Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପିଆରଏସ୍‍ଆଇ ଭୁବନେଶ୍ୱର ଚାପ୍ଟରର ନୂତନ ଅଧ୍ୟକ୍ଷ ଓ କାର୍ଯ୍ୟକର୍ତ୍ତା ନିର୍ବାଚିତ
ଜାତୀୟ ଖବର

ପିଆରଏସ୍‍ଆଇ ଭୁବନେଶ୍ୱର ଚାପ୍ଟରର ନୂତନ ଅଧ୍ୟକ୍ଷ ଓ କାର୍ଯ୍ୟକର୍ତ୍ତା ନିର୍ବାଚିତ

March 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପିଆରଏସ୍‍ଆଇ ଭୁବନେଶ୍ୱର ଚାପ୍ଟରର ନୂତନ ଅଧ୍ୟକ୍ଷ ଓ କାର୍ଯ୍ୟକର୍ତ୍ତା ନିର୍ବାଚିତ

ଭୁବନେଶ୍ୱର: ପବ୍ଲିକ ରିଲେସନ୍ସ ସୋସାଇଟି ଅଫ ଇଣ୍ଡିଆ (ପିଆରଏସ୍‍ଆଇ) ଭୁବନେଶ୍ୱର ଚାପ୍ଟରର ୬ଷ୍ଠ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‍)ରେ ସର୍ବସମ୍ମତିକ୍ରମେ ଏହାର ପରବର୍ତ୍ତୀ ଦୁଇବର୍ଷ ପାଇଁ ନୂତନ ଅଧ୍ୟକ୍ଷ ଏବଂ ଅନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ଯୁବସୁଲଭ ନୂଆ ଟିମ୍‍ର ନିର୍ବାଚନ ଚାପ୍ଟରକୁ ଏକ ନୂତନ ଶିଖରକୁ ନେଇଯିବା ସହିତ ଓଡ଼ିଶାରେ ଲୋକସମ୍ପର୍କ ବୃତ୍ତିକୁ ଅଧିକ ସମୃଦ୍ଧ କରିବାକୁ ଯାଉଛି।

ଜଣେ ଅଭିଜ୍ଞ ପ୍ରଫେସନାଲ ତଥା ବ୍ୟାପକ ଅନୁଭୂତି ରଖୁଥିବା ଏବଂ ସମ୍ପ୍ରତି ହେଡ୍‍ ଅଫ କର୍ପୋରେଟ ଆଫେୟାର୍ସ, ପାରାଦୀପ ଫସଫେଟସ୍‍ ଲିମିଟେଡ, ଶ୍ରୀ ସୁଧି ରଂଜନ ମିଶ୍ର ପିଆରଏସ୍‍ଆଇ ଭୁବନେଶ୍ୱର ଚାପ୍ଟରର ନୂତନ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି।

ନିଜର ଦୃଢ ନେତୃତ୍ୱ ନେବାର କୌଶଳ ଏବଂ ଶିଳ୍ପ ସମ୍ପର୍କରେ ଗଭୀର ଜ୍ଞାନ ହାସଲ କରିଥିବା ଶ୍ରୀ ମିଶ୍ରଙ୍କର ଆଗାମୀ ଅବଧି ନିମନ୍ତେ ରହିଥିବା ଲକ୍ଷ୍ୟ ମଧ୍ୟରେ ଲୋକସମ୍ପର୍କର ବୃତ୍ତିଗତ ମାନରେ ଉନ୍ନତି ସାଧନ କରିବା ଏବଂ ଶିଳ୍ପର ପ୍ରମୁଖ ଅଂଶୀଦାରମାନଙ୍କ ମଧ୍ୟରେ ସହଭାଗୀତାକୁ ପ୍ରୋତ୍ସାହିତ କରିବା ଅନ୍ତର୍ଭୁକ୍ତ।

ନୂତନ ଅଧ୍ୟକ୍ଷଙ୍କ ସହିତ ରବିବାର ସଂଧ୍ୟାରେ ଅନୁଷ୍ଠିତ ଏଜିଏମ୍‍ରେ ଅନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ଡ. ସଞ୍ଜୟ କୁମାର ସାହୁ, ଡିଜିଏମ୍‍-କର୍ପୋରେଟ କମ୍ୟୁନିକେସନ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱର ଲିମିଟେଡ ଉପାଧ୍ୟକ୍ଷ ଭାବରେ ଏବଂ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଷ୍ଟେଟ ହେଡ-କର୍ପୋରେଟ କମ୍ୟୁନିକେସନ, ରିଲାଏନ୍ସ ଜିଓ ଇନ୍‍ଫୋକମ୍‍ ଲିମିଟେଡ ଚାପ୍ଟରର ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ।

ଅନୁରୂପ ଭାବରେ ଶ୍ରୀ ଅଂଶୁମାନ ପଟ୍ଟନାୟକ, ହେଡ-କର୍ପୋରେଟ କମ୍ୟୁନିକ୍ସେନ, ପିଆର ଆଣ୍ଡ ବ୍ରାଣ୍ଡିଂ, କଳିଙ୍ଗ ହସପିଟାଲ ଲିମିଟେଡ କୋଷାଧ୍ୟକ୍ଷ ଭାବରେ ଓ ଶ୍ରୀ ସନ୍ଦୀପ ସେଠୀ, ଡିଜିଏମ୍‍-କର୍ପୋରେଟ କମ୍ୟୁନିକେସନ, ଓଡ଼ିଶା ମାଇନିଂ କର୍ପୋରେସନ (ଓଏମ୍‍ସି) ଚାପ୍ଟରର ଯୁଗ୍ମ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି। ଚାପ୍ଟରର ନବଗଠିତ କାର୍ଯ୍ୟକାରୀ କମିଟିରେ ଶିଳ୍ପର ଭେଟେରାନ ଶଶାଙ୍କ ପଟ୍ଟନାୟକ ଏବଂ ଅମରଜ୍ୟୋତି ମହାପାତ୍ରଙ୍କ ସହିତ ଅଭିଜ୍ଞ ତରୁଣ ତୁର୍କ ସମ୍ବିତ ମହାନ୍ତି, ଧରିତ୍ରୀ ଶତପଥୀ, ଦୀପାନ୍ୱିତା ମିଶ୍ର ଏବଂ ଡ. ଅନୁରାଗ ସାହୁ ପ୍ରମୁଖ ରହିଛନ୍ତି।

ନବନିର୍ବାଚିତ ଟିମ୍‍ କୌଶଳ ନିର୍ମାଣକାରୀ କର୍ମଶାଳା, ଆଲୋଚନାଚକ୍ର, ଛାତ୍ରଛାତ୍ରୀଙ୍କ ନିମନ୍ତେ ପିଆର୍‍ ବୁଟ୍‍ କ୍ୟାମ୍ପ ଇତ୍ୟାଦି ଆୟୋଜନ ସହିତ ନେଟୱର୍କିଂ ଇଭେଣ୍ଟ ଜରିଆରେ ଜନସମ୍ପର୍କକୁ ଏକ ବୃତ୍ତି ଭାବରେ ଅଭିବୃଦ୍ଧି ଓ ବିକାଶ ପଥରେ ଆଗେଇନେବାକୁ ପ୍ରତିବଦ୍ଧ ରହିଛନ୍ତି। ଓଡ଼ିଶାରେ କମ୍ୟୁନିକେସନ ଦୃଶ୍ୟପଟ୍ଟକୁ ଏକ ନିର୍ଦ୍ଦିଷ୍ଟ ରୂପରେଖ ପ୍ରଦାନ କରିବାରେ ଚାପ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଏହି ଅବସରରେ ପ୍ରକାଶ କରି ଶ୍ରୀ ସୁଧି ରଞ୍ଜନ ମିଶ୍ର, ପିଆରଏସ୍‍ଆଇ ଭୁବନେଶ୍ୱର ଚାପ୍ଟରର ନବନିର୍ବାଚିତ ଅଧ୍ୟକ୍ଷ କହିଥିଲେ, “ନୂତନ ଟିମ୍‍ ଅର୍ଥପୂର୍ଣ୍ଣ ସହଭାଗୀତା ଏବଂ ରାଜ୍ୟରେ ଅନେକ ପିଆର୍‍ କେନ୍ଦ୍ରିକ କାର୍ଯ୍ୟକ୍ରମ ଆୟୋଜନ ଜରିଆରେ ସୋସାଇଟିକୁ ଅଧିକ ଚଳଚଞ୍ଚଳ ଏବଂ ଦୃଶ୍ୟମାନ କରିବାକୁ ପ୍ର୍ରୟାସ କରିବେ।”

Share. Facebook Twitter LinkedIn Email WhatsApp Copy Link

Related Posts

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026

ଆଡଟ୍ରଷ୍ଟ ସମ୍ମିଳନୀ ୨୦୨୬: ବିଜ୍ଞାପନ ଆଇନ ସଙ୍କଳନର ଶୁଭାରମ୍ଭ

March 19, 2026
Latest News

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026

ଆଡଟ୍ରଷ୍ଟ ସମ୍ମିଳନୀ ୨୦୨୬: ବିଜ୍ଞାପନ ଆଇନ ସଙ୍କଳନର ଶୁଭାରମ୍ଭ

March 19, 2026

ଆଇଆଇସିଟି ର ଅଭିବୃଦ୍ଧି ଏବଂ ସମ୍ପ୍ରସାରଣ ଯୋଜନାର ସମୀକ୍ଷା

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.