Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଉଦଯାପିତ ହେଲା ମତ୍ସ୍ୟ-ପ୍ରାଣୀ ସମାବେଶ, ଯୋଗଦେଲେ ରାଜ୍ୟପାଳ ହରି ବାବୁ କମ୍ଭମପାଟି
ଜାତୀୟ ଖବର

ଉଦଯାପିତ ହେଲା ମତ୍ସ୍ୟ-ପ୍ରାଣୀ ସମାବେଶ, ଯୋଗଦେଲେ ରାଜ୍ୟପାଳ ହରି ବାବୁ କମ୍ଭମପାଟି

February 17, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଉଦଯାପିତ ହେଲା ମତ୍ସ୍ୟ-ପ୍ରାଣୀ ସମାବେଶ, ଯୋଗଦେଲେ ରାଜ୍ୟପାଳ ହରି ବାବୁ କମ୍ଭମପାଟି

ଭୁବନେଶ୍ଵର: ମତ୍ସ୍ୟଚାଷୀ ଓ ପ୍ରାଣିପାଳକମାନେ ରାଜ୍ୟ ସମୃଦ୍ଧିର ମେରୁଦଣ୍ଡ ବୋଲି ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି କହିଛନ୍ତି । ଆଜି ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୫ ର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି ।

ଏହି ସମାବେଶରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ରାଜ୍ୟର ବିସ୍ତୀର୍ଣ୍ଣ ଉପକୂଳ, ଆଭ୍ୟନ୍ତରୀଣ ଜଳଉତ୍ସ ରହିଥିବାରୁ ଓଡ଼ିଶା ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ କ୍ଷେତ୍ରରେ ଦେଶର ଏକ ଅଗ୍ରଣୀ ରାଜ୍ୟଭାବେ ନେତୃତ୍ଵ ନେବାର ଅପାର ସମ୍ଭାବନା ଓ ସୁଯୋଗ ରହିଛି । ଗ୍ରାମୀଣ ଜୀବିକାକୁ ସୁନିଶ୍ଚିତ କରିବା, ଅର୍ଥନୈତିକ ଅଭିବୃଦ୍ଧି କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏହାର ସାମର୍ଥ୍ୟ ରହିଛି ।

ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ “ବିକଶିତ ଓଡ଼ିଶା ଓ ବିକଶିତ ଭାରତ” ଗଠନ ସହ ଜଡ଼ିତ ।  ଯେହେତୁ ଆମେ ବିକଶିତ ଓଡ଼ିଶା ଓ ଆତ୍ମନିର୍ଭର ଭାରତ ପାଇଁ କାର୍ଯ୍ୟ କରୁଛେ ଆମକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରକୁ ଗୁରୁତ୍ୱ ଦେଇ ଚାଷୀମାନଙ୍କୁ ସଶକ୍ତ କରିବାକୁ ପଡ଼ିବ ବୋଲି ରାଜ୍ୟପାଳ କହିଥିଲେ। ଆଧୁନିକ ଜ୍ଞାନ କୌଶଳ ଅବଲମ୍ବନରେ ମତ୍ସ୍ୟ ଓ ପ୍ରାଣୀଙ୍କର ଖାଦ୍ୟ ପରିଚାଳନା, ରୋଗ ନିୟନ୍ତ୍ରଣ, ଉତ୍ପାଦନ ବୃଦ୍ଧି, ପ୍ରକ୍ରିୟାକରଣ, ବିପଣନର ସୁବିଧା ନିମନ୍ତେ ବଜାର ସୃଷ୍ଟି ସହିତ ସହଜ ପରିବହନ ବ୍ୟବସ୍ଥା, ପ୍ରାଣୀଧନ ବୀମା, ମହିଳାମାନଙ୍କୁ ଏ କ୍ଷେତ୍ରରେ ସାମିଲ କରି ସେମାନଙ୍କର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ।

ରାଜ୍ୟରେ ଦୁଗ୍ଧ, ଅଣ୍ଡା, ମାଂସ ଉତ୍ପାଦନରେ ଅଭିବୃଦ୍ଧି ସହିତ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ କ୍ଷେତ୍ରରେ ପ୍ରାଣିପାଳକ  ଓ ମତ୍ସ୍ୟଜୀବୀମାନେ ଲାଭବାନ ହେଉଥିବା ଜାଣି ରାଜ୍ୟପାଳ ଖୁସି ପ୍ରକଟ କରିଥିଲେ। କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନା’ ମତ୍ସ୍ୟ ଉତ୍ପାଦନକୁ ବୃଦ୍ଧି କରିବା ସହିତ ଏହାକୁ ଅଧିକମୁଲ୍ୟଯୁକ୍ତ କରିବା ତଥା ଉଦ୍ୟୋଗକୁ ପ୍ରୋତ୍ସାହିତ କରିବାରେ ସଫଳ ହୋଇଛି।

ସେହିପରି ଆଗାମୀ ୫ ବର୍ଷ ମଧ୍ୟରେ ୩ ଲକ୍ଷ ଚାଷୀଙ୍କୁ ସିଧାସଳଖ ଲାଭ ଦେବା ଲକ୍ଷ୍ୟରେ ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ ଅନ୍ତର୍ଗତ ୧୭ଟି କାର୍ଯ୍ୟକ୍ରମ ସମେତ ବିଭିନ୍ନ ଯୋଜନା ରାଜ୍ୟ ସରକାର ପ୍ରବର୍ତ୍ତନ କରିଛନ୍ତି। ଏଣୁ, ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ସଦୁପଯୋଗ କରି ରାଜ୍ୟର ଯୁବଗୋଷ୍ଠୀ ଉଦ୍ୟୋଗୀ ହେବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି।

ଏହି ଅବସରରେ ରାଜ୍ୟପାଳ କହିଥିଲେ ଯେ, ‘ନୀଳ ଅର୍ଥନୀତି’ (ବ୍ଲୁ ଇକୋନୋମି)ଭାବେ ଅଭିହିତ ମତ୍ସ୍ୟ ଚାଷ କ୍ଷେତ୍ରରେ ନିଯୁକ୍ତି ସୁଯୋଗ, ଖାଦ୍ୟ ନିରାପତ୍ତା ଓ ବୈଦେଶିକ ମୁଦ୍ରା ରୋଜଗାର ପାଇଁ ଓଡ଼ିଶାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଓଡ଼ିଶା ଭାରତର ଏକ ପ୍ରମୁଖ ସାମୁଦ୍ରିକ ଖାଦ୍ୟ ରପ୍ତାନୀକାରୀ ରାଜ୍ୟଭାବେ ଉଭା ହୋଇଛି।

ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ କ୍ଷେତ୍ରକୁ ଅଧିକ ପରିବ୍ୟାପ୍ତ ଓ ସୁଦୃଢ଼ କରିବା ସହିତ ଅଭିନବ କୌଶଳ, ଡିଜିଟାଲ ପ୍ଲାଟ୍‌ଫର୍ମ ଆପଣାଇବା ପାଇଁ ଚାଷୀ, ନୀତି ନିର୍ଦ୍ଧାରକ ଓ ଉଦ୍ୟୋଗୀମାନଙ୍କୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ। ମତ୍ସ୍ୟ-ପ୍ରାଣୀ ସମାବେଶରୁ ପ୍ରାପ୍ତ ଜ୍ଞାନକୁ କ୍ଷେତ, ଫାର୍ମ ଓ ବୃତ୍ତିରେ ପ୍ରୟୋଗ କରି ଏହି ଅଭିଯାନକୁ ଏକ ଆନ୍ଦୋଳନରେ ପରିଣତ କରିବାକୁ ରାଜ୍ୟପାଳ ଡକ୍ଟର କମ୍ଭମ୍‌ପାଟି ଆହ୍ୱାନ ଜଣାଇଥିଲେ।

ଏହି ସମାରୋହରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବକ୍ତବ୍ୟ ପ୍ରଦାନ କରି, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶରେ ସହଯୋଗର ହାତ ବଢାଇବାକୁ ସମସ୍ତଙ୍କୁ ନିବେଦନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ଗୋମାତା ଯୋଜନା” ଦୁଗ୍ଧ ଉତ୍ପାଦନରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ବୋଲି କହିଥିଲେ ।

ବିଏମସିର ମେୟର ଶ୍ରୀମତୀ ସୁଲୋଚନା ଦାସ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରାରମ୍ଭରେ ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଶେଷରେ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ସମାରୋହରେ ଓମଫେଡର ପ୍ରେସିଡେଣ୍ଟ କିଶୋର ଚନ୍ଦ୍ର ପ୍ରଧାନୀ ମଞ୍ଚାସୀନ ହୋଇଥିଲେ । ଏହି ଅବସରରେ ବିଭିନ୍ନ ବର୍ଗର ସଫଳ ଚାଷୀମାନଙ୍କୁ ଅନଲାଇନ ମାଧ୍ୟମରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ସହିତ ହିତାଧିକାରୀ ଓ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ମତ୍ସ୍ୟ-ପ୍ରାଣୀ ସମାବେଶ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026
Latest News

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.