Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାରବାଟୀ ଷ୍ଟାଡିୟମରେ କାହିଁକି ଖେଳିଲେ କ୍ରିକେଟ…..
ଜାତୀୟ ଖବର

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାରବାଟୀ ଷ୍ଟାଡିୟମରେ କାହିଁକି ଖେଳିଲେ କ୍ରିକେଟ…..

January 31, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
CM_Mohan
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାରବାଟୀ ଷ୍ଟାଡିୟମରେ କାହିଁକି ଖେଳିଲେ କ୍ରିକେଟ.....

ଭୁବନେଶ୍ୱର: ଆସନ୍ତା ଫେବୃଆରୀ 9 ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି। ଦୁଇ ବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ଏଭଳି ମର୍ଯ୍ୟଦା ଜନକ ମ୍ୟାଚ୍ ଅନୁଷ୍ଠିତ ହେଉଛି।

ଏଥିପାଇଁ ବାରବାଟୀ ଷ୍ଟାଡିୟମରେ ପ୍ରସ୍ତୁତି ଜୋରସୋର୍ ରେ ଜାରିରହିଛି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ଏହି ପ୍ରସ୍ତୁତି କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିବା ସହିତ ପ୍ରସ୍ତୁତି କାର୍ଯ୍ୟକୁ ଅନୁଧ୍ୟାନ କରି ସନ୍ତୋଷ ବ୍ୟକ୍ତ କରିଛନ୍ତି। ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ବରାବଟୀ ଷ୍ଟାଣ୍ଡିୟମରେ ବ୍ୟାଟ ଧରି କ୍ରିକେଟ ଖେଳିଥିଲେ। ଯାହାକୁ ନେଇ ସେଠାରେ ଉପସ୍ଥିତ ଓସିଏ କର୍ମକର୍ତ୍ତା ଏବଂ ଅଧିକାରୀମାନେ ତାଳିମାରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ପ୍ରେମାନନ୍ଦଙ୍କ ଦ୍ୱାରା ପ୍ରସ୍ତୁତ ମ୍ୟାଚର ଥିମ୍ ସଂଗ ‘ସ୍ୱାଗତ…. ସୁସ୍ୱାଗତ’କୁ ଉନ୍ମୋଚନ କରିଥିଲେ।

ସମୀକ୍ଷା ଏବଂ ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ବିବୃତିରଖି କହିଥିଲେ ଯେ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବା ଆମ ପାଇଁ ସୌଭାଗ୍ୟର ବିଷୟ। ଓ.ସି.ଏର ସମସ୍ତ କର୍ମକର୍ତ୍ତା ଏବଂ ଟିମ୍, ଜିଲ୍ଲା ପ୍ରଶାସନ, ରାଜ୍ୟ ପ୍ରଶାସନ ବିଶେଷ କରି କ୍ରୀଡା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ପ୍ରସ୍ତୁତି କାର୍ଯ୍ୟ ଅନୁଷ୍ଠିତ ହେଉଛି। ଏହା ହେଉଛି ଆମ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ। ଏହା ହେଉଛି ଆମ ପାଇଁ ସମ୍ମାନର କଥା। ପୁରାଟିମ୍ ଏଥିପାଇଁ ପରିଶ୍ରମ କରୁଛନ୍ତି। ଦୁଇ ବର୍ଷ ପରେ ଆମ ପାଖକୁ ଏହି ସୁଯୋଗ ଆସିଛି । ଏହି ମ୍ୟାଚ୍ ସଫଳତାର ସହ ଆୟୋଜନ ହେବ। ଆମ ସଫଳତା କେବଳ ଭାରତ ବର୍ଷକୁ ନୁହେଁ ସମଗ୍ର ବିଶ୍ୱକୁ ଖୁସି ଦେବ।

ମୁଖ୍ୟମନ୍ତ୍ରୀଙ୍କ ସହିତ କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଶ୍ରୀ ପ୍ରକାଶ ମିଶ୍ର, ଆଡଭୋକେଟ୍ ଜେନେରାଲ୍ ଶ୍ରୀ ପିତାମ୍ବର ଆଚାର୍ଯ୍ୟ, ଅନୁଗୋଳ ବିଧାୟକ ତଥା ଓସିଏର ଆପେକ୍ସ କାଉନସିଲ ସଦସ୍ୟ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ବଡମ୍ବା ବିଧାୟକ ଶ୍ରୀ ବିଜୟ କୁମାର ଦଳବେହେରା, କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଓସିଏର ସମ୍ପାଦକ ଶ୍ରୀ ସଞ୍ଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Barabati Stadium ବାରବାଟୀ ଷ୍ଟାଣ୍ଡିୟମ ଭାରତ-ଇଂଲଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

June 6, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ 

June 6, 2026

NH – ୧୬ରେ ଟ୍ରକ ଚାପାରେ ଜଣେ ମୃତ

June 6, 2026

ଭୁବନେଶ୍ବରରେ କାଳ ବୈଶାଖୀର ତାଣ୍ଡବ, ଉପୁଡିପଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ, ଜନଜୀବନ ଅସ୍ତବ୍ୟସ୍ତ

June 6, 2026
Latest News

ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

June 6, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ 

June 6, 2026

NH – ୧୬ରେ ଟ୍ରକ ଚାପାରେ ଜଣେ ମୃତ

June 6, 2026

CJP Protest: ହଜାର ହଜାର ସମର୍ଥକଙ୍କ ସହିତ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବୀ କଲା ସିଜେପି

June 6, 2026

ଭୁବନେଶ୍ବରରେ କାଳ ବୈଶାଖୀର ତାଣ୍ଡବ, ଉପୁଡିପଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ, ଜନଜୀବନ ଅସ୍ତବ୍ୟସ୍ତ

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.