Categories
ଆଜିର ଖବର ଜାତୀୟ ଖବର

ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ମୋଦି ସରକାରଙ୍କୁ ଘେରିଲେ ରାହୁଲ

ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ସରକାରଙ୍କ ନିକଟରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁକୁ ନେଇ କୌଣସି ତଥ୍ୟ ରହିନଥିବା ନେଇ ରାହୁଲ ସରକାରଙ୍କୁ ଟାର୍ଗେଟ କରିଥିଲେ । ସୋମବାର କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା କି, ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ନେଇ ସରକାରଙ୍କ ନିକଟରେ କୌଣସି ତଥ୍ୟ ଉପଲବ୍ଧ ନାହିଁ ତେଣୁ କ୍ଷତିପୂରଣ ଦିଆଯିବ ନାହିଁ । ଏହାକୁ ଟାର୍ଗେଟ କରିଛନ୍ତି ରାହୁଲ୍‌ ଗାନ୍ଧି । ରାହୁଲ ହିନ୍ଦିରେ ଟ୍ୱିଟ କରି କହିଛନ୍ତି ଯେ, ମୋଦି ସରକାର ଗଣିବା ଭୁଲି ଯାଇଛନ୍ତି, ତେଣୁ କେହିବି ମରି ନାହାନ୍ତି । ଲକଡାଉନ ସମୟରେ କେତେ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି ଏବଂ କେତେ ଲୋକ ଚାକିରି ହରାଇଛନ୍ତି ଏହାର କୌଣସି ହିସାବ ସରକାରଙ୍କ ନିକଟରେ ନାହିଁ । ମାତ୍ର ସବୁଠାରୁ ଦୁଃଖଦାୟକ ଜିନିଷ ହେଉଛି କି ସରକାରଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିନାହିଁ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବେରୋଜଗାରକୁ ନେଇ ମୋଦି ସରକାରଙ୍କୁ ଘେରିଲେ ରାହୁଲ୍‌

ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଧିକାଂଶ ସମୟରେ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏବେ ଯୁବବର୍ଗଙ୍କ ବେରୋଜଗାର ସମସ୍ୟାକୁ ନେଇ ବିଜେପିକୁ ବର୍ଷିଛନ୍ତି ରାହୁଲ୍‌ । ଅଗଷ୍ଟ 9ରେ ଯୁବ କଂଗ୍ରେସ ସ୍ଥାପନା ଦିବସ ପାଳନ ଅବସରରେ ବିଜେପିକୁ ଘେରିଛନ୍ତି ରାହୁଲ୍‌ । ବେରୋଜଗାର ସମସ୍ୟାକୁ ନେଇ ମୋଦି ସରକାରଙ୍କୁ ଘେରିଛନ୍ତି ରାହୁଲ୍‌ । ରାହୁଲ୍‌ କହିଛନ୍ତି ଯେ, ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ବ ନେବାବେଳେ 2 କୋଟି ନିଯୁକ୍ତି ନେଇ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ମୋଦି ସରକାରଙ୍କ ଭୁଲ୍‌ ନୀତି ଏବେ 14 କୋଟି ଲୋକଙ୍କୁ ବେରୋଜଗାର କରି ସାରିଲେଣି ।  ମୋଦି ସରକାରଙ୍କ ବିମୁଦ୍ରୀକରଣ, ଜିଏସ୍‌ଟି ଓ ଲକ୍‌ଡାଉନ୍‌ ନିଷ୍ପତ୍ତି ଯୋଗୁଁ ଦେଶର ଏପରି ଅବସ୍ଥା ହୋଇଛି । ଏହି ତିନୋଟି ଭୁଲ୍‌ ଅର୍ଥନୀତିକୁ ଷ୍ଟ୍ରକ୍ଚରକୁ ପୂରାପୂରି ନଷ୍ଟ କରିଛି ।  ଏହି ବେରୋଜଗାରୀ ପ୍ରସଙ୍ଗକୁ ନେଇ ଯୁବ କଂଗ୍ରେସ ରାସ୍ତାକୁ ଓହ୍ଲାଇଛି ବୋଲି କହିଛନ୍ତି ରାହୁଲ୍‌ ।

Categories
ଆଜିର ଖବର ଜାତୀୟ ଖବର

ଜୟପୁରରେ ମୋଦି ସରକାରଙ୍କ ଉପରେ ବର୍ଷିଲେ ରାହୁଲ୍‌

ଜୟପୁର : କଂଗ୍ରେସ ନେତା ରାହୁଲ୍‌ ଗାନ୍ଧି ରାଜସ୍ଥାନ ଜୟପୁରଠାରେ ଏକ ଯୁବ ଆକ୍ରୋଶ ରାଲିକୁ ସମ୍ବୋଧିତ କରିଛନ୍ତି । କଂଗ୍ରେସ ନେତା ଏହି ରାଲିରେ ମୋଦି ସରକାର ଉପରେ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଛବିକୁ କ୍ଷତି ପହଞ୍ଚାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ରାହୁଲ୍‌ କହିଛନ୍ତି ଯେ, ଭାରତରେ ରହିଥିବା ଭାଇଚାରର ଛବିକୁ ମୋଦି ନଷ୍ଟ କରୁଛନ୍ତି । ଏହି ରାଲିରେ ରାହୁଲ୍‌ ଗାନ୍ଧି ବେରୋଜଗାରକୁ ସରକାରକୁ ଘେରିଛନ୍ତି। କଂଗ୍ରେସ ନେତା ରାହୁଲ୍‌ କହିଛନ୍ତି ଯେ, ଆଜି ନିବେଶକମାନେ ଭାରତରେ ନିବେଶ କରିବାକୁ ଡରୁଛନ୍ତି, କାରଣ ଏଠାରେ ହିଂସା ହେଉଛି । ଭାରତର ସରକାର ହିଂସାକୁ ଅଗ୍ରାଧିକାର ଦେଉଛନ୍ତି । ନରେନ୍ଦ୍ର ମୋଦି ଭାରତର ଭାଇଚାରର ଛବିକୁ ଭାଙ୍ଗି ଛନ୍ତି । ଆଗରୁ ଲୋକେ କହୁଥିଲେ ପାକିସ୍ତାନର ହିଂସାର ମାହୋଲ୍‌ ବୋଲି । ପାକିସ୍ତାନକୁ ହିଂସାର ଦେଶ କୁହାଯାଉଥିବାବେଳେ ଭାରତକୁ ପ୍ରେମର ଦେଶ ବୋଲି କୁହାଯାଉଥିଲା । କିନ୍ତୁ ମୋଦି ସରକାର ଭାରତର ଏହି ଛବିକୁ ମଳିନ କରିଛନ୍ତି । ଏବେ ଭାରତକୁ ରେପ୍‌ କ୍ୟାପିଟାଲ୍‌ ବୋଲି କୁହାଯାଉଛି ।

ଆମ ଦେଶର ସବୁଠୁ ବଡ ପୁଞ୍ଜି ହେଉଛନ୍ତି ଯୁବକ । କିନ୍ତୁ ଏବେ ଭାରତର ଏହି ପୁଞ୍ଜିକୁ ଏବେ ନଷ୍ଟ କରାଯାଉଛି। ଆଜି ଯଦି ଯୁବକ ସରକାରକୁ ପ୍ରଶ୍ନ ପଚାରିବ, ତେବେ ତାଙ୍କ ଉପରେ ସରକାର ଗୁଳି ଚଳାଇବେ । ପ୍ରଧାନମନ୍ତ୍ରୀ ଛାତ୍ରଙ୍କ ସହ ସାକ୍ଷାତ କରିବା ଉଚିତ୍‌ । ଗୋଟିଏ ଧର୍ମକୁ ଆଉ ଗୋଟିଏ ଧର୍ମ ସହ ଲଢାଇ କରାଇ ଆମ ତ୍ରିରଙ୍ଗାର ଅପମାନ କରୁଛନ୍ତି ସରକାର, ଯାହା ଏବେ ଆଉ ଚଳିବ ନାହିଁ ବୋଲି କହିଛନ୍ତି ରାହୁଲ୍‌ ।

ଭାରତରେ ଏକ କୋଟି ଯୁବକ ରୋଜଗାର ହରାଇଛନ୍ତି, ଯେତେବେଳେ ପ୍ରଧାନମନ୍ତ୍ରୀ 2 କୋଟି ଯୁବକଙ୍କୁ ରୋଜଗାର ଦେବା ପାଇଁ କହିଥିଲେ । ପ୍ରଧାନମନ୍ତ୍ରୀ କେବଳ ଲମ୍ବା ଲମ୍ବା ଭାଷଣ ଦିଅନ୍ତି, ସିଏଏ-ଏନ୍‌ଆରସି-ଏନ୍‌ପିଆରର କଥା କହୁନ୍ତି, କିନ୍ତୁ ବେରୋଜଗାର ଉପରେ କିଛି କୁହନ୍ତି ନାହିଁ । (ଏଜେନ୍ସି)

Categories
ଆଜିର ଖବର

ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ମନ୍ତ୍ରିପରିଷଦର ବୈଠକ : ବିଭିନ୍ନ ଯୋଜନାର ସମୀକ୍ଷା ସହ ବିଧେୟକଙ୍କୁ ମିଳିପାରେ ମଂଜୁରୀ

ମୋଦି ସରକାରଙ୍କ ଦ୍ବିତୀୟ ସରକାରରେ ମନ୍ତ୍ରିପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ସରକାରଙ୍କ ଲଘୁ ଏବଂ ଦୀର୍ଘକାଳୀନ ଏଜେଣ୍ଡା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଏହି ବୈଠକ ପରେ କେନ୍ଦ୍ରୀୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଆଗାମୀ ଜୁଲାଇ୫ରେ ସଂସଦରେ ଅବଗତ ହେବାକୁ ଥିବା କେନ୍ଦ୍ରୀୟ ବଜେଟର ପ୍ରସ୍ତୁତି ଉପରେ ସମ୍ଭାବିତ ଆଲୋଚନା ହୋଇପାରେ। ଏହା ବ୍ୟତୀତ ବୈଠକରେ କ୍ୟାବିନେଟ କିଛି ବିଧେୟକକୁ ମଂଜୁରୀ ମଧ୍ୟ ମିଳିବା ନେଇ ସୂଚନା ରହିଛି। ଏହି ବିଧେୟକ ଭିତରେ ତିନି ତଲାକ୍‌ ରହିଛି। ସେହିପରି ଏହି ବୈଠକରେ ଆଗାମୀ ୫ ବର୍ଷ ପାଇଁ ବିଭିନ୍ନ ଯୋଜନାର ଉପରେ ଚର୍ଚ୍ଚା ହୋଇପାରେ। ଏହି ସହିତ ବିଭିନ୍ନ କଲ୍ୟାଣକାରୀ ଯୋଜନା ତଥା ଏହି ସମ୍ବନ୍ଧୀୟ ଜାଗରୁକତା ପାଇଁ ମଧ୍ୟ  କିଛି ପଦେକ୍ଷପ ନିଆଯିବା ଉପରେ ସମ୍ଭାବନା ରହିଛି। ଏତଦ୍‌ବ୍ୟତୀତ ମୋଦି ମହତ୍ତ୍ବପୂର୍ଣ୍ଣ ମନ୍ତ୍ରାଳୟ ଓ କ୍ଷେତ୍ରର ପ୍ରଦର୍ଶନର ସମୀକ୍ଷା ମଧ୍ୟ କରିପାରନ୍ତି ବୋଲି ସୂଚନା ରହିଛି।

Categories
ଆଜିର ଖବର

ଅଭିବୃଦ୍ଧି, ରୋଜଗାର ଓ ସୁରକ୍ଷାକୁ ନେଇ ମୋଦି ସରକାର ଗଠନ କଲେ ନୂଆ କମିଟି

ରୋଜଗାର ବିଷୟକୁ ନେଇ ମୋଦି ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ରୋଜଗାର ସ୍ତରକୁ ଦେଖି ଏକ କ୍ୟାବିନେଟ୍‌ କମିଟି ଗଠନ କରିଛନ୍ତି। ଏହା ସହିତ ପ୍ରଥମଥର ପାଇଁ ବିକାଶ, ନିବେଶ ଓ ସ୍କିଲ୍‌ ଡେଭଲପ୍‌ମେଣ୍ଟକୁ ନେଇ ମଧ୍ୟ ଏକ କମିଟି ଗଠନ କରାଯାଇଛି। ରୋଜଗାର ଓ କୌଶଲ ବିକାଶ କ୍ୟାବିନେଟ୍‌ କମିଟିରେ ପିଏମ୍‌ ମୋଦିଙ୍କ ବ୍ୟତୀତ ଅମିତ୍‌ ଶାହା, ପୀୟୁଷ ଗୋଏଲ୍‌, ନରେନ୍ଦ୍ର ସିଂ ତୋମାର, ମହେନ୍ଦ୍ର ପାଣ୍ଡେ, ସନ୍ତୋଷ ଗଙ୍ଗଓ୍ବାର, ନିର୍ମଳା ସୀତାରମଣ, ଧର୍ମେନ୍ଦ୍ର ପ୍ରଧାନ ସାମିଲ୍‌ ରହିଛନ୍ତି। ସେହିପରି ନିବେଶ ଓ ବିକାଶକୁ ନେଇ ଗଠିତ କ୍ୟାବିନେଟ୍‌ କମିଟିରେ ପିଏମ୍‌ ମୋଦିଙ୍କ ବ୍ୟତୀତ ନୀତିନ୍‌ ଗଡକାରୀ, ପୀୟୂଷ ଗୋଏଲ୍‌, ଅମିତ୍‌ ଶାହା ଓ ନିର୍ମଳା ସୀତାରମଣ ରହିଛନ୍ତି। ସେହିପରି ସରକାର ସୁରକ୍ଷା ମାମଲାର କ୍ୟାବିନେଟ୍ କମିଟି ଅର୍ଥାତ ସିସିଏସର ନୂତନ ଭାବେ ଗଠନ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମେତ ଗୃହ ମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସାମିଲ। ଏହି ସମସ୍ତ କମିଟିର ଅଧ୍ୟକ୍ଷତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ କରିବେ।