Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ନୂଆ ଉଚ୍ଚତାରେ ପହଞ୍ଚିଛି ଭାରତ-କତାର ଦ୍ବିପାକ୍ଷିକ ସଂପର୍କ
ଜାତୀୟ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ନୂଆ ଉଚ୍ଚତାରେ ପହଞ୍ଚିଛି ଭାରତ-କତାର ଦ୍ବିପାକ୍ଷିକ ସଂପର୍କ

February 18, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୟରେ ଭାରତ ଓ କତାର ଦ୍ବିପାକ୍ଷିକ ସଂପର୍କ ଏକ ନୂତନ ଉଚ୍ଚତାରେ ପହଞ୍ଚିଛି। ଦୁଇ ଦେଶର ଶୀର୍ଷ ନେତୃବୃନ୍ଦଙ୍କ ମଧ୍ୟରେ ନିୟମିତଭାବେ ଉଚ୍ଚସ୍ତରୀୟ ଆଲୋଚନା ହେଉଛି। ୨୦୨୩ରେ ଦୁଇ ଦେଶ କୂଟନୈତିକ ସଂପର୍କ ସ୍ଥାପନର ୫୦ ବର୍ଷ ପୂର୍ତ୍ତି ପାଳନ କରିଥିଲେ।

କତାରର ଅମୀର ଏଚ. ଏଚ. ଶେଖ୍ ତମିମ୍ ବିନ୍ ହମାଦ ଅଲ୍ ଥାନି ୨୦୧୫ ମାର୍ଚ୍ଚ ୨୪-୨୫ରେ ଭାରତ ଗସ୍ତରେ ଆସିଥିଲେ। ସେହିପରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪-୫ ଜୁନ ୨୦୧୬ରେ ଦୋହାକୁ ସରକାରୀ ଗସ୍ତରେ ଯାଇଥିଲେ।

ଗତ ବର୍ଷ ୧୪-୧୫ ଫେବୃଆରୀରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦୋହାକୁ ସରକାରୀ ଗସ୍ତରେ ଯାଇଥିଲେ। ଏହା ପୂର୍ବରୁ  ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆମିର ଏଚ. ଏଚ. ଶେଖ୍ ତାମିମ୍ ୧ ଡିସେମ୍ବର ୨୦୨୩ରେ ଦୁବାଇରେ ସିଓପି-୨୮ ଶିଖର ସମ୍ମିଳନୀ ଅବସରରେ ଏବଂ ୨୩ ସେପ୍ଟେମ୍ବର ୨୦୧୯ରେ ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭା ଅବସରରେ ସାକ୍ଷାତ କରିଥିଲେ। ଭାରତର ତତ୍କାଳୀନ ଉପରାଷ୍ଟ୍ରପତି ଶ୍ରୀ ଏମ୍ ଭେଙ୍କେୟା ନାଇଡୁ ୪-୭ ଜୁନ ୨୦୨୨ରେ ଦୋହା ଗସ୍ତ କରିଥିଲେ। ପୁଣି ବର୍ତ୍ତମାନର ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖର ୨୦-୨୧ ନଭେମ୍ବର ୨୦୨୨ରେ ଦୋହା ଗସ୍ତ କରିଥିଲେ ଏବଂ କତାରରେ ଫିଫା ବିଶ୍ୱକପ୍ ୨୦୨୨ର ଉଦଘାଟନୀ ସମାରୋହରେ ଯୋଗ ଦେଇଥିଲେ।

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ୨୦୨୪ରେ କତାରର ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ଅବଦୁଲ ରହମାନ ଅଲ-ଥାନିଙ୍କ ସହ ଏକାଧିକ ଥର ଆଲୋଚନା କରିଥିଲେ। ସେହିପରି ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଫେବୃଆରୀ ୨୬-୨୭ରେ ଦୋହା ଗସ୍ତ କରିଥିଲେ ଏବଂ କତାରର ଯୋଗାଯୋଗ ଏବଂ ଆଇଟି ମନ୍ତ୍ରୀ, ପରିବହନ ମନ୍ତ୍ରୀ ଏବଂ କ୍ୟୁସିବିର ରାଜ୍ୟପାଳ ଏବଂ କ୍ୟୁଆଇଏର ଅଧ୍ୟକ୍ଷଙ୍କୁ ଭେଟିଥିଲେ। ଶ୍ରୀବୈଷ୍ଣବ ୱେବ୍ ଶିଖର ସମ୍ମିଳନୀ କତାର ୨୦୨୪ରେ ଏକ ଅଧିବେଶନକୁ ମଧ୍ୟ ସମ୍ବୋଧନ କରିଥିଲେ।

ବାଣିଜ୍ୟ ଓ ପୁଞ୍ଜିନିବେଶ

କେବଳ ଦ୍ବିପାକ୍ଷିକ କୂଟନୈତିକ ସଂପର୍କ ନୁହେଁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସଂପର୍କ ବି ଦିନକୁ ଦିନ ଘନିଷ୍ଠ ହେବାରେ ଲାଗିଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ୧୪.୦୮ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଥିଲା । ଭାରତ କତାରରୁ ଏଲଏନଜି, ଏଲପିଜି, କେମିକାଲ ଏବଂ ପେଟ୍ରୋକେମିକାଲ୍ସ, ପ୍ଲାଷ୍ଟିକ ଏବଂ ଆଲୁମିନିୟମ ସାମଗ୍ରୀ ଇତ୍ୟାଦି ଆମଦାନୀ କରେ । ସେହିପରି ଭାରତ କତାରକୁ ଶସ୍ୟ, ତମ୍ବା, ଲୁହା ଏବଂ ଇସ୍ପାତ, ପନିପରିବା, ଫଳ, ମସଲା ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ, ବୈଦ୍ୟୁତିକ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି, ପ୍ଲାଷ୍ଟିକ ଉତ୍ପାଦ, ନିର୍ମାଣ ସାମଗ୍ରୀ, ବୟନ ଏବଂ ପୋଷାକ, ରାସାୟନିକ, ମୂଲ୍ୟବାନ ପଥର ଏବଂ ରବର ଇତ୍ୟାଦି ସାମଗ୍ରୀ ରପ୍ତାନି କରେ।

ଭାରତ ସରକାରଙ୍କ ଡିପିଆଇଆଇଟି ଅନୁଯାୟୀ ବର୍ତ୍ତମାନ ଭାରତରେ କତାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ)  ୧.୫ ବିଲିୟନ ଆମେରିକୀୟ ଡଲାରକୁ ଟପିଯାଇଛି। ଟେଲିକମ୍, ଖୁଚୁରା, ଶିକ୍ଷା, ସ୍ବାସ୍ଥ୍ୟ, ଆଇଟି, ବିଦ୍ୟୁତ୍, ସୁଲଭ ଗୃହ ଆଦି ବିଭିନ୍ନ କ୍ଷେତ୍ରରେ କତାର ପୁଞ୍ଜିନିବେଶ କରିଛି । ସେହିପରି ‘ଇନଭେଷ୍ଟ କତାର’ ଅନୁଯାୟୀ ଭାରତୀୟ କମ୍ପାନୀମାନେ ୨୦୧୭-୨୦୨୫ ମଧ୍ୟରେ ୩୫୬ ନିୟୁତ ଆମେରିକୀୟ ଡଲାର ନିବେଶ କରିଛନ୍ତି। କତାରରେ ନିବେଶ କରିଥିବା ପ୍ରମୁଖ ଭାରତୀୟ କମ୍ପାନୀଙ୍କ ମଧ୍ୟର ଅଛନ୍ତି ଲାର୍ସେନ ଆଣ୍ଡ ଟୁବ୍ରୋ, ଭୋଲଟାସ୍, ଶାପୁରଜୀ ପାଲୋନଜୀ, ୱିପ୍ରୋ, ଟିସିଏସ, ଟେକ୍ ମହିନ୍ଦ୍ରା ଏବଂ ଲୁଲୁ ।

ପେଟ୍ରୋଲିୟମ ଓ ଗ୍ୟାସ କ୍ଷେତ୍ରରେ ସହଯୋଗିତା

କତାର ହେଉଛି ଭାରତକୁ ସର୍ବାଧିକ ଏଲଏନଜି ଓ ଏଲପିଜି ରପ୍ତାନିକାରୀ ରାଷ୍ଟ୍ର । ଭାରତ ନିଜର ମୋଟ ଏଲଏନଜି ଆମଦାନିର ୪୬% ଏଲପିଜି ଆମଦାନିର ୨୬% କତାରରୁ ଆମଦାନୀ କରିଥାଏ । ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତ କତାରରୁ ୧୦.୯୧ ଏମଏମଟି ଏଲଏନଜି ଏବଂ ୪.୯୨ ଏମଏମଟି ଏଲପିଜି ଆମଦାନୀ କରିଥିଲା ।

୧୯୯୯ରେ ତତ୍କାଳୀନ କତାର ଗ୍ୟାସ୍ ଏବଂ ପେଟ୍ରୋନେଟ୍ ଏଲଏନଜି ୨୦୨୮ ପର୍ଯ୍ୟନ୍ତ ଭାରତକୁ ୭.୫ ଏମଏମଟିପିଏ ଏଲଏନଜି ଯୋଗାଣ ପାଇଁ ଏକ ଦୀର୍ଘମିଆଦୀ ବିକ୍ରୟ ଓ କ୍ରୟ ଚୁକ୍ତି ସ୍ୱାକ୍ଷର କରିଥିଲେ ।  ୬ ଫେବୃଆରୀ ୨୦୨୪ରେ କତାରର ଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଇଂ.ସାଦ୍ ବିନ୍ ଶେରିଦା ଅଲ୍ କାବିଙ୍କ ଭାରତ ଗସ୍ତ ସମୟରେ କତାରଏନର୍ଜି ଏବଂ ପେଟ୍ରୋନେଟଏଲଏନଜି ମଧ୍ୟରେ ଏକ ନୂତନ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହା ଅନୁସାରେ ପୂର୍ବ ଚୁକ୍ତିର ମିଆଦ ୨୦୪୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ଯାହାର ମୋଟ ମୂଲ୍ୟ ପ୍ରାୟ ୭୮ ବିଲିୟନ ଆମେରିକୀୟ ଡଲାର ହେବ ବୋଲି ଆକଳନ କରାଯାଇଛି । ସେହିପରି ଗତ ଡିସେମ୍ବର ୨୦୨୪ରେ ଗେଲ୍ ଆସନ୍ତା ୫ ବର୍ଷ ମଧ୍ୟରେ ୬୦ଟି କାର୍ଗୋ କିଣିବା ପାଇଁ କତାର ଏନର୍ଜି ସହ ଚୁକ୍ତି ସ୍ୱାକ୍ଷର କରିଥିଲା। ହଳଦିଆ ପେଟ୍ରୋକେମିକାଲ୍ସ ଲିମିଟେଡ୍ (ଏଚପିଏଲ୍) ଏବଂ କତାର ଏନର୍ଜି ୨ ନିୟୁତ ଟନ୍ ନାପଥା ଯୋଗାଣ ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି।

ସାଂସ୍କୃତିକ ସଂପର୍କ ଓ ପ୍ରବାସୀ ଭାରତୀୟ

ଭାରତ ଓ କତାରର ଲୋକମାନଙ୍କ ମଧ୍ୟରେ ନିବିଡ଼ ସାଂସ୍କୃତିକ ସଂପର୍କ ରହିଛି। କତାରରେ  ୮,୩୦,୦୦୦ରୁ ଅଧିକ ପ୍ରବାସୀ ଭାରତୀୟ ରହନ୍ତି, ଯାହାକି କତାରର ସବୁଠାରୁ ବଡ଼ ପ୍ରବାସୀ ସମୁଦାୟ। ପ୍ରବାସୀ ଭାରତୀୟମାନେ ସେଠାରେ  ଔଷଧ ସମେତ ବିଭିନ୍ନ ବୃତ୍ତି ଯେପରିକି ଇଞ୍ଜିନିୟରିଂ, ଶିକ୍ଷା, ଫାଇନାନ୍ସ, ବ୍ୟାଙ୍କିଙ୍ଗ, ବ୍ୟବସାୟ, ଗଣମାଧ୍ୟମ ଏବଂ ବହୁ ସଂଖ୍ୟକ ବ୍ଲୁ କଲାର ଶ୍ରମିକ କାର୍ଯ୍ୟରତ ଅଛନ୍ତି।  ୨୦୧୯କୁ ଭାରତ-କତାର ସଂସ୍କୃତି ବର୍ଷ ଭାବେ ପାଳନ କରାଯାଇଥିଲା।

ଫିଫା ୨୦୨୨ ଏବଂ ଏସିଆନ ଫୁଟବଲ ଚାମ୍ପିଅନସିପ୍ ୨୦୨୩ରେ ପ୍ରବାସୀ ଭାରତୀୟମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । କତାରରେ ୧୯ଟି ଭାରତୀୟ ବିଦ୍ୟାଳୟ ଏବଂ କତାରରେ ଗୋଟିଏ ଭାରତୀୟ ବିଶ୍ୱବିଦ୍ୟାଳୟ ଶିକ୍ଷା ସେବା ପ୍ରଦାନ କରୁଛନ୍ତି। ସେଠାରେ ପ୍ରତିବର୍ଷ ବିଶାଳ ଆନ୍ତର୍ଜାତିକ ଯୋଗ ଦିବସ ଆୟୋଜନ କରାଯାଏ। ଆନ୍ତର୍ଜାତିକ ଯୋଗ ଦିବସ ୨୦୨୪ରେ ୩୦୦୦ରୁ ଅଧିକ ଯୋଗପ୍ରେମୀ ଅଂଶଗ୍ରହଣ କରିଥିଲେ।

ଏଲଏନଜି ଏଲପିଜି କତାର ଦ୍ବିପାକ୍ଷିକ ସଂପର୍କ
Share. Facebook Twitter LinkedIn Email WhatsApp Copy Link

Related Posts

‘ରୁଷର ଡ୍ରୋନ ସହିତ ଭାରତର ସମ୍ପର୍କ ଅଛି’, ଟ୍ରମ୍ପଙ୍କ ପରେ ଗମ୍ଭୀର ଅଭିଯୋଗ ଆଣିଲା ୟୁକ୍ରେନ

August 5, 2025

‘ଭାରତକୁ ଆଖି ଦେଖାଉଥିବା ଲୋକମାନେ ନିଜେ ରୁଷ ସହିତ ବ୍ୟବସାୟ କରୁଛନ୍ତି’: ବୈଦେଶିକ ମନ୍ତ୍ରଣାଳୟ

August 5, 2025

ଓଭାଲ୍ ଟେଷ୍ଟରେ ବିଜୟ ପରେ ମଧ୍ୟ ନିରାଶ କଲେ ଗୌତମ ଗମ୍ଭୀର: ଦେଖନ୍ତୁ ରିପୋର୍ଟ କାର୍ଡ

August 5, 2025

ଅଗଷ୍ଟ ୬ରେ କର୍ତ୍ତବ୍ୟ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

August 5, 2025
Latest News

VinFast India: ତାମିଲନାଡୁରେ ଇଲେଟ୍ରିକ ଭେଇକଲ ଆସେମ୍ବଲି ପ୍ରକଳ୍ପର ଉଦଘାଟନ କଲା ଭିନଫାଷ୍ଟ

August 5, 2025

‘ରୁଷର ଡ୍ରୋନ ସହିତ ଭାରତର ସମ୍ପର୍କ ଅଛି’, ଟ୍ରମ୍ପଙ୍କ ପରେ ଗମ୍ଭୀର ଅଭିଯୋଗ ଆଣିଲା ୟୁକ୍ରେନ

August 5, 2025

ପ୍ରତିଶୃତି ପୂରଣ କଲେ ଆଇନ ମନ୍ତ୍ରୀ, ବାଣପୁରରେ ଏଡିଜେ କୋର୍ଟ ପ୍ରତିଷ୍ଠା ହେବା ନେଇ ବିଜ୍ଞପ୍ତି ଜାରି

August 5, 2025

ବଳଙ୍ଗା ଛାତ୍ରୀ ମୃତ୍ୟୁ ଘଟଣାରେ ଆସନ୍ତା ଗୁରୁବାର ଦିନ ପୁରୀ ଜିଲ୍ଲାରେ ହରତାଳ କରିବ ବିଜେଡି

August 5, 2025

‘ଭାରତକୁ ଆଖି ଦେଖାଉଥିବା ଲୋକମାନେ ନିଜେ ରୁଷ ସହିତ ବ୍ୟବସାୟ କରୁଛନ୍ତି’: ବୈଦେଶିକ ମନ୍ତ୍ରଣାଳୟ

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.