Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ୱେଭ୍ସ ସମ୍ମିଳନୀ ପାଇଁ ୬୦ରୁ ଅଧିକ ଦେଶରୁ ପ୍ରାୟ ୧ଲକ୍ଷ ପଞ୍ଜୀକରଣ
ଜାତୀୟ ଖବର

ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ୱେଭ୍ସ ସମ୍ମିଳନୀ ପାଇଁ ୬୦ରୁ ଅଧିକ ଦେଶରୁ ପ୍ରାୟ ୧ଲକ୍ଷ ପଞ୍ଜୀକରଣ

April 19, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
waves
ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ୱେଭ୍ସ ସମ୍ମିଳନୀ ପାଇଁ ୬୦ରୁ ଅଧିକ ଦେଶରୁ ପ୍ରାୟ ୧ଲକ୍ଷ ପଞ୍ଜୀକରଣ

ନୂଆଦିଲ୍ଲୀ: ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ (ୱେଭ୍ସ) ଅଧୀନରେ ଆୟୋଜିତ ହେଉଥିବା କ୍ରିଏଟ୍‌ ଇନ୍‌ ଇଣ୍ଡିଆ ଚାଲେଞ୍ଜ(ସିଆଇସି)ର ପ୍ରଥମ ସିଜିନର ଫାଇନାଲ ଆସନ୍ତା ମଇ ୧ରୁ ୪ ତାରିଖ ମଧ୍ୟରେ ମୁମ୍ବାଇରେ ଅନୁଷ୍ଠିତ ହେବ। ସିଆଇସିରେ ମୋଟ୍‌ ୩୨ଟି ପ୍ରତିଯୋଗିତା ଆୟୋଜିତ ହେଉଥିବା ବେଳେ ଏହାର ପଞ୍ଜୀକରଣ ସମାପ୍ତ ହୋଇଛି।

ଏଥିରେ ୧୧ଶହରୁ ଅଧିକ ଅନ୍ତର୍ଜାତୀୟ ପ୍ରତିଯୋଗୀଙ୍କ ସମେତ ପ୍ରାୟ ୧ ଲକ୍ଷ ପ୍ରତିଯୋଗୀ ପଞ୍ଜୀକରଣ କରିଛନ୍ତି। ୬୦ରୁ ଅଧିକ ଦେଶରୁ ପ୍ରତିଯୋଗୀମାନେ ସିଆଇସିରେ ଅଂଶଗ୍ରହଣ କରିଥିବା ବେଳେ ୭୫୦ ଜଣ ଫାଇନାଲିଷ୍ଟଙ୍କୁ ଓ୍ୱେଭ୍ସ ଅବସରରେ ସେମାନଙ୍କର ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନର ସୁଯୋଗ ମିଳିବ।

ଆନିମେସନ, କମିକ୍ସ, ଏଆଇ, ଏକ୍ସଆର, ଗେମିଂ, ସଂଗୀତ ଓ  ଆହୁରି ଅନେକ ବର୍ଗରେ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ମିଳନୀର ଦ୍ୱିତୀୟ ଦିନରେ ଆୟୋଜିତ ରେଡ୍‌ କାର୍ପେଟ ସମାରୋହରେ ସମ୍ମାନଜନକ ‘ୱେଭ୍ସ କ୍ରିଏଟର୍‌ ଆୱାର୍ଡ’ ପ୍ରଦାନ କରାଯିବ।

ୱେଭ୍ସର କ୍ରିଏଟୋସ୍ଫିୟରରେ ୪୩ ଜଣ ଅନ୍ତର୍ଜାତୀୟ ଫାଇନାଲିଷ୍ଟ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବେ। ଏହି ପ୍ରତିଯୋଗୀମାନେ ଆର୍ଜେଣ୍ଟିନା, ନେପାଳ, ଜର୍ମାନୀ, ବରମୁଡା, ଲାଓସ, ଥାଇଲ୍ୟାଣ୍ଡ, ଗ୍ରୀସ, ଆମେରିକା, ଇଣ୍ଡୋନେସିଆ, ବ୍ରିଟେନ, କାନାଡା, ଇଟାଲି, ଥାଇଲ୍ୟାଣ୍ଡ, ତାଜିକିସ୍ତାନ, ଇଜିପ୍ଟ, ଶ୍ରୀଲଙ୍କା, ରୁଷ, ମାଳଦ୍ୱୀପ, ମାଲେସିଆ ଓ ଜାପାନର ପ୍ରତିନିଧିତ୍ୱ କରୁଛନ୍ତି।

ଏହି ପ୍ରତିଯୋଗିତାଗୁଡ଼ିକରେ ଭାରତର ୨୮ଟି ରାଜ୍ୟ ଏବଂ ୮ଟି କେନ୍ଦ୍ର ଶାସିତ ପ୍ରଦେଶରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ। ପୂର୍ବରେ ଆସାମ ଓ ମେଘାଳୟ ଠାରୁ ଆରମ୍ଭ କରି ପଶ୍ଚିମରେ ଗୁଜରାଟ ପର୍ଯ୍ୟନ୍ତ ଏବଂ ଉତ୍ତରରେ ହିମାଚଳ ପ୍ରଦେଶ ଠାରୁ ଆରମ୍ଭ କରି ଦକ୍ଷିଣରେ କେରଳ ପର୍ଯ୍ୟନ୍ତ ସାରା ଦେଶରୁ ପ୍ରତିଯୋଗୀମାନେ ଏଥିରେ ଭାଗ ନେଇଛନ୍ତି ।

କ୍ରିଏଟ୍‌ ଇନ୍‌ ଇଣ୍ଡିଆ ଚାଲେଞ୍ଜର ଅଂଶଗ୍ରହଣକାରୀଙ୍କ ମଧ୍ୟରେ ମୁଖ୍ୟତଃ ପ୍ରାୟ ୨୦ ବର୍ଷର ବୟସର ଯୁବ ପ୍ରତିଭା ରହିଛନ୍ତି । ଏହା ଦେଶର ଯୁବବର୍ଗଙ୍କ ମଧ୍ୟରେ ରହିଥିବା ସୃଜନଶୀଳତା ଓ ଉତ୍ସାହକୁ ପ୍ରଦର୍ଶିତ କରିଥାଏ। ଅଧିକାଂଶ ପ୍ରତିଯୋଗୀ କଲେଜ ଛାତ୍ରଛାତ୍ରୀ, କ୍ୟାରିଅର ଆରମ୍ଭ କରୁଥିବା ପେସାଦାର, କିଶୋରୀ ନବୋନ୍ମେଷକାରୀ ରହିଛନ୍ତି । ସବୁଠୁ କନିଷ୍ଠ ଫାଇନାଲିଷ୍ଟଙ୍କ ବୟସ ୧୨ ବର୍ଷ ହୋଇଥିବା ବେଳେ ସବୁଠୁ ବରିଷ୍ଠଙ୍କ ବୟସ ୬୬ ବର୍ଷ।

‘କ୍ରିଏଟ୍ ଇନ୍ ଇଣ୍ଡିଆ’ ଅଭିଯାନ ଏହାର ଲକ୍ଷ୍ୟ ଏବଂ ଅଂଶଗ୍ରହଣରେ ବିବିଧତାକୁ ପ୍ରଦର୍ଶିତ କରିବା ସହିତ ତୃଣମୂଳ ସ୍ତରର ନବସୃଜନକୁ ପ୍ରୋତ୍ସାହିତ କରିଥାଏ। ଇନୋଭେଟ୍ ଟୁ ଏଜୁକେଟ ଚ୍ୟାଲେଞ୍ଜ ମାଧ୍ୟମରେ ଶିକ୍ଷାକୁ ସୁଲଭ କରିବା ଠାରୁ ଆରମ୍ଭ କରି ‘‘ମେକ୍ ଦ ୱାର୍ଲ୍ଡ ୱିୟର ଖଦୀ’’ ସହିତ ଭାରତର ବୟନ ଶିଳ୍ପ ପରମ୍ପରାକୁ ପୁନର୍ଜୀବିତ କରିବା ପର୍ଯ୍ୟନ୍ତ, ଏହି ପ୍ରତିଯୋଗିତାଗୁଡ଼ିକ ପରମ୍ପରା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ବ୍ୟାପ୍ତ ହୋଇଛି ।

କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ଭାରତର ସୃଜନଶୀଳ ଅଭିଳାଷର ଏକ ଶକ୍ତିଶାଳୀ ଅଭିବ୍ୟକ୍ତି ଭାବରେ ଉଭା ହୋଇଛି, ପ୍ରତିଭା ପାଇଁ ନୂତନ ସୁଯୋଗ ଉନ୍ମୁକ୍ତ କରିଛି ଏବଂ ବିଶ୍ୱ ଗଣମାଧ୍ୟମ ଏବଂ ମନୋରଞ୍ଜନ ପରିଦୃଶ୍ୟରେ ଦେଶର ଉଦୀୟମାନ ନେତୃତ୍ୱକୁ ପୁନର୍ବାର ନିଶ୍ଚିତ କରିଛି।

ଭାରତୀୟ ଏବଂ ଅନ୍ତର୍ଜାତୀୟ ଭାଗିଦାରୀର ଜୀବନ୍ତ ମିଶ୍ରଣ ସହିତ, କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ଏକ ଗତିଶୀଳ ବିଶ୍ୱସ୍ତରୀୟ ମଞ୍ଚରେ ପରିଣତ ହୋଇଛି, ଯାହା ବିଭିନ୍ନ ଅଞ୍ଚଳ ଏବଂ ପିଢ଼ି ମଧ୍ୟରେ ସ୍ୱରକୁ ସଶକ୍ତ କରୁଛି । ‘ୱେଭ୍ସ’ ପ୍ରତ୍ୟେକ ଘରେ ଏବଂ ପ୍ରତ୍ୟେକ ହୃଦୟରେ ପହଞ୍ଚିବା ଉଚିତ’’ ବୋଲି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ଏହା ପ୍ରତିଫଳିତ କରୁଛି।

WAVES ୱେଭ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ: ୧୪ ମୃତ

August 2, 2026

Nasha Mukt Yuva: ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

August 2, 2026

National Handloom Day: ବୟନ ବିଭାଗ ଅଗଷ୍ଟ ୫ ତାରିଖରୁ କରିବ ଭିନ୍ନ ଏକ ପ୍ରଦର୍ଶନୀ

August 2, 2026

ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦେବୀ ମନ୍ଦିରରେ କରିବେ ପୂଜାଅର୍ଚ୍ଚନା

August 2, 2026
Latest News

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, କେବେ ବି ଖାଆନ୍ତୁ ନାହିଁ ଏହି ଜିନିଷ

August 3, 2026

Rashifal: ଶ୍ରାବଣ ମାସର ପ୍ରଥମ ସୋମବାରରେ ଏହି ରାଶି ପ୍ରତି ମହାଦେବଙ୍କର ରହିଛି ଆର୍ଶିବାଦ

August 3, 2026

ପୁଅକୁ ବଞ୍ଚାଇବାକୁ ଯାଇ ମହାନଦୀରେ ଭାସିଗଲେ ବାପା

August 2, 2026

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ: ୧୪ ମୃତ

August 2, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.