Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏଣିକି ମାଣ୍ଡିଆରୁ ତିଆରି ହେବ ମଦ, ଅବକାରୀ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତି
ଜାତୀୟ ଖବର

ଏଣିକି ମାଣ୍ଡିଆରୁ ତିଆରି ହେବ ମଦ, ଅବକାରୀ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତି

February 22, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Excise
ଏଣିକି ମାଣ୍ଡିଆରୁ ତିଆରି ହେବ ମଦ, ଅବକାରୀ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତି

ଭୁବନେଶ୍ବର: ଆଜି ରାଜ୍ୟ ଅତିଥି ଭବନ ଠାରେ ରାଜ୍ୟରେ ଅବକାରୀ ନୀତି ୨୦୨୫-୨୦୨୬ ପ୍ରଣୟନ ପାଇଁ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ଚିଠା ପ୍ରସ୍ତାବ ଉପରେ ଅଂଶୀଦାର ମାନଙ୍କ ମତାମତକୁ ଆଧାର କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚ଼ନା କଲେ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ଏହି ବୈଠକରେ ଅବକାରୀ ନୀତି ସଂପର୍କରେ ଉପସ୍ଥାପନା ହୋଇଥିଲା।

ଅବକାରୀ ନୀତି ରାଜ୍ୟରେ ନୂତନ ପୁଞ୍ଜିନିବେଶ, ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌ ,ବ୍ୟବସ୍ଥାରେ ସ୍ୱଚ୍ଛତା, ମିଲେଟ୍‌ଭିତ୍ତିକ ପାନୀୟ ପ୍ରସ୍ତୁତ, ଉତ୍କର୍ଷ ଓଡ଼ିଶା ଅନୁପାଳନକୁ ପ୍ରୋତ୍ସାହନ ଦେବା ଆଦି ସଂପର୍କରେ ଆଲୋଚନା ହୋଇଥିଲା। ଏଥିରେ ମଦ ପ୍ରସ୍ତୁତକାରୀ କମ୍ପାନୀର ପ୍ରତିିନିଧି, ହୋଟେଲ ଓ ରେଷ୍ଟୁରାଣ୍ଟ ସଂଘର କର୍ମକର୍ତ୍ତା, ମଦର ଖୁଚୁରା ବ୍ୟବସାୟୀ, ଶିଳ୍ପ, ଅର୍ଥ, ଜଙ୍ଗଲ ଓ ପଞ୍ଚାୟତିରାଜ ବିଭାଗର ଅଧିକାରୀମାନଙ୍କ ସହ ପର୍ଯ୍ୟାୟଭିତ୍ତିକ ଆଲୋଚନା କରାଯାଇ ସେମାନଙ୍କର ମତାମତ ଲୋଡ଼ା ଯାଇଥିଲା।

ରାଜ୍ୟରେ ମାଣ୍ଡିଆ, ଯଅ, ଓ ବାଜରାଭିତ୍ତିକ ମଦ ପ୍ରସ୍ତୁତି ସହ ବ୍ୟବସାୟିକ ପ୍ରୋତ୍ସାହନ, ମଦ ଅପମିଶ୍ରଣ ରୋକିବା, ବ୍ୟାପକ ସଚେତନତା ନେଇ ବୈଠକରେ ଆଲୋଚନା ହୋଇଥିଲା। ସେହିଭଳି ଜନଜାତି ବର୍ଗଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମହୁଲ ଫୁଲର ସଂଗ୍ରହ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିପାଇଁ ସଂପୃକ୍ତ ବ୍ୟକ୍ତି ଆବଶ୍ୟକୀୟ ଅର୍ଥ ପାଇପାରିବ ଏ ନେଇ ବୈଠକରେ ବ୍ୟାପକ ଭାବେ ଆଲୋଚନା କରାଯିବା ସହ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କର ମତାମତ ପ୍ରଦାନ କରିଥିଲେ।

ଉକ୍ତ ବୈଠକରେ ଅବକାରୀ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ଅବକାରୀ କମିଶନର ଶ୍ରୀ ନରସିଂହ ଭୋଳ,ରାଜ୍ୟ ମଦ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅମ୍ବର କୁମାର କର ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

excise ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ବିହାରରେ SIR ଉପରେ ଯାହା ନିଷ୍ପତ୍ତି ନିଆଯିବ, ତାହା ସମଗ୍ର ଦେଶରେ ପ୍ରଯୁଜ୍ୟ ହେବ: ସୁପ୍ରିମକୋର୍ଟ

September 15, 2025

‘ସମ୍ପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚ୍ ଫିକ୍ସ ଥିଲା’: ସଞ୍ଜୟ ରାଉତଙ୍କ ଆଶ୍ଚର୍ଯ୍ୟଜନକ ଦାବି

September 15, 2025

ଏଥର କଲେଜ ନିର୍ବାଚନ ବାତିଲ !!!

September 15, 2025

Defence Procurement Manual: ପ୍ରତିରକ୍ଷା କ୍ରୟ ମାନୁଆଲ୍ କୁ ଅନୁମୋଦନ କଲେ ରାଜନାଥ ସିଂ

September 15, 2025
Latest News

ବିହାରରେ SIR ଉପରେ ଯାହା ନିଷ୍ପତ୍ତି ନିଆଯିବ, ତାହା ସମଗ୍ର ଦେଶରେ ପ୍ରଯୁଜ୍ୟ ହେବ: ସୁପ୍ରିମକୋର୍ଟ

September 15, 2025

‘ସମ୍ପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚ୍ ଫିକ୍ସ ଥିଲା’: ସଞ୍ଜୟ ରାଉତଙ୍କ ଆଶ୍ଚର୍ଯ୍ୟଜନକ ଦାବି

September 15, 2025

ଏଥର କଲେଜ ନିର୍ବାଚନ ବାତିଲ !!!

September 15, 2025

Defence Procurement Manual: ପ୍ରତିରକ୍ଷା କ୍ରୟ ମାନୁଆଲ୍ କୁ ଅନୁମୋଦନ କଲେ ରାଜନାଥ ସିଂ

September 15, 2025

ନିଜ ମୃତ ପିତାଙ୍କ ସହ କଥା ହେଉଛନ୍ତି ଏହି ବ୍ୟକ୍ତି, ଜାଣନ୍ତୁ ଏହା କିପରି ସମ୍ଭବ?

September 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.