମାରୋହରେ ଉଦଘାଟିତ ହୋଇଛି। ପ୍ରଦୀପ ପ୍ରଜ୍ଜ୍ୱଳନ ସାଙ୍ଗକୁ ମନ୍ତ୍ରଧ୍ୱନି ମୁଖରିତ ପରିବେଶରେ ଆୟୋଜିତ ଏହି ଉଦଘାଟନ ପର୍ବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର  ମନ୍ତ୍ରୀ ଡଃ.ଏସ୍ .ଜୟଶଙ୍କର, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ମନସୁଖ ଏଲ୍. ମାଣ୍ଡବ୍ୟ, କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପବିତ୍ର  ମାର୍ଘେରିଟା, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରକ୍ଷା ନିଖିଲ ଖାଡସେ, ନ୍ୟୁଜ୍ ଓ୍ୱିକ୍ (ଆମେରିକା)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ. ଦେବ ପ୍ରଗଡ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରବାସୀ ଭାରତୀୟମାନଙ୍କୁ ସ୍ୱାଗତ କରି କହିଲେ ଯେ, ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଏହି ସମାରୋହ ଆମ ପାଇଁ ଜୀବନର ଏକ ଅଭୁଲା ସ୍ମୃତି ହୋଇ ରହିବ ଓ ଆଗାମୀ ଦିନରେ ସମ୍ପର୍କର ସେତୁ ଆହୁରି ସୁଦୃଢ ହେବ। ଏହି ଦିବସ ଆୟୋଜନ ମାଧ୍ୟମରେ ଆମେ ବିଶ୍ୱର ୨୦୦ ଟି ଦେଶରେ ରହୁଥିବା ୩୦ ନିୟୁତରୁ ଅଧିକ ଭାରତୀୟଙ୍କ ଅସାଧାରଣ ଅବଦାନ ପାଇଁ ଖୁସି ବ୍ୟକ୍ତ କରୁଛୁ। ପ୍ରବାସୀ ଭାରତୀୟମାନେ ଆମର ସାଂସ୍କୃତିକ ରାଜଦୂତ ଓ ସେମାନେ ସବୁଠାରେ ଭାରତର ଗୌରବକୁ ପ୍ରତିଫଳିତ କରୁଛନ୍ତି। ବିଦେଶରେ ସେମାନଙ୍କ ଉତ୍କର୍ଷରେ ଆମ୍ଭେମାନେ ଗର୍ବିତ।

ପ୍ରବାସୀ ଭାରତୀୟମାନେ ବିଜ୍ଞାନ ଓ କାରିଗରୀ , ବୈଶ୍ୱିକ ସହଯୋଗ ଓ ସରକାରୀ ନୀତି ନିର୍ଦ୍ଧାରଣରେ ସେମାନଙ୍କ ସଫଳତା ପ୍ରଦର୍ଶନ କରିଆସିଛନ୍ତି ବୋଲି ଉଲ୍କେଖ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି ମଧ୍ୟ କହିଲେ ଯେ, ଉଦ୍ୟୋଗ ପତି ଗୋପୀଚାନ୍ଦ ହିନ୍ଦୁଜା ଓ ଏଲ୍. ଏନ୍, ମିତ୍ତଲ, କର୍ପୋରେଟ ଲିଡର ଇନ୍ଦିରା ନୁୟୀ, ସୁନ୍ଦର ପିଚାଇ ଓ ସତ୍ୟ ନାଡେଲା , ବୈଜ୍ଞାନିକ ଭେଙ୍କଟ ରାମକ୍ରୀଷ୍ଣନ୍ ଏବଂ ଫେସନ ଡିଜାଇନର ବିଭୁ ମହାପାତ୍ରଙ୍କ ପରି ବ୍ୟକ୍ତିତ୍ୱବୃନ୍ଦ ବିଶ୍ୱ ସ୍ତରରେ ଭାରତର ଗୌରବ ବୃଦ୍ଧି କରିଛନ୍ତି।

ମୁଖ୍ୟମନ୍ତ୍ରୀ ପ୍ରବାସୀ ଭାରତୀୟମାନଙ୍କୁ ଓଡ଼ିଶାର ବିକାଶ ଯାତ୍ରାରେ ସାମିଲ ହେବା ପାଇଁ ଆମନ୍ତ୍ରଣ ଜଣାଇ କହିଲେ ଯେ ଓଡ଼ିଶାରେ ଟେକ୍ନୋଲୋଜି, ଅକ୍ଷୟ ଶକ୍ତି, ଭିତ୍ତିଭୂମି ବିକାଶ, ଶିକ୍ଷା ଓ ପର୍ଯ୍ୟଟନ ଇତ୍ୟାଦି କ୍ଷେତ୍ରରେ ଅପାର ସମ୍ଭାବନା ରହିଛି । ଏ ସବୁରେ ପୁଞ୍ଜି ନିବେଶ, ସହଭାଗିତା ସାଙ୍ଗକୁ ଓଡ଼ିଶା ସହିତ ସାସ୍କୃତିକ ବିନିମୟରେ ଯୋଡ଼ି ହେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ।

କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ.ଏସ୍. ଜୟଶଙ୍କର କହିଲେ ଯେ, ପ୍ରବାସୀ ଭାରତୀୟମାନେ ସେମାନଙ୍କର ଜନ୍ମମାଟି ଭାରତ ସହିତ ସବୁବେଳେ ଆତ୍ମୀୟତା ରଖି ଆସିଛନ୍ତି । ବିଶ୍ୱର ଯେଉଁ ଦେଶରେ ରହିଥାନ୍ତୁ ନା କାହିଁକି ଭାରତର ବିକାଶ ପାଇଁ ସେମାନେ ସର୍ବଦା ଇଚ୍ଛୁକ ରହିଥାନ୍ତି । ପ୍ରବାସୀ ଭାରତୀୟ ମାନେ କୃତ୍ରିମ ବୁଦ୍ଧିମତା, ଇଲେକ୍ଟ୍ରୋନିକ ଯାନ,  ଡ୍ରୋନ୍, ବୈକ୍ଷୟିକ ଜ୍ଞାନ କୈଶଳ, କାରିଗରୀ, ମହାକାଶ ଗବେଷଣା  ଆଦି ବିଭିନ୍ନ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରୁଛନ୍ତି । ଭାରତ ସହ ସେମାନଙ୍କର ସହଭାଗିତା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ଉଲ୍ଲେଖନୀୟ ଯୋଗଦାନ ହେବ ବୋଲି ସେ ପ୍ରକାଶ କରିଥିଲେ।

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଏଲ୍. ମାଣ୍ଡବ୍ୟ କହିଲେ ଯେ, ୧୧୦ ପୂର୍ବେ ଜାତିର ଜନକ ମହାତ୍ମାଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଥିଲେ। ବର୍ଣ୍ଣ ବୈଷମ୍ୟ, ମାନବାଧିକାର, ବିକାଶ ବାଧକତା ଇତ୍ୟାଦି ସମସ୍ୟାର ସମାଧାନରେ ବିପୁଳ ଅଭିଜ୍ଞତା ଆହରଣ କରି ଆସିଥିବା ଗାନ୍ଧିଙ୍କ ନେତୃତ୍ୱରେ ଦେଶର ସ୍ୱାଧୀନତା ସମ୍ଭବ ହୋଇଥିଲା। ସେହିପରି ପ୍ରବାସୀ ଭାରତୀୟମାନେ ସେମାନଙ୍କର ଅନୁଭବ ଓ ଅଭିଜ୍ଞତା ଆଧାରରେ ଏକ ବିକଶିତ ଭାରତର ନିର୍ମାଣରେ ଅଂଶୀଦାର ହୋଇପାରିବେ।

ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଘେରିଟା କହିଲେ ଯେ, ଏହି ସମ୍ମିଳନୀ ଦେଶର ଯୁବଗୋଷ୍ଟୀଙ୍କ ମଧ୍ୟରେ ବୈଷୟିକ ଜ୍ଞାନ କୌଶଳ ସାଙ୍ଗକୁ ପୋଷଣୀୟ ବିକାଶ ଲକ୍ଷ୍ୟର ଉପାଦାନଗୁଡ଼ିକର ବିସ୍ତାରପୂର୍ବକ ବିକଶିତ ଭାରତର ରୋଡମ୍ୟାପକୁ ସମ୍ପୂର୍ଣ୍ଣ ରୂପାୟିତ କରିବ।

ନ୍ୟୁଜ୍ ଓ୍ୱିକ୍ (ଆମେରିକା)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାରତୀୟ ବଂଶୋଦ୍ଭବ ଡଃ.  ପ୍ରଗଡ ନିଜ ସଫଳ ଯାତ୍ରା ସଂପର୍କରେ ଉଲ୍ଲେଖ କରି ତାଙ୍କ ସଂଗଠନ ଅନେକ ସୋପାନ, ନେତୃତ୍ୱ ଓ ଡିଜିଡାଲ ଅଭିନବତ୍ୱ ଗ୍ରହଣ କରି ଆଜି ବିଶ୍ୱର ଅନ୍ୟତମ ବହୁଳ  ପ୍ରସାରିତ ପ୍ରକାଶନ ସଂସ୍ଥା ଭାବରେ ଆଦୃତି ଅର୍ଜନ କରିଛି ବୋଲି କହିଥିଲେ। ପ୍ରବାସୀ ଭାରତୀୟ ଦିବସ ଆୟୋଜନ, ଭାରତ ଓ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ସଂପର୍କର  ସେତୁକୁ ଦୃଢ କରିଛି  ବୋଲି ସେ ପ୍ରକାଶ କରିଥିଲେ। ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରକ୍ଷା ନିଖିଲ ଖାଡସେ ସମସ୍ତଙ୍କ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ ପ୍ରବାସୀ ଭାରତୀୟ, ବିଭିନ୍ନ ରଜ୍ୟରୁ ଆଗତ ବୁଦ୍ଧିଜୀବୀ, ଗବେଷକ,ସାମାଜିକ କର୍ମୀ ଓ ଉଦ୍ୟୋଗୀବୃନ୍ଦ ସମବେତ ହୋଇଥିଲେ।

୧୮ତମ ପ୍ରବାସୀ ଭାରତୀୟ ଦିବସ ଏସ୍. ଜୟଶଙ୍କର ପ୍ରବାସୀ ଭାରତୀୟ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟଗୁଡ଼ିକ ସହ ଖରିଫ୍ ପ୍ରସ୍ତୁତି ସମୀକ୍ଷା କଲେ ଶିବରାଜ ସିଂହ ଚୌହାନ  

June 24, 2026

ବ୍ରିକ୍ସ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 24, 2026

୨୦୨୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

June 24, 2026

ନାଫେଡର ଇ-ନିଲାମ ପୋର୍ଟାଲ NAFEX.in ର ଶୁଭାରମ୍ଭ କଲେ ଅମିତ ଶାହ

June 24, 2026
Latest News

ରାଜ୍ୟଗୁଡ଼ିକ ସହ ଖରିଫ୍ ପ୍ରସ୍ତୁତି ସମୀକ୍ଷା କଲେ ଶିବରାଜ ସିଂହ ଚୌହାନ  

June 24, 2026

ବ୍ରିକ୍ସ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 24, 2026

୨୦୨୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

June 24, 2026

ନାଫେଡର ଇ-ନିଲାମ ପୋର୍ଟାଲ NAFEX.in ର ଶୁଭାରମ୍ଭ କଲେ ଅମିତ ଶାହ

June 24, 2026

ବିଭିନ୍ନ ପ୍ରକଳ୍ପଗୁଡ଼ିକ ଉପରେ ବିଦ୍ୟୁତ ଜନିତ ସମସ୍ୟାକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.