Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୫ଜି ଡାଉନଲୋଡ୍ ସ୍ପିଡ୍‌ରେ ଜିଓ ସବୁଠାରୁ ଦ୍ରୁତତମ: ଓକଲା ରିପୋର୍ଟ
ଜାତୀୟ ଖବର

୫ଜି ଡାଉନଲୋଡ୍ ସ୍ପିଡ୍‌ରେ ଜିଓ ସବୁଠାରୁ ଦ୍ରୁତତମ: ଓକଲା ରିପୋର୍ଟ

April 3, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
୫ଜି ଡାଉନଲୋଡ୍ ସ୍ପିଡ୍‌ରେ ଜିଓ ସବୁଠାରୁ ଦ୍ରୁତତମ: ଓକଲା ରିପୋର୍ଟ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ପୁଣିଥରେ ୫ଜି ଡାଉନଲୋଡ୍ ସ୍ପିଡ୍ ଦୌଡ଼ରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦେଇଛି। ଓକଲା ସ୍ପିଡଟେଷ୍ଟ ଇଣ୍ଟେଲିଜେନ୍ସ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓର ହାରାହାରି ୫ଜି ଡାଉନଲୋଡ୍ ସ୍ପିଡ୍ ୨୫୮.୫୪ ଏମବିପିଏସ ରେକର୍ଡ କରାଯାଇଛି। ଏୟାରଟେଲ୍ ୨୦୫.୧ ଏମବିପିଏସ ସହିତ ଦ୍ୱିତୀୟ ସ୍ଥାନରେ ରହିଛି। ଓକଲା ଜୁଲାଇ ଏବଂ ଡିସେମ୍ବର ୨୦୨୪ ମଧ୍ୟରେ ସାରା ଦେଶରୁ ଏହି ତଥ୍ୟ ସଂଗ୍ରହ କରିଥିଲା।

ରିଲାଏନ୍ସ ଜିଓ ୫ଜି ସହିତ ସାମଗ୍ରିକ ଭାବରେ ମଧ୍ୟ ଦ୍ରୁତତମ ମୋବାଇଲ୍ ନେଟୱାର୍କର ଆଖ୍ୟା ମଧ୍ୟ ହାସଲ କରିଛି। ଜିଓ ଭାରତରେ ସବୁଠାରୁ ଦ୍ରୁତ ମୋବାଇଲ ସ୍ପିଡ୍ ନେଟୱାର୍କ ପ୍ରଦାନକାରୀ ଅପରେଟର ଭାବରେ ଉଭା ହୋଇଛି। ଜିଓର ସାମଗ୍ରିକ ହାରାହାରି ଡାଉନଲୋଡ୍ ସ୍ପିଡ୍ ୧୫୮.୬୩ ଏମବିପିଏସ ରହିଥିବା ବେଳେ ଏୟାରଟେଲର ସ୍ପିଡ୍ ଜିଓର ଦୁଇ-ତୃତୀୟାଂଶ, ଅର୍ଥାତ୍ ପ୍ରାୟ ୧୦୦.୬୭ ଏମବିପିଏସ ବୋଲି ମାପ କରାଯାଇଛି। ଭୋଡାଫୋନ୍ ଆଇଡିଆ ୨୧.୬ ଏମବିପିଏସ ସହିତ ତୃତୀୟ ସ୍ଥାନରେ ରହିଛି।

ଏହି ସମୟ ମଧ୍ୟରେ, ଜିଓ ସାରା ଦେଶରେ ସର୍ବାଧିକ ୫ଜି ଉପଲବ୍ଧତା ରେକର୍ଡ କରିଥିଲା, ଅର୍ଥାତ୍, ଜିଓ ନେଟୱାର୍କ ସର୍ବାଧିକ ସ୍ଥାନରେ ଉପଲବ୍ଧ ରହିଛି। ସ୍ପିଡଟେଷ୍ଟ ଇଣ୍ଟେଲିଜେନ୍ସ ତଥ୍ୟ ଅନୁଯାୟୀ, ଜିଓର ୭୩.୭% ଉପଭୋକ୍ତା ଅଧିକାଂଶ ସମୟ ଜିଓର ୫ଜି ନେଟୱାର୍କ ବ୍ୟବହାର କରୁଛନ୍ତି, ଯାହା ଅନ୍ୟ ଯେକୌଣସି ଅପରେଟର ଅପେକ୍ଷା ବେଶ ଅଧିକ। ମୋବାଇଲ୍ କଭରେଜ୍ ଦୃଷ୍ଟିରୁ, ଜିଓ ୬୫.୬୬ କଭରେଜ୍ ସ୍କୋର ସହିତ ପ୍ରଥମ ସ୍ଥାନରେ ଥିଲା ବେଳେ ଏୟାରଟେଲ୍ ୫୮.୧୭ ସ୍କୋର ସହିତ ଦ୍ୱିତୀୟ ସ୍ଥାନରେ ରହିଛି।

ରିଲାଏନ୍ସ ଜିଓ ଦ୍ରୁତତମ ମୋବାଇଲ୍ ନେଟୱାର୍କ ଏବଂ ଉନ୍ନତ ମୋବାଇଲ୍ କଭରେଜ୍ ଉଭୟରେ ପ୍ରଥମ ସ୍ଥାନ ହାସଲ କରିଛି।

Jio 5G Reliance JIO ଜିଓ 5ଜି ଜିଓ ୫ଜି ନେଟୱାର୍କ ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ବିହାର ପାଇଁ ୭ଟି ନୂତନ ଟ୍ରେନର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

September 29, 2025

ଟ୍ରମ୍ଫ ଦେଲେ ଆଉ ଏକ ବଡ଼ ଝଟକା: ଏବେ ଏହି କ୍ଷେତ୍ର ପାଇଁ ଲଗାଇଲେ ୧୦୦% ଶୁଳ୍କ

September 29, 2025

“SKY ତ ଦେଖାଇଦେଲେ, ଏବେ ଆପଣ…”: ଆପ ନେତା ସୌରଭ ଭରଦ୍ୱାଜଙ୍କୁ ଚ୍ୟାଲେଞ୍ଜ କଲା ବିଜେପି

September 29, 2025

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଭାବେ ପ୍ରକାଶ ଜେନାଙ୍କୁ ନିଯୁକ୍ତ ପରେ ଆଜି କଲେ ଗର୍ଜ୍ଜନ

September 29, 2025
Latest News

ବିହାର ପାଇଁ ୭ଟି ନୂତନ ଟ୍ରେନର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

September 29, 2025

ଟ୍ରମ୍ଫ ଦେଲେ ଆଉ ଏକ ବଡ଼ ଝଟକା: ଏବେ ଏହି କ୍ଷେତ୍ର ପାଇଁ ଲଗାଇଲେ ୧୦୦% ଶୁଳ୍କ

September 29, 2025

“SKY ତ ଦେଖାଇଦେଲେ, ଏବେ ଆପଣ…”: ଆପ ନେତା ସୌରଭ ଭରଦ୍ୱାଜଙ୍କୁ ଚ୍ୟାଲେଞ୍ଜ କଲା ବିଜେପି

September 29, 2025

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଭାବେ ପ୍ରକାଶ ଜେନାଙ୍କୁ ନିଯୁକ୍ତ ପରେ ଆଜି କଲେ ଗର୍ଜ୍ଜନ

September 29, 2025

ସୋଆ ଏସ୍‌ପିଏସ୍‌ର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ସ୍ୱତନ୍ତ୍ର ସେବା ଶିବିର ଆୟୋଜିତ

September 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.