Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତ ନିଜର ଐତିହ୍ୟକୁ ନେଇ ଗର୍ବିତ ଏବଂ ଏକ ନୂତନ ଶକ୍ତି ସହିତ ଆଗକୁ ବଢ଼ୁଛି: ପ୍ରଧାନମନ୍ତ୍ରୀ ମୋଦୀ
ଜାତୀୟ ଖବର

ଭାରତ ନିଜର ଐତିହ୍ୟକୁ ନେଇ ଗର୍ବିତ ଏବଂ ଏକ ନୂତନ ଶକ୍ତି ସହିତ ଆଗକୁ ବଢ଼ୁଛି: ପ୍ରଧାନମନ୍ତ୍ରୀ ମୋଦୀ

February 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମହାକୁମ୍ଭକୁ ‘ଏକତାର ମହାଯଜ୍ଞ’ ଭାବେ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ, ଭାରତ ନିଜର ଐତିହ୍ୟକୁ ନେଇ ଗର୍ବିତ ଏବଂ ଏକ ନୂତନ ଶକ୍ତି ସହିତ ଆଗକୁ ବଢ଼ୁଛି। ସେ କହିଛନ୍ତି ଯେ ଏହା ହେଉଛି ପରିବର୍ତ୍ତନର ଏକ ଯୁଗର ପ୍ରାରମ୍ଭ, ଯାହା ଦେଶର ନୂତନ ଭବିଷ୍ୟତକୁ ଲେଖିବାକୁ ପ୍ରସ୍ତୁତ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାକୁମ୍ଭରେ ବହୁ ସଂଖ୍ୟକ ଭକ୍ତଙ୍କ ଅଂଶଗ୍ରହଣ କେବଳ ଏକ ରେକର୍ଡ ନୁହେଁ, ବରଂ ଏହା ଆମ ସଂସ୍କୃତି ଓ ଐତିହ୍ୟକୁ ସୁଦୃଢ଼ ଓ ସମୃଦ୍ଧ କରିବା ନିମନ୍ତେ ଅନେକ ଶତାବ୍ଦୀ ପାଇଁ ଏକ ଦୃଢ଼ ମୂଳଦୁଆ ପକାଇଛି। ‘ଏକତାର ମହା କୁମ୍ଭ’ର ସଫଳ ସମାପନରେ ସନ୍ତୋଷ ବ୍ୟକ୍ତ କରି ଏବଂ ନାଗରିକମାନଙ୍କୁ ସେମାନଙ୍କ କଠିନ ପରିଶ୍ରମ, ପ୍ରୟାସ ଓ ସଂକଳ୍ପ ପାଇଁ ଧନ୍ୟବାଦ ଜଣାଇ ଶ୍ରୀ ମୋଦୀ ଏକ ବ୍ଲଗରେ ନିଜର ବିଚାର ଲେଖିଛନ୍ତି ଏବଂ ଏହାକୁ  ‘ଏକ୍ସ’ ରେ ସେୟାର କରିଛନ୍ତି –

‘‘ମହାକୁମ୍ଭ ସମାପନ ହୋଇଛି। ଏକତାର ମହାଯଜ୍ଞ ଶେଷ ହୋଇଛି। ପ୍ରୟାଗରାଜରେ ସମ୍ପୂର୍ଣ୍ଣ ୪୫ ଦିନ ଧରି ଏକତାର ଏହି ଭବ୍ୟ ସମାରୋହରେ, ୧୪୦ କୋଟି ନାଗରିକଙ୍କର ଆସ୍ଥା ଗୋଟିଏ ସମୟରେ ଏହି ଗୋଟିଏ ମହୋତ୍ସବରେ ଏକତ୍ରିତ ହୋଇଛି, ଏହା ବାସ୍ତବରେ ଅତ୍ୟନ୍ତ ଅଭିଭୂତ କରିଥାଏ! ମହାକୁମ୍ଭ ସମାପ୍ତ ହେବା ପରେ ମନରେ ଆସିଥିବା ବିଚାରକୁ ମୁଁ ଲେଖିବାକୁ ଚେଷ୍ଟା କରିଛି।

‘‘ମହାକୁମ୍ଭରେ ବହୁ ସଂଖ୍ୟକ ଭକ୍ତଙ୍କ ଅଂଶଗ୍ରହଣ କେବଳ ଏକ ରେକର୍ଡ ନୁହେଁ, ବରଂ ଏହା ଆମ ସଂସ୍କୃତି ଓ ଐତିହ୍ୟକୁ ସୁଦୃଢ଼ ଓ ସମୃଦ୍ଧ କରିବା ପାଇଁ ଅନେକ ଶତାବ୍ଦୀ ନିମନ୍ତେ ଏକ ଦୃଢ଼ ମୂଳଦୁଆ ପକାଇଛି।’’

‘‘ପ୍ରୟାଗରାଜର ମହାକୁମ୍ଭ ଆଜି ସାରା ବିଶ୍ୱରେ ପରିଚାଳନା ପେସାଦାର ତଥା ଯୋଜନା ଏବଂ ନୀତି ବିଶେଷଜ୍ଞମାନଙ୍କ ପାଇଁ ଗବେଷଣାର ବିଷୟ ପାଲଟିଛି।’’

‘‘ନିଜର ଐତିହ୍ୟକୁ ନେଇ ଗର୍ବ କରୁଥିବା ଭାରତ ଆଜି ଏକ ନୂତନ ଶକ୍ତି ସହିତ ଆଗକୁ ବଢ଼ୁଛି। ଏହା ହେଉଛି ପରିବର୍ତ୍ତନର ଯୁଗ, ଯାହା ଦେଶ ପାଇଁ ଏକ ନୂତନ ଭବିଷ୍ୟତ ଲେଖିବାକୁ ଯାଉଛି।’’

‘‘ସମାଜର ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ଅଞ୍ଚଳର ଲୋକମାନେ ଏହି ମହାକୁମ୍ଭରେ ଏକଜୁଟ ହୋଇଥିଲେ। ଏକ ଭାରତ ଶ୍ରେଷ୍ଠ ଭାରତର ଏହି ସ୍ମରଣୀୟ ଦୃଶ୍ୟ କୋଟି କୋଟି ଦେଶବାସୀଙ୍କ ମଧ୍ୟରେ ଆତ୍ମବିଶ୍ୱାସପୂର୍ଣ୍ଣ ଅନୁଭୂତିର ପର୍ବ ପାଲଟିଥିଲା।

‘‘ଦେଶବାସୀଙ୍କ କଠିନ ପରିଶ୍ରମ, ସେମାନଙ୍କ ପ୍ରୟାସ, ଏକତାର ମହାକୁମ୍ଭକୁ ସଫଳ କରିବା ପାଇଁ ସେମାନଙ୍କ ସଂକଳ୍ପ ଦ୍ୱାରା ଅଭିଭୂତ ହୋଇ ମୁଁ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ, ଶ୍ରୀ ସୋମନାଥଙ୍କୁ ଦର୍ଶନ କରିବାକୁ ଯିବି। ଶ୍ରଦ୍ଧା ରୂପୀ ସଂକଳ୍ପ ପୁଷ୍ପକୁ ଉତ୍ସର୍ଗ କରିବା ସମୟରେ ମୁଁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରାର୍ଥନା କରିବି। ଦେଶବାସୀଙ୍କ ମଧ୍ୟରେ ଏକତାର ଏହି ନିରବଚ୍ଛିନ୍ନ ଧାରା ଏହିପରି ପ୍ରବାହିତ ହେଉ ବୋଲି ମୁଁ କାମନା କରୁଛି।’’

Mahakumbha narendramodi Prayagaraj ପ୍ରୟାଗରାଜ ମହାକୁମ୍ଭ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026

ଫ୍ଲୋର ଟେଷ୍ଟ ପୂର୍ବରୁ ଏଆଇଏଡ଼ିଏମକେ ଦୁଇ ଫାଳ

May 12, 2026

ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ବିଜୟ-ଷ୍ଟାଲିନ୍ ଙ୍କ ଆଲିଙ୍ଗନ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.