Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସଂସଦରେ ଆଗତ ହେଲା ଆୟକର ବିଲ୍‌ ୨୦୨୫
ଜାତୀୟ ଖବର

ସଂସଦରେ ଆଗତ ହେଲା ଆୟକର ବିଲ୍‌ ୨୦୨୫

February 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସଂସଦରେ ଆଜି ଆୟକର ବିଲ ୨୦୨୫ ଆଗତ ହୋଇଛି। ଏହା ଆୟକର ଆଇନ ୧୯୬୧ର ଭାଷା ଓ ଢାଞ୍ଚାକୁ ସରଳୀକରଣ କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ।

ସରଳୀକରଣ ପଦକ୍ଷେପ ତିନୋଟି ମୁଖ୍ୟ ସିଦ୍ଧାନ୍ତ ଉପରେ ଆଧାରିତ। ସେଗୁଡ଼ିକ ହେଲା :

୧- ଆଇନକୁ ଅଧିକ ସ୍ପଷ୍ଟ ଓ ସୁସଂଗତ କରିବା ଲାଗି ପାଠ୍ୟ ଓ ଢାଞ୍ଚାଗତ ସରଳୀକରଣ।

୨- ନିରନ୍ତରତା ଓ ନିଶ୍ଚିତତା ପାଇଁ ଟିକସ ନୀତିରେ କୌଣସି ବଡ଼ ପରିବର୍ତ୍ତନ କରାଯିବ ନାହିଁ।

୩- ଟିକସଦାତାଙ୍କ ପାଇଁ ପୂର୍ବାନୁମାନକୁ ସୁରକ୍ଷିତ ରଖିବା ଲାଗି ଟିକସଦରରେ କୌଣସି ପରିବର୍ତ୍ତନ କରାଯିବ ନାହିଁ।

ଏଥିପାଇଁ ତ୍ରିସ୍ତରୀୟ ଆଭିମୁଖ୍ୟ ଗ୍ରହଣ କରାଯାଇଛି:

– ପଠନଯୋଗ୍ୟତା ବୃଦ୍ଧି କରିବା ପାଇଁ ଜଟିଳ ଭାଷାକୁ ବାଦ ଦେବା।

– ଉନ୍ନତ ମାର୍ଗଦର୍ଶନ ପାଇଁ ଅନାବଶ୍ୟକ ଓ ପୁନରାବୃତ୍ତି ବ୍ୟବସ୍ଥା ଅପସାରଣ କରିବା।

– ସନ୍ଦର୍ଭର ସୁବିଧାକୁ ଯୋଗାଇ ଦେବା ଲାଗି ବିଭାଗଗୁଡ଼ିକୁ ଯୁକ୍ତିସଂଗତ ଭାବେ ପୁନର୍ଗଠନ କରିବା।

ପରାମର୍ଶ ଓ ଗବେଷଣା ଅଧାରିତ ଆଭିମୁଖ୍ୟ

ସରକାର ବ୍ୟାପକ ଅଂଶୀଦାରଙ୍କ ସମ୍ପୃକ୍ତିକୁ ଗୁରୁତ୍ୱ ଦେଇ ଟିକସଦାତା, ବ୍ୟବସାୟ, ଶିଳ୍ପ ସଂଘ ଏବଂ ବୃତ୍ତିଗତ ସଂସ୍ଥାଗୁଡ଼ିକ ସହିତ ବିଚାରବିମର୍ଶ କରିଥିଲେ। ଅନଲାଇନରେ ମିଳିଥିବା ୨୦,୯୭୬ଟି ପରାମର୍ଶ ମଧ୍ୟରୁ ପ୍ରାସଙ୍ଗିକ ପରାମର୍ଶଗୁଡ଼ିକୁ ଅନୁଧ୍ୟାନ କରାଯାଇଥିଲା ଏବଂ ସମ୍ଭବ ହେଲେ ସେଗୁଡ଼ିକୁ ସାମିଲ କରାଯାଇଥିଲା। ଶିଳ୍ପ ବିଶେଷଜ୍ଞ ଏବଂ ଟିକସ ପେସାଦାରଙ୍କ ସହ ପରାମର୍ଶ କରାଯାଇଥିଲା ଏବଂ ସର୍ବୋତ୍ତମ ଅଭ୍ୟାସ ପାଇଁ ଅଷ୍ଟ୍ରେଲିଆ ଓ ବ୍ରିଟେନର ସରଳୀକରଣ ମଡେଲ ଅଧ୍ୟୟନ କରାଯାଇଥିଲା।

ଟିକସ ଆଇନର ସରଳୀକରଣ ଦ୍ୱାରା ଅନେକ ପରିଣାମଗତ ଲାଭ ମିଳିବ। ଏହି ସମୀକ୍ଷା ଦ୍ୱାରା ଆୟକର ଆଇନର ଆକାର ଯଥେଷ୍ଟ ହ୍ରାସ ପାଇବ। ଏହାକୁ ଅଧିକ ସୁବ୍ୟବସ୍ଥିତ ଓ ସଂକ୍ଷିପ୍ତ କରାଯାଇଛି। ବର୍ତ୍ତମାନର ଆୟକର ଆଇନରେ ୫,୧୨,୫୩୫ଟି ଶବ୍ଦ ଥିବା ବେଳେ ନୂଆ ବିଲରେ ୨,୫୨,୮୫୯ଟି ଶବ୍ଦ ହ୍ରାସ କରାଯାଇ ୨,୫୯,୬୭୬ଟି ଶବ୍ଦ ରଖାଯାଇଛି। ସେହିପରି ଅଧ୍ୟାୟ ସଂଖ୍ୟା ପୂର୍ବରୁ ୪୭ ଥିବା ବେଳେ ଏଥିରେ ୨୪ଟିକୁ ହ୍ରାସ କରାଯାଇ ୨୩ କରାଯାଇଛି। ଅନୁଚ୍ଛେଦ ସଂଖ୍ୟା ପୂର୍ବରୁ ୮୧୯ ଥିଲା। ବର୍ତ୍ତମାନ ଏଥିରେ ୨୮୩କୁ ହ୍ରାସ କରାଯାଇ ୫୩୬ କରି ଦିଆଯାଇଛି। ପୂର୍ବରୁ ଆଇନରେ ମୋଟ ୧୮ଟି ତାଲିକା ଥିଲା ବର୍ତ୍ତମାନ ବିଲରେ ୩୯ ତାଲିକା ବୃଦ୍ଧି କରି ୫୭ କରିଦିଆଯାଇଛି। ସେହିପରି ଫର୍ମୁଲା ସଂଖ୍ୟା ପୂର୍ବରୁ ଆଇନରେ ୬ ଥିବା ବେଳେ ଏଥିରେ ୪୦ଟି ନୂଆ ଫର୍ମୁଲା ଯୋଡ଼ା ଯାଇ ଏହାକୁ ୪୬ କରି ଦିଆଯାଇଛି।

ଏହା ବ୍ୟତୀତ ଆଇନରେ ଗୁଣବତ୍ତା ସଂକ୍ରାନ୍ତ ସୁଧାର ଆଣିବା ଲାଗି ବିଲରେ ଏକାଧିକ ପ୍ରସ୍ତାବ ରହିଛି। ଭାଷାକୁ ସରଳ କରିବା ସହିତ ଆଇନକୁ ଅଧିକ ସୁଲଭ କରିବାକୁ ପ୍ରସ୍ତାବ ରହିଛି। ସଂଶୋଧନକୁ ଏକତ୍ରିତ କରିବା ପାଇଁ ବିଭାଜନକୁ ହ୍ରାସ କରିବାକୁ ପ୍ରସ୍ତାବ ରହିଛି। ଅଧିକ ସ୍ପଷ୍ଟତା ଲାଗି ଅପ୍ରାସଙ୍ଗିକ ଏବଂ ଅନାବଶ୍ୟକ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ଉନ୍ନତ ପଠନୀୟତା ନିମନ୍ତେ ତାଲିକା ଏବଂ ଫର୍ମୁଲାର ସଂଖ୍ୟା ବୃଦ୍ଧି ଜରିଆରେ ଢାଞ୍ଚାଗତ ସୁବ୍ୟବସ୍ଥା ନିମନ୍ତେ ବିଲରେ ପ୍ରସ୍ତାବ ରହିଛି। ବର୍ତ୍ତମାନର ଟିକସ ବ୍ୟବସ୍ଥାର ସିଦ୍ଧାନ୍ତକୁ ସଂରକ୍ଷଣ ସହିତ ଉପଯୋଗିତା ବଢ଼ାଇବା  ଲାଗି ନିରନ୍ତରତା ସୁନିଶ୍ଚିତ କରାଯାଇଛି।

ଆୟକର ବିଲ ୨୦୨୫ ଏକ ସରଳ ଓ ସ୍ପଷ୍ଟ ଢାଞ୍ଚା ପ୍ରଦାନ କରି ବ୍ୟବସାୟିକ ସୁଗମତା ବା ଇଜ୍‌ ଅଫ୍‌ ଡୁଇଂ ବିଜନେସକୁ ପ୍ରୋତ୍ସାହନ ଦେବା ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।

modigovt nirmalasitharaman Parliament Budget Session
Share. Facebook Twitter LinkedIn Email WhatsApp Copy Link

Related Posts

ଗୋନାସିକା କେନ୍ଦୁଝର ମହୋତ୍ସବ ୨୦୨୫ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

December 26, 2025

କେନ୍ଦୁଝରରେ ବିପ୍ଳବୀ ଧରଣୀ ଧରଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

December 26, 2025

ବିଜେଡି ପ୍ରତିଷ୍ଠା ଦିବସରେ ନବୀନ ପଟ୍ଟନାୟକ ଦେଲେ ବଡ ବାର୍ତ୍ତା, କହୁ କହୁ କହିଲେ…..

December 26, 2025

ସାର୍ ଏଚ୍‌.ଏନ୍‌. ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭାରତର ପ୍ରଥମ ଟେଲି-ରୋବୋଟିକ୍ ସର୍ଜରୀ

December 26, 2025
Latest News

ରଣପୁରରେ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ

December 26, 2025

ଗୋନାସିକା କେନ୍ଦୁଝର ମହୋତ୍ସବ ୨୦୨୫ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

December 26, 2025

କେନ୍ଦୁଝରରେ ବିପ୍ଳବୀ ଧରଣୀ ଧରଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

December 26, 2025

ଫରେଷ୍ଟରଙ୍କ ଘରୁ ମିଳିଲା ୧ କେଜି ସୁନା, ରହିଛି ୭ଟି ପ୍ଲଟ, ଭିଜିଲାନ୍ସର ବଡ ଚଢାଉ

December 26, 2025

ସମ୍ବଲପୁରରେ ପିଏମ ଆବାସ ଯୋଜନା କାର୍ଯ୍ୟାଦେଶ ବିତରଣ କଲେ ଧର୍ମେନ୍ଦ୍ର ପ୍ରଧାନ

December 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.