ଏହି ମନ୍ଦିରକୁ ମିଳିଲା ସୁନା, ରୂପା ସହିତ କୋଟି କୋଟିର ଉର୍ଦ୍ଧ୍ଵ ଦାନ: ଗଣତି କରି କରି ଥକିଗଲେ କର୍ମଚାରୀ

Published: Mar 23, 2025, 12:35 pm IST

ନୂଆଦିଲ୍ଲୀ: କର୍ଣ୍ଣାଟକର ଏକ ମନ୍ଦିରକୁ 3,48,69,621 ଟଙ୍କା, 32 ଗ୍ରାମ ସୁନା ଏବଂ 1.24 କିଲୋଗ୍ରାମ ରୂପା ଦାନ କରାଯାଇଛି। ଏହି ମନ୍ଦିର କର୍ଣ୍ଣାଟକର ରାୟଚୁରରେ ଅବସ୍ଥିତ, ଯେଉଁଠାରେ ବହୁ ସଂଖ୍ୟାରେ ଭକ୍ତ ଦର୍ଶନ କରିବାକୁ ଆସନ୍ତି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଶହେରୁ ଅଧିକ ପୁରୋହିତ ରାଘବେନ୍ଦ୍ର ସ୍ୱାମୀ ମଠକୁ ଦାନ କରାଯାଇଥିବା ରାଶି ଗଣନା କରୁଛନ୍ତି। ଷୋଡଶ ଶତାବ୍ଦୀର ସାଧୁ ରାଘବେନ୍ଦ୍ର ସ୍ୱାମୀଙ୍କ ଜନ୍ମ ବାର୍ଷିକୀ ପାଳନ କରିବାକୁ ଲକ୍ଷ ଲକ୍ଷ ଭକ୍ତ ମନ୍ଦିର ଦର୍ଶନ କରନ୍ତି।

ଏହି ପୂରା ଦାନ ଭକ୍ତମାନେ 30 ଦିନ ମଧ୍ୟରେ ପ୍ରଦାନ କରିଛନ୍ତି। ଗତ ବର୍ଷ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ରୁଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୁର୍ତ୍ତୀ ମଧ୍ୟ ବେଙ୍ଗାଲୁରୁର ରାଘବେନ୍ଦ୍ର ସ୍ୱାମୀ ମଠ ପରିଦର୍ଶନ କରିଥିଲେ।

ଇନଫୋସିସ୍ ସହ-ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀ ଏବଂ ରାଜ୍ୟସଭା ସଦସ୍ୟ ସୁଧା ମୁର୍ତ୍ତୀ ମଧ୍ୟ ସେମାନଙ୍କ ଝିଅ ଏବଂ ଜ୍ଵାଇଁଙ୍କ ସହ ମଠ ପରିଦର୍ଶନ କରିଥିଲେ।

Related posts