
ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପରିବେଶ ସମ୍ପର୍କିତ ଜାତୀୟ ସବୁଜ ପ୍ରାଧିକରଣର ଦୁଇଦିନିଆ ସମ୍ମିଳନୀ ୨୦୨୫ର ସମାପନ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ। ଏହି ଅଧିବେଶନରେ ସୁପ୍ରିମକୋର୍ଟର ବିଚାରପତି ମାନ୍ୟବର ଜଷ୍ଟିସ୍ ପି.ଏସ୍ ନରସିଂହ, ଜାତୀୟ ସବୁଜ ପ୍ରାଧିକରଣର ଅଧ୍ୟକ୍ଷ ମାନନୀୟ ବିଚାରପତି ଜଷ୍ଟିସ ପ୍ରକାଶ ଶ୍ରୀବାସ୍ତବ, ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏବଂ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ସଚିବ ଶ୍ରୀ ତନ୍ମୟ କୁମାର ସମେଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।
ସମାପନ ଅଧିବେଶନକୁ ସମ୍ବୋଧିତ କରି ମାନ୍ୟବର ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଦର୍ଶାଇଥିଲେ ଯେ ନା ଏହା କେବଳ ଆମର ଗ୍ରହ ନା ହିଁ ଆମେ ଏହାର ମାଲିକ। ବିକଶିତ ଦେଶଗୁଡ଼ିକ ରାଜନୈତିକ ସୀମା ନିର୍ଦ୍ଧାରଣ ଚିନ୍ତାଧାରାଠାରୁ ଉପରକୁ ଉଠି ପରିବେଶ ସହ ସମନ୍ୱୟ ରକ୍ଷା କରି ପରିବେଶ ସୁରକ୍ଷା ପାଇଁ ସାମୂହିକ ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ ଦେଇଥିଲେ।
ଦ୍ୱିତୀୟ ଦିନର କାର୍ଯ୍ୟ ବୈଷୟିକ ଅଧିବେଶନ ତୃତୀୟରୁ ଆରମ୍ଭ ହୋଇଥିଲା, ଯେଉଁଥିରେ “ଜଙ୍ଗଲ ଏବଂ ଜୈବ ବିବିଧତା ସଂରକ୍ଷଣ” ଉପରେ ଗୁରୁତ୍ୱ ଦିଆଯାଇଥିଲା, ଯାହାର ଅଧ୍ୟକ୍ଷତା ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ମାନ୍ୟବର ଜଷ୍ଟିସ ଆନନ୍ଦ ପାଠକ କରିଥିଲେ। ବିଶେଷଜ୍ଞ ଏବଂ ନୀତି ନିର୍ଧାରକମାନେ ଜଙ୍ଗଲ ଏବଂ ଜୈବ ବିବିଧତା ଉପରେ ମାନବ ହସ୍ତକ୍ଷେପର ପ୍ରଭାବ ଉପରେ ବିଚାର ବିମର୍ଶ କରିଥିଲେ ତଥା ପରିବେଶ ସଂରକ୍ଷଣ ପାଇଁ ଆଇନଗତ ଆବଶ୍ୟକତା ଓ ନୀତିଗତ ଢାଞ୍ଚା ଉପରେ ଆଲୋକପାତ କରିଥିଲେ। ବିଚାରପତି ଜଷ୍ଟିସ ଆନନ୍ଦ ପାଠକ ପରିବେଶ ସଂରକ୍ଷଣ ପାଇଁ ଉପଯୁକ୍ତ ସ୍ଥାନରେ ସଠିକ ବୃକ୍ଷରୋପଣ କରି ପରିବେଶକୁ ପ୍ରୋତ୍ସାହିତ କରିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ବୋଲି କହିଥିଲେ। ସେ ଅନେକ ପ୍ରକାର ଯୋଜନା ଉପରେ ବିଚାର ପ୍ରକଟ କରିଥିଲେ ଯେଉଁଥିରେ ଛୋଟ-ବଡ଼ ଜରିମାନାକୁ ବୃକ୍ଷରୋପଣରେ ପରିବର୍ତ୍ତନ, କର୍ପୋରେଟ୍ ଜଳବାୟୁ ଦାୟିତ୍ୱ, ଜାତୀୟ କାର୍ବନ କ୍ରେଡିଟ୍ ବ୍ୟାଙ୍କ ଗଠନ ଏବଂ ଜୈବ ବିବିଧତା ସଂରକ୍ଷଣ ପାଇଁ ସାର୍ବଭୌମ ପାଣ୍ଠି ଆଦି ଅନ୍ତର୍ଭୁକ୍ତ। ସେ କହିଥିଲେ ମାନବ ଅଧିକାରକୁ ଛାଡି ଗ୍ରହ ଅଧିକାର ଦିଗରେ ଅଗ୍ରସର ହେବା ଏବଂ ପରିବେଶ ସଂରକ୍ଷଣ ଦାୟିତ୍ୱକୁ ପ୍ରୋତ୍ସାହିତ କରିବାର ସମୟ ଆସିଛି।
ବୈଷୟିକ ଅଧିବେଶନ ଚତୁର୍ଥ, ଯାହାର ଶୀର୍ଷକ ଥିଲା “ଚିନ୍ତନ ଏବଂ ମୁଖ୍ୟ ଫଳାଫଳ” ଯେଉଁଥିରେ ଦୁଇଦିନ ମଧ୍ୟରେ ବୈଷୟିକ ଅଧିବେଶନରେ ହୋଇଥିବା ଆଲୋଚନାର ଏକ ବ୍ୟାପକ ସମୀକ୍ଷା ହୋଇଥିଲା। ଏହାର ଆୟୋଜନ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ମାନନୀୟ ଜଷ୍ଟିସ୍ ପି.ଏସ୍. ନରସିଂହଙ୍କ ଅଧ୍ୟକ୍ଷତା ଏବଂ ଏନ୍ଜିଟିର ନ୍ୟାୟିକ ସଦସ୍ୟ ମାନନୀୟ ବିଚାରପତି ଅରୁଣ କୁମାର ତ୍ୟାଗୀଙ୍କ ସହ-ଅଧ୍ୟକ୍ଷତାରେ କରାଯାଇଥିଲା ଏବଂ ଏହି ଅଧିବେଶନରେ ପ୍ରମୁଖ ପରିବେଶ ସମସ୍ୟାଗୁଡ଼ିକ ଉପରେ ସଂକ୍ଷିପ୍ତ ବିବରଣୀ ପ୍ରସ୍ତୁତ କରାଯାଇଥିଲା ତଥା ଆଇନଗତ ଏବଂ ନୀତିଗତ ପ୍ରଗତି ନିମେନ୍ତ ଏକ କାର୍ଯ୍ୟଖସଡ଼ା ପ୍ରସ୍ତୁତ ପାଇଁ ପ୍ରସ୍ତାବ ଦିଆଗଲା। ମାନନୀୟ ବିଚାରପତି ଜଷ୍ଟିସ୍ ପି.ଏସ୍. ନରସିଂହ ନୀତିଗୁଡ଼ିକର ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇଥିଲେ। ସେ ସଂସ୍ଥାଗତ ଅଖଣ୍ଡତା ଉପରେ ଗୁରୁତ୍ୱାରୋପ କରି ତ୍ରୂଣମୂଳସ୍ତରରେ ପ୍ରଭାବଶାଳୀ ରୂପରେ କାମ କରିବା ନିମନ୍ତେ ନିୟାମକ ସଂସ୍ଥାଗୁଡ଼ିକୁ ମଜବୁତ୍ ଏବଂ ସଶକ୍ତ କରିବାପାଇଁ ପ୍ରସ୍ତାବ ଦେଇଥିଲେ।
ଏହି ଅବସରରେ ବିଶ୍ୱବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପରିବେଶ ସଂରକ୍ଷଣ ଏବଂ ସ୍ଥାୟୀ ଅଭ୍ୟାସ ଦିଗରେ ଉତ୍କୃଷ୍ଟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଯୁବବର୍ଗଙ୍କୁ ପ୍ରେରଣା ଦେବା ଏହି ପଦକ୍ଷେପର ଉଦ୍ଦେଶ୍ୟ ଥିଲା ଯେଉଁଥିରେ ସେମାନେ ଏକ ସ୍ୱଚ୍ଛ ଏବଂ ସବୁଜ ଭବିଷ୍ୟତ ସୁନିଶ୍ଚିତ କରିବା ଦିଗରେ ପ୍ରୟାସ ଜାରି ରଖିବେ।
ଅଧିବେଶନର ଏକ ପ୍ରମୁଖ ମୁହୂର୍ତ୍ତ ଥିଲା ‘ଭଏସ୍ ଅଫ୍ ନେଚର୍’ ଶୀର୍ଷକ ଏନ୍ଜିଟି ସ୍ମାରକୀ ପୁସ୍ତକ ଉନ୍ମୋଚନ। ଯେଉଁଥିରେ ଏନଜିଟିର ଇତିହାସ, କାର୍ଯ୍ୟକଳାପ ଏବଂ ଉପଲବ୍ଧି ଉପରେ ଆଲୋକପାତ କରାଯାଇଥିଲା।
ଉପରାଷ୍ଟ୍ରପତିଙ୍କ ଦ୍ୱାରା ଏନଜିଟି ଇ-ଜର୍ଣ୍ଣାଲର ମଧ୍ୟ ଶୁଭାରମ୍ଭ କରାଯାଇଥିଲା, ଯେଉଁଥିରେ ଏନଜିଟିର ଉଲ୍ଲେଖନୀୟ ପ୍ରସଙ୍ଗ ସାମିଲ ଥିଲା।
ଦୁଇ ଦିନ ମଧ୍ୟରେ, ପରିବେଶ ଉପରେ ଜାତୀୟ ସମ୍ମିଳନୀ – ୨୦୨୫ ନ୍ୟାୟିକ ସଂସ୍ଥା, ସରକାରୀ ଏଜେନ୍ସି ଏବଂ ପରିବେଶ ବିଶେଷଜ୍ଞଙ୍କ ମଧ୍ୟରେ ସହଯୋଗ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ କାର୍ଯ୍ୟ କରିଛି। ଏହି ପ୍ରସ୍ତାବ ଏବଂ ଆଲୋଚନା ଦେଶର ପରିବେଶ ଶାସନ ସଂରଚନାକୁ ଗଢ଼ିତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ତଥା ଭବିଷ୍ୟତର ଜାତୀୟ ଏବଂ ଅନ୍ତର୍ଜାତୀୟ ପରିବେଶ ପଦକ୍ଷେପରେ ସହେଯାଗ କରିବ।