Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରବାସୀ ଓଡ଼ିଆମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ସ୍ବତନ୍ତ୍ର ନୀତି ପ୍ରଣୟନ ପାଇଁ ପ୍ରତିଶୃତି
ଜାତୀୟ ଖବର

ପ୍ରବାସୀ ଓଡ଼ିଆମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ସ୍ବତନ୍ତ୍ର ନୀତି ପ୍ରଣୟନ ପାଇଁ ପ୍ରତିଶୃତି

January 10, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରବାସୀ ଓଡ଼ିଆମାନ
ପ୍ରବାସୀ ଓଡ଼ିଆମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ସ୍ବତନ୍ତ୍ର ନୀତି ପ୍ରଣୟନ ପାଇଁ ପ୍ରତିଶୃତି

ଭୁବନେଶ୍ବର: ଜନତା ମଇଦାନଠାରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦଯାପନୀ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରବାସୀ ଓଡ଼ିଆମାନଙ୍କ ସହିତ ସ୍ୱତନ୍ତ୍ର ଭାବେ ଏକ ଆଲୋଚନା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।

ଆଲୋଚନାରେ ପ୍ରବାସୀ ଓଡ଼ିଆମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଦେଶ ମାଟିରେ ଆପଣମାନେ ଦୁଇ ଦେଶ ମଧ୍ୟରେ ସଂପର୍କର ସେତୁ ହୋଇପାରିଛନ୍ତି। ଆମ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରୁଛନ୍ତି । ଆପଣମାନେ ପ୍ରବାସରେ ରହି ମଧ୍ୟ ଓଡ଼ିଶାର ବିକାଶ ଓ ଅସ୍ମିତାର ସୁରକ୍ଷା ବିଷୟରେ ଚିନ୍ତା କରୁଛନ୍ତି ଓ ସେ ଦିଗରେ କାମ ମଧ୍ୟ କରୁଛନ୍ତି ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଆଜି ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ଆମକୁ ଏକ ନୂଆ ଓଡ଼ିଶା, ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସଂକଳ୍ପର ଅବସର ଆଣିଦେଇଛି । ଏହି ସମ୍ମିଳନୀ ମାଧ୍ୟମରେ ଓଡ଼ିଶାର ବିକାଶ ପାଇଁ ଡବଲ ଇଞ୍ଜିନ୍ ସହ ତୃତୀୟ ଇଞ୍ଜିନ୍ ଭାବେ ପ୍ରବାସୀ ଇଞ୍ଜିନ୍ ଯୋଡ଼ି ହୋଇଛି ।

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ, ଓଡ଼ିଶା ଏବେ ସମୃଦ୍ଧି ପଥରେ ଅଗ୍ରସର ହେବା ପାଇଁ ଯାତ୍ରା ଆରମ୍ଭ କରିସାରିଛି । ଆପଣମାନେ ବିଭିନ୍ନ ଦେଶରେ ରହୁଛନ୍ତି । ଆପଣମାନଙ୍କ ମଧ୍ୟରେ ସଫଳ ଶିଳ୍ପପତି, ପ୍ରଫେସନାଲ ଓ ଟେକ୍ନୋକ୍ରାଟମାନେ ମଧ୍ୟ ଅଛନ୍ତି । ଏ ଯାତ୍ରାରେ ଆପଣମାନେ ସାମିଲ ହେବା ଅତ୍ୟନ୍ତ ଜରୁରୀ ।

ଏହି ଅବସରରେ ପ୍ରବାସୀ ଓଡ଼ିଆମାନଙ୍କର ରହିଥିବା ବିଭିନ୍ନ ସମସ୍ୟା ଓ ସେମାନେ ଓଡ଼ିଶାର ବିକାଶ ପାଇଁ ଚାହୁଁଥିବା ବିଷୟଗୁଡ଼ିକ ମଧ୍ୟରେ ସମନ୍ୱୟ ରଖିବା ପାଇଁ ଓଡ଼ିଶାର ଜଣେ ମନ୍ତ୍ରୀ ସ୍ୱତନ୍ତ୍ର ଭାବେ ଦାୟିତ୍ୱରେ ରହିବେ । ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ସ୍ୱତନ୍ତ୍ର ନୀତି ମଧ୍ୟ ପ୍ରଣୟନ କରାଯିବ । ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏହାର ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ସହଯୋଗରେ ବର୍ତ୍ତମାନେ ଓଡ଼ିଶାରେ ବିମାନ ଚଳାଚଳ ସେବାରେ ବୃଦ୍ଧି ଘଟିଛି । ଆଗାମୀ ଦିନରେ କୁଏତ ଏବଂ କାତାର ଭଳି ଦେଶକୁ ମଧ୍ୟ ବିମାନ ଚଳାଚଳ ପାଇଁ ମଧ୍ୟ ଆମେ ବିଚାର କରୁଛୁ ।

କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଲେ ଯେ, ଆମ ଦେଶର ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ଆମ ବୌଦ୍ଧିକ ମାନବ ସମ୍ବଳ । ଆପଣମାନେ ହେଉଛନ୍ତି ତାହାର ଉଦାହରଣ । ଓଡ଼ିଆ ସମ୍ଭ୍ରମତା, ଓଡ଼ିଆ ସଂସ୍କୃତି, ଓଡ଼ିଆ ଜାତିର ଆପଣମାନେ ହେଉଛନ୍ତି ଜଣେ ଜଣେ ପ୍ରତୀକ । ଘରେ ପିଲାମାନଙ୍କୁ ଓଡ଼ିଆ ଭାଷା ଶିଖାଇବା ପାଇଁ ସେ ପ୍ରବାସୀ ଓଡ଼ିଆମାନଙ୍କୁ ଅନୁରୋଧ କରିଥିଲେ । ଓଡ଼ିଶାରେ ଜଙ୍ଗଲ, ବେଳାଭୂମି, ମନ୍ଦିର ପରି ପର୍ଯ୍ୟଟନର ସମସ୍ତ ସମ୍ଭାର ରହିଛି । ଓଡ଼ିଶାର ଏହି ପର୍ଯ୍ୟଟନ ସମ୍ଭାର ବିଷୟରେ ଆପଣମାନେ ବିଦେଶରେ ଜଣାନ୍ତୁ । ଚାକିରି କରିବା ବଦଳରେ ଚାକିରି ଦେବା ପଦ୍ଧତିକୁ ଆପଣେଇବା ପାଇଁ ସେ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ପ୍ରବାସରୁ ଆସିଥିବା ପ୍ରତିନିଧିମାନଙ୍କ ପକ୍ଷରୁ ଆମେରିକାର ଲୀନା ମିଶ୍ର, ଅଜୟ କେ.ମହାନ୍ତି, ଜାପାନରୁ କାଳୀପଦ ତ୍ରିପାଠୀ, ଯୁକ୍ତରାଜ୍ୟରୁ ସୁସ୍ମିତା ରାଜହଂସ, ବିଶ୍ୱଜିତ୍ ପ୍ରଧାନ, ସୁକାନ୍ତ ସାହୁ, ଦୁବାଇରୁ ଅନୀଲ ଦାସ ଓ ଶୀତଲ ଯୋଶୀ, ଅଷ୍ଟ୍ରେଲିଆରୁ ପ୍ରଭାତୀ ପାଣିଗ୍ରାହୀ ଓ ଅମିତାଭ ମହାପାତ୍ର, ଥାଇଲାଣ୍ଡରୁ ଡ. ବ୍ରହ୍ମଦତ୍ତ , ମାଲେସିଆରୁ ସ୍ନିଗ୍ଧା ମିଶ୍ର ପ୍ରଭୃତି ଓଡ଼ିଶାର ଏହି ସୁନ୍ଦର ଆୟୋଜନ ପାଇଁ ଧନ୍ୟବାଦ ଦେବା ସହିତ ସେମାନଙ୍କର ଅନୁଭୂତି ଓ ଅଭିଜ୍ଞତା ପ୍ରକାଶ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଶିଳ୍ପ ମନ୍ତ୍ରୀ ଶ୍ରୀ ସଂପଦ ଚରଣ ସ୍ୱାଇଁ, ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଶ୍ରୀ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

NRO PrabashiBharatiya ପ୍ରବାସୀ ଓଡିଆ ପ୍ରବାସୀ ଭାରତୀୟ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026
Latest News

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.