Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ, ଏଥର ୬୫୦ରୁ ଅଧିକ ଷ୍ଟଲ
ଜାତୀୟ ଖବର

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ, ଏଥର ୬୫୦ରୁ ଅଧିକ ଷ୍ଟଲ

March 19, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link
ToshaliMela
ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ, ଏଥର ୬୫୦ରୁ ଅଧିକ ଷ୍ଟଲ

ଭୁବନେଶ୍ବର: ହସ୍ତତନ୍ତ ଆମ ଗୌରବମୟ ଐତିହ୍ୟର ପ୍ରତୀକ । ଏହା ଆମର ପରିଚୟ। ଓଡ଼ିଆ ଅସ୍ମିତାର ନିଚ୍ଛକ ନିଦର୍ଶନ। ହଜାର ହଜାର ହସ୍ତତନ୍ତ କାରିଗରମାନକୁ ଏହା କେବଳ ଜୀବନ ଜୀବିକା ଯୋଗାଇନି ବରଂ ସ୍ୱାବଲମ୍ବୀ ହେବାର କଳା ଶିଖାଇଛି। ଏହି ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ଓ ଅଙ୍ଗୀକାରବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ଜନତା ମଇଦାନ ଠାରେ ଆୟୋଜିତ ‘‘୧୯ତମ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା’’ର ଉଦ୍‍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଛନ୍ତି।

ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ଭାବବିହ୍ୱଳ ହୋଇ କହିଥିଲେ ଯେ, ପୂର୍ବରୁ ଏହି ମେଳାକୁ ମୁଁ ଅନେକବାର ବୁଲିବା ପାଇଁ ଆସିଛି। ଆଜି ଓଡ଼ିଶାର ପ୍ରଧାନ ସେବକ ଭାବେ ମତେ ସୁଯୋଗ ମିଳିଲା ଆପଣଙ୍କ ସହିତ ଏଠାରେ ସାମିଲ ହେବା ପାଇଁ, କାର୍ଯ୍ୟବ୍ୟସ୍ତତା ସତ୍ତ୍ୱେ ମୁଁ ଏହାକୁ ହାତଛଡ଼ା କଲିନାହିଁ ।

ମୁଖ୍ୟମନ୍ତ୍ରୀ ବୁଣାକାର ଓ କାରିଗରମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପ ହେଉଛି ଆମ କଳାର ଏକ ସ୍ୱତନ୍ତ୍ର ପରିଚୟ । ସମଗ୍ର ଓଡ଼ିଆ ଜାତିକୁ ଏହା କଳାର ଏକତା ସୂତ୍ରରେ ବାନ୍ଧି ରଖିଛି। ଏହା ଓଡ଼ିଆ ଅସ୍ମିତାର ପରିଚୟ ଭାବେ ମଧ୍ୟ ଏକ ଗୌରବମୟ ସ୍ଵାକ୍ଷର ବହନ କରୁଛି।

ହସ୍ତକଳା, ହସ୍ତଶିଳ୍ପ, ହସ୍ତତନ୍ତର ପ୍ରସ୍ତୁତ କରିବା ପ୍ରକ୍ରିୟା ଆଜି ମଧ୍ୟ ବେଶୀ କିଛି ବଦଳି ନାହିଁ। ସେଥିପାଇଁ ତ ହାତରେ ପ୍ରସ୍ତୁତ ହସ୍ତକଳା, ହସ୍ତତନ୍ତ ଲୁଗାର ଚାହିଦା ଏବଂ ଆଦର ବହୁତ ଅଧିକ। ଏହାର କାରଣ ହେଉଛି ଆମର ହସ୍ତଶିଳ୍ପୀଙ୍କ ହାତରେ ଥିବା ଯାଦୁର ମୂଲ୍ୟ। ତେଣୁ, ହସ୍ତଶିଳ୍ପ, ହସ୍ତତନ୍ତ ପ୍ରସ୍ତୁତ ଲୁଗାର ଚାହିଦା ସବୁବେଳେ ଥିଲା, ଏବଂ ସବୁବେଳେ ରହିଥିବ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଆମ ଦେଶରେ ଖଦି ଏବଂ ଗ୍ରାମ୍ୟଦ୍ୟୋଗ ଆୟୋଗ (KVIC) ବଜାର ଏବଂ ଶିଳ୍ପୀ ଓ ବୁଣାକାରଙ୍କ ମଧ୍ୟରେ ସେତୁ ଭଳିଆ କାମ କରିଥାଏ। ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ନେବାର କିଛି ମାସ ଭିତରେ ସମସ୍ତଙ୍କୁ ଖଦି ପିନ୍ଧିବା ପାଇଁ ବାର୍ତ୍ତା ଦେଇଥିଲେ ଏବଂ ନିଜେ ମଧ୍ୟ ଖଦିକୁ ପରିଧାନ ଭାବେ ବ୍ୟବହାର କରିଥିଲେ। ପରବର୍ତ୍ତୀ ସମୟରେ ଖଦି ପିନ୍ଧିବା ଏକ fashion ବିପ୍ଳବରେ ପରିଣତ ହୋଇଥିଲା ଏବଂ ଆମ ଯୁବ ସମାଜ ମଧ୍ୟ ଆଜି ଖଦି ବହୁଳ ଭାବେ ବ୍ୟବହାର କରିବା ଆରମ୍ଭ କରିଦେଇଛନ୍ତି।

ହସ୍ତତନ୍ତ, ହସ୍ତଶିଳ୍ପର ବଜାର ଅଛି, ଆଦର ଅଛି। ଏହି କ୍ଷେତ୍ର ଯଦି କିଛି ଆବଶ୍ୟକ କରେ ତାହା ହେଉଛି ପୃଷ୍ଠପୋଷକତା, ବିଶେଷ ଭାବେ ସରକାରୀ ପ୍ରୋତ୍ସାହନ। ମାନନୀୟ ମୋଦୀଜୀ ଏହାକୁ ହୃଦୟଙ୍ଗମ କରି ଏହି କ୍ଷେତ୍ରକୁ ଅଧିକରୁ ଅଧିକ ବଜେଟ ପ୍ରବଧାନ କରିଥିଲେ, ନୂଆ ନୂଆ ଯୋଜନା ମଧ୍ୟ ପ୍ରଣୟନ କରିଛନ୍ତି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ହସ୍ତଶିଳ୍ପ ଓ ହସ୍ତତନ୍ତ ହେଉଛି ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ । ଅର୍ଥନୀତି ବିକାଶରେ ମା’ ଓ ଭଉଣୀମାନଙ୍କର ବଡ଼ ଭୂମିକା ରହିଛି । ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମା’ ଓ ଭଉଣୀମାନେ ସଂଘବଦ୍ଧ ହୋଇ ଯେଉଁ କାମରେ ହାତ ଦେଇଛନ୍ତି, ସେହି କାମର ଫଳାଫଳ ସ୍ୱରୂପ ଏହିସବୁ କୃତିତ୍ୱ ଆଜି ବିଭିନ୍ନ ଷ୍ଟଲ୍ ରେ ପ୍ରଦର୍ଶିତ ହେଉଛି। ୧ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ନିକଟରେ ଆମେ ସୁଭଦ୍ରା ସହାୟତା ଯୋଗାଇ ଦେଇଛୁ। ଏହି ସହାୟତା ରାଶି ସେମାନଙ୍କୁ ଏ କ୍ଷେତ୍ରରେ ମଧ୍ୟ ସହାୟକ ହେବ। ଓଡ଼ିଶାର ଅନେକ ହସ୍ତତନ୍ତ ସାମଗ୍ରୀ ଭୌଗୋଳିକ ସୂଚକାଙ୍କ ମାନ୍ୟତା ବା GI TAG ପାଇ ରାଜ୍ୟର ଗୌରବକୁ ବଢାଇଛି ।

ରାଜ୍ୟରେ ହସ୍ତଶିଳ୍ପର ବିକାଶ ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, 2025-26 ଆର୍ଥିକ ବର୍ଷରେ ହସ୍ତଶିଳ୍ପର ପ୍ରୋତ୍ସାହନ ପାଇଁ ଆମେ 52 କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ରଖିଛୁ । ସେହିପରି ବୟନ ଶିଳ୍ପର ପ୍ରୋତ୍ସାହନ ପାଇଁ ୧ ଶହ ୨୨ କୋଟି ଏବଂ ହସ୍ତତନ୍ତ ଶିଳ୍ପ ପ୍ରୋତ୍ସାହନ ପାଇଁ ମଧ୍ୟ ୧ ଶହ ୨୨ କୋଟି ଟଙ୍କାର ପ୍ରସ୍ତାବ ରହିଛି । ଚଳିତ ବର୍ଷ ୬ ହଜାର କାରିଗରଙ୍କୁ ଦକ୍ଷତା ପ୍ରଶିକ୍ଷଣ ଦେବାର ଯୋଜନା ରହିଛି। 2025-26 ଆର୍ଥିକ ବର୍ଷରେ ୯ଟି ହସ୍ତଶିଳ୍ପ ଉତ୍ପାଦକୁ GI Tag ମାନ୍ୟତା ଦେବା ପାଇଁ ଆବେଦନ କରାଯିବ ।

ଏହା ସହିତ 550 ଜଣ କାରିଗରଙ୍କୁ ‘‘ୱାର୍କ ସେଡ୍ ନିର୍ମାଣ’’ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଏଥି ସହିତ ୧୦୦ କାରିଗରଙ୍କୁ ନିଜସ୍ୱ ଉତ୍ପାଦନ ୟୁନିଟ ସ୍ଥାପନ ପାଇଁ ବ୍ୟାଙ୍କ ଫାଇନାନ୍ସ ଓ ମାର୍ଜିନ ମନି ଯୋଗାଇ ଦିଆଯିବ। କଣ୍ଟିଲୋ, ପିପିଲି, ବାଲିଯୋର, ହୀରାକୁଦ ଅଞ୍ଚଳ, କଟକ ଓ କୋଟପାଡ଼କୁ ଐତିହ୍ୟ କ୍ରାଫ୍ଟ ଏବଂ ବୁଣାକାର ଗ୍ରାମ ଭାବେ ବିକଶିତ କରାଯିବା ସହ ପର୍ଯ୍ୟଟନକୁ ହସ୍ତଶିଳ୍ପ ସହ ଯୋଡ଼ିବା ଉପରେ ଗୁରୁତ୍ଵ ଦେଇ ଅତିରିକ୍ତ ଭିତ୍ତିଭୂମି ସୃଷ୍ଟି କରାଯିବ । ଏହି ମେଳା, ଓଡ଼ିଶା ତଥା ଅନ୍ୟ ରାଜ୍ୟର କାରିଗର ଓ ବୁଣାକାରମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ସହ ଜୀବିକା ଅର୍ଜନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିଛି ବୋଲି ସେ କହିଥିଲେ।

ସୂଚନା ଥାଉକି, ଏହି ମେଳା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୩ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହି ମେଳାରେ ୧୫ରୁ ଅଧିକ ରାଜ୍ୟର କାରିଗର ଏବଂ ବୁଣାକାର ଅଂଶଗ୍ରହଣ କରୁଛନ୍ତି । ଚଳିତବର୍ଷ ଏହି ମେଳାରେ ୬୫୦ରୁ ଅଧିକ ଷ୍ଟଲର ଆୟୋଜନ ହୋଇଛି ଏବଂ ଏହା ସହିତ ଓଡ଼ିଶାର ପାରମ୍ପରିକ ଖାଦ୍ୟ ପାଇଁ ୩୫ ଗୋଟି ଷ୍ଟଲ ଆୟୋଜନ ହୋଇଛି ।

ମୁଖ୍ୟମନ୍ତ୍ରୀ ପ୍ରଥମେ ଜନତା ମଇଦାନ ଠାରେ ପହଞ୍ଚି ମେଳାକୁ ଉଦ୍‍ଘାଟନ କରିବା ସହିତ ଷ୍ଟଲଗୁଡ଼ିକ ବୁଲି ଦେଖିଥିଲେ ।

କାର୍ଯ୍ୟକ୍ରମରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ କହିଲେ ଯେ, ଏ ମାଟିର ପ୍ରତ୍ୟେକ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ରହିଛି ଏକ ନିଆରା ଆକର୍ଷଣ ଏବଂ ଭିନ୍ନ କାହାଣୀ। ଏହା ଆମ ସଂସ୍କୃତିର ପରିଚୟ ଓ ଓଡ଼ିଆ ଅସ୍ମିତାର ଗରିମାମୟ ଚମକ୍‍। ବୁଣାକାର ଓ କାରିଗରଙ୍କ ଆର୍ଥିକ ସ୍ୱଚ୍ଛଳତା ଦିଗରେ ଏ ମେଳା ଆୟୋଜନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଏବଂ ମହିଳା ସଶକ୍ତିକରଣ, ଆତ୍ମନିର୍ଭରଶୀଳତା ଓ ଜୀବନଜୀବିକାର ସୁରକ୍ଷା ପାଇଁ ଏହି ମେଳା ଉତ୍ସର୍ଗୀକୃତ।

କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ୍‍ ତାପସ କୁମାର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ମଧୁମିତା ରଥ ଓ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ପ୍ରଣତି ଛୋଟରାୟ ଉପସ୍ଥିତ ଥିଲେ ।

ToshaliMela ଜାତୀୟ ତୋଷାଳୀ ମେଳା ତୋଷାଳି ମେଳା ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.