Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିକଶିତ ଭାରତ ଯୁବ ନେତୃତ୍ୱ କାର୍ଯ୍ୟକ୍ରମର ଓଡ଼ିଆ ଅଂଶଗ୍ରହଣକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା 
ଜାତୀୟ ଖବର

ବିକଶିତ ଭାରତ ଯୁବ ନେତୃତ୍ୱ କାର୍ଯ୍ୟକ୍ରମର ଓଡ଼ିଆ ଅଂଶଗ୍ରହଣକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା 

January 15, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଆ ପିଲାମାନେ ଚାହିଁଲେ ସବୁ ସମ୍ଭବ। ଓଡିଆ ଲୋକଙ୍କୁ ଯେବେ ଯେବେ ସୁଯୋଗ ମିଳିଛି ସେବେ ସେ ନିଜର ଦକ୍ଷତା ଓ ପରାକାଷ୍ଠାର ପ୍ରମାଣ ଦେଖାଇଛନ୍ତି ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ବିକଶିତ ଭାରତ ଯୁବ ନେତୃତ୍ୱ କାର୍ଯ୍ୟକ୍ରମ-୨୦୨୫ରେ ଅଂଶଗ୍ରହଣ କରିଥିବା ଓଡ଼ିଆ ଯୁବକଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ‘ମକର ସଂକ୍ରାନ୍ତି’ର ଶୁଭେଚ୍ଛା ଜଣାଇବା ସହ କହିଥିଲେ ଯେ “ବିକଶିତ ଭାରତ ଯୁବ ନେତୃତ୍ୱ ସାକ୍ଷାତକାର୍ -୨୦୨୫”ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଓଡ଼ିଶାର ଯେଉଁମାନେ ଅଂଶଗ୍ରହଣ କରିଥିଲେ, ସେହି ସଫଳ ଯୁବବନ୍ଧୁମାନଙ୍କ ସହ ଆଜିର ଆଲୋଚନା ଉତ୍ସାହଜନକ । ଓଡ଼ିଶାକୁ ବିକଶିତ କରିବା ପାଇଁ ସମସ୍ତ ଯୁବଶକ୍ତିଙ୍କ ମଧ୍ୟରେ ଥିବା ଇଚ୍ଛାଶକ୍ତି ଓ ଏକାଗ୍ରତା ପ୍ରଶଂସନୀୟ । ଓଡ଼ିଆ ଯୁବପିଢିମାନେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର କୁଶଳ ବିନ୍ଧାଣୀ । ସବୁ ଯୁବବର୍ଗଙ୍କ ମଧ୍ୟରେ କୌଣସି ନା କୌଣସି ପ୍ରତିଭା ଲୁଚି ରହିଛି । ଏହି ପ୍ରତିଭାକୁ ଅନ୍ୱେଷଣ କରିପାରିଲେ ହିଁ ଆମର ଅନେକ ଲକ୍ଷ୍ୟ ସାକାର ହୋଇପାରିବ ।

ସେ କହିଛନ୍ତି, ଆତ୍ମବିଶ୍ଵାସ ହିଁ ମଣିଷକୁ ବଡ କରିବ । ଅତୀତ ପିଢିରୁ ବର୍ତ୍ତମାନର ପିଢି ବହୁତ ବଡ ବଡ ଚିନ୍ତା କରୁଛି । ଆମ କାନ୍ଧରେ ବର୍ତ୍ତମାନ ବିକଶିତ ଓଡ଼ିଶା, ବିକଶିତ ଭାରତର ଦାୟିତ୍ୱ ଅଛି । ଏଥିପାଇଁ ଆମକୁ କଣ୍ଟେଣ୍ଟ୍ ରାଇଟରରୁ ଓ୍ୱେଲଥ୍ କ୍ରିଏସନ କରିବା ପାଇଁ ମଧ୍ୟ ଆଗଭର ହେବାକୁ ପଡିବ । ନିର୍ଭରତାରୁ ଆତ୍ମନିର୍ଭରତା,  ସ୍ୱାଭିମାନ ଓ ଆତ୍ମବିଶ୍ୱାସ ମାଧ୍ୟମରେ ସ୍ୱାବଲମ୍ବୀ ହେବାକୁ ପଡିବ । ନିଯୁକ୍ତି ଖୋଜିବା ପରିବର୍ତ୍ତେ ନିଯୁକ୍ତିଦାତା ହେବା ପାଇଁ କାମ କରିବାକୁ ହେବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ । ୨୦୪୭ରେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପୂରଣ କରିବ । ଏହି ସମୟରେ ଆମର ଦାୟିତ୍ୱ କ’ଣ ରହିବା ଦରକାର, ଏହା ଉପରେ ବୁଝିବାକୁ ହେବ । ପଞ୍ଚାୟତରୁ ଜିଲ୍ଲା ସ୍ତରରେ ଯୁବ ସମ୍ମିଳନୀ ମାଧ୍ୟରେ ନିଜର ଆଇଡିଆକୁ ଆଦାନପ୍ରଦାନ କରିବାକୁ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମାଜରେ ଏକ ସୁବ୍ୟବସ୍ଥିତ ଜୀବନଶୈଳୀ ତିଆରି କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ କିପରି ଆମେ ଆଗାମୀ ୨୨ ବର୍ଷ ଭିତରେ ଗ୍ଲୋବାଲ ହାପେନିଂ ପଏଣ୍ଟ୍ ବନାଇବା ପାଇଁ କାମ କରିବା, ତାହା ଆମର ଲକ୍ଷ୍ୟ ହେଉ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ୨୦୩୬ ସୁଦ୍ଧା ଓଡ଼ିଶାକୁ ଉତ୍କର୍ଷତାର ଶିଖରରେ ପହଞ୍ଚାଇବା ପାଇଁ ଆମ ସମସ୍ତଙ୍କ ଉଦ୍ୟମ ରହୁ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଥିଲେ ।

ଓଡ଼ିଆ ଅଂଶଗ୍ରହଣକାରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିକଶିତ ଭାରତ ଯୁବ ନେତୃତ୍ୱ
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025
Latest News

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.