Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମହାନଦୀକୁ ନେଇ ଆରମ୍ଭ ହୋଇଗଲା ମହାରାଜନୀତି, ବିଜେଡି ବିଜେପି ଓ କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା
ଜାତୀୟ ଖବର

ମହାନଦୀକୁ ନେଇ ଆରମ୍ଭ ହୋଇଗଲା ମହାରାଜନୀତି, ବିଜେଡି ବିଜେପି ଓ କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା

March 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Mohan
ମହାନଦୀକୁ ନେଇ ଆରମ୍ଭ ହୋଇଗଲା ମହାରାଜନୀତି, ବିଜେଡି ବିଜେପି ଓ କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା

ଭୁବନେଶ୍ବର: ମହାନଦୀକୁ ନେଇ ରାଜ୍ୟରେ ଆରମ୍ଭ ହୋଇଯାଇଛି ମହାରାଜନୀତି। କାରଣ ଗତକାଲି ଛତିଶଗଡ ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଏ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ମହାନଦୀ ନେଇ ଉପୁଜୁଥିବା ବିବାଦର ସମାଧାନ କରିବା ପାଇଁ ସହମତ ପ୍ରକାଶ ପାଇଛି। ତେବେ ଏହାକୁ ନେଇ ଆଜି ବିଜେପି ସରକାରଙ୍କୁ କାଦୁଅ ଫିଙ୍ଗିଛନ୍ତି ବିଜେଡି ଓ କଂଗ୍ରେସ।

ଆଜି ଏ ନେଇ ବିଜେଡି ବିଧାୟକ ତଥା ବିରୋଧୀଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଚା କପ ରେ କୌଣସି ଆଲୋଚନା ହୁଏ ନାହିଁ। ଯଦି ଛତିଶଗଡ ପ୍ରକୃତରେ ସମାଧାନ ଚାହୁଛନ୍ତି ତେବେ ମହାନଦୀରେ ନିର୍ମାଣଧିନ ବ୍ୟାରେଜକୁ ପ୍ରଥମେ ରାଜ୍ୟ ସରକାର ବନ୍ଦ କରାନ୍ତୁ। ଏହାପରେ ଆଲୋଚନା କରାଯିବା ଉଚିତ।

ବର୍ତ୍ତମାନ ସେଠାରେ ବ୍ୟାରେଜ କାମ ବେଶ ଆଗେଇ ଗଲାଣି। କେନ୍ଦ୍ରରେ ବିଜେପି, ରାଜ୍ୟରେ ବିଜେପି ଏବଂ ଛତିଶଗଡରେ ମଧ୍ୟ ବିଜେପି। ବର୍ତ୍ତମାନ ଟ୍ରିପଲ ଇଂଜିନ ସରକାର କେମିତି ଏହି ବିବାଦ ସମାଧାନ କରିବେ ତାହା ସନ୍ଦେହ ଜନକ। ଅନ୍ୟପଟେ ଏହି ବିବାଦ ବର୍ତ୍ତମାନ ଟ୍ରିବୁନାଲରେ ରହିଥିବାରୁ ତାହା ଉଭୟ ରାଜ୍ୟ ସମାଧାନ କରିପାରିବେ କି ନାହିଁ ସେ ନେଇ ତର୍ଜମା ହେବା ଆବଶ୍ୟକ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ସେହିପରି କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ସଭାପତି ଭକ୍ତ ଦାସ କହିଛନ୍ତି ଯେ, ଆଲୋଚନା ହେବ ବୋଲି କହିଦେଲେ ହେବ ନାହିଁ। ଏହାର ସମାଧାନ କରିବା ଦରକାର। ଛତିଶଗଡରେ କଂଗ୍ରେସ ଶାସନ ଥିବା ବେଳେ ବହୁବାର ଏ ନେଇ ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ଟ୍ରିପଲ ଇଂଜିନ ସରକାର କିପରି ସମାଧାନ କରିବେ ତାହା ଦେଖିବାର କଥା। ହେଲେ ଏହାର ସମାଧାନ ହେଲା ପରି ଲାଗୁ ନାହିଁ ବୋଲି ଭକ୍ତ ଦାସ କହିଛନ୍ତି।

ତେବେ ବିଜେଡି କଂଗ୍ରେସର ବୟାନକୁ ଜବାବ ଦେଇଛନ୍ତି ବିଜେପି ନେତା ତଥା ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ମହାନଦୀକୁ ନେଇ ବିଜେଡି କେବଳ ରାଜନୈତିକ ରୁଟି ସେକିବାରେ ବ୍ୟସ୍ତ। ହେଲେ ସେମାନେ ସରକାରରେ ଥିବା ବେଳେ କୌଣସି ସମାଧାନ କରିପାରି ନ ଥିଲେ। ବର୍ତ୍ତମାନ ଆମ ସରକାର ସମାଧାନ କରିବ।

ବର୍ତ୍ତମାନ ବିଜେଡି ଯେପରି ସ୍ବରରେ ବିରୋଧ କରୁଛି, ସେତେବେଳେ ସେମାନେ କେଉଁଠି ଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ବିଜେଡି ଦୋମୁହାଁ ନୀତି ଅବଲମ୍ବନ କରୁଛି। ସେମାନେ ବିଧାନସଭାରେ ଗୋଟିଏ କଥା ବାହାରେ ଆଉ ଗୋଟିଏ କଥା କହୁଛନ୍ତି। ସେତେବେଳେ ବିଜେଡି ସରକାର କେନ୍ଦ୍ରର ମଧ୍ୟସ୍ତତା ପ୍ରସ୍ତାବକୁ ଗ୍ରହଣ କରି ନ ଥିଲା। ସେପଟେ ଛତିଶଗ଼ଡର କଂଗ୍ରେସ ସରକାର ଆଗ୍ରହ ପ୍ରକାଶ କରି ନ ଥିଲା।

ବର୍ତ୍ତମାନ ସେମାନେ ଅପେକ୍ଷା କରନ୍ତୁ। କଣ କରାଯାଉଛି ଦେଖନ୍ତୁ ବୋଲି ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି।

ଛତିଶଗଡ ମୁଖ୍ୟମନ୍ତ୍ରୀ ମହାନଦୀ ମହାନଦୀ ଜଳ ବିବାଦ
Share. Facebook Twitter LinkedIn Email WhatsApp Copy Link

Related Posts

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026
Latest News

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.