Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମହାକୁମ୍ଭ ୨୦୨୫: ମଉନି ଅମାବାସ୍ୟାରେ ଭକ୍ତଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ସ୍ୱତନ୍ତ୍ର ଆୟୋଜନ
ଜାତୀୟ ଖବର

ମହାକୁମ୍ଭ ୨୦୨୫: ମଉନି ଅମାବାସ୍ୟାରେ ଭକ୍ତଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ସ୍ୱତନ୍ତ୍ର ଆୟୋଜନ

January 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମହାକୁମ୍ଭ ୨୦୨୫ ଅବସରରେ ପବିତ୍ର ମଉନି ଅମାବାସ୍ୟା ଅବସରରେ ପ୍ରୟାଗରାଜକୁ ବହୁ ଭକ୍ତଙ୍କ ସମାଗମ ହେବାରେ ଲାଗିଛି। ସେମାନଙ୍କର ସୁରକ୍ଷା ଓ ନିରପତ୍ତା ପାଇଁ ମେଳା ପ୍ରଶାସନ ସ୍ୱତନ୍ତ୍ର ଆୟୋଜନ କରିଛି। ଆପାତକାଳୀନ ସମୟରେ ଭକ୍ତମାନଙ୍କୁ ୨୪ ଘଂଟିଆ ସେବା ଯୋଗାଇବା ପାଇଁ ମେଳା ପୋଲିସ, ଟ୍ରାଫିକ ପୋଲିସ, ସ୍ୱତନ୍ତ୍ର ଡାକ୍ତର ମୁତୟନ ରହିଛନ୍ତି।

ମହାକୁମ୍ଭ ନଗରର ବରିଷ୍ଠ ପୋଲିସ ଅଧୀକ୍ଷକ ରାଜେଶ ଦ୍ୱିବେଦୀଙ୍କ କହିବା ଅନୁସାରେ ମଉନି ଅମାବାସ୍ୟା ଅବସରରେ ଦ୍ୱିତୀୟ ଅମୃତ ସ୍ନାନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ଆୟୋଜନ ସରିଛି। କୌଣସି ଗୁଜବରେ ମଜ୍ଜି ନ ଯାଇ ନିଜକୁ ଯଥେଷ୍ଟ ନିରାପଦ ଦୂରତାରେ ରଖିବାକୁ ଭକ୍ତମାନଙ୍କୁ ପରାମର୍ଶ ଦିଆଯାଇଛି। ପୋଲିସ ସହ ସୁସମ୍ପର୍କ ରଖି ସମସ୍ୟା ମୁକାବିଲା କରିବାକୁ ପରାମର୍ଶ ଦିଆଯାଇଛି।

ଭକ୍ତମାନଙ୍କୁ ୨୪ ଘଂଟିଆ ସେବା ଯୋଗାଇବା ପାଇଁ ପୋଲିସ ଓ ପ୍ରଶାସନ ସଜାଗ ରହିଥିବା ସୂଚନା ଦିଆଯାଇଛି।

ସଙ୍ଗମ ଘାଟରେ ପହଂଚିବାକୁ ଉଦ୍ଦିଷ୍ଟ ରାସ୍ତା ବାଛିବାକୁ ପରାମର୍ଶ ଦିଆଯାଇଛି। ଗଙ୍ଗା ସ୍ନାନ ପାଇଁ ଯିବା ବେଳେ ନିଜ ଲାଇନରେ ଛିଡା ହୋଇ ଅଗ୍ରସର ହେବା ପାଇଁ ପରାମର୍ଶ ଦିଆଯାଇଛି। ଗାଧୁଆ ଓ ଦର୍ଶନ ପରେ ପାର୍କିଂ ସ୍ଥାନକୁ ସିଧା ସଳଖ ଯିବାକୁ କୁହାଯାଇଛି। ମନ୍ଦିର ପରିଦର୍ଶନ ବେଳେ ନିଜ ଲାଇନରେ ଛିଡା ହୋଇ ଲକ୍ଷ୍ୟସ୍ଥଳ ଆଡକୁ ଅଗ୍ରସର ହେବାକୁ ପରାମର୍ଶ ଦିଆଯାଇଛି। ଦରକାର ସମୟରେ ପୋଲିସ ସହାୟତା ନେବାକୁ ପରାମର୍ଶ ଦିଆଯାଇଛି। ସ୍ୱାସ୍ଥ୍ୟ ପ୍ରସଙ୍ଗରେ ନିକଟସ୍ଥ ସେକ୍ଟର ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ କୁହାଯାଇଛି। ବାରିକେଡରେ ଧୈର୍ଯ୍ୟର ସହ ଅପେକ୍ଷା କରି ଗହଳିକୁ ଏଡାଇବାକୁ କୁହାଯାଇଛି। ମାଟି ପାତ୍ର, ଝୋଟ ଓ ପେପର ନିର୍ମିତ କପ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ସବୁ ଘାଟ ସଙ୍ଗମ ଭିତରେ ଆସୁଥିବାରୁ ପହଂଚିଥିବା ଘାଟରେ ସ୍ନାନ କରାଯାଇପାରେ ବୋଲି ପରାମର୍ଶ ଦିଆଯାଇଛି।

ବଡ ବଡ ମେଳି କରି ଭକ୍ତମାନେ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରହିପାରିବେ ନାହିଁ। ପହଂଚିବା ବା ଯିବା ସମୟରେ ଭକ୍ତମାନେ ପରସ୍ପରକୁ ମୁଲାକାତ କରିପାରିବେ ନାହିଁ। ମେଳାରେ ପ୍ରଚାରିତ ଗୁଜବକୁ ବିଶ୍ୱାସକୁ ନେବେ ନାହିଁ ବୋଲି କୁହାଯାଇଛି। ସୋସିଆଲ ମଡିଆରେ ପ୍ରସାରିତ କୌଣସି ଗୁଜବକୁ ବି ବିଶ୍ୱାସକୁ ନେବେ ନାହିଁ ବୋଲି ପରାମର୍ଶ ଦିଆଯାଇଛି। ମନ୍ଦିର ପରିଦର୍ଶନ ବେଳେ କୌଣସି କ୍ଷିପ୍ରତା ଦେଖାଇବେ ନାହିଁ ବୋଲି ବି ଆଡଭାଇଜରିରେ କୁହାଯାଇଛି। କୌଣସି ରୁଟକୁ ବ୍ଲକ ନକରି ରାସ୍ତା ମଝିରେ ଅଟକି ନ ଯିବାକୁ ବି ପରାମର୍ଶ ଦିଆଯାଇଛି। ବ୍ୟବସ୍ଥା କିମ୍ବା ସେବା ଉପରେ କୌଣସି ଗୁଜବ ଉପରେ ବି ବିଶ୍ୱାସ କରିବା ଉଚିତ ନୁହେଁ ବୋଲି କୁହାଯାଇଛି। ପ୍ଲାଷ୍ଟିକ ବ୍ୟାଗ ଓ ପାତ୍ର ବ୍ୟବହାର ନକରିବାକୁ କୁହାଯାଇଛି।

ମହାକୁମ୍ଭ ୨୦୨୫
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Latest News

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026

ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା, ବକେୟା କିସ୍ତି ନେଇ ଆସିଲା ବଡ଼ ଅପଡେଟ୍‌

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.