Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପାଣ୍ଡିଆନ ଓଡିଶା ଛାଡିବେ ବୋଲି ଚାରିଆଡେ ଚର୍ଚ୍ଚା; ତେବେ ସେ କୁଆଡେ ଯିବେ, କଣ କରିବେ
ଜାତୀୟ ଖବର

ପାଣ୍ଡିଆନ ଓଡିଶା ଛାଡିବେ ବୋଲି ଚାରିଆଡେ ଚର୍ଚ୍ଚା; ତେବେ ସେ କୁଆଡେ ଯିବେ, କଣ କରିବେ

March 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପାଣ୍ଡିଆନ
ପାଣ୍ଡିଆନ ଓଡିଶା ଛାଡିବେ ବୋଲି ଚାରିଆଡେ ଚର୍ଚ୍ଚା, ତେବେ ସେ କୁଆଡେ ଯିବେ, କଣ କରିବେ

ଭୁବନେଶ୍ବର: ବିଜେଡିର ଚାଣକ୍ୟ ବୋଲି କୁହାଯାଉଥିବା ଭି  କେ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ପୁଣି ଆରମ୍ଭ ହୋଇଯାଇଛି। ତାହା ହେଲା ଯେ, ସେ କୁଆଡେ ଓଡିଶା ଛାଡିବେ। ଅର୍ଥାତ ଆଉ ନବୀନ ନିବାସରେ ଡେରା ପକାଇବେ ନାହିଁ। ଆଉ ସେ ବିଜେଡି କଥା ବୁଝିବେ ନାହିଁ। ଆଉ ଓଡିଶା ଛାଡିବାର କାରଣ ହେଲା ସେ କୁଆଡେ ଏକ ଆନ୍ତର୍ଜାତୀୟ ସଂସ୍ଥାରେ ଚାକିରୀ କରିବା ପାଇଁ ଅଫର ପାଇଛନ୍ତି।

ସୂଚନା ଅନୁସାରେ ତାଙ୍କୁ ଲଣ୍ଡନର ଏକ କଂପାନୀ ଅଫର ଦେଇଛି ବୋଲି କୁହାଯାଉଛି। କେତେକ ବିଲ ଗେଟସ ସଂସ୍ଥାରୁ ଅଫର ମିଳିଛି ବୋଲି ସେ କେତେକ ନେତାଙ୍କ ସହିତ ଆଲୋଚନା କରିଛନ୍ତି। ତେବେ ସେହି ସଂସ୍ଥାର ଦିଲ୍ଲୀରେ ମଧ୍ୟ ଏକ ଶାଖା ରହିଛି। ତେବେ ସେ ଲଣ୍ଡନ ଯିବେ କି ଦିଲ୍ଲୀରେ ରହିବେ କିଛି ଚିନ୍ତା କରିପାରି ନାହିଁନ୍ତି ବୋଲି ଜଣାପଡିଛି। ସେ ଯାହା ହେଲେ ମଧ୍ୟ ପାଣ୍ଡିଆନ ଏକ ଅନ୍ତର୍ଜାତୀୟ ସଂସ୍ଥାରେ ଚାକିରୀ କରିବା ନିଶ୍ଚିତ ବୋଲି ତାଙ୍କ ସମର୍ଥକମାନେ କହିବାରେ ଲାଗିଛନ୍ତି।

ଏହି ଖବରକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। କାରଣ ହେଲା ଯେ,ସେ ଥିଲେ ବିଜେଡିର ହର୍ତ୍ତାକର୍ତ୍ତା। ତାଙ୍କ ନିର୍ଦ୍ଦେଶ ବିନା ବିଜେଡିରେ କିଛି ହେଉ ନ ଥିଲା। ତାଙ୍କ ନେତୃତ୍ବରେ ଏଥର ବିଜେଡି ନିର୍ବାଚନ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିଲା। ହେଲେ ଦଳର ବଡ ବିପର୍ଯ୍ୟୟ ଘଟିଲା। ଆଉ ସମସ୍ତେ ସେହି ପାଣ୍ଡିଆନଙ୍କୁ ଦୋଷ ଦେବାରେ ଲାଗିଲେ। ତାଙ୍କ ଯୋଗୁ ଦଳ ହାରିଲା ବୋଲି ସମସ୍ତ କହିଲେ। ଯାହାକୁ ନେଇ ନିଜେ ପାଣ୍ଡିଆନ ଅଡୁଆରେ ପଡିଲେ।

ସେତେକି ନୁହେଁ ଦଳ ଭିତରୁ ମଧ୍ୟ ତାଙ୍କୁ ତୀବ୍ର ବିରୋଧ ଆରମ୍ଭ ହୋଇଗଲା। ନିର୍ବାଚନ ପରେ ସେ ରାଜନୀତିରୁ ସନ୍ୟାସ ନେଇଛନ୍ତି ବୋଲି ଘୋଷଣା କରିଥିଲେ। ହେଲେ ସେ ନବୀନ ନିବାସରେ ରହି ବିଜେଡିକୁ ପରିଚାଳନା କରୁଛନ୍ତି ବୋଲି ଚର୍ଚ୍ଚା ହେଲା। ତାଙ୍କ ବ୍ୟତିରକେ ବିଜେଡିର ସେମିତି କେହି ମଙ୍ଗ ଧରିବାକୁ ନାହାଁନ୍ତି ବୋଲି କୁହାଗଲା। ହେଲେ ନିର୍ବାଚନ ପରେ ସେ କେବେ ବି ବିଜେଡି ରାଜନୀତିରେ ମୁଣ୍ଡ ପୁରାଇ ନାହାଁନ୍ତି ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି।

ଯଦି ସତରେ ପାଣ୍ଡିଆନ ଓଡିଶା ଛାଡୁଛନ୍ତି ତେବେ ବିଜେଡି ଭାଗ୍ୟ କଣ ହେବ ସେ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। କାରଣ ବିଜେଡିର ଯେତେ ନେତା ଅଛନ୍ତି ସେମାନେ କେବେ କାହାର ନେତୃତ୍ବକୁ ମାନିବାକୁ ପ୍ରସ୍ତୁତ ହେବେ ନାହିଁ। ଦେବୀ ମିଶ୍ର ହୁଅନ୍ତୁ କିମ୍ବା ବବି ଦାସ। ଏମାନଙ୍କୁ ବଡ ନେତାମାନେ କିପରି ମାନିବେ ସେ ନେଇ ସନ୍ଦେହ ରହିଛି।

pandian ପାଣ୍ଡିଆନ ଭି.କେ ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ଲକ ପ୍ରଶାସନ ତରଫରୁ ମଧୁବାବୁ ପେନସନ, ଦିବ୍ୟାଙ୍ଗ ପ୍ରମାଣ ପତ୍ର ଓ ସହାୟକ ଉପକରଣ ବଣ୍ଟନ

March 30, 2026

ଓଡ଼ିଶା ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ବିଚାରପତି ଶତ୍ରୁଘନ ପୂଜାହାରୀ 

March 30, 2026

ପୂର୍ବ ଭାରତରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ସମ୍ମାନିତ ହେଲା ସୋଆ

March 30, 2026

ଆଜିର IPL ମ୍ୟାଚ୍‌ରେ ବାଧା ସୃଷ୍ଟି କରିବ କି ବର୍ଷା: ଜାଣନ୍ତୁ ପିଚ୍ ଏବଂ ପାଣିପାଗ ରିପୋର୍ଟ

March 30, 2026
Latest News

ବ୍ଲକ ପ୍ରଶାସନ ତରଫରୁ ମଧୁବାବୁ ପେନସନ, ଦିବ୍ୟାଙ୍ଗ ପ୍ରମାଣ ପତ୍ର ଓ ସହାୟକ ଉପକରଣ ବଣ୍ଟନ

March 30, 2026

ଓଡ଼ିଶା ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ବିଚାରପତି ଶତ୍ରୁଘନ ପୂଜାହାରୀ 

March 30, 2026

ପୂର୍ବ ଭାରତରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ସମ୍ମାନିତ ହେଲା ସୋଆ

March 30, 2026

ପାକିସ୍ତାନ ମାଧ୍ୟମରେ ଟ୍ରମ୍ପଙ୍କ ପ୍ରସ୍ତାବ ପାଇଲା ଇରାନ: କଡ଼ା ଜବାବ ଦେଲା ତେହରାନ

March 30, 2026

ଆଜିର IPL ମ୍ୟାଚ୍‌ରେ ବାଧା ସୃଷ୍ଟି କରିବ କି ବର୍ଷା: ଜାଣନ୍ତୁ ପିଚ୍ ଏବଂ ପାଣିପାଗ ରିପୋର୍ଟ

March 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.