Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଜ୍ୟରେ ୮୦ଟି ନୂତନ ଏମ୍ଆଇପି ଏବଂ ୩ ହଜାର ଚେକ୍ ଡ୍ୟାମ୍ ନିର୍ମାଣ ହେବ, ବୈଠକରେ ନିଷ୍ପତି
ଜାତୀୟ ଖବର

ରାଜ୍ୟରେ ୮୦ଟି ନୂତନ ଏମ୍ଆଇପି ଏବଂ ୩ ହଜାର ଚେକ୍ ଡ୍ୟାମ୍ ନିର୍ମାଣ ହେବ, ବୈଠକରେ ନିଷ୍ପତି

April 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Anu Garg
ରାଜ୍ୟରେ ୮୦ଟି ନୂତନ ଏମ୍ଆଇପି ଏବଂ ୩ ହଜାର ଚେକ୍ ଡ୍ୟାମ୍ ନିର୍ମାଣ ହେବ, ବୈଠକରେ ନିଷ୍ପତି

ଭୁବନେଶ୍ବର: ରାଜ୍ୟ ସରକାର  ଜଳ ସଂରକ୍ଷଣ ଓ ପରିଚାଳନାକୁ ପ୍ରାଥମିକତା ଦେବା ପାଇଁ  ବ୍ୟାପକ ପଦକ୍ଷେପ ନେଇଛନ୍ତି । କେନାଲର ଶେଷ ମୁଣ୍ଡରେ ଥିବା ଚାଷୀଙ୍କ ପାଖରେ ଯେପରି ପାଣି ପହଞ୍ଚିବ ସେଥିପାଇଁ ପ୍ରୟାସ ଜାରି ରହିଛି।

ବୃହତ୍, କ୍ଷୁଦ୍ର, ମଧ୍ୟମ, ଉଠା ଜଳ ସେଚନ, ମେଗା ଲିଫ୍ଟ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାରେ ଜଳ ସେଚନ ଓ ଜଳ ପରିଚାଳନାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ  ରାଜ୍ୟର ସେଚ ସାମର୍ଥ୍ୟ ବୃଦ୍ଧିରେ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ(ଏମଆଇପି) ଗୁଡ଼ିକର ଉଲ୍ଲେଖନୀୟ ଯୋଗଦାନ ରହିଛି ।

ଆଗାମୀ ଦିନରେ  ଅଧିକରୁ ଅଧିକ ଏମଆଇପି ଏବଂ ଚେକ୍ ଡ୍ୟାମ୍ ଜରିଆରେ ରାଜ୍ୟର ଜଳସେଚନ ସାମର୍ଥ୍ୟ ବୃଦ୍ଧି କରିବାକୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଗୁରୁତ୍ୱ ଦେଇଛନ୍ତି ।

ଜଳସମ୍ପଦ ବିଭାଗରେ  କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବଂ  ଚେକ୍ ଡ୍ୟାମ୍ ନିର୍ମାଣ ମାଧ୍ୟମରେ ରାଜ୍ୟରେ ସେଚ ସାମର୍ଥ୍ୟ ବୃଦ୍ଧି ସଂପର୍କିତ ଅନୁଷ୍ଠିତ ଏକ  ଉଚ୍ଚସ୍ତରୀୟ  ବୈଠକରେ ଅଧ୍ୟକ୍ଷତା କରି ଉନ୍ନୟନ କମିଶନର ବିଭିନ୍ନ ପ୍ରକଳ୍ପର ସମୀକ୍ଷା ପୂର୍ବକ ରାଜ୍ୟରେ ଜଳସେଚନ କ୍ଷମତା ବୃଦ୍ଧି ପାଇଁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

ଆସନ୍ତା ୫ ବର୍ଷ ମଧ୍ୟରେ ଅତିରିକ୍ତ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କ୍ଷମତା ସୃଷ୍ଟି କରିବାକୁ  ମାନ୍ୟବର ମୁଖ୍ୟମନ୍ତ୍ରୀ ବଜେଟ୍ ଅଭିଭାଷଣରେ ପ୍ରତିଶ୍ରୁତି ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍ଥାନ ନିର୍ଦ୍ଦିଷ୍ଟ ସମ୍ଭାବ୍ୟତା ଆଧାରରେ ଆଗାମୀ ୫ ବର୍ଷ ମଧ୍ୟରେ ୮୦ଟି ନୂତନ ଏମ୍ଆଇପି ଏବଂ  ୩ ହଜାର ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ରୋଡ୍ ମ୍ୟାପ୍  ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ରାଜ୍ୟରେ ଯେଉଁ ଯେଉଁ ସ୍ଥାନରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ  ଓ ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ସୁବିଧା  ସୁଯୋଗ  ରହିଛି, ବିଶେଷ କରି ସେସବୁ ଅଂଚଳରେ ଜଳର  ଉପଲବ୍ଧତା,  ମାଟିର ପ୍ରକାର, ଫସଲ ଢାଞ୍ଚା ଏବଂ ସାମୂହିକ ଆବଶ୍ୟକତା ସମେତ ଅଞ୍ଚଳର ଅନ୍ୟାନ୍ୟ ବୈଶିଷ୍ଟ୍ୟଗୁଡ଼ିକର ଆକଳନ, ଅନ୍ୟ ଜଳସେଚନ ପଦ୍ଧତି ସହିତ କ୍ଷୁଦ୍ର ଜଳସେଚନ ପଦ୍ଧତିକୁ ସମନ୍ୱିତ କରିବା ଏବଂ ଦକ୍ଷ ଜଳ ପରିଚାଳନା ପାଇଁ ଜ୍ଞାନକୌଶଳର ଉପଯୋଗ କରିବାର ସମ୍ଭାବନା ଭଳି ବିଷୟ ଉପରେ ଧ୍ୟାନ ଦିଆଯାଇ ଏମଆଇ ପ୍ରକଳ୍ପ ଏବଂ ଚେକ୍ ଡ୍ୟାମ  ନିର୍ମାଣ କରାଯିବା ନେଇ ବୈଠକରେ ବ୍ୟାପକ ଆଲୋଚନା କରାଯାଇଥିଲା  ।

ବୈଠକରେ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

 

Anu GArg ଅନୁ ଗର୍ଗ କ୍ଷୁଦ୍ର ଜଳସେଚନ ଚେକ ଡ୍ୟାମ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.