Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚିଲିକାରୁ ମୁଁ ପ୍ରାର୍ଥୀ ହେବାକୁ ଚାହୁଁଥିଲି, ହେଲେ ପାଣ୍ଡିଆନ କରିଦେଲେ ଚକ୍ରାନ୍ତ-ପ୍ରସନ୍ନ ପାଟ୍ଟଶାଣୀ
ଜାତୀୟ ଖବର

ଚିଲିକାରୁ ମୁଁ ପ୍ରାର୍ଥୀ ହେବାକୁ ଚାହୁଁଥିଲି, ହେଲେ ପାଣ୍ଡିଆନ କରିଦେଲେ ଚକ୍ରାନ୍ତ-ପ୍ରସନ୍ନ ପାଟ୍ଟଶାଣୀ

April 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Prashan
ଚିଲିକାରୁ ମୁଁ ପ୍ରାର୍ଥୀ ହେବାକୁ ଚାହୁଁଥିଲି, ହେଲେ ପାଣ୍ଡିଆନ କରିଦେଲେ ଚକ୍ରାନ୍ତ-ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ବର: ପୂର୍ବତନ ବିଜେଡି ନେତା ତଥା ବର୍ତ୍ତମାନର ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ ନବୀନ ଏବଂ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଚିଲିକାରୁ ଟିକେଟ ପାଇଁ ଆଶାୟୀ ଥିଲି, ହେଲେ ପାଣ୍ଡିଆନ ସାଲିସ କରି ମୋର ଟିକେଟ କାଟିଦେଲେ। ଏ କଥା ଖୋଲମଖୋଲା କହିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ଆଜି ଗଣମାଧ୍ୟମକୁ ନିଜର ମନ୍ତବ୍ୟ ଦେଇ ସେ କହିଛନ୍ତି ଯେ, ପାଣ୍ଡିଆନ ଯୋଗୁଁ ବିଜେଡି ହାରିଲା,ପାଣ୍ଡିଆନ ଯୋଗୁଁ ବିଜେଡି ବୁଡିବ।

ଚିଲିକାରେ ପାଣ୍ଡିଆନ ସାଲିସ କରି ଟିକେଟ କାଟିଦେଲେ ବୋଲି ପାଟ୍ଟଶାଣୀ କହିଛନ୍ତି। ହେଲେ ସେ ସାଲିସ କଣ ତାହା କହି ନାହିଁନ୍ତି। ଗତ ନିର୍ବାଚନରେ ବିଜେଡି ରଘୁନାଥ ସାହୁଙ୍କୁ ଟିକେଟ ଦେଇଥିଲା। ହେଲେ ସେ ହାରିଗଲେ। କିନ୍ତୁ ପାଣ୍ଡିଆନଙ୍କ ସାଲିସ କଣ, ସେ ରଘୁନାଥ ସାହୁଙ୍କ ସହିତ କିଛି ସାଲିସ କରିଛନ୍ତି କି? ତାହା ସେ ସ୍ପଷ୍ଟ କରି ନ ଥିଲେ। ହେଲେ ସେତେବେଳେ ପ୍ରସନ୍ନ ପାଟ୍ଟଶାଣୀ ଟିକେଟ ଆଲୋଚନା ପାଇଁ ଦୁଇଥର ନବୀନ ନିବାସ ଯାଇଥିଲେ।

ସେହିପରି ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକ ଭୀଷଣ ମିଛ କହୁଛନ୍ତି। ବର୍ତ୍ତମାନ ମଧ୍ୟ ପାଣ୍ଡିଆନ ବିଜେଡି କଥା ବୁଝୁଛନ୍ତି। ତାଙ୍କ କଥାରେ ନବୀନ ପରିଚାଳିତ ହେଉଛନ୍ତି। ଦଳ ଭାଙ୍ଗି ଖଣ୍ଡଖଣ୍ଡ ହୋଇଯିବ ପଛେ ନବୀନ ପାଣ୍ଡିଆନଙ୍କୁ ଛାଡିପାରିବେ ନାହିଁ। ଏହାକୁ ନେଇ ଦଳୀୟ ନେତାମାନେ ଅଣନିଃଶ୍ବାସୀ ହୋଇପଡିଲେଣି। ବର୍ତ୍ତମାନ ନବୀନ ଯାହା ଚେତାବନୀ ଦେଲେ ମଧ୍ୟ ତାହା କିଛି କାମ କରିବ ନାହିଁ ବୋଲି ପାଟ୍ଟଶାଣୀ କହିଛନ୍ତି।

ପାଟ୍ଟଶାଣୀ ପୁଣି କହିଛନ୍ତି ଯେ, ପାଣ୍ଡିଆନ ପାଇଁ ଦଳ ବୁଡିବାରେ ଲାଗିଛି। ତଥାପି କାହିଁକି ନବୀନଙ୍କ ଚେତା ପଶୁ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପାଟ୍ଟଶାଣୀ। ପାଣ୍ଡିଆନଙ୍କ ବିରୋଧରେ ଜଣଙ୍କ ପରେ ଜଣେ ନେତା ବିରୋଧ କରୁଥିଲେ ମଧ୍ୟ ନବୀନ ତାଙ୍କୁ କ୍ଲିନ ଚିଟ ଦେବାରେ ଲାଗିଛନ୍ତି। ଏହା ରାଜନୀତିରେ ଠିକ ନୁହେଁ ବୋଲି ସେ କହିଛନ୍ତି। ନବୀନଙ୍କୁ କିପରି ଲାଜ ଲାଗୁ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ, ନବୀନ ପାଣ୍ଡିଆନ ସଂପର୍କ କଣ ମୁଁ ଜାଣିଛି, ତାହା କହିହେବ ନାହିଁ। ମୁଁ ଏସବୁ ଦେଖିବା ପରେ ସେ ଦଳ ଛାଡି ପଳାଇ ଆସିଲି। ମୁଁ ଠିକ ସମୟରେ ଠିକ ନିଷ୍ପତି ନେଇଛି ବୋଲି ପାଟ୍ଟଶାଣୀ କରିଛନ୍ତି। ସେ ପୁଣି କହିଛନ୍ତି ଯେ, ମହୁଫେଣାରେ ମହୁ ଅଛି, ତେଣୁ ସେ କେମିତି ଛାଡିବେ ବୋଲି ତେରଚ୍ଛା ବାଣ ମାରିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ।

ପାଣ୍ଡିଆନ ପ୍ରସନ୍ନ ପାଟ୍ଟଶାଣୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ୧୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

March 16, 2026

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026
Latest News

ଆଜି ୧୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

March 16, 2026

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.