ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ମନ୍ତ୍ରିପରିଷଦର ବୈଠକ : ବିଭିନ୍ନ ଯୋଜନାର ସମୀକ୍ଷା ସହ ବିଧେୟକଙ୍କୁ ମିଳିପାରେ ମଂଜୁରୀ

Published: Jun 12, 2019, 11:13 am IST

ମୋଦି ସରକାରଙ୍କ ଦ୍ବିତୀୟ ସରକାରରେ ମନ୍ତ୍ରିପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ସରକାରଙ୍କ ଲଘୁ ଏବଂ ଦୀର୍ଘକାଳୀନ ଏଜେଣ୍ଡା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଏହି ବୈଠକ ପରେ କେନ୍ଦ୍ରୀୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଆଗାମୀ ଜୁଲାଇ୫ରେ ସଂସଦରେ ଅବଗତ ହେବାକୁ ଥିବା କେନ୍ଦ୍ରୀୟ ବଜେଟର ପ୍ରସ୍ତୁତି ଉପରେ ସମ୍ଭାବିତ ଆଲୋଚନା ହୋଇପାରେ। ଏହା ବ୍ୟତୀତ ବୈଠକରେ କ୍ୟାବିନେଟ କିଛି ବିଧେୟକକୁ ମଂଜୁରୀ ମଧ୍ୟ ମିଳିବା ନେଇ ସୂଚନା ରହିଛି। ଏହି ବିଧେୟକ ଭିତରେ ତିନି ତଲାକ୍‌ ରହିଛି। ସେହିପରି ଏହି ବୈଠକରେ ଆଗାମୀ ୫ ବର୍ଷ ପାଇଁ ବିଭିନ୍ନ ଯୋଜନାର ଉପରେ ଚର୍ଚ୍ଚା ହୋଇପାରେ। ଏହି ସହିତ ବିଭିନ୍ନ କଲ୍ୟାଣକାରୀ ଯୋଜନା ତଥା ଏହି ସମ୍ବନ୍ଧୀୟ ଜାଗରୁକତା ପାଇଁ ମଧ୍ୟ  କିଛି ପଦେକ୍ଷପ ନିଆଯିବା ଉପରେ ସମ୍ଭାବନା ରହିଛି। ଏତଦ୍‌ବ୍ୟତୀତ ମୋଦି ମହତ୍ତ୍ବପୂର୍ଣ୍ଣ ମନ୍ତ୍ରାଳୟ ଓ କ୍ଷେତ୍ରର ପ୍ରଦର୍ଶନର ସମୀକ୍ଷା ମଧ୍ୟ କରିପାରନ୍ତି ବୋଲି ସୂଚନା ରହିଛି।

Related posts