Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଉତ୍କର୍ଷ ଓଡ଼ିଶା ସମ୍ମିଳନୀ-୨୦୨୫: କେମିକାଲ, ପେଟ୍ରୋ କେମିକାଲ ଓ ପ୍ଲାଷ୍ଟିକ୍ ଶିଳ୍ପ ଉପରେ କଣ କହିଲେ ନିବେଶକ
ଜାତୀୟ ଖବର

ଉତ୍କର୍ଷ ଓଡ଼ିଶା ସମ୍ମିଳନୀ-୨୦୨୫: କେମିକାଲ, ପେଟ୍ରୋ କେମିକାଲ ଓ ପ୍ଲାଷ୍ଟିକ୍ ଶିଳ୍ପ ଉପରେ କଣ କହିଲେ ନିବେଶକ

January 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
utkrashodisha
ଉତ୍କର୍ଷ ଓଡ଼ିଶା ସମ୍ମିଳନୀ-୨୦୨୫: କେମିକାଲ, ପେଟ୍ରୋ କେମିକାଲ ଓ ପ୍ଲାଷ୍ଟିକ୍ ଶିଳ୍ପ ଉପରେ କଣ କହିଲେ ନିବେଶକ

ଉତ୍କର୍ଷ ଓଡ଼ିଶା ସମ୍ମିଳନୀ-୨୦୨୫: ଓଡ଼ିଶାରେ ଏବେ ପୁଞ୍ଜି ନିବେଶ ପାଇଁ ଅନୁକୂଳ ସମୟ ସୃଷ୍ଟି ହୋଇଛି। ରାଜ୍ୟରେ ପୁଞ୍ଜି ନିବେଶ କରିବାକୁ ଏବେ ସମସ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି। ଉତ୍କୃଷ୍ଟ କଳାର ପ୍ରଦେଶ ଓଡ଼ିଶାକୁ ଆଜି ଉତ୍କର୍ଷ ଓଡ଼ିଶାରେ ପରିଣତ କରିବାକୁ ଆନ୍ତରିକ ପ୍ରୟାସ ଜାରି ରଖିବା  ନିମନ୍ତେ ସମସ୍ତ ସହଭାଗୀମାନଙ୍କୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଧନ୍ୟବାଦ ଦେଇଛନ୍ତି ।

ଉତ୍କର୍ଷ ଓଡ଼ିଶା ସମ୍ମିଳନୀ-୨୦୨୫  ଅବସରରେ ଆୟୋଜିତ “କେମିକାଲ, ପେଟ୍ରୋ କେମିକାଲ ଓ ପ୍ଲାଷ୍ଟିକ୍” ଶୀର୍ଷକ ଆଲୋଚନା ଚକ୍ର ଅବସରରେ ପୁଞ୍ଜି ନିବେଶକ ଓ ଶିଳ୍ପ ସଂସ୍ଥାର ପ୍ରତିନିଧିମାନଙ୍କୁ ଉଦବୋଧନ ଦେବା ଅବସରରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ପରିଡ଼ା କହିଥିଲେ ଯେ, ଓଡ଼ିଶା ଆଜି କେମିକାଲ, ପେଟ୍ରୋ-କେମିକାଲ ଏବଂ ପ୍ଲାଷ୍ଟିକ ଶିଳ୍ପ କ୍ଷେତ୍ରରେ ବ୍ୟାପକ ଅଗ୍ରଗତି କରୁଛି ଏବଂ ଦେଶ ବିଦେଶର ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରୁଛି । ଓଡ଼ିଶା ଆଜି କେବଳ ଦେଶ ମଧ୍ୟରେ ଶିଳ୍ପ ଉତ୍ପାଦନକୁ ପହଁଚାଇପାରିଛି, ତାହା ନୁହେଁ, ଆନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ନିଜ ପାଇଁ ଏକ ସ୍ୱତନ୍ତ୍ର ବଜାର ସୃଷ୍ଟି କରିପାରିଛି ।

ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହି ଅବସରରେ ଉପସ୍ଥିତ ରହି କହିଲେ ଯେ, ରାଜ୍ୟରେ  ଆଜି ଶିଳ୍ପାୟନ କ୍ଷେତ୍ରରେ ଉନ୍ନତି ଓ ସମୃଦ୍ଧି ଯୋଗୁଁ ବିକଶିତ ଭାରତର ଜୟଯାତ୍ରା କ୍ଷେତ୍ରରେ ଓଡ଼ିଶା ଭାଗିଦାରୀ ହେବାକୁ ଯାଉଛି । ଓଡ଼ିଶା ଏବେ କେମିକାଲ, ପେଟ୍ରୋ-କେମିକାଲ ଓ ପ୍ଲାଷ୍ଟିକର ଉତ୍ପାଦନ କ୍ଷେତ୍ରରେ ସ୍ୱତନ୍ତ୍ର ହବ୍ ହୋଇପାରିଛି।

ଏହା ଆମର ଶିଳ୍ପାୟନ କ୍ଷେତ୍ରରେ ସୁଚିନ୍ତିତ ଓ ଯୋଜନାବଦ୍ଧ ଦୀର୍ଘସ୍ଥାୟୀ ଲକ୍ଷ୍ୟ ନେଇ ଭିତ୍ତିଭୂମିର ଉନ୍ନୟନ ଓ ଆନୁଷଙ୍ଗିକ ସୁବିଧା ଉପଲବ୍ଧି ଦ୍ୱାରା ସମ୍ଭବ ହୋଇଛି । ପାରାଦୀପ ଠାରେ ପ୍ରତିଷ୍ଠିତ ଇଣ୍ଡିଆନ୍ ଅଏଲ କର୍ପୋରେସନର ରିଫାଇନେରୀ ଉପରେ ନିର୍ଭର କରି ବହୁ ଆନୁଷଙ୍ଗିକ ଶିଳ୍ପ ସଂସ୍ଥା ଗଢି ଉଠିଛି। ସେହିପରି ପାରାଦୀପ ପ୍ଲାଷ୍ଟିକ୍ ପାର୍କ ଠାରେ ମଧ୍ୟ ପ୍ରତିଷ୍ଠିତ କ୍ଷୁଦ୍ର ଶିଳ୍ପଗୁଡ଼ିକର ବ୍ୟବସାୟିକ ଅଭିବୃଦ୍ଧି ସମ୍ଭବ ହୋଇପାରିଛି। ଆମେ ଏକ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରତି ଗୁରୁତ୍ୱ ଦେଉଛୁ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ ।

ଏହି ଅଧିବେଶନରେ ଇପିକଲ ଏବଂ ଇଡକୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ କେମିକାଲ ଏବଂ ପେଟ୍ରୋକେମିକାଲ କ୍ଷେତ୍ରରେ ଓଡିଶାର ରଣନୈତିକ ଲକ୍ଷ୍ୟ ନିର୍ଦ୍ଧାରଣ ପୂର୍ବକ ଔଦ୍ୟୋଗିକ ଭବିଷ୍ୟତକୁ ସୁନିଶ୍ଚିତ  କରିବା ସଂପର୍କରେ ବିଶଦ୍ ତଥ୍ୟ ଉପସ୍ଥାପନ କରିଥିଲେ ।

ଏହି ଅବସରରେ “କେମିକାଲସ୍ କ୍ଷେତ୍ରରେ ବୈଶ୍ୱିକ ପ୍ରତିଯୋଗିତା ଏବଂ ଏଥିରେ ଓଡିଶା” ସଂପର୍କିତ ଅନୁଷ୍ଠିତ ଆଲୋଚନା ଚକ୍ରକୁ  ପି.ଡବ୍ଲୁ,ସି ,ଇଣ୍ଡିଆର ପାର୍ଟନର ତଥା ଲିଡର ଶ୍ରୀ ମାନସ ମଜୁମଦାର ସଂଯୋଜନା କରିଥିବା ବେଳେ ଲକ୍ଷ୍ମୀ ଅର୍ଗାନିକ୍ ଲିଃ.ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରବି ଗୋଏଙ୍କା, ଚେମର୍ସ ଆଇଏନସିର ଶ୍ରୀ ଆଦିତ୍ୟ ବେରୀ, ପାରାଦ୍ୱୀପ ଫସଫେଟ୍ ଲିଃ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଏନ୍ ସୁରେଶ କ୍ରିଷ୍ଣନ୍, କିରି ଇଣ୍ଡଷ୍ଟିଜ୍ ଲିଃ. ର ଅଧ୍ୟକ୍ଷ ଶ୍ରୀ ମନିଶ କିରି, ଟାଟା ଷ୍ଟିଲ,ଏସ୍ଇଜେଡ୍ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମଣିକାନ୍ତ ନାୟକ ପ୍ରମୁଖ ଯୋଗଦେଇ ସଂପୃକ୍ତ ବିଷୟ ଉପରେ ଆଲୋକପାତ କରିଥିଲେ । ଅଏଲ ଇଣ୍ଡିଆ ଲିଃ.ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ  ଶ୍ରୀ ରଂଜିତ ରଥ,ଆଇଓସିଏଲର ସ୍ୱତନ୍ତ୍ରତା ଓ ଆଗାମୀ ଶିଳ୍ପର ଭବିଷ୍ଯତ  ଉପରେ ବିଶେଷ ମତ ରଖିଥିଲେ।

ଏହି ଅଧିବେଶନରେ ଅନ୍ୟମାନଙ୍କ ମଧ୍ୟରେ ଲୁମିନସ ପାଓ୍ୱାର ଟେକ୍ନୋଲୋଜି ପ୍ରା.ଲିଃ.ର ବରିଷ୍ଠ ଉପ ସଭାପତି ( ପରିଚାଳନା ତଥା ଗବେଷଣା ଓ ଉନ୍ନୟନ) ଶ୍ରୀ ଅମ୍ଲାନ କାନ୍ତି ଦାସ, ନୂଆ ଯୁଗରେ ଅତ୍ଯାଧୁନିକ ବୈଷୟିକ ଜ୍ଞାନକୈଶଳ ଏବଂ ଉନ୍ନତ ପ୍ରକ୍ରିୟାରେ  ରସାୟନିକ ବ୍ୟାଟେରୀ ପ୍ରସ୍ତୁତି ସଂପର୍କରେ ଉପସ୍ଥାପନ କରିଥିଲେ। ଉତ୍ତର ଓଡ଼ିଶା ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ର ବୋର୍ଡ ଅଫ୍ ଟ୍ରଷ୍ଟି ଶ୍ରୀ ସି.ପି. ଭରତିଆ ଧନ୍ୟବାଦ ଅର୍ପଣ କରିଥିଲେ।

Make in Odisha UtkrashOdisha ଉତ୍କର୍ଷ ଓଡ଼ିଶା ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ପିଲାମାନଙ୍କୁ ଏବେ ଇଂଷ୍ଟାଗ୍ରାମ ଏବଂ ଫେସବୁକ ବ୍ୟବହାର ମନା!: ଯୋଜନା ପ୍ରସ୍ତୁତ କଲେ ସରକାର

February 18, 2026

ଆଜି ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଟିମ୍ ଇଣ୍ଡିଆର ହେବ ପରିବର୍ତ୍ତନ?: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

February 18, 2026

‘ଅପରେସନ ସାଇବର କବଚ’ ଜାରି: ୨୩ ଅଭିଯୁକ୍ତ ଗିରଫ

February 18, 2026

ଜିଓ ଆରୋଗ୍ୟ ଏଆଇ ଦ୍ୱାରା କେବଳ କିଛି ମିନିଟ୍‌ରେ ସ୍ୱାସ୍ଥ୍ୟ ସ୍କ୍ରିନିଂ, ଏଆଇ କ୍ଲିନିକ୍ ମଡେଲ୍ ପ୍ରସ୍ତୁତ

February 18, 2026
Latest News

ପିଲାମାନଙ୍କୁ ଏବେ ଇଂଷ୍ଟାଗ୍ରାମ ଏବଂ ଫେସବୁକ ବ୍ୟବହାର ମନା!: ଯୋଜନା ପ୍ରସ୍ତୁତ କଲେ ସରକାର

February 18, 2026

ଆଜି ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଟିମ୍ ଇଣ୍ଡିଆର ହେବ ପରିବର୍ତ୍ତନ?: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

February 18, 2026

‘ଅପରେସନ ସାଇବର କବଚ’ ଜାରି: ୨୩ ଅଭିଯୁକ୍ତ ଗିରଫ

February 18, 2026

ଜିଓ ଆରୋଗ୍ୟ ଏଆଇ ଦ୍ୱାରା କେବଳ କିଛି ମିନିଟ୍‌ରେ ସ୍ୱାସ୍ଥ୍ୟ ସ୍କ୍ରିନିଂ, ଏଆଇ କ୍ଲିନିକ୍ ମଡେଲ୍ ପ୍ରସ୍ତୁତ

February 18, 2026

ବାସ୍ତବ ଦୁନିଆର ଆହ୍ୱାନକୁ ସମ୍ମୁଖୀନ ହୋଇପାରିବ ଭାରତର ଏଆଇ ମିଶନ: ଏସ୍‍ କ୍ରିଷ୍ଣନ୍‍

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.