Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶେଷ ହେଲା ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ, ଦେଶୀ ବିଦେଶୀ ନୃତ୍ୟଶିଳ୍ପୀଙ୍କ ଥିଲା ମହାକୁମ୍ଭ
ଜାତୀୟ ଖବର

ଶେଷ ହେଲା ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ, ଦେଶୀ ବିଦେଶୀ ନୃତ୍ୟଶିଳ୍ପୀଙ୍କ ଥିଲା ମହାକୁମ୍ଭ

January 11, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶେଷ ହେଲା ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ, ଦେଶୀ ବିଦେଶୀ ନୃତ୍ୟଶିଳ୍ପୀଙ୍କ ଥିଲା ମହାକୁମ୍ଭ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ରବିନ୍ଦ୍ର ମଣ୍ଡପରେ ୫ ଦିନ ଧରି ଆୟୋଜିତ ହେଉଥିବା ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଉଦ୍‍ଯାପନୀ ଦିବସ । ଏହି ଓଡ଼ଶୀ ମହାକୁମ୍ଭରେ ଦେଶ ତଥା ଦେଶ ବାହାରୁ ଆସିଥିବା ବିଶିଷ୍ଟ ଖ୍ୟାତନାମା ନୃତ୍ୟଶିଳ୍ପୀମାନେ ଅଂଶଗ୍ରହଣ କରିବା ସହିତ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ଶୈଳୀ ଯଥା ଏକକ, ଦ୍ୱୈତ୍ୟ ଓ ଦଳଗତ ନୃତ୍ୟ ଉପସ୍ଥାପନ କରି ଏହି ନୃତ୍ୟ ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଛନ୍ତି ।

ପୂର୍ବାହ୍ନ ଅଧିବେଶନ ଆରମ୍ଭ ହୋଇଥିଲା କଟକର ସୂର୍ଯ୍ୟ ଗୁରୁକୁଳ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ ମହିଷାସୁର ମର୍ଦ୍ଦିନୀ ପରିବେଷଣରୁ । ଏକକ ପର୍ଯ୍ୟାୟରେ ପୁରୀର ନନ୍ଦିତା ପ୍ରୀୟଦର୍ଶନୀ ମହାନ୍ତିଙ୍କ ଦ୍ୱାରା ଅଭିନୟ ମୋହନେ ଦେଲି ଚାହିଁ ଗୋ ଆଗୋପ୍ରିୟ ସହୀ, କେନ୍ଦୁଝରର ରେଖା ମହାନ୍ତିଙ୍କ ଦ୍ୱାରା ମଙ୍ଗଳା ଚରଣ ପଦ ବନ୍ଦେ ଗଣନାଥ ଗୁଣ ଧାମ ଜୟ ହେ, ଏକକ ପର୍ଯ୍ୟାୟରେ ମୁମ୍ବାଇର ସଙ୍ଗୀତା ମାନସିଂ ସିଙ୍ଗତଙ୍କ ଦ୍ୱାରା ଗୀତ ଗୋବିନ୍ଦ ପ୍ରିୟେ ଚାରୁ ଶିଳେ, ଭୁବନେଶ୍ୱରର ଦିବ୍ୟଦର୍ଶନୀ ସୁପକାରଙ୍କ ଦ୍ୱାରା ଅଭିନୟ ପ୍ରାଣ ସଙ୍ଗିନୀରେ କାଲି ମୁଁ କି ଲାଜେ ହୁଡ଼ିଲି, ଦ୍ୱୈତ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ଲାଭିଷା ଗୁଲାଟି ଓ ସୌଷା ସିଂହଙ୍କ ଦ୍ୱାରା ପଲ୍ଲବୀ, ଶିଲିଗୁଡ଼ିର ଇଶା ମୁଖାର୍ଜିଙ୍କ ଦ୍ୱାରା ଅଭିନୟ ଜୟ ଭଗବତୀ ଦେବୀ ନମୋ ବରଦେ ଏବଂ ଶେଷରେ ଅଙ୍ଗିକା ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ ରୂଦ୍ରାଷ୍ଟକ ପରିବେଷିତ ହୋଇଥିଲା ।

ଅପରାହ୍ନ ଅଧିବେଶନର ନୃତ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପଶ୍ଚିମବଙ୍ଗର ନୃତ୍ୟବାସ ପ୍ରେରଣା ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ନୃତ୍ୟାଭିନୟ ଦ୍ରୌପଦୀ ପରିବେଷଣରୁ । ପରେ ପରେ ପଶ୍ଚିମବଙ୍ଗର କବିତା ମିଶ୍ର ଓ ରାଜୁ ମିଶ୍ରଙ୍କ ଦ୍ୱାରା ଅଭିନୟ ଦୁର୍ଗା, ଭୁବନେଶ୍ୱରର ମେଘାମ୍ବରୀ ପ୍ରଧାନଙ୍କ ଦ୍ୱାରା ବିହାଗ ପଲ୍ଲବୀ, ନିକିତା ଦାସ ଓ ସୋହମ୍‍ ଦେଙ୍କ ଦ୍ୱାରା ମଙ୍ଗଳା ଚରଣ ଗୀତ ଗୋବିନ୍ଦ ଶ୍ରିତ କମଳା କୁଚ ମଣ୍ଡଳ ଓ ପଟ୍ଟଦୀପ ପଲ୍ଲବୀ, ରୂଷିଆର ଅନ୍ନା ମତଭିଭାଙ୍କ ଦ୍ୱାରା ନାରାୟଣୀ ପଲ୍ଲବୀ, ବ୍ରାହ୍ମି ଷଡ଼ଙ୍ଗୀଙ୍କ ଦ୍ୱାରା ଅଭିନୟ ଶିବ ଅର୍ଚ୍ଚନା ଏବଂ ଶେଷରେ ନୃତ୍ୟ ଉପାସନା ପୀଠ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଶ୍ରୀ ହନୁମାନ ଚାଳିଶା ପରିବେଷିତ ହୋଇଥିଲା ।

ସଂଧ୍ୟା ଅଧିବେଶନର ପ୍ରଥମ କାର୍ଯ୍ୟକ୍ରମ ଥିଲା ଏକକ ନୃତ୍ୟ ପର୍ଯ୍ୟାୟରେ ବିଶିଷ୍ଟ ନୃତ୍ୟଶିଳ୍ପୀ ଗୁରୁ ଦେବ ପ୍ରସାଦ ଦାସ ଓ ଗୁରୁ ପଙ୍କଜ ଚରଣ ଦାସଙ୍କ ଶିଷ୍ୟ ଗୁରୁ ଦୁର୍ଗାଚରଣ ରଣବୀରଙ୍କ ଦ୍ୱାରା ମଙ୍ଗଳା ଚରଣ ଜଗନ୍ନାଥଙ୍କୁ ପୁଷ୍ପାଞ୍ଜଳୀ । ପରେ ପରେ ସ୍ୱପ୍ନକଳ୍ପ ଅଞ୍ଜନ ଦାସଗୁପ୍ତାଙ୍କ ଦ୍ୱାରା ହର୍ଷିତ, ସୁଶାନ୍ତ କୁମାର ଦାଶଙ୍କ ଦ୍ୱାରା ଭାବଗ୍ରାହୀ, ଐଶର୍ଯ୍ୟା ସଞ୍ଜୟ ଓ ଭାର୍ଗବୀ ଗଜାନନଙ୍କ ଦ୍ୱାରା ମୁଦିତ ପଲ୍ଲବୀ ଓ ଅଭିନୟ ଝଗଡ଼ୀ, ରୋଜାଲିନ୍‍ ସୁନ୍ଦରାୟଙ୍କ ଦ୍ୱାରା ପଞ୍ଚଦେବ ସ୍ତୁତି, ଭାଗ୍ୟଜ୍ୟୋତି ପ୍ରୀୟଦର୍ଶନୀଙ୍କ ଦ୍ୱାରା ଋଷନା ରାମ ରତନ, ନତାଷା କର୍ମକର ଓ ଦେବପିତ୍ତା ଦତ୍ତଙ୍କ ଦ୍ୱାରା ବଂଶୀ ସ୍ୱନ, ହଙ୍ଗେରୀର ମୋଲନାର୍‍ ଯେଡ୍‍ସ୍ଲିକେଙ୍କ ଦ୍ୱାରା ସଙ୍ଗିନୀରେ ଚାହାଁ ବେଣୁ ପାଣିକି, ଭୁବନେଶ୍ୱରର ରଶ୍ମୀରେଖା ଦାସଙ୍କ ଦ୍ୱାରା ଅଭିନୟ କଳିଯୁଗ ରାମକଥା ଏବଂ ଶେଷରେ ଓଡ଼ିଶୀ ଡ଼୍ୟାନ୍ସ କ୍ରୀଏସନ୍‍ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ନିର୍ବାଣ ପରିବେଷିତ ହୋଇଥିଲା ।

ସଂଧ୍ୟା ଅଧିବେଶନର ଅତିଥି ଥିଲେ ସଂସ୍କାର ଭାରତୀର ସର୍ବଭାରତୀୟ ମନ୍ତ୍ରୀ ଡ଼କ୍ଟର ନିରଞ୍ଜନ ପଣ୍ଡା, ଓଡ଼ିଶାର ସୁବିଖ୍ୟାତ ସ୍ଥପତୀ ଶ୍ରୀଯୁକ୍ତ ରବିନାରାୟଣ ରଥ ଓ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର । କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଡ଼କ୍ଟର ମୃତ୍ୟୁଞ୍ଜୟ ରଥ ।

ରବିନ୍ଦ୍ର ମଣ୍ଡପ
Share. Facebook Twitter LinkedIn Email WhatsApp Copy Link

Related Posts

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 12, 2026

ପିଏମଶ୍ରୀ ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟ ତମାଣ୍ଡୋରେ ପିଏମ ଶ୍ରୀ ଓ ବାର୍ଷିକ ଉତ୍ସବ ଉଦଯାପିତ

January 12, 2026

ଆଜି ଜାନୁୟାରୀ ୧୨ ତାରିଖ ସୋମବାରରେ ଜାଣନ୍ତୁ ସଂକ୍ଷେପରେ ରାଶିଫଳ, ଭାଗ୍ୟ ଓ ଭବିଷ୍ୟତ

January 12, 2026

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026
Latest News

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 12, 2026

ପିଏମଶ୍ରୀ ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟ ତମାଣ୍ଡୋରେ ପିଏମ ଶ୍ରୀ ଓ ବାର୍ଷିକ ଉତ୍ସବ ଉଦଯାପିତ

January 12, 2026

ଆଜି ଜାନୁୟାରୀ ୧୨ ତାରିଖ ସୋମବାରରେ ଜାଣନ୍ତୁ ସଂକ୍ଷେପରେ ରାଶିଫଳ, ଭାଗ୍ୟ ଓ ଭବିଷ୍ୟତ

January 12, 2026

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.