Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେପିର ଦିଲ୍ଲୀ ବିଜୟ ପରେ ଚର୍ଚ୍ଚାରେ ସାଂସଦ ବୈଜୟନ୍ତ ପଣ୍ଡା, ମିଳିପାରେ ପୁରସ୍କାର !!
ଜାତୀୟ ଖବର

ବିଜେପିର ଦିଲ୍ଲୀ ବିଜୟ ପରେ ଚର୍ଚ୍ଚାରେ ସାଂସଦ ବୈଜୟନ୍ତ ପଣ୍ଡା, ମିଳିପାରେ ପୁରସ୍କାର !!

February 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦିଲ୍ଲୀରେ ବିଜେପିର ବଡ ଜିତାପଟ ପରେ ଚର୍ଚ୍ଚାରେ ସାଂସଦ ବୈଜୟନ୍ତ ପଣ୍ଡା, ମିଳିପାରେ ପୁରସ୍କାର !!

ଭୁବନେଶ୍ବର: ଦୀର୍ଘ ୨୭ ବର୍ଷ ପରେ ପୁଣି ଥରେ ଦିଲ୍ଲୀ ଦଖଲ କରିଛି ଭାରତୀୟ ଜନତା ପାର୍ଟି। ଦଳ ଦିଲ୍ଲୀ ବିଧାନସଭାରେ ଯେପରି ଆସନ ହାସଲ କରିଛି ତାହା ଏକ ରେକର୍ଡ। ସାରା ଦେଶରେ ବର୍ତ୍ତମାନ ବିଜେପିର ଦିଲ୍ଲୀ ଦରବାର ଦଖଲ ନେଇ ଚାଲିଛି ଚର୍ଚ୍ଚା। ତେବେ ଏହା ଭିତରେ ଜଣେ ଓଡିଆ ନେତାଙ୍କ ନାମ ମଧ୍ୟ ବେଶ ଚର୍ଚ୍ଚାରେ ରହିଛି। ସେ ହେଉଛନ୍ତି କେନ୍ଦ୍ରାପଡା ସାଂସଦ ତଥା ବିଜେପିର ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

କାରଣ ହେଲା ଦିଲ୍ଲୀ ବିଧାନସଭା ନିର୍ବାଚନର ପୁରା ଦାୟିତ୍ବ ନେଇଥିଲେ ସାଂସଦ ବୈଜୟନ୍ତ ବା ଜୟ ପଣ୍ଡା। ଗତବର୍ଷ ଅକ୍ଟୋବର ମାସରେ ଦଳ ତାଙ୍କୁ ଦିଲ୍ଲୀର ପ୍ରଭାରୀ ଭାବେ ନିଯୁକ୍ତ କରିଥିଲା। ବୈଜୟନ୍ତଙ୍କ ଦିଲ୍ଲୀରେ ଭଲ ଦଖଲ ରହିଥିବାରୁ ଦଳର ନେତା ଅମିତ ଶାହ ଏବଂ ସଭାପତି ଜେପି ନଡ୍ଡା ତାଙ୍କ ଉପରେ ଭରସା କଲେ। ଆଉ ତାହାର ଫଳ ଦେଖାଇଦେଲେ ସାଂସଦ ବୈଜୟନ୍ତ ପଣ୍ଡା।

ମୁଖ୍ୟତଃ ବୈଜୟନ୍ତ ଦିଲ୍ଲୀର ପାଣିପାଗ ଦେଖି ଗୋଟି ଚାଳନା କରିବାରେ ବେଶ ଧୂରନ୍ଧର ଅଛନ୍ତି। ନିର୍ବାଚନ ପୂର୍ବରୁ ପ୍ରମୁଖ ନେତାଙ୍କୁ ବିଜେପିରେ ସାମିଲ କରାଇବା ହେଉ କିମ୍ବା ଟିକେଟ ବଣ୍ଟନ କରିବା ହେଉ, ଏଥିରେ ବୈଜୟନ୍ତଙ୍କ ଭୂମିକାକୁ ଦିଲ୍ଲୀ ବିଜେପି ନେତୃବୃନ୍ଦ ବେଶ ଅନୁଭବ କରିଛନ୍ତି। ଟିକେଟ ବଣ୍ଟାରେ ଦଳୀୟ କମିଟର ଭୂମିକା ଥିଲେ ମଧ୍ୟ ବୈଜୟନ୍ତଙ୍କ କଥାକୁ ଦଳ ଗୁରୁତର ସହ ବିଚାର କରିଛି। ଫଳରେ ଦିଲ୍ଲୀରେ ବିଜେପିକୁ ଆଜି ଏକ ବଡ ସଫଳତା ମିଳିପାରିଛି।

ଦିଲ୍ଲୀ ନିର୍ବାଚନ ଜୟ ପଣ୍ଡାଙ୍କ ରାଜନୈତିକ କ୍ୟାରିୟରରେ ଥିଲା ଏକ ବଡ ଚ୍ୟାଲେଞ୍ଜ। କାରଣ ଦଳ ଯେତେବେଳେ ତାଙ୍କୁ ଦିଲ୍ଲୀର ପ୍ରଭାରୀ ଭାବେ ଘୋଷଣା କଲା ସେତେବେଳେ ଅନେକ ଭାବିଥିଲେ ଯେ, ସେ ଆପ କୁ ଠିକରେ ମୁକାବିଲା କରିପାରିବେ ନାହିଁ। ହେଲେ ଆଶ୍ଚର୍ଯ୍ୟର କଥା ଦାୟିତ୍ବ ନେବାର ଦୁଇ ମାସ ମଧ୍ୟରେ ସେ ଦିଲ୍ଲୀରେ ମୋଦିଙ୍କ ସଫଳତା ଗାଥାକୁ ଲୋକଙ୍କ ମଧ୍ୟରେ ବାଣ୍ଟିବାରେ ସକ୍ଷମ ହୋଇପାରିଥିଲେ। ମୋଦି ଶାହାଙ୍କ ପ୍ରତିଟି କଥା ସେ ତଳ ସ୍ତରର କର୍ମିଙ୍କ ନିକଟରେ ପହଞ୍ଚାଇବାରେ ସଫଳ ହୋଇପାରିଥିଲେ।

ବର୍ତ୍ତମାନ ଦିଲ୍ଲୀର ବଡ ବିଜୟ ପରେ ଜାତୀୟ ରାଜନୀତିରେ ବୈଜୟନ୍ତଙ୍କ ପତିୟାରା ଆହୁରି ବଢିଯାଇଛି। ମୋଦି ଶାହାଙ୍କ ସେ ବହୁ ଆଗରୁ ଗୁଡ ବଏ ଭାବରେ ରହି ଆସିଛନ୍ତି। ହେଲେ ଦିଲ୍ଲୀ ନିର୍ବାଚନ ସଫଳତା ପରେ ତାହା ଆହୁରି ଦୃଢ ହୋଇଯାଇଛି। ତେବେ ବୈଜୟନ୍ତଙ୍କ ଏହି ସଫଳତା ପରେ ତାଙ୍କୁ ଦଳ ପୁରସ୍କୃତ କରିବ ବୋଲି ଆଶା କରାଯାଉଛି। ମୁଖ୍ୟତଃ ମନ୍ତ୍ରୀ ମଣ୍ଡଳ ଅଦଳବଦଳରେ ତାଙ୍କୁ ମନ୍ତ୍ରୀପଦ ମିଳିବ ବୋଲି ଓଡିଶା ରାଜନୀତିରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Baijayant Panda Delhi Election 2025 Delhi Election Result ବୈଜୟନ୍ତ ପଣ୍ଡା
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Latest News

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.