Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କେନ୍ଦ୍ର କର୍ମଚାରୀଙ୍କ ଖୁସି ଖବର, ଅଷ୍ଟମ ପେ କମିଶନ୍ ଗଠନ ପାଇଁ ପ୍ରଧାନମନ୍ତ୍ରୀ ଦେଲେ ଅନୁମୋଦନ
ଜାତୀୟ ଖବର

କେନ୍ଦ୍ର କର୍ମଚାରୀଙ୍କ ଖୁସି ଖବର, ଅଷ୍ଟମ ପେ କମିଶନ୍ ଗଠନ ପାଇଁ ପ୍ରଧାନମନ୍ତ୍ରୀ ଦେଲେ ଅନୁମୋଦନ

January 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Narendra Modi
Prime Minister Narendra Modi's speech on National Space Day 2025

ନୂଆଦିଲ୍ଲୀ: କେନ୍ଦ୍ର ସରକାର କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର। ସେମାନଙ୍କ ଦରମା ଏବଂ ପେନସନଭୋଗୀଙ୍କ ଭତ୍ତା ପୁନର୍ବିବେଚନ କରିବା ପାଇଁ ଅଷ୍ଟମ ପେ କମିଶନ୍ ଗଠନ କରିବାକୁ ସରକାର ସମ୍ମତି ଦେଇଛି। ଏ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁମୋଦନ କରିଛନ୍ତି। କ୍ୟାବିନେଟ ବୈଠକ ପରେ ଏହାକୁ ଘୋଷଣା କରିଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ସାଧାରଣ ଭାବରେ ସେପ୍ଟେମ୍ବର ୨୦୨୬ରେ ୭ମ ପେ କମିଶନ୍‍ର କାର୍ଯ୍ୟକାଳ ଶେଷ ହେବ। ଏହି ପରିସ୍ଥିତିରେ ଅଷ୍ଟମ ପେ କମିଶନ୍ ୨୦୨୫ରେ ଗଠିତ ହେବା ଦ୍ୱାରା ତାହା ଠିକ ସମୟରେ ଲାଗୁ ହେବ ବୋଲି ନିଶ୍ଚିତ ହୋଇଛି।

ଅଷ୍ଟମ ପେ କମିଶନ୍‌ର ମୁଖ୍ୟ ବିବରଣୀ

କେତେ କର୍ମଚାରୀ ପାଇବେ: ୪୯ ଲକ୍ଷରୁ ଅଧିକ କେନ୍ଦ୍ର ସରକାର କର୍ମଚାରୀ ଏବଂ ପ୍ରାୟ ୬୫ ଲକ୍ଷ ପେନସନଭୋଗୀ ଏହା ପାଇବେ।

ସମୟସୀମା: ୭ମ ପେ କମିଶନ୍‍ର କାର୍ଯ୍ୟକାଳ ସମାପ୍ତ ପୂର୍ବରୁ ଏହାର ପୂର୍ଣ୍ଣ ରୂପରେଖ ପ୍ରକାଶିତ ହେବ।

ପରାମର୍ଶ: କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପକ୍ଷମାନଙ୍କ ସହିତ ଆଲୋଚନା କରାଯିବ।

ସ୍ୱାଧୀନତା ପରେ, ସରକାର ସାତଟି ପେ କମିଶନ୍ ଗଠନ କରିଛନ୍ତି। ଯାହା କେନ୍ଦ୍ରୀୟ କର୍ମଚାରୀମାନଙ୍କ ଦରମା ଏବଂ ଭତ୍ତା ଢାଞ୍ଚା ନିର୍ଦ୍ଧାରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଅନେକ ରାଜ୍ୟ ସରକାର ମଧ୍ୟ ସେମାନଙ୍କ କର୍ମଚାରୀଙ୍କ ପାଇଁ ଏହାକୁ ଅନୁସରଣ କରିଥାନ୍ତି।

ଅଶ୍ୱିନୀ ବୈଷ୍ଣବ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026
Latest News

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.