Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଉତ୍କର୍ଷ ଓଡିଶାରେ ପ୍ରଧାନମନ୍ତ୍ରୀ ମୋଦି, କନଭେସନ ଓ କନସର୍ଟ ପରି ନୂଆ ପର୍ଯ୍ୟଟନ ପାଇଁ ଦେଲେ ଆହ୍ବାନ
ଜାତୀୟ ଖବର

ଉତ୍କର୍ଷ ଓଡିଶାରେ ପ୍ରଧାନମନ୍ତ୍ରୀ ମୋଦି, କନଭେସନ ଓ କନସର୍ଟ ପରି ନୂଆ ପର୍ଯ୍ୟଟନ ପାଇଁ ଦେଲେ ଆହ୍ବାନ

January 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉତ୍କର୍ଷ ଓଡିଶା
ଉତ୍କର୍ଷ ଓଡିଶାରେ ପ୍ରଧାନମନ୍ତ୍ରୀ ମୋଦି, କନଭେସନ ଓ କନସର୍ଟ ପରି ନୂଆ ପର୍ଯ୍ୟଟନ ପାଇଁ ଦେଲେ ଆହ୍ବାନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁବନେଶ୍ବରର ଜନତା ମଇଦାନରେ ଆୟୋଜିତ ଉତ୍କର୍ଷ ଓଡିଶା ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଓଡିଶାର ବିକାଶ ପାଇଁ ନୂଆ ସମ୍ଭାବନାର ଆଶା ସଂଚାର କରିଛନ୍ତି। ମୁଖ୍ୟତଃ ଓଡିଶାର ଶିଳ୍ପ ସହିତ ପର୍ଯ୍ୟଟନର ବିକାଶ ପାଇଁ ନିବେଶକ ଆଗେଇ ଆସିବାକୁ ସେ ଆହ୍ବାନ କରିଛନ୍ତି।

ଆଜି ଜନତା ମଇଦାନରେ ଆୟୋଜିତ ଏହି ସମ୍ମିଳନୀରେ ସେ ଓଡିଶାରେ କନଭେନସ ଓ ଲାଇଭ କନସର୍ଟ ପର୍ଯ୍ୟଟନ ପାଇଁ ଆଗେଇ ଆସିବାକୁ ନିବେଶକଙ୍କୁ କହିଛନ୍ତି। ସେ ଉଦବୋଧନ ଦେଇ କହିଛନ୍ତି ଯେ, ଦିଲ୍ଲୀରେ ଭାରତ ମଣ୍ଡପମ ପରି ଓଡିଶାରେ ମଧ୍ୟ ଏକ ବଡ ମଣ୍ଡପର ଆବଶ୍ୟକତା ରହିଛି। କାରଣ ଓଡିଶାରେ ଯେପରି ପ୍ରାକୃତିକ ତଥା ଐତିହାସିକ ସ୍ଥଳ ରହିଛି ତାହା ଏହି କନଭେସନ କରାଗଲେ ଉନ୍ନତି ହୋଇପାରିବ। ଦେଶ ବିଦେଶରୁ ଲୋକେ ଆସି ଏଠାରେ ସମ୍ମିଳନୀର ଆୟୋଜନ କରିବେ।

ସେହିପରି ଓଡିଶାରେ ଯେପରି ସାଂସ୍କୃତିକ ଶୋଭାରାଶି ରହିଛି ତାହା ମଧ୍ୟ ବେଶ ଆକର୍ଷଣୀୟ ବୋଲି ମୋଦି କହିଥିଲେ। ସେଥିପାଇଁ ଓଡିଶା ଲାଇଭ କନସର୍ଟ କାର୍ଯ୍ୟକ୍ରମ ପାଇଁ ଉପଯୁକ୍ତ ସ୍ଥଳ। ଏ କ୍ଷେତ୍ରରେ ଦେଶ ବିଦେଶର ଇଭେଣ୍ଟ ସଂସ୍ଥାମାନେ ଆଗେଇ ଆସିବା ଉଚିତ ବୋଲି ମୋଦି କହିଥିଲେ। ବର୍ତ୍ତମାନ ସାରା ବିଶ୍ବରେ ଏହି ଲାଇଭ କନସର୍ଟ ଏକ ନୂଆ ରୂପନେବାରେ ଲାଗିଛି। ଏଥିପାଇଁ କୋଟିକୋଟି ଟଙ୍କା ବିନିଯୋଗ ମଧ୍ୟ ହେଉଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ଓଡିଶାର ପ୍ରାକୃତିକ ଶୋଭା ଓ ନୌବାଣିଜ୍ୟ ପରଂପରାକୁ ମନେ ପକାଇଲେ

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ପ୍ରଥମେ ସେହି ଜୟଜଗନ୍ନାଥ ବୋଲି କହି ଆରମ୍ଭ କରିଥିଲେ। ଏହାପରେ ସେ ଓଡିଶାର ପ୍ରାଚୀନ ନୌବାଣିଜ୍ୟ ପରଂପରା ଉପରେ ବର୍ଣ୍ଣନା କରିଥିଲେ। ଏଥିରେ ସେ ଓଡିଶାରେ କେବଳ ଟ୍ରାଡିସନ ନାହିଁ ଟ୍ରେଡ ମଧ୍ୟ ରହିଛି ବୋଲି କହିଥିଲେ।ସେତେବେଳେ ଓଡିଶା ଭାରତର ଗେଟୱେ ଥିଲା। ସେହି ପ୍ରାଚୀନ ଟ୍ରେଡ ପରଂପରାକୁ ବର୍ତ୍ତମାନର ରାଜ୍ୟ ସରକାର ସାକାର କରିବେ। ଆଉ ଓଡିଶାର ବିକାଶ ବେଶ ଉପରକୁ ଛୁଇଁବ ବୋଲି ସେ କହିଥିଲେ।

ଏହି ସମୟ ହେ..ସହି ସମୟ ହେ….

ମୋଦି ଅଭିଭାଷଣ ବେଳେ ନିବେଶକଙ୍କୁ କହିଥିଲେ ଯେ, ଓଡିଶାରେ ନିବେଶ କରିବାକୁ ହେଲେ ଏହି ସମୟ ହେ ସହି ସମୟ। ଅର୍ଥାତ ଓଡିଶାରେ ନିବେଶ କରିବା ପାଇଁ ବର୍ତ୍ତମାନର ସମୟ ହେଉଛି ଠିକ ସମୟ। ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି କଥାକୁ ଉଲ୍ଲେଖ କରିଥିବାରୁ ପ୍ରଧାନମନ୍ତ୍ରୀ ତାହାକୁ ପୁଣି ଥରେ ନିବେଶକଙ୍କୁ ମନେ ପକାଇଥିଲେ।

ନବୀନ ସରକାରଙ୍କୁ ହାଲକା ରେ କେଞ୍ଚିଲେ

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ବେଳେ କହିଥିଲେ ଯେ, ବର୍ତ୍ତମାନ ଏହି ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ନିବେଶକ ଯୋଗଦେଇଛନ୍ତି। ପୂର୍ବରୁ ଯେତେ ଏହି ସମ୍ମିଳନୀ ହୋଇଥିଲା ସେଥିରେ ଏତେ ନିବେଶକ ଆସି ନ ଥିଲେ। ବର୍ତ୍ତମାନ ପ୍ରାୟ ଛଅ ଗୁଣା ଅଧିକ ନିବେଶକ ଓଡିଶା ଆସିଛନ୍ତି କହି ନବୀନ ସରକାରଙ୍କରୁ ପରୋକ୍ଷରେ କେଞ୍ଚି ଥିଲେ।

ଶେଷରେ ମୋଦି କହିଥିଲେ ଯେ, ବିକଶିତ ଭାରତର ପ୍ରମୁଖ କେନ୍ଦ୍ର ହେବ ଓଡିଶା। ଓଡିଶା ହିଁ ବିକଶିତ ଭାରତର ପ୍ରମୁଖ ଭୂମିକା ଗ୍ରହଣ କରିବ।

Make in Odisha ଉତ୍କର୍ଷ ଓଡିଶା ନରେନ୍ଦ୍ର ମୋଦି
Share. Facebook Twitter LinkedIn Email WhatsApp Copy Link

Related Posts

‘ୱେଭ୍ସ କ୍ରିଏଟର୍‌’ କର୍ଣ୍ଣରକୁ ଉଦଘାଟନ କଲେ ଅଶ୍ୱିନୀ ବୈଷ୍ଣବ

February 18, 2026

 ଏନଏସଡିର ‘୨୫ତମ ଭାରତ ରଙ୍ଗ ମହୋତ୍ସବ’

February 18, 2026

ସରକାରରେ ଯୋଗଦେଲେ ୧୯୭ ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀ, ମନ୍ତ୍ରୀ ହରିଚନ୍ଦନ ଦେଲେ ଦିଗଦର୍ଶନ

February 18, 2026

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, କାରଣରେ ସେ କହିଲେ…

February 18, 2026
Latest News

‘ୱେଭ୍ସ କ୍ରିଏଟର୍‌’ କର୍ଣ୍ଣରକୁ ଉଦଘାଟନ କଲେ ଅଶ୍ୱିନୀ ବୈଷ୍ଣବ

February 18, 2026

 ଏନଏସଡିର ‘୨୫ତମ ଭାରତ ରଙ୍ଗ ମହୋତ୍ସବ’

February 18, 2026

ସରକାରରେ ଯୋଗଦେଲେ ୧୯୭ ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀ, ମନ୍ତ୍ରୀ ହରିଚନ୍ଦନ ଦେଲେ ଦିଗଦର୍ଶନ

February 18, 2026

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, କାରଣରେ ସେ କହିଲେ…

February 18, 2026

ହରିଦ୍ୱାର କୋର୍ଟକୁ ବୋମା ଧମକ: ସୁରକ୍ଷା ଏଜେନ୍ସିଗୁଡ଼ିକର ତଦନ୍ତ ଜାରି

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.