Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କପିଳାସ ରୋଡ ରେଳ ଓଭରବ୍ରିଜ୍ ନିର୍ମାଣ ସ୍ଥଳ ପରିଦର୍ଶନ କଲେ ସାଂସଦ ବୈଜୟନ୍ତ ପଣ୍ଡା, କଲେ ଏହି ଘୋଷଣା
ଜାତୀୟ ଖବର

କପିଳାସ ରୋଡ ରେଳ ଓଭରବ୍ରିଜ୍ ନିର୍ମାଣ ସ୍ଥଳ ପରିଦର୍ଶନ କଲେ ସାଂସଦ ବୈଜୟନ୍ତ ପଣ୍ଡା, କଲେ ଏହି ଘୋଷଣା

March 31, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
JayaPanda
କପିଳାସ ରୋଡ ରେଳ ଓଭରବ୍ରିଜ୍ ନିର୍ମାଣ ସ୍ଥଳ ପରିଦର୍ଶନ କଲେ ସାଂସଦ ବୈଜୟନ୍ତ ପଣ୍ଡା, କଲେ ଏହି ଘୋଷଣା

ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆଜି ଟାଙ୍ଗୀ ଠାରେ ୧୭୪ନଂ କପିଳାସ ରୋଡ ରେଳ ଓଭରବ୍ରିଜ୍ ନିର୍ମାଣ ସ୍ଥଳ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ପରେ ଖୁବ ଶୀଘ୍ର ଏହା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ ବୋଲି ଘୋଷଣା କରିଛନ୍ତି।

ଶ୍ରୀ ପଣ୍ଡାଙ୍କ ଗତ ୨୦୧୦ ମସିହାରୁ ନିରନ୍ତର ଉଦ୍ୟମ ଯୋଗୁ କଟକ ଜିଲ୍ଲାର ଟାଙ୍ଗୀ ଠାରେ କପିଳାସ ରୋଡ ରେଳ ଫାଟକରେ ଏକ ରେଳ ଓଭରବ୍ରିଜ ପାଇଁ ଜନସାଧାରଣଙ୍କର ବହୁ ଦିନର ଦାବି ପୂରଣ ହେବାକୁ ଯାଉଛି। ଏହି ପ୍ରସ୍ତାବକୁ ଇଷ୍ଟକୋଷ୍ଟ ରେଳବାଇ ବୋର୍ଡ ଅନୁମୋଦନ କରିସାରିଥିବା ବେଳେ ଉଭୟ ରାଜ୍ୟ ସରକାର ଓ ରେଳ ବିଭାଗଙ୍କ ବ୍ୟୟ ଅଟକଳରେ ଏହି ରେଳ ଓଭରବ୍ରିଜ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶିଘ୍ର ଆରମ୍ଭ ହୋଇଥିଲା।

ଏହି ପ୍ରକଳ୍ପ ଅଗ୍ରଗତି ପାଇଁ ଶ୍ରୀ ପଣ୍ଡା କ୍ରମାଗତ ଚେଷ୍ଟା କରିବାସହ ବିଭିନ୍ନ ସମୟରେ ରେଳମନ୍ତ୍ରୀଙ୍କୁ ଭେଟି ପ୍ରକଳ୍ପର ଅଗ୍ରଗତି ପାଇଁ ଦାବି କରିବା ସହ ୨୦୧୦ ମସିହା ଠାରୁ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ, ଜାତୀୟ ରାଜପଥ ଓ ରେଳବାଇ ବିଭାଗ ଦ୍ବାରା ପ୍ରକଳ୍ପର ନିରିକ୍ଷଣ ଓ ବାରମ୍ବାର ସମିକ୍ଷା ପରେ ଉଭୟ ରାଜ୍ୟ ସରକାର ଓ ରେଳବାଇ ବିଭାଗର ପ୍ରାୟ ୯୦ କୋଟି ଟଙ୍କାର ଯୁଗ୍ମ ବ୍ୟୟବରାଦକୁ କେନ୍ଦ୍ର ରେଳ ବିଭାଗ ଅନୁମୋଦନ କରିଥିଲେ।

ସୂଚନାଯୋଗ୍ୟ, ଯେ ସ୍ଥାନୀୟ ଜନସାଧାରଣଙ୍କର ବହୁଦିନର ଦାବିକୁ ଅନୁଧ୍ୟାନ ଓ ସମ୍ମାନ ଜଣାଇ ସ୍ଥାନୀୟ ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା ଗତ ୨୦୧୦ ମସିହା ଠାରୁ କ୍ରମାଗତ ଭାବେ କେନ୍ଦ୍ର ରେଳ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ସହିତ ବିଭିନ୍ନ ସମୟରେ ଆଲୋଚନା ଓ ସମିକ୍ଷା କରି ଏହି ପ୍ରକଳ୍ପଟିକୁ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ।

ଶେଷରେ କେନ୍ଦ୍ର ସରକାର ଜନସାଧାରଣଙ୍କ ଦାବି ଓ ସାଂସଦ ଶ୍ରୀ ପଣ୍ଡାଙ୍କ ପ୍ରଚେଷ୍ଟାକୁ ବିଚାରକୁ ନେଇ ଟାଙ୍ଗୀ ୧୭୪ ନଂ ରେଳ ଫାଟକ ଠାରେ ରେଳ ଓଭରବ୍ରିଜ କରିବା ପାଇଁ ପଥ ପରିସ୍କାର କରି ରେଳ ବିଭାଗର ପ୍ରସ୍ତାବିତ କାର୍ଯ୍ୟ ଚିଠାର ୧୯୭ ନମ୍ବର ରେ ଏହି ପ୍ରକଳ୍ପଟିକୁ ତାଲିକାଭୁକ୍ତ କରିଥିଲେ।

ଆଜିର ଏହି ସମୀକ୍ଷା ବୈଠକରେ ଶ୍ରୀ ପଣ୍ଡାଙ୍କ ସମେତ ଇଷ୍ଟକୋଷ୍ଟ ରେଳବାଇର ମୁଖ୍ୟ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସୁଧିର କୁମାର ପରିଡ଼ା, ଜାତୀୟ ରାଜପଥ- ୧୬ର ବରିଷ୍ଠ ଅଧିକାରୀ ଭାବଗ୍ରାହୀ ଦାସ, ଜାତୀୟ ରାଜପଥର ପ୍ରକଳ୍ପ ନିର୍ଦ୍ଦେଶକ ସୁରଜ ସିଂହ, ଗୃହ ଓ ରାସ୍ତା ବିଭାଗ (ଚାରବାଟିଆ) ଅଜିତ ରାୟ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ଉପସ୍ଥିତିରେ ସ୍ଥାନୀୟ ଜନତା, ନେତୃବୃନ୍ଦ, ଯୁବନେତା, ସମାଜସେବୀ ଯୋଗ ଦେଇଥିଲେ।

jayapanda କପିଳାସ ରୋଡ ରେଳ ଓଭରବ୍ରିଜ୍ ଜୟ ପଣ୍ଡା ବୈଜୟନ୍ତ ପଣ୍ଡା
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପି ରାଜ୍ୟ ସଭାପତିଙ୍କ ଦିଲ୍ଲୀଗସ୍ତ: ଜାଣନ୍ତୁ କାରଣ

August 18, 2025

ଫିକା ପଡ଼ିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟ କେତେ?

August 18, 2025

ଭୋଟ ଚୋରି ପ୍ରସଙ୍ଗ: ସିଇସି ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବେ ବିରୋଧୀ!

August 18, 2025

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ: ୮ଟି ଠିକଣାରେ ଚଢାଉ ଜାରି

August 18, 2025
Latest News

ବାଣପୁର ଏନଏସି ଇଓଙ୍କୁ ୫ ଲକ୍ଷର କ୍ଷତିପୂରଣ ନୋଟିସ ପଠାଇଲେ ଆଇନଜୀବୀ

August 18, 2025

ବିଜେପି ରାଜ୍ୟ ସଭାପତିଙ୍କ ଦିଲ୍ଲୀଗସ୍ତ: ଜାଣନ୍ତୁ କାରଣ

August 18, 2025

ଫିକା ପଡ଼ିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟ କେତେ?

August 18, 2025

ଭୋଟ ଚୋରି ପ୍ରସଙ୍ଗ: ସିଇସି ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବେ ବିରୋଧୀ!

August 18, 2025

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ: ୮ଟି ଠିକଣାରେ ଚଢାଉ ଜାରି

August 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.