Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଦିତ୍ୟ ଆଲୁମିନିୟମର ଇଭି ବଲ୍‍କରସ୍‍ ଓ ଚାର୍ଜିଂ ଷ୍ଟେସନ ଉଦ୍‍ଘାଟିତ,ସବୁଜ ଲଜିଷ୍ଟିକ୍ସକୁ ଗୁରୁତ୍ବ
ଜାତୀୟ ଖବର

ଆଦିତ୍ୟ ଆଲୁମିନିୟମର ଇଭି ବଲ୍‍କରସ୍‍ ଓ ଚାର୍ଜିଂ ଷ୍ଟେସନ ଉଦ୍‍ଘାଟିତ,ସବୁଜ ଲଜିଷ୍ଟିକ୍ସକୁ ଗୁରୁତ୍ବ

January 17, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆଦିତ୍ୟ ଆଲୁମିନିୟମର ଇଭି ବଲ୍‍କରସ୍‍ ଓ ଚାର୍ଜିଂ ଷ୍ଟେସନ ଉଦ୍‍ଘାଟିତ,ସବୁଜ ଲଜିଷ୍ଟିକ୍ସକୁ ଗୁରୁତ୍ବ

ଭୁବନେଶ୍ୱର: ଆଲୁମିନିୟମ ଓ ତମ୍ବାରେ ବିଶ୍ୱରେ ଅଗ୍ରଣୀ ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଆଦିତ୍ୟ ଆଲୁମିନିୟମ ତାହାର ଲପଙ୍ଗାସ୍ଥିତ କାରଖାନାରୁ ଫ୍ଲାଏ ଆଶ୍‍ ନିକଟସ୍ଥ ସିମେଣ୍ଟ ପ୍ଲାଣ୍ଟକୁ ଯୋଗାଣ ନିମନ୍ତେ ଏକ ୫-ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଛି । କମ୍ପାନୀ ମଧ୍ୟ ଫ୍ଲାଏ ଆଶ୍‍ ବୋଝେଇ ସ୍ଥଳ ନିକଟରେ ଦୁଇଟି ବଲ୍‍କର ରିଚାର୍ଜ ଷ୍ଟେସନ ଉଦଘାଟନ କରିଛନ୍ତି, ଯାହା ଏହାର ଇଚ୍ଛିହାସରେ ଏହିଭଳି ପ୍ରଥମ ପଦକ୍ଷେପ ହୋଇଛି ।

ବିଦ୍ୟୁତ୍‍ଚାଳିତ ଯାନ ବ୍ୟବହାରର ଫଳସ୍ୱରୂପ କମ୍ପାନୀ ୩୫୦୦ ଟନ୍‍ କାର୍ବନ ଡାଇଅକ୍ସାଇଡ ନିର୍ଗମନ ହ୍ରାସ କରିବା ଆଶା ରଖିଛି, ଏବଂ ଏହା ପରିବହନ ଖର୍ଚ୍ଚ ବାବଦରେ ୧.୫ କୋଟି ଟଙ୍କା ସଞ୍ଚୟ କରିବାରେ ସହାୟକ ହେବ। ଏଥିସହିତ ଦୀର୍ଘସ୍ଥାୟିତା ଏବଂ କାର୍ବନ ନ୍ୟୁଟ୍ରାଲିଟି ତ୍ୱରାନ୍ୱିତ କରିବା ଦିଗରେ ବିଶ୍ୱସ୍ତରରେ ପ୍ରୟାସର ଅଂଶ ଭାବରେ ଆଦିତ୍ୟ ଆଲୁମିନିୟମ ତ୍ୱରିତ ଭାବରେ ତାହାର ଡିଜେଲ ଯାନଗୁଡିକ ସ୍ଥାନରେ ଇଭି ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି । ଏହି ପଦକ୍ଷେପ ନେଟ୍‍-ଜିରୋ ନିର୍ଗମନ ଲକ୍ଷ୍ୟ ହାସଲ ଦିଗରେ ହିଣ୍ଡାଲ୍‍କୋର ପ୍ରତିବଦ୍ଧତା ସହିତ ମେଳ ଖାଉଛି ଏବଂ ଫ୍ଲାଏ ଆଶ୍‍ ଭଳି ବର୍ଜ୍ୟ ପଦାର୍ଥକୁ ସିମେଣ୍ଟ ଉତ୍ପାଦନରେ ବ୍ୟବହାର କରି ଏକ ଆବର୍ତ୍ତୀ ଅର୍ଥନୀତି ନିମନ୍ତେ ଏହାର ଉତ୍ସର୍ଗୀକୃତ ଭାବକୁ ପ୍ରଦର୍ଶନ କରୁଛି ।

ଉତ୍ପାଦିତ ହେଉଥିବା ସିମେଣ୍ଟ ପରିମାଣ ମଧ୍ୟରେ ପ୍ରାୟ ୩୨ ପ୍ରତିଶତ ଫ୍ଲାଏ ଆଶ୍‍ ରହୁଛି, ଏବଂ କମ୍ପାନୀ ପ୍ରାୟ ୧ ନିୟୁତ ଟନ୍‍ ଫ୍ଲାଏ ଆଶ୍‍ ଯୋଗାଇ ଦେଉଥିବାରୁ ଏହା ୩୩ ହଜାର ମେଟ୍ରିକ ଟନ୍‍ ସିମେଣ୍ଟ ଉତ୍ପାଦନ ନିମନ୍ତେ ବ୍ୟବହାର କରାଯିବ । ଆଲୁମିନା ପ୍ରକ୍ରିୟାକରଣରୁ ନିର୍ଗତ ହେଉଥିବା ଫ୍ଲାଏ ଆଶ୍‍ ଏବଂ ସ୍ଲାଗ୍‍ ଭଳି ବର୍ଜ୍ୟ ବସ୍ତୁକୁ ପିପିସି (ପୋର୍ଟଲାଣ୍ଡ ପୋଜୋଲାନା ସିମେଣ୍ଟ), ପିଏସ୍‍ସି (ପୋର୍ଟଲାଣ୍ଡ ବ୍ଲାଷ୍ଟ ଫର୍ଣ୍ଣେସ ସ୍ଲାଗ ସିମେଣ୍ଟ), ପିପିସି ସୁପର ଏବଂ କମ୍ପୋଜାଇଟ ସିମେଣ୍ଟ ଆଦି ମିଶ୍ରିତ ପ୍ରକାର ସିମେଣ୍ଟ ଉତ୍ପାଦନରେ ବ୍ୟବହାର କରାଯାଉଛି ।

ଶ୍ରୀ କୈଳାସ ପାଣ୍ଡେ, ହେଡ-ସମ୍ବଲପୁର କ୍ଲଷ୍ଟର, ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ କହିଥିଲେ, “ଅନ୍ୟ ଏକ ଶିଳ୍ପରେ କଞ୍ଚାମାଲ ଭାବରେ ବ୍ୟବହାର ନିମନ୍ତେ ବର୍ଜ୍ୟ ବସ୍ତୁକୁ ଯୋଗାଇ ଦେବାକୁ ସବୁଜ ପରିବହନ ବିକଳ୍ପକୁ ଗ୍ରହଣ କରି ଆମେ ଆମର ସମସ୍ତ କାର୍ଯ୍ୟ ପରିଚାଳନା ସ୍ଥଳରେ ଶୂନ୍ୟ-ବର୍ଜ୍ୟ ଭିତ୍ତିକ ଆଲୁମିନା ଉତ୍ପାଦନ କରିବା ପାଇଁ ଆମର ଲକ୍ଷ୍ୟ ହାସଲ ଦିଗରେ ଆଉ ଏକ ପାଦ ଆଗକୁ ବଢାଉଛୁ ।

ଦୀର୍ଘସ୍ଥାୟିତା ନିମନ୍ତେ ଆମେ ନେଉଥିବା ପ୍ରତ୍ୟେକଙ୍କ ପଦକ୍ଷେପ ଆମର ପରିବେଶଗତ ପଦଚିହ୍ନକୁ ହ୍ରାସ କରିବାରେ ସହାୟକ ହେଉଛି । ଏବଂ ପ୍ରତ୍ୟେକଙ୍କି ସଫଳତାର ମାଇଲଖୁଣ୍ଟ ଆମକୁ ଏଭଳି ଏକ ଲଜିଷ୍ଟିକ୍ସ ପରିଚାଳନାର ନିକଟତର କରାଉଛି ଯାହା କେବଳ ସୁସଂହତ ନୁହେଁ, ତାହାସହିତ ଦାୟିତ୍ୱସମ୍ପନ୍ନ ଏବଂ ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ନିମନ୍ତେ ଆମ ସଂସ୍ଥାନର ରହିଥିବା ଦୂରଦୃଷ୍ଟି ଅନୁରୂପ ହେଉଛି ।”

ସମାନ ମତ ପୋଷଣ କରି ଶ୍ରୀ ସୁକାନ୍ତ ଦାସ, ପ୍ରେସିଡେଣ୍ଟ ଓ ଚିଫ୍‍ ଲଜିଷ୍ଟିକ୍ସ ଅଫିସର, ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ କହିଥିଲେ, “ଆଜି ଏକ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇପାରିଛି କାରଣ ଆମେ ଆମର ପରିବହନ ଫ୍ଲିଟ୍‍ରେ ପ୍ରଥମ ସେଟ୍‍ ବିଦ୍ୟୁତଚାଳିତ ଯାନ (ଇଭି)କୁ ସାମିଲ କରିଛୁ । ଏହି ଇଭିଗୁଡିକ ଆମର ଗୁରୁତ୍ୱପୂର୍ଣ୍ଣ ବର୍ଜ୍ୟବସ୍ତୁ ଫ୍ଲାଏ ଆଶ୍‍କୁ ସିମେଣ୍ଟ ଶିଳ୍ପକୁ ଏକ କଞ୍ଚାମାଲ ଭାବରେ ପରିବହନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ, ଯାହା ଏକ ସବୁଜ ପରିବହନ ବ୍ୟବସ୍ଥା ପ୍ରତି ଅବଦାନ ରଖିବା ସହିତ ଆବର୍ତ୍ତୀ ଅର୍ଥନୀତି ପାଇଁ ମଧ୍ୟ ସହାୟକ ହେବ ।”

ହିଣ୍ଡାଲ୍‍କୋ ମଧ୍ୟ ସଡ଼କ ପରିବହନରେ ଏଲଏନ୍‍ଜି ଏବଂ ବିଦ୍ୟୁତ୍‍ ଯାନଗୁଡିକର ବ୍ୟବହାର ବୃଦ୍ଧି କରିବା ଉପରେ ଦୃଷ୍ଟିନିବଦ୍ଧ କରୁଛି ଏବଂ ସେହି ସମୟରେ ଏହାର ନୂଆ ଖଚ୍ଚି ଓ କାରଖାନା ସ୍ଥଳଗୁଡିକୁ ଭାରତୀୟ ରେଳପଥ ନେଟୱର୍କ ସହିତ ସଂଯୋଗ କରି ରେଳପଥ ଜରିଆରେ ପରିବହନକୁ ସମ୍ପ୍ରସାରିତ କରୁଛି । ଏହି ପ୍ରୟାସ ଦୀର୍ଘସ୍ଥାୟୀ କାର୍ଯ୍ୟାଭ୍ୟାସ ଏବଂ କାର୍ବନ ହ୍ରାସ ଦିଗରେ ହିଣ୍ଡାଲ୍‍କୋର ନେତୃତ୍ୱ ସ୍ଥାନକୁ ପୁନଃ ସୁଦୃଢ କରୁଛି, ଏବଂ ଏହାକୁ ଏକ ସବୁଜ ଭବିଷ୍ୟତ ଦିଗରେ ଉଲ୍ଲେଖନୀୟ ଗତି ପ୍ରଦାନ କରୁଛି ।

ହିଣ୍ଡାଲ୍‍କୋ ମଧ୍ୟ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ନିର୍ଗମନ ହ୍ରାସ କାର୍ଯ୍ୟକ୍ରମରେ ଅଗ୍ରଣୀ ସ୍ଥାନ ନେଉଛି ଏବଂ ଏ ଦିଗରେ ଏକାଧିକ ପଦକ୍ଷେପ ଗ୍ରହଣ କରିଛି, ଯେଉଁଥିପାଇଁ ଏହା ଏହାର ଓଡ଼ିଶା ସ୍ମେଲଟର ନିମନ୍ତେ ଏହା ୧୦୦ ମେଗାୱାଟର ଚବିଶ ଘଣ୍ଟିଆ କାର୍ବନ-ମୁକ୍ତ ଶକ୍ତି ପ୍ରକଳ୍ପ ସ୍ଥାପନ କରୁଛି, ଯାହା ମଧ୍ୟ ସମ୍ମାନଜନକ ‘ଏନର୍ଜି ଟ୍ରାଞ୍ଜିସନ ଚେଞ୍ଜମେକର’ ପୁରସ୍କାର ସିଓପି୨୮ରେ ହାସଲ କରିଛି ।

hindalco ଆଦିତ୍ୟ ଆଲୁମିନିୟମ ହିଣ୍ଡାଲ୍‍କୋ
Share. Facebook Twitter LinkedIn Email WhatsApp Copy Link

Related Posts

‘ଭାରତ ଟ୍ୟାକ୍ସି’ ସେବାର ଶୁଭାରମ୍ଭ କଲେ ଅମିତ ଶାହ

June 28, 2026

ମୟୂରଭଞ୍ଜରେ ଡବଲ ମର୍ଡର, ଘର ଭିତରେ ମା’ ଓ ୮ ବର୍ଷର ଝିଅଙ୍କ ରକ୍ତାକ୍ତ ମୃତଦେହ

June 27, 2026

୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

June 27, 2026

ସାମାନ୍ୟ ବଚସାରୁ ଜଘନ୍ୟ କାଣ୍ଡ! ବିୟର ବୋତଲରେ ଯୁବକଙ୍କ ଗଳା କାଟି ହତ୍ୟା

June 27, 2026
Latest News

‘ଭାରତ ଟ୍ୟାକ୍ସି’ ସେବାର ଶୁଭାରମ୍ଭ କଲେ ଅମିତ ଶାହ

June 28, 2026

ଆଜି ଜୁନ୍ ୨୮ ତାରିଖ ରବିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 28, 2026

ମୟୂରଭଞ୍ଜରେ ଡବଲ ମର୍ଡର, ଘର ଭିତରେ ମା’ ଓ ୮ ବର୍ଷର ଝିଅଙ୍କ ରକ୍ତାକ୍ତ ମୃତଦେହ

June 27, 2026

କରାଚୀରେ ବଡ଼ ଆତଙ୍କୀ ହମଲା : ଆତ୍ମଘାତୀ ବିସ୍ଫୋରଣ ପରେ ଗୁଳିବର୍ଷା ଜାରି

June 27, 2026

୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.