Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କ୍ୟାନସର ରୋଗୀଙ୍କ ଶେଷ ଆଶା, ଉଦଘାଟିତ ହେଲା ବାଗ୍‍ଚୀ କରୁଣାଶ୍ରୟ ପାଲିଏଟିଭ୍ କେଆର୍ ସେଣ୍ଟର୍
ଜାତୀୟ ଖବର

କ୍ୟାନସର ରୋଗୀଙ୍କ ଶେଷ ଆଶା, ଉଦଘାଟିତ ହେଲା ବାଗ୍‍ଚୀ କରୁଣାଶ୍ରୟ ପାଲିଏଟିଭ୍ କେଆର୍ ସେଣ୍ଟର୍

January 21, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
କ୍ୟାନସର ରୋଗୀଙ୍କ ଶେଷ ଆଶା, ଉଦଘାଟିତ ହେଲା ବାଗ୍‍ଚୀ କରୁଣାଶ୍ରୟ ପାଲିଏଟିଭ୍ କେଆର୍ ସେଣ୍ଟର୍

ଭୁବନେଶ୍ବର: ଭୁବନେଶ୍ୱର ଇନଫୋସିଟି-2 ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବାଗ୍‍ଚୀ କରୁଣାଶ୍ରୟ ପାଲିଏଟିଭ୍ କେଆର୍ ସେଣ୍ଟର୍’ର ଉଦ୍‍ଘାଟନ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଏହି ସେଣ୍ଟର୍‌ଟି ବାଙ୍ଗାଲୋର୍ ହସ୍‌ପିସ୍ ଟ୍ରଷ୍ଟ ଅନ୍ତର୍ଭୁକ୍ତ ‘କରୁଣାଶ୍ରୟ’ ଅନୁଷ୍ଠାନର ସହଯୋଗ ଏବଂ ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ ଓ ଶ୍ରୀ ସୁବ୍ରତ ବାଗ୍‌ଚୀଙ୍କ ଅକୁଣ୍ଠିତ ଅନୁଦାନରେ ପ୍ରତିଷ୍ଠିତ ହୋଇଛି ।

ଏଠାରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଜୀବନର ଶେଷାବସ୍ଥାରେ ପହଞ୍ଚିଥିବା ସମସ୍ତ ରୋଗୀମାନଙ୍କର ସେବା ନିଃଶୁଳ୍କ ଭାବରେ କରାଯାଏ । ଓଡିଶା ସରକାର ଏହି ସେଣ୍ଟର୍‌ ପାଇଁ ଜମି ତଥା ଅନ୍ୟାନ୍ୟ ଆନୁସଙ୍ଗିକ ଆବଶ୍ୟକ‌ତା ରିହାତି ଦରରେ ଯୋଗାଇ ଦେଇଛନ୍ତି । ସେବା ଯତ୍ନ ବ୍ୟତୀତ ‘ବାଗ୍‌ଚୀ କରୁଣାଶ୍ରୟ ପାଲିଏଟିଭ୍ କେଆର୍ ସେଣ୍ଟର୍‌ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମଧ୍ୟ ଆଗାମୀ ଦିନରେ କାର୍ଯ୍ୟ କରିବ।

ଏଭଳି ଏକ କଲ୍ୟାଣକାରୀ ଅନୁଷ୍ଠାନର ଉଦ୍‍ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି କେନ୍ଦ୍ରଟି ହେଉଛି ମାନବୀୟ ଆଦର୍ଶର ଶ୍ରେଷ୍ଠ ଉଦାହରଣ ଏବଂ ଦାନ, ଦୟା ଓ କରୁଣାର ଏକ ମହାନ ପ୍ରତିଫଳନ। ମୁଖ୍ୟମନ୍ତ୍ରୀ ଏହି କେନ୍ଦ୍ରର ପ୍ରତିଷ୍ଠାତା ବାଗ୍‍ଚୀ ଦମ୍ପତିଙ୍କୁ ପ୍ରଶଂସା କରି କହିଥିଲେ ଯେ ସମାଜ ସେବା କ୍ଷେତ୍ରରେ ଏପରି ନିସ୍ୱାର୍ଥପର ଅବଦାନ ଆଜିକାଲି ଖୁବ କ୍ୱଚିତ ଦେଖିବାକୁ ମିଳୁଛି । ଏହି ଦମ୍ପତି ହେଉଛନ୍ତି ଓଡିଶା ପାଇଁ ଆଦର୍ଶ। ତାଙ୍କର ଏହି ପଦକ୍ଷେପ ନିଶ୍ଚିତ ରୂପେ ଅନ୍ୟମାନଙ୍କୁ ସମାଜସେବା ପାଇଁ ପ୍ରେରଣା ଯୋଗାଇବ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କ୍ୟାନସର ରୋଗର ଚିକିତ୍ସା ଅତ୍ୟନ୍ତ ବ୍ୟୟ ବହୁଳ ଏବଂ ରୋଗରେ ରୋଗୀର ମୃତ୍ୟୁ ସହିତ ପରିବାର ମଧ୍ୟ ଆର୍ଥିକ ଅଭାବର ସମ୍ମୁଖୀନ ହୋଇଥାନ୍ତି। ଏଭଳି ସ୍ଥିତିରେ ବାଗ୍‍ଚୀ ଦମ୍ପତିଙ୍କର ସ୍ୱଳ୍ପ ମୂଲ୍ୟରେ ଚିକିତ୍ସା ପାଇଁ ଭୁବନେଶ୍ୱରରେ ଗୋଟିଏ ବିଶ୍ୱସ୍ତରୀୟ କ୍ୟାନସର ହସ୍‍ପିଟାଲ ଏବଂ ଯେଉଁ ରୋଗୀ ମାନଙ୍କ ବଞ୍ଚିବାର ଆଶା କମ୍ ରହିଛି, ସେମାନଙ୍କ ଯନ୍ତ୍ରଣାକୁ ଲାଘବ କରିବା ପାଇଁ ୧୧୦ ଶଯ୍ୟା ବିଶିଷ୍ଟ ପାଲିଆଟିଭ୍ କେୟାର ସେଣ୍ଟର ଜରିଆରେ ମାଗଣାରେ ସେବା ଯୋଗାଇ ଦେବା ମାନବ କଲ୍ୟାଣର ଏକ ଅନନ୍ୟ ନିଦର୍ଶନ ।

ଅନ୍ୟତମ ଅତିଥିଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଭାରତବର୍ଷରେ ଲୋକସେବାର ସବୁଠାରୁ ବଡ ଆଦର୍ଶ ହେଉଛି ଏହି କରୁଣାଶ୍ରୟ। ଏହି ଅନୁଷ୍ଠାନ ହେଉଛି ତ୍ୟାଗ, କରୁଣା ଓ ସମବେଦନାକୁ ପ୍ରତିଫଳିତ କରୁଥିବା ଏକ ସ୍ୱୟଂସେବୀ ଅନୁଷ୍ଠାନ । ଓଡିଶାରେ କ୍ୟାନସର ହସ୍‍ପିଟାଲ ପ୍ରତିଷ୍ଠା ଏବଂ କରୁଣାଶ୍ରୟ ପାଇଁ ରାଜ୍ୟବାସୀଙ୍କ ତରଫରୁ ବାଗ୍‍ଚୀ ଦମ୍ପତିଙ୍କୁ ସେ କୃତଜ୍ଞତା ଜଣାଇଥିଲେ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଥିଲେ ଯେ ମୃତ୍ୟୁ ସହ ସଂଗ୍ରାମ କରୁଥିବା କ୍ୟାନସର ରୋଗୀଙ୍କୁ ସେବା ଯୋଗାଇ ଦେବାପାଇଁ ମହତ୍ ଉଦ୍ଦେଶ୍ୟ ରଖି ଏହି ଅନୁଷ୍ଠାନ ପ୍ରତିଷ୍ଠା ହୋଇଛି। ବାଗ୍‍ଚୀ ମହୋଦୟ ଓ ରୋଗୀମାନଙ୍କୁ ସେବା କରୁଥିବା ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଧନ୍ୟବାଦ ଦେଇ ସେ କହିଥିଲେ ଯେ ଯେଉଁ ମହତ ଉଦ୍ଦେଶ୍ୟ ରଖି ଏହି ଅନୁଷ୍ଠାନ ଗଢିଉଠିଛି, ତାର ଲକ୍ଷ୍ୟ ପଥରେ ସେ ସଫଳ ହେଉ। ଏଥିପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ।

ଏହି କେନ୍ଦ୍ରର ପ୍ରତିଷ୍ଠାତା ଶ୍ରୀ ସୁବ୍ରତୋ ବାଗ୍‍ଚୀ କହିଥିଲେ ଯେ କ୍ୟାନସର ରୋଗ, ରୋଗୀ ସହିତ ସମଗ୍ର ପରିବାରକୁ ପ୍ରଭାବିତ କରିଥାଏ। ଏଥିପାଇଁ ଚିକିତ୍ସା ସହିତ ସମବେଦନାର ଆବଶ୍ୟକତା ରହିଛି । ଏହି କେନ୍ଦ୍ରର ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ମାନେ ରୋଗୀ ମାନଙ୍କ ଘରକୁ ଯାଇ ମଧ୍ୟ ସେବା ଯୋଗାଉଛନ୍ତି । ସମସ୍ତଙ୍କ ସହଯୋଗରେ ଏହି କେନ୍ଦ୍ର ପ୍ରତିଷ୍ଠା ହୋଇଛି । କ୍ୟାନସର ଚିକିତ୍ସା କେବଳ ସରକାରଙ୍କ ଉପରେ ଛାଡି ଦେଲେ ହେବ ନାହିଁ, ଆମ ସମସ୍ତଙ୍କୁ ଏଥିରେ ସହଯୋଗ କରିବାକୁ ପଡିବ।

ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହି କେନ୍ଦ୍ରରେ ଚିକିତ୍ସିତ ହେଉଥିବା ରୋଗୀ ଓ ସେମାନଙ୍କର ସଂପର୍କୀୟ ମାନଙ୍କ ପାଖକୁ ଯାଇ କଥା ହୋଇଥିଲେ । କାର୍ଯ୍ୟକ୍ରମରେ ବେଙ୍ଗାଲୁରୁ ହସ୍‍ପିସ୍ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ଗୁରୁମିତ ସିଂ ରାନ୍ଧୁଆ ସ୍ୱାଗତ ଭାଷଣ ଦେଇଥିଲେ । ବିଧାୟକ ଶ୍ରୀ ବାବୁ ସିଂହ, ବିଧାୟକ ଶ୍ରୀ ଆକାଶ ଦାସ ନାୟକ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ସୁବ୍ରତ ବାଗଚୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ପ୍ରସ୍ତାବିତ ନୂତନ ସହର ପ୍ରକଳ୍ପ ଉପରେ ଅର୍ନ୍ତଜାତୀୟ ପରାମର୍ଶଦାତା ସଂସ୍ଥା ସହ ଆଲୋଚନା

August 21, 2025

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ

August 21, 2025

୮୦ ତମ ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା- ୨୦୨୫ ଉଦଘାଟିତ

August 21, 2025

ଆଜି ଉଦଘାଟନ ହେବ ଖେଲୋ ଇଣ୍ଡିଆ ଜଳକ୍ରୀଡା ମହୋତ୍ସବ: ଫୋକସରେ ରହିବ ଓଡିଶା ଦଳ

August 21, 2025
Latest News

ଭୁବନେଶ୍ୱରରେ ପ୍ରସ୍ତାବିତ ନୂତନ ସହର ପ୍ରକଳ୍ପ ଉପରେ ଅର୍ନ୍ତଜାତୀୟ ପରାମର୍ଶଦାତା ସଂସ୍ଥା ସହ ଆଲୋଚନା

August 21, 2025

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ

August 21, 2025

୮୦ ତମ ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା- ୨୦୨୫ ଉଦଘାଟିତ

August 21, 2025

ଆଜି ଉଦଘାଟନ ହେବ ଖେଲୋ ଇଣ୍ଡିଆ ଜଳକ୍ରୀଡା ମହୋତ୍ସବ: ଫୋକସରେ ରହିବ ଓଡିଶା ଦଳ

August 21, 2025

ରାଶିଫଳ: ଅଗଷ୍ଟ ୨୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶି ଉପରେ ଲାଗିରହିବ ସମସ୍ୟା

August 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.