Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଶ୍ୱର ଦ୍ୱିତୀୟ ବୃହତ୍ତମ ଶକ୍ତି କାର୍ଯ୍ୟକ୍ରମ ହେବ ଆଇଇଡବ୍ଲୁ -୨୦୨୫: କେନ୍ଦ୍ର ମନ୍ତ୍ରୀ ହରଦୀପ ଏସ୍ ପୁରୀ
ଜାତୀୟ ଖବର

ବିଶ୍ୱର ଦ୍ୱିତୀୟ ବୃହତ୍ତମ ଶକ୍ତି କାର୍ଯ୍ୟକ୍ରମ ହେବ ଆଇଇଡବ୍ଲୁ -୨୦୨୫: କେନ୍ଦ୍ର ମନ୍ତ୍ରୀ ହରଦୀପ ଏସ୍ ପୁରୀ

January 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଫେବୃୟାରୀ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଦ୍ୱାରକାସ୍ଥିତ ଯଶୋଭୂମିରେ ଆୟୋଜନ ହେବାକୁ ଯାଉଛି ଭାରତୀୟ ଶକ୍ତି ସପ୍ତାହ (ଆଇଇଡବ୍ଲ୍ୟୁ) – ୨୦୨୫। ୧ ଲକ୍ଷ ବର୍ଗ ମିଟରରୁ ଅଧିକ ବ୍ୟାପ୍ତ ଅଞ୍ଚଳରେ ଏହି ଉତ୍ସବ ଆୟୋଜନ କରାଯିବ। ଏଥିରେ ବିଭିନ୍ନ ବିଭାଗର ମନ୍ତ୍ରୀ, ଖ୍ୟାତିସମ୍ପନ୍ନ କମ୍ପାନୀମାନଙ୍କ ସିଇଓ ଏବଂ ଶିଳ୍ପ ନେତୃବୃନ୍ଦଙ୍କ ଅତୁଳନୀୟ ବିଶ୍ୱସ୍ତରୀୟ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଏହା ଶକ୍ତି କ୍ଷେତ୍ରରେ ନୂତନ ମାନଦଣ୍ଡ ସ୍ଥାପନ କରିବ। ଅଂଶଗ୍ରହଣ, ପ୍ରଦର୍ଶନୀ ସ୍ଥାନ ଏବଂ ଅଧିବେଶନ ଦୃଷ୍ଟିରୁ ଦେଖିଲେ ଏହା ବିଶ୍ୱର ଦ୍ୱିତୀୟ ବୃହତ୍ତମ ଶକ୍ତି କାର୍ଯ୍ୟକ୍ରମ ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ଆଜି ମୁମ୍ବାଇରେ କହିଛନ୍ତି।

ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା ବେଳେ ମନ୍ତ୍ରୀ ଶ୍ରୀ ପୁରୀ ଆଇଇଡବ୍ଲ୍ୟୁ ୨୦୨୫ ଅବସରରେ ଆୟୋଜିତ ହେବାକୁ ଥିବା ସ୍ୱଚ୍ଛ ରୋଷେଇ ଉପରେ ଆଲୋକପାତ କରିଥିଲେ। ସ୍ୱଚ୍ଛ ରୋଷେଇ ଉପାୟର ବିଶ୍ୱବ୍ୟାପୀ ଗ୍ରହଣୀୟତାକୁ ତ୍ୱରାନ୍ୱିତ କରିବା ତଥା ସହଯୋଗୀ ପ୍ରୟାସକୁ ସୁଦୃଢ଼ କରିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ କାର୍ଯ୍ୟ କରିବ। ଭାରତର ଅତ୍ୟନ୍ତ ସଫଳତା ଲାଭି କରିଥିବା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ) ଏହି କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁରେ ରହି ଶକ୍ତି ଉପଲବ୍ଧତା ଆହ୍ୱାନର ମୁକାବିଲା ପାଇଁ ଏକ ବିଶ୍ୱସ୍ତରୀୟ ଢାଞ୍ଚା ଭାବରେ ମୂଲ୍ୟବାନ ଦିଗ ଏବଂ ସର୍ବୋତ୍ତମ ଅଭ୍ୟାସ ପ୍ରଦର୍ଶନ କରିବ ।

ପୂର୍ବ ସଂସ୍କରଣ ତୁଳନାରେ ଆଇଇଡବ୍ଲ୍ୟୁ ୨୦୨୫ ବ୍ୟାପକତା ଏବଂ ଅଂଶଗ୍ରହଣରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିବାକୁ ଯାଉଛି । ପ୍ରଦର୍ଶନୀ ସ୍ଥାନ ୬୫% ବୃଦ୍ଧି ପାଇ ୨୮,୦୦୦ ବର୍ଗ ମିଟର ହେବ, ସମ୍ମିଳନୀ ଅଧିବେଶନ ସଂଖ୍ୟା ୧୦୫କୁ ବୃଦ୍ଧି ପାଇବ ଏବଂ ୭୦ହଜାରରୁ ଅଧିକ ବିଶ୍ୱସ୍ତରୀୟ ପ୍ରତିନିଧି ଭାଗ ନେବେ। ଏଥିରେ ପ୍ରମୁଖ ଆନ୍ତର୍ଜାତିକ ଖ୍ୟତିସମ୍ପନ୍ନ ବକ୍ତାଙ୍କ ସମେତ ୫୦୦ରୁ ଅଧିକ ବକ୍ତା ଅଂଶଗ୍ରହଣ କରିବେ, ଯାହା ଏହି କାର୍ଯ୍ୟକ୍ରମର ବଢୁଥିବା ବୈଶ୍ୱିକ ମହତ୍ତ୍ୱକୁ ପ୍ରତିଫଳିତ କରିବ । ଏହି ସମ୍ମିଳନୀରେ ଆମେରିକା, ବ୍ରିଟେନ, ରୁଷିଆ, ଜାପାନ, ଜର୍ମାନୀ ଏବଂ ନେଦରଲ୍ୟାଣ୍ଡଭଳି ଅଗ୍ରଣୀ ଦେଶର ୧୦ଟି ପ୍ୟାଭିଲିୟନ ସହିତ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି, ଜୈବ ଇନ୍ଧନ ଏବଂ ପେଟ୍ରୋକେମିକାଲ ପ୍ରଭୃତି ଆଠଟି ବିଷୟଭିତ୍ତିକ ଜୋନ୍‍ ମଧ୍ୟ ରହିବ।

ଏହି କାର୍ଯ୍ୟକ୍ରମରେ ୨୦ରୁ ଅଧିକ ଦେଶର ଶକ୍ତି ମନ୍ତ୍ରୀ କିମ୍ବା ଉପମନ୍ତ୍ରୀଙ୍କ ସମେତ ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଏବଂ ଫର୍ଚୁନ୍ ୫୦୦ ଶକ୍ତି କମ୍ପାନୀର ୯୦ ସିଇଓ ଅଂଶଗ୍ରହଣ କରିବେ। ଏହା ବିଶ୍ୱ ଶକ୍ତି ପରିବର୍ତ୍ତନ ଆଲୋଚନାକୁ ଆକାର ଦେବାରେ ଭାରତର ବଢୁଥିବା ପ୍ରଭାବକୁ ପ୍ରତିଫଳିତ କରିବ। ଅଗ୍ରଣୀ ଆଇଆଇଟି, “ଅଭିନ୍ୟ“ ଏବଂ “ବସୁଧା” ଭଳି ଷ୍ଟାର୍ଟଅପ୍ ପ୍ଲାଟଫର୍ମ ଏବଂ ଦିଲ୍ଲୀ ଏନସିଆରର ୫୦୦ ଛାତ୍ରଛାତ୍ରୀ ନବ ସୃଜନ ଏବଂ ପ୍ରଯୁକ୍ତି ଭିତ୍ତିକ ସମାଧାନ କ୍ଷେତ୍ରରେ ପ୍ରଦର୍ଶନ କରିବେ।  ଏହା ସହିତ ଯୁବ ଏବଂ ଉଦ୍ଭାବକମାନଙ୍କୁ ଯୋଡ଼ିବା ପାଇଁ ଏଠାରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଶ୍ରୀ ପୁରୀ ଆଲୋକପାତ କରିଥିଲେ।

ଆଇଇଡବ୍ଲ୍ୟୁ ୨୦୨୫ର ଏକ ପ୍ରମୁଖ ଆକର୍ଷଣ ହେଉଛି ଶକ୍ତି ନିରାପତ୍ତା, ନ୍ୟାୟପୂର୍ଣ୍ଣ ଏବଂ ଶୃଙ୍ଖଳିତ ରୂପାନ୍ତରଣ, ସହଯୋଗ, ସ୍ଥିରତା, ଦକ୍ଷତା ବୃଦ୍ଧି ଏବଂ ଡିଜିଟାଲ ଅଗ୍ରଗତି ସମେତ ଆକର୍ଷଣୀୟ ବିଷୟବସ୍ତୁ ଉପରେ ଧ୍ୟାନ ଦେବା। ଏହି କାର୍ଯ୍ୟକ୍ରମର ସ୍ୱଚ୍ଛ ରୋଷେଇ,  ସ୍ଥାୟୀ ଏବଂ ସୁଲଭ ଶକ୍ତି ସମାଧାନର ଉପଲବ୍ଧତା ସୁନିଶ୍ଚିତ କରିବାରେ ଭାରତର ନେତୃତ୍ୱକୁ ଆହୁରି ବଢ଼ାଇବ ଏବଂ ଶକ୍ତି ସମାନତା ପ୍ରତି ଏହାର ବିଶ୍ୱସ୍ତରୀୟ ପ୍ରତିବଦ୍ଧତାକୁ ସୁଦୃଢ଼ କରିବ।

ଭାରତ ଶକ୍ତି ସପ୍ତାହ ୨୦୨୫ ର ଅତୁଳନୀୟ ବ୍ୟାପକତା ଏବଂ ନବସୃଜନ ଉପରେ ଗୁରୁତ୍ୱ ଭାରତକୁ ବିଶ୍ୱ ଶକ୍ତି ରୂପାନ୍ତରଣରେ ଅଗ୍ରଣୀ ସ୍ଥାନରେ ରଖିବାକୁ ଏବଂ ଶକ୍ତି କ୍ଷେତ୍ରରେ ପରିବର୍ତ୍ତନ ପାଇଁ ଏକ ଉତ୍ପ୍ରେରକ ଭାବରେ ଭୂମିକା ନିର୍ବାହନକୁ ସୁଦୃଢ଼ କରିବ।

ଦ୍ୱାରକା ହରଦୀପ ଏସ୍ ପୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପଙ୍କ ରାତ୍ରିଭୋଜନରେ ଗୁଳିମାଡ଼

April 26, 2026

ଋଣ ଭାର ସହିନପାରି ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା

April 26, 2026

ପିଠି ଯନ୍ତ୍ରଣାରେ ପୀଡିତ କି ? ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

April 26, 2026

ଆଜି ଏପ୍ରିଲ ୨୬ ତାରିଖ ରବିବାର, କେମିତି ରହିବ ଆଜିର ଦିନ

April 26, 2026
Latest News

ଟ୍ରମ୍ପଙ୍କ ରାତ୍ରିଭୋଜନରେ ଗୁଳିମାଡ଼

April 26, 2026

ଋଣ ଭାର ସହିନପାରି ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା

April 26, 2026

ପିଠି ଯନ୍ତ୍ରଣାରେ ପୀଡିତ କି ? ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

April 26, 2026

ଆଜି ଏପ୍ରିଲ ୨୬ ତାରିଖ ରବିବାର, କେମିତି ରହିବ ଆଜିର ଦିନ

April 26, 2026

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.