Categories
ଆଜିର ଖବର ଜାତୀୟ ଖବର

ଆଜି ମଧ୍ୟ ଇଡି ଆଗରେ ହାଜର ହେବେ ନାହିଁ କେଜ୍ରିୱାଲ: ଜାଣନ୍ତୁ କଣ କହିଲା ଆପ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଇଡିରେ ହାଜର ହେବେ ନାହିଁ। ଦିଲ୍ଲୀର ଅବକାରୀ ଦୁର୍ନୀତିରେ ଅର୍ଥ ହେରଫେର ଯାଞ୍ଚ କରୁଥିବା ଇଡି କେଜ୍ରିୱାଲଙ୍କୁ ଜେରା ପାଇଁ ଡକାଇଥିଲା। AAP ଇଡିର ସମନକୁ ବେଆଇନ ବୋଲି କହିଛି। ଇଡି ସମନ୍ ର ବୈଧତା ପ୍ରସଙ୍ଗ ବର୍ତ୍ତମାନ କୋର୍ଟରେ ଅଛି ବୋଲି ଆପ କହିଛି। ଇଡି ନିଜେ କୋର୍ଟଙ୍କ ନିକଟକୁ ଯାଇଛି। ବାରମ୍ବାର ସମନ ପଠାଇବା ପରିବର୍ତ୍ତେ, ଇଡି କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ୍। ଏହା ହେଉଛି ଷଷ୍ଠ ଥର, ଯାହା ଇଡି ର ସମନ ଉପରେ କେଜ୍ରିୱାଲ ହାଜର ହୋଇନାହାଁନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଅବକାରୀ ବିଭାଗକୁ ବଡ ସଫଳତା : 940 ଲିଟର ଦେଶୀମଦ ସହିତ 14 ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ଗଞ୍ଜାମ : ଗଞ୍ଜାମ ଜିଲ୍ଲାପାଳ ଏବଂ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବରେ ଚଢାଉ କରାଯାଇ 940 ଲିଟର ଦେଶୀମଦ ଜବତ କରାଯିବା ସହିତ 14 ଜଣଙ୍କୁ ଗିରଫ କରାଯାଇଛି । 27 ଏବଂ 28 ତାରିଖ ଦୁଇଦିନ ଧରି ଏକାଧିକ ସ୍ଥାନରେ ଚଢାଉ କରି ଅବକାରୀ ବିଭାଗ ଏହି ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଆସ୍କା ଥାନା ଅନ୍ତର୍ଗତ କେନ୍ଦୁପଦର, ବାଲିସିରିଆ ଏବଂ ପାକଳପଲୀ ସହିତ ସୋରଡା ଏବଂ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଳରାମପୁର, ଭାଳିଆପଲ୍ଲୀ ଏବଂ ମାଟିଖାଲରେ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉରେ 940 ଲିଟର ଦେଶୀ ମଦ, 3700 କିଗ୍ରାର ଫର୍ମେଣ୍ଟେଡ୍‌ ଓ୍ବାଶ୍‌ ଏବଂ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି । ଗିରଫ 14 ଜଣଙ୍କୁ କୋର୍ଟ ଚାଲାଣ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲିଠୁ ଭୁବନେଶ୍ବରରେ ଅନ୍‌ଲାଇନ୍‌ରେ ମିଳିବ ମଦ

ଭୁବନେଶ୍ବର : ଆସନ୍ତା କାଲିଠାରୁ ରାଜ୍ୟରେ ଅନ୍‌ଲାଇନ୍‌ରେ ମିଳିବ ମଦ । 24 ତାରିଖରୁ ଏହି ନିୟମ କାର୍ଯ୍ୟକାରୀ ହେବ । କିନ୍ତୁ କଣ୍ଟେନମେଣ୍ଟ ଜୋନରେ ଏହି ନିୟମ ଲାଗୁ ହେବ ନାହିଁ । ତେବେ କୌଣସି କାଉଣ୍ଟରରେ ମଦ ବିକ୍ରି କରିବାକୁ ସରକାର ଅନୁମତି ଦେଇନାହାନ୍ତି । ସ୍ପେଶାଲ କୋଭିଡ଼ ଫି ଲଗାଇ ମଦର ଦର ବଢ଼ାଇଛନ୍ତି ସରକାର । ସମସ୍ତ ପ୍ରକାର ମଦର ଦର 50 ପ୍ରତିଶତ ବୃଦ୍ଧି କରାଯାଇଛି । ଏହାସହ ରିଟେଲର ଚାହିଁଲେ ମଦ ନିଜେ ହୋମ ଡ଼େଲିକରି କରିପାରିବେ ନଚେତ ଫୁଡ଼ ଡ଼େଲିଭରି ସଂସ୍ଥାର ମଧ୍ୟ ସେମାନେ ସହଯୋଗ ନେଇପାରିବେ । ମଦ ବିକ୍ରିରୁ ମିଳିବାକୁ ଥିବା ଅତିରିକ୍ତ ରାଜସ୍ବ କୋଭିଡ୍‌ ମୁକାବିଲାରେ ଖର୍ଚ୍ଚ କରାଯିବ ବୋଲି ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର

ଅବକାରୀ ବିଭାଗର ମୁଖା ଖୋଲିଲା: ଲକ୍‌ଡାଉନ୍‌ ସତ୍ତ୍ବେ ଦିନ ଦ୍ବିପ୍ରହରରେ ମଦ ଚୋରାଚାଲାଣ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସମଗ୍ର ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଅବକାରୀ ବିଭାଗର ଅସଲି ଚେହେରା ସମ୍ମୁଖକୁ ଆସିଛି। ବୁଧବାର ଘଟିଥିବା ଏକ ଘଟଣାରେ ମଦ ଚୋରା ଚାଲାଣ କରୁଥିବା ଅବକାରୀ ବିଭାଗର ଅସଲ ମୁଖା ସାମ୍ନାକୁ ଆସିଛି। ଅବକାରୀ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ସରକାରୀ ମଦ ଦୋକାନରୁ ମଦ ଚୋରା ଚାଲାଣ କରାଯାଉଥିବା ଦେଖିବାକୁ ମିଳିଛି। ବ୍ରହ୍ମପୁର ସହର ମଧ୍ୟରେ ରହିଥିବା ଏକ ମଦ ଦୋକାନରୁ ସିଲ କାଟି ମଦ ଚାଲାଣ ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ଲକ୍‌ଡାଉନ୍‌ ସମୟରେ ସାଧାରଣ ଜନତାଙ୍କର ଘରୁ ବାହାରକୁ ବାହାରିବା ଉପରେ କଟକଣା ଜାରି କରାଯାଇଥିବା ବେଳେ କିପରି ଭାବରେ ଅବକାରୀ ବିଭାଗର ଅଧିକାରୀଙ୍କୁ ମଦ ନେବାର ଅନୁମତି ମିଳିଲା ତାହା ଆଶ୍ଚର୍ଯ୍ୟଜନକ। ଏହି ଘଟଣା ସମ୍ପର୍କରେ ଅଧିକାରୀଙ୍କୁ ପଚରା ଯିବାରୁ ପ୍ରଥମେ ଏହି ପ୍ୟାକେଟର ସମୟ ସୀମା ଶେଷ ହୋଇଥିବା ନେଇ ଉତ୍ତର ଦେଇଥିଲେ। ମାତ୍ର ଲକ୍‌ଡାଉନ୍‌ ସମୟରେ ଏହା ଅନାବଶ୍ୟକ ବୋଲି କହିବା ପରେ ଉପରିସ୍ଥ ଅଧିକାରୀଙ୍କ ପାଇଁ ନେଉଥିବା ନେଇ ଅଧିକାରୀ ସ୍ପଷ୍ଟ କରିଥିଲେ। ଅବକାରୀ ଅଧିକାରୀଙ୍କ ସହିତ ଏକାଧିକ ବ୍ୟକ୍ତି ପେଟି ପେଟି ମଦ ନେଉଥିବାର ଦେଖିବାକୁ ମିଳିଥିଲା। ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମାଜିଷ୍ଟ୍ରେଟ୍‌ ଉକ୍ତ ମଦ ଦୋକାନଟିକୁ ସିଲ୍‌ କରି ଦେଇଥିଲେ। ଜିଲ୍ଲାପାଳଙ୍କ ପକ୍ଷରୁ ଉକ୍ତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ବେଳେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଦେଖିବାକୁ ବାକି ରହିଲା। ଉଲ୍ଲେଖଯୋଗ୍ୟ ଯେ, ନିକଟରେ ନିମଖଣ୍ଡି ପୋଲିସ୍‌ ଫାଣ୍ଡି କର୍ମଚାରୀ ନକଲି ମଦ ଜବତ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିବା ବେଳେ ଅବକାରୀ ବିଭାଗ ଘର ଢିଙ୍କି କୁମ୍ଭୀର ସାଜିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।